-
କୋର୍ଟ ରାୟ ଦେବା ପରେ ବି ଲୋକଙ୍କୁ ନ୍ୟାୟ ମିଳୁନାହିଁ। ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯାଉନାହିଁ। ଗାଁରେ ଏପରି ଅନେକ ମାମଲା ଦେଖିବାକୁ ମିଳୁଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ବୁଧବାର ଝାଡ଼ଖଣ୍ଡ ହାଇକୋର୍ଟର ନୂଆ ଭବନ ଉଦ୍ଘାଟନ କରି ରାଷ୍ଟ୍ରପତି ଏଥିପ୍ରତି ଚିନ୍ତା ପ୍ରକଟ କରିଛନ୍ତି। ସେ ଏପରି କିଛି ଲୋକଙ୍କ ତାଲିକା ନିଜ ପାଖରେ ରଖିଛନ୍ତି। ଏହାକୁ ପ୍ରଧାନ ବିଚାରପତି (ସିଜେଆଇ)ଙ୍କ ନିକଟକୁ ପଠାଇବେ ବୋଲି କହିଛନ୍ତି।
-
ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ମହାଶକ୍ତିଶାଳୀ ଯୁଦ୍ଧ ଜାହାଜ ଆଇଏନଏସ ବିକ୍ରାନ୍ତରେ ରାତି ସମୟରେ ସଫଳତାର ସହ ଭାରତୀୟ ବାୟୁସେନାର ଏକ ମିଗ୍-୨୯କେ ଲଢୁଆ ବିମାନ ଅବତରଣ କରିଛି। ଏହି ସଫଳତା ସହିତ ଦେଶର ସାମରିକ ଶକ୍ତି ଆହୁରି ବୃଦ୍ଧି ପାଇଛି।
-
ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ମାଈ ଚିତା ଜ୍ୱାଲାର ଗୁରୁବାର ଆଉ ଦୁଇ ଛୁଆଙ୍କର ମୃତ୍ୟୁ ହୋଇଛି । ଭୀଷଣ ଗରମ ଯୋଗୁଁ ଚିତା ଶାବକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ଏହାପୂର୍ବରୁ ମଙ୍ଗଳବାର ମଧ୍ୟ ଏକ ଚିତା ଛୁଆର ମୃତ୍ୟୁ ଘଟିଥିଲା ।
-
ଗତକାଲି ମଧ୍ୟାହ୍ନ ବେଳକୁ ମଧ୍ୟ ପ୍ରବଳ ଖରା ଯୋଗୁଁ ବାହାରକୁ ଯିବା ଅସମ୍ଭବ ହୋଇପଡୁଥିଲେ ବି ଦିନ ୨ଟା ୩୦ରେ ପାଗରେ ପରିବର୍ତ୍ତନ ଆସିଛି। କାଳବୈଶାଖୀ ଆଜି ଭୁବନେଶ୍ବର, କଟକ, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ଗତସିଂହପୁର, ଯାଜପୁର, ନୟାଗଡ ଓ ଅନୁଗୁଳ ଜିଲ୍ଲାର କିଛି ସ୍ଥାନରେ ତାଣ୍ଡବ ରଚିଛି। ଏହାର ପ୍ରଭାବରେ ମଧ୍ୟମଧରଣର ବର୍ଷା ହୋଇଛି।
-
ଆସନ୍ତା ୨୮ ତାରିଖରେ ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ତାରିଖ ଘୋଷଣା କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି।
-
ଚଳିତ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇ ନାମଲେଖା ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ। ଏସଏଏମଏସ୍ ପୋର୍ଟାଲ ଜରିଆରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ।
-
