-
ଉତ୍ତର କୋରିଆ ଜୁନରେ ପ୍ରଥମ ଗୁପ୍ତଚର ଉପଗ୍ରହ ଲଞ୍ଚ କରିବାକୁ ପ୍ରସ୍ତୁତ ହେଲାଣି। ଉତ୍ତର କୋରିଆର ସରକାରୀ ସମାଚାର ଏଜେନ୍ସିର ସାମରିକ ମାମଲାର ପ୍ରଭାରି ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରର ସୂଚନା ଅନୁଯାୟୀ କହିଛି ଯେ ନିୟୋଜିତ ଲଞ୍ଚର ଉଦ୍ଦେଶ୍ୟ ବର୍ତ୍ତମାନ ସମୟ ଆଧାରରେ ଆମେରିକା ସାମରିକ କାର୍ଯ୍ୟକଳାପ ଉପରେ ନଜର ରଖିବ।
-
ମଣିପୁରରେ ହିଂସା ଥମୁନି। ହିଂସାରେ ଜଣେ ପୁଲିସ ସମେତ ୫ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି ଏବଂ ୧୨ ଜଣ ଆହତ ହୋଇଛନ୍ତି। ସାନି ହିଂସା ଯୋଗୁ ଇମ୍ଫାଲରେ ପୁଣିଥରେ କର୍ଫ୍ୟୁ ଜାରି ହୋଇଛି। ଦୋକାନ ବଜାର ସବୁ ବନ୍ଦ ରହିଛି।
-
ନରେନ୍ଦ୍ର ମୋଦୀ କହିଛନ୍ତି, ଏନ୍ଡିଏ ଗଠନ ହେବାର ଇତିମଧ୍ୟରେ ୨୫ ବର୍ଷ ପୂରଣ ହୋଇଛି। ଏହାକୁ ଖୁବ୍ ବଡ଼ ଆକାରରେ ପାଳନ କରାଯିବା ଉଚିତ। କାରଣ ଏନ୍ଡିଏ ବ୍ୟତୀତ କୌଣସି ମେଣ୍ଟ ଆଜିଯାଏ ଏତେଦିନ ଏକାଠି ରହିପାରି ନାହାନ୍ତି।
-
ଭବିଷ୍ୟତରେ ଜନ୍ତର ମନ୍ତରରେ ଆନ୍ଦୋଳନ ପାଇଁ ଆବେଦନ କରିଲେ କୁସ୍ତିଯୋଦ୍ଧାମାନଙ୍କୁ ଏଥିପାଇଁ ଆଉ ଅନୁମତି ଦିଆଯିବ ନାହିଁ। ଜନ୍ତର ମନ୍ତର ଛଡ଼ା ସେମାନଙ୍କୁ ଅନ୍ୟ ଉପଯୁକ୍ତ ସ୍ଥାନରେ ଅନୁମତି ଦିଆଯିବ। ଗତକାଲିର ଘଟଣା ପରେ ଦିଲ୍ଲୀ ପୁଲିସ ଆଜି ଏହା କହିଛି।
-
ଶ୍ରୀଜୀଉଙ୍କ ଗୁରୁତ୍ୱପୂର୍ଣ୍ଣ ରୀତିନୀତି ମଧ୍ୟରେ ଜୁନ ୧୯ ତାରିଖରେ ନବଯୌବନ ଦର୍ଶନ, ଜୁନ ୨୦ ତାରିଖରେ ରଥଯାତ୍ରା, ୨୮ ରେ ବାହୁଡା ଯାତ୍ରା, ୨୯ ରେ ସୁନାବେଶ ଓ ଜୁଲାଇ ୧ ତାରିଖରେ ନୀଳାଦ୍ରିବିଜେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଦେଶ ବିଦେଶରୁ ଲକ୍ଷାଧିକ ଭକ୍ତ ପୁରୀରେ ସମାଗମ ହେବେ ।
-
ପ୍ରଥମ ଥର ପାଇଁ କୋରାପୁଟର ବିରଳ କିସମର କଳାବତୀ ଚାଉଳ ଏବେ ଆସାମ ଯିବ ବୋଲି ଜଣାପଡ଼ିଛି। ଯାହା କୋରାପୁଟ ଜିଲ୍ଲାବାସୀଙ୍କ ପାଇଁ ଏକ ଗର୍ବ ଓ ଗୌରବର ବିଷୟ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ବିଭିନ୍ନ କିସମର ଧାନ ଉତ୍ପାଦନରେ କୋରାପୁଟ ଜିଲ୍ଲାର ସ୍ବତନ୍ତ୍ର ପରିଚୟ ରହି ଆସିଛି ।
-
ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ଜୁଲାଇ ୧୧ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆପାତତଃ ସ୍ଥିର କରିଛନ୍ତି।
-
ଜନତା ମଇଦାନରେ ଚାଲିଥିବା ଅଷ୍ଟମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଓ ଗ୍ଲୋବାଲ ବିଜନେସ୍ କାର୍ଣ୍ଣିଭାଲ୍ର ନବମ ଦିନରେ ୩୦ହଜାରରୁ ଊର୍ଦ୍ଧ୍ବ ଗ୍ରାହକଙ୍କ ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ପାଖାପାଖି ୨.୫କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବେପାର ହୋଇଛି।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଶୁଭାରମ୍ଭ କରିଛନ୍ତି। ଏହା ମଧ୍ୟ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ।
-
ନିର୍ବାଚନ କମିଶନ ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା, ରାଜସ୍ଥାନ ଏବଂ ମିଜୋରାମ ଭଳି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ନିଜ ନିଜ ରାଜ୍ୟର ଭୋଟର ତାଲିକା ଅପଡେଟ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
-
୨୦୨୪ ଲୋକସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି (ଆପ୍) ସହ ମେଣ୍ଟ ପ୍ରସଙ୍ଗରେ ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜୋତ ସିଂହ ସିଦ୍ଧୁ କହିଛନ୍ତି ଯେ ଯଦି ଆଦର୍ଶଗତ ମତଭେଦ ଥାଏ, ତେବେ ମେଣ୍ଟ ହୋଇପାରିବ ନାହିଁ।
-
ବିଶ୍ବର ବହୁ ଚର୍ଚ୍ଚିତ ପ୍ରଯୁକ୍ତି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ଓଡ଼ିଶା ସରକାର ଆପଣାଇଛନ୍ତି। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଓଡ଼ିଶା ପାଇଁ ଆର୍ଟିଫିସିଆଲ୍ ଏଆଇ ଓ ଯୁବବର୍ଗଙ୍କ ପାଇଁ ଏଆଇ’ ର ଶୁଭାରମ୍ଭ କରିଛନ୍ତି।
-
ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍ଏସ୍ଓ)ର ଶ୍ରମ ଶକ୍ତି ସର୍ବେକ୍ଷଣରୁ ଏହି ଚିତ୍ର ସାମ୍ନାକୁ ଆସିଛି। ୨୦୨୩ ମାର୍ଚ୍ଚ ସୁଦ୍ଧା ଶେଷ ତ୍ରୈମାସିକରେ ସହରାଞ୍ଚଳ ବେକାରି ହାର ୬.୮ ