-
ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନରେ ସରକାର ୨୨ଟି ବିଲ୍ ଆଣିବା ଲାଗି ପ୍ରସ୍ତୁତି ଚଳାଇଛନ୍ତି। ଏହି ଅଧିବେଶନରେ ଦିଲ୍ଲୀ ସର୍ଭିସ, ତଥ୍ୟ ସୁରକ୍ଷା, ଜନ ବିଶ୍ବାସ, ଜଙ୍ଗଲ ସଂରକ୍ଷଣ ସମେତ ଅନ୍ୟାନ୍ୟ ବିଲ୍ ଆଗତ ହେବାର ସମ୍ଭାବନା ରହିଛି।
-
ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଦେଶର ୬୮ଟି ଜିଲ୍ଲାର ଜିଲ୍ଲାପାଳ ଓ ସେମାନଙ୍କ ଟିମ୍ ଏବଂ ୯ ଜଣ ସଚିବଙ୍କୁ ଭୂମି ସମ୍ମାନ-୨୦୨୩ରେ ସମ୍ମାନିତ କରିବେ। ୬୮ଟି ଜିଲ୍ଲାରୁ ଓଡ଼ିଶାର ସର୍ବାଧିକ ୧୯ ଜିଲ୍ଲା ରହିଛି। ସେଗୁଡ଼ିକ ହେଲା- ଅନୁଗୁଳ, ବୌଦ୍ଧ,ବରଗଡ଼, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଂଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ନବରଙ୍ଗପୁର, ନୟାଗଡ଼,ନୂଆପଡ଼ା,ରାୟଗଡ଼ା ଓ ସମ୍ବଲପୁର।
-
ଆମେରିକାର ଆଲାସ୍କାରେ ଶକ୍ତିଶାଳୀ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତିବ୍ରତା ରେକ୍ଟର ସ୍କେଲରେ ୭.୪ ରେକର୍ଡ କରାଯାଇଛି । ଏହି ଭୂକମ୍ପ ୯.୩ କିଲୋମିଟର ଗଭୀରତାରେ ସୃଷ୍ଟି ହୋଇଥିବା ନେଇ ସୂଚନା ମିଳିଛି । ଭୂକମ୍ପ ପରେ ଆମେରିକାର ସୁନାମି ଚେତାବନୀ ଦିଆଯାଇଛି ।
-
ବେଙ୍ଗାଲୁରୁରେ ହେବାକୁ ଥିବା ବିରୋଧୀ ଦଳଗୁଡ଼ିକର ବୈଠକରେ ଆମ୍ ଆଦମୀ ପାର୍ଟି (AAP) ଅଂଶଗ୍ରହଣ କରିବ। କଂଗ୍ରେସ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ପ୍ରସଙ୍ଗରେ ଆପକୁ ସମର୍ଥନ ଘୋଷଣା କରିବାର ଦିନକ ପରେ ଆପ୍ ଏହି ନିଷ୍ପତ୍ତି ନେଇଛି । କଂଗ୍ରେସ ଆୟୋଜନ କରୁଥିବା ବୈଠକରେ ପ୍ରାୟ 24 ଟି “ବିରୋଧୀ ଦଳ” ଯୋଗଦେବେ ବୋଲି ଆଶା କରାଯାଉଛି।
-
ସକ୍ରିୟ ମୌସୁମୀ ଓ ଘୂର୍ଣ୍ଣିବଳୟ ଯୋଗୁଁ ୨ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ବିସ୍ତୃତି ବୃଦ୍ଧି ପାଇଛି। ଶୁକ୍ରବାର ରାତିଠାରୁ ବର୍ଷାର ପ୍ରକୋପ ବଢ଼଼ିଥିବା ବେଳେ ଗତ ୨୪ ଘଣ୍ଟାରେ ହୋଇଥିବା ବର୍ଷା ଯୋଗୁଁ ନିଅଣ୍ଟିଆ ଥିବା ବର୍ଷା ୫ ପ୍ରତିଶତ ଭରଣା ହୋଇଯାଇଛି।
-
ଉତ୍ତର ପ୍ରଦେଶର ମିରଟ ଜିଲ୍ଲାର ରାଲି ଚୌହାନ ଗାଁରେ ଶନିବାର ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୫ ଜଣ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି। ଆଉ ୫ ଜଣ କାଉଡ଼ିଆ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
-
ଭୋପାଳରୁ ଦିଲ୍ଳୀ ଯାଉଥିବା ବନ୍ଦେ ଭାରତ ଟ୍ରେନ୍ରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଟ୍ରେନ୍ଟି ପୂର୍ବରୁ ହବିବଗଞ୍ଜ ଷ୍ଟେସନ ଭାବେ ଜଣା ଯାଉଥିବା ରାନୀ କମଲାପତି ଷ୍ଟେସନ୍ରୁ ଦିଲ୍ଳୀର ନିଜାମୁଦ୍ଦିନ ଆଡ଼େ ଯାଉଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି।
-
ଶନିବାର ଆମେରିକାରେ ଗ୍ରୀଷ୍ମଲହରି ରେକର୍ଡ ଭାଙ୍ଗିଛି। ଏଥି ସହ ୟୁରୋପ, ଜାପାନରେ ଭୟଙ୍କର ଗ୍ରୀଷ୍ମଲହରି ବିଶ୍ବତାପନର ଭୟାବହତାକୁ ସୂଚିତ କରୁଛି।
-
ଦେଶରେ ଦେଖାଦେଉଥିବା ପିଆଜ ଅଭାବ ଦୂର କରିବା ଲାଗି କେନ୍ଦ୍ର ସରକାର ଏକ ବଡ଼ ଯୋଜନା ଉପରେ କାମ କରୁଛନ୍ତି। ଭଣ୍ଡାରରେ ରଖାଯାଉଥିବା ପିଆଜ ପରିମାଣକୁ ବୃଦ୍ଧି କରାଯାଇଛି। ଆର୍ଥିକ ବର୍ଷ ୨୦୨୨-୨୩ରେ କେନ୍ଦ୍ରୀୟ ଭଣ୍ଡାର ପାଇଁ ୨.୫୧ଲକ୍ଷ ଟନ୍ ପିଆଜ କିଣାଯାଇଥିଲା।
-
ଜୋର୍ ଧରିଲା ଶ୍ରୀମନ୍ଦିର ଚାରିଦ୍ବାର ଦର୍ଶନ ଦାବି, ଆରମ୍ଭ ହେଲା ୧ ଲକ୍ଷ ଦସ୍ତଖତ ସଂଗ୍ରହ ଅଭିଯାନ l ପରେ ଏକ ଲକ୍ଷ ଲୋକଙ୍କ ଦସ୍ତଖତ ଥାଇ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ।
-
ଚନ୍ଦ୍ର ଅଭିମୁଖେ ଅଗ୍ରସର ଚନ୍ଦ୍ରଯାନ-୩, ସଫଳତାର ସହ ପୃଥିବୀର ପ୍ରଥମ କକ୍ଷ ପଥକୁ ଅତିକ୍ରମ କଲା ସ୍ପେଶ କ୍ରାଫ୍ଟ । ପୃଥିବୀ କକ୍ଷରେ ୫ଥର ଘୂର୍ଣ୍ଣନ କରିବା ପରେ ଚନ୍ଦ୍ରର କକ୍ଷ ପଥକୁ ଓହ୍ଲାଇବ ।
-
ଜୁଲାଇ ୨୮ରେ ମିଳିବ ପିଏମ୍ କିଷାନର ୧୪ତମ କିସ୍ତି, ଦେଶର ପ୍ରାୟ ୯ କୋଟି ଚାଷୀଙ୍କ ଖାତାକୁ ୨ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ ।
-
ସମ୍ବଲପୁର ଗସ୍ତରେ ୫ଟି ସଚିବ,ମା’ ସମଲେଶ୍ୱରୀଙ୍କୁ ଦର୍ଶନ କରିବା ସହ ସମେଲେଇ ପ୍ରକଳ୍ପର ସମୀକ୍ଷା କଲେ l ଡିସେମ୍ବର ସୁଦ୍ଧା ପ୍ରକଳ୍ପ କାମ ଶେଷ ହେବ ବୋଲି ଭିକେ ପାଣ୍ଡିଆନ୍ କହିଲେ ।
-
ଅଷ୍ଟ୍ରେଲିଆ ଆକାଶରେ ରାତିର ଆକାଶକୁ ଆଲୋକିତ କଲା ଚନ୍ଦ୍ରୟାନ-୩, ଭାଇରାଲ୍ ହେଲା ଫଟୋ l କ୍ୟାମେରାରେ କଏଦ୍ କଲେ ଜ୍ୟୋତିର୍ବିଜ୍ଞାନୀ ଡିଲିନ୍ ଓ’ଡୋନେଲ l
-
ବନ୍ୟା ପ୍ରଭାବିତଙ୍କ ପାଇଁ ୧୦ ହଜାର ଟଙ୍କା କ୍ଷତିପୂରଣ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ଘୋଷଣା କଲେ l
-
ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀଙ୍କ ଯୋଡି ଏବେ ସବୁଠୁ ହିଟ ଯୋଡି। ଦୁହିଁଙ୍କ ଜବରଦସ୍ତ ଅଭିନୟ ଯୋଗୁଁ ଜୁନ୍ ୨୯ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ସତ୍ୟପ୍ରେମ କି କଥା’ ୧୦୦କୋଟି କ୍ଲବରେ ହେଲା ସାମିଲ l
-
ଶେଷରେ କେନ୍ଦ୍ର ଅର୍ଡିନାନ୍ସ ବିରୋଧରେ ଆମ୍ ଆଦମୀ ପାର୍ଟିକୁ ସମର୍ଥନ କଲା କଂଗ୍ରେସ, ବାଙ୍ଗାଲୋର ରେ ହେବାକୁ ଥିବା ବିରୋଧୀ ବୈଠକରେ ଯୋଗ ଦେବାକୁ ରାଜି ହେଲା ଆପ୍ l
-
ପାକିସ୍ତାନରେ ହିନ୍ଦୁଙ୍କ ଆସ୍ଥା ଉପରେ ପାକ୍ ସରକାର ପୁଣି ଥରେ ଆକ୍ରମଣ କରିଛନ୍ତି। କରାଚୀ ସହର ନିକଟରେ ଥିବା ୧୫୦ ବର୍ଷ ପୁରୁଣା ହିନ୍ଦୁ ମନ୍ଦିରକୁ ପ୍ରଶାସନ ବୁଲଡୋଜର ଲଗାଇ ଭାଙ୍ଗି ଦେଇଛି।
-
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟହୁ ହେଲେ ଅସୁସ୍ଥ l ରାମତଗାନସ୍ଥିତ ଶିବା ମେଡିକାଲ ସେଣ୍ଟର ହସ୍ପିଟାଲରେ ହଲେ ଭର୍ତ୍ତି l
-
ଭାରତୀୟ ମହିଳା କ୍ରିକେଟ୍ ଟିମ ଗତକାଲି ବାଂଲାଦେଶଠାରୁ ହେଲା ପରାଜିତ l ବାଂଲାଦେଶ ମହିଳା ଟିମ୍ ପ୍ରଥମ ଥର ପାଇଁ ଭାରତକୁ ହରାଇ ଐତିହାସିକ ବିଜୟ ହାସଲ କରିଛି । ଏହାସହ ତିନି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗରେ ରହିଛି ।