ଆସନ୍ତା ଶିକ୍ଷାବର୍ଷରୁ କଲେଜ ଛାତ୍ରଛାତ୍ରୀମାନଙ୍କୁ ମିଳିବ ମାଗଣା ୱାଇଫାଇ । ବୈଷୟିକ ଶିକ୍ଷାନୁଷ୍ଠାନ, କଲେଜ, ୟୁନିଭର୍ସିଟି ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସରେ ମାଗଣା ୱାଇଫାଇ ସହ ୧ ଜିବି ଡାଟା ମାଗଣା ମିଳିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ସୂଚନା ଦେଇଛନ୍ତି।
-
୨୦୦୦ ମସିହାରେ ଓଡିଶା ରାଜ୍ୟରେ ମାତ୍ର ୫୪୮ ଯୁକ୍ତ ତିନି କଲେଜ ଥିଲା, ଏବେ ଏହା ୧୦୨୪ରେ ପହଞ୍ଚିଛି। ସେହିପରି ବିଶ୍ଵବିଦ୍ୟାଳୟ ୬ରୁ ୨୫ରେ ପହଞ୍ଚିଛି। ୨୦୦୦ ମସିହାରେ ୩.୨ ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ତିନିରେ ନାଁ ଲେଖାଇ ଥିବା ବେଳେ ୨୦୨୩ରେ ଏହା ୬.୫ ଲକ୍ଷ ହୋଇଛି।
-
ୟୁରୋପର ସର୍ବବୃହତ୍ ଅର୍ଥନୀତି ମାନ୍ଦାବସ୍ଥାକୁ ଚାଲିଯାଇଥିବା ଗୁରୁବାର ସ୍ପଷ୍ଟ ହେବା ପରେ ୟୁରୋ ମୂଲ୍ୟରେ ହ୍ରାସ ପରିଲକ୍ଷିତ ହୋଇଛି। ଫେଡେରାଲ ଷ୍ଟାଟିଷ୍ଟିକାଲ୍ ଅଫିସ୍ ପକ୍ଷରୁ ଗୁରୁବାର ଜାରି ତଥ୍ୟାନୁସାରେ ଜର୍ମାନୀର ମୋଟ ଘରୋଇ ଉତ୍ପାଦ (ଜିଡିପି) ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ୦.୩% ହ୍ରାସ ପାଇଛି। ଏହା ପୂର୍ବରୁ ୨୦୨୨ ଶେଷ କ୍ୱାର୍ଟରରେ ଦେଶର ଅର୍ଥନୀତି ୦.୫% ସଙ୍କୁଚିତ ହୋଇଥିଲା।
-
ଅଷ୍ଟାଦଶ ଶତାବ୍ଦୀର ମହୀଶୂର ଶାସକ ଟିପୁ ସୁଲତାନଙ୍କ ବ୍ୟକ୍ତିଗତ ଶୟନକକ୍ଷରୁ ମିଳିଥିବା ଏକ ଖଣ୍ଡା ସବୁ ରେକର୍ଡ ଭାଙ୍ଗିଦେଇଛି। ଲଣ୍ଡନର ବୋନ୍ହାମ୍ସରେ ଏହା ୧୪ ନିୟୁତ ପାଉଣ୍ଡରେ ନିଲାମ ହୋଇଛି।
-
ବିଶ୍ବର ବଡ଼ ବଡ଼ ଧନୀଙ୍କ ସମ୍ପତ୍ତିରେ ହ୍ରାସ ଘଟୁଥିବା ବେଳେ ଭାରତୀୟ ଧନୀମାନଙ୍କ ସମ୍ପତ୍ତିରେ ବୃଦ୍ଧି ଘଟୁଛି। ଗତ ୨୪ ଘଣ୍ଟା ଭିତରେ ବିଶ୍ବର ତିନି ପ୍ରମୁଖ ଧନୀ ବର୍ନାର୍ଡ ଆର୍ନଲ୍ଟ, ଜେଫ୍ ବେଜୋସ୍ ଓ ୱାରେନ୍ ବଫେଙ୍କ ସମ୍ପତ୍ତି ହ୍ରାସ ପାଇଛି।
-
କେନ୍ଦ୍ର ସରକାର ଷ୍ଟାର୍ଟଅପ୍ ଗୁଡ଼ିକରେ ନିବେଶ କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ୨୧ଟି ଦେଶରୁ ଏଞ୍ଜେଲ ଟିକସ ଛାଡ଼ ଘୋଷଣା କରିଛନ୍ତି।
-
ଦେଶବ୍ୟାପୀ ଦୁଗ୍ଧର ମାନ ଯାଞ୍ଚ ହେବ। ଦୁଗ୍ଧ ସହିତ ଦୁଗ୍ଧଜାତୀୟ ସାମଗ୍ରୀର ଯାଞ୍ଚ କରିବା ଲାଗି ନିଷ୍ପତ୍ତି ନେଇଛି ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ(ଏଫ୍ଏସ୍ଏସ୍ଏଆଇ)। ସବୁ ଜିଲ୍ଲାରୁ ସଂଗଠିତ ଓ ଅଣ ସଂଗଠିତ କ୍ଷେତ୍ରରେ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି।
-
ଡଲାର ଇଣ୍ଡଷ୍ଟ୍ରିଜ୍ର ସେବାନିବୃତ୍ତ ଅଧ୍ୟକ୍ଷ ଦିନ୍ ଦୟାଲ ଗୁପ୍ତାଙ୍କ ଜୀବନୀ ‘ଏ ମିଲିଅନ ଡଲାର ସ୍ମାଇଲ’କୁ ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଉନ୍ମୋଚନ କରିଛନ୍ତି।
-
ମସ୍କୋ ଗୁରୁବାର କହିଛି ଯେ, ଏହା ସ୍ବିଡେନର ୫ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି ଏବଂ ସ୍ବିଡେନର ଗଟେନବର୍ଗରେ ଥିବା ଦୂତାବାସ ଓ ସେଣ୍ଟ ପିଟ୍ସବର୍ଗରେ ଥିବା କୂଟନୈତିକ ମିସନକୁ ଏହା ବନ୍ଦ କରିବାକୁ ଯାଉଛି।
-
୨୦୨୧ ମସିହା ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ ଯେ ୧୫ ଅଗଷ୍ଟ ୨୦୨୩ ସୁଦ୍ଧା ଦେଶରେ ୭୫ଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ | ରେଳବାଇକୁ ମୋଦୀ ଏହି ଟାର୍ଗେଟ ଦେଇଥିବାବେଳେ ଏପର୍ଯ୍ୟନ୍ତ ୧୭ଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲୁଛି |
-
୨୦୨୫ ସୁଦ୍ଧା ଭାରତରୁ ଯକ୍ଷ୍ମା ରୋଗ ମୁଳୋତ୍ପାଟନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ସାରା ବିଶ୍ୱରେ ଏଥିପାଇଁ ୨୦୩୦ ସମୟସୀମା ଧାର୍ଯ୍ୟ କରାଯାଇଥିବା ବେଳେ ଭାରତ ରହର ୫ ବର୍ଷ ପୂର୍ବରୁ ଲକ୍ଷ ହାସଲ କରିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି।
-
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମେତ ପତ୍ନୀ ବୁଶ୍ରା ଓ ୮୦ ଦଳୀୟ କର୍ମୀଙ୍କୁ ନୋ ଫ୍ଲାଏ ତାଲିକା ଭୁକ୍ତ କରିଛି ପାକିସ୍ତାନ ସରକାର । ଅର୍ଥାତ ଏମାନେ ନିଜ ଦେଶ ଛାଡ଼ି ବାହାରକୁ ଯାଇପାରିବେ ନାହିଁ ।
-
ମହାଲେଖାକାରଙ୍କ ୧୬ହଜାର ୨୨୭ଟି ନିରୀକ୍ଷଣ (ଇନ୍ସପେକ୍ସନ) ରିପୋର୍ଟ ସାଙ୍ଗକୁ ୬୪ହଜାର ୯୪୨ଟିର ଜବାବ (ପାରା କମେଣ୍ଟ) ଅପେକ୍ଷାରେ ଗଡୁଛି। ଦୀର୍ଘବର୍ଷ ଧରି ବିନିଯୋଗ ପ୍ରମାଣପତ୍ର ନ ଦେବାରୁ ସିଏଜିଙ୍କ ପକ୍ଷରୁ ସରକାରଙ୍କ ନିକଟରେ ଅଭିଯୋଗ କରାଯାଉଛି। ଏଭଳି ବିଶୃଙ୍ଖଳାକୁ ଦେଖି ମୁଖ୍ୟଶାସନ ସଚିବ ପ୍ରଦୀପ କୁମାର ଜେନା ଅସନ୍ତୋଷ ବ୍ୟକ୍ତ କରିବା ସହିତ ଅର୍ଥ ପରାମର୍ଶଦାତାଙ୍କୁ ଗରିବଙ୍କ ଟିକସ ଅର୍ଥକୁ ଠିକଣା ବାଟରେ ଖର୍ଚ୍ଚ କରିବାକୁ ତାଗିଦ କରିଛନ୍ତି।
-
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଟୁର୍ଣ୍ଣାମେଣ୍ଟରେ ୭୨ଟି ମ୍ୟାଚ୍ ଖେଳାଯାଇଛି। ଶେଷ ୨ଟି ମ୍ୟାଚ୍ ବାକିଅଛି। ଶୁକ୍ରବାର ବିଶ୍ବର ଏହି ସର୍ବବୃହତ୍ କ୍ରିକେଟ୍ ଷ୍ଟାଡିୟମ୍ରେ ଗତବର୍ଷର ଚମ୍ପିଆନ୍ ଗୁଜରାଟ ଟାଇଟାନ୍ସ ଓ ସର୍ବାଧିକ ୫ ଥର ଚମ୍ପିଆନ୍ ହୋଇଥିବା ମୁମ୍ବଇ ଇଣ୍ଡିଆନ୍ସ ମଧ୍ୟରେ କ୍ବାଲିଫାୟର-୨ ମ୍ୟାଚ୍ ଖେଳାଯିବ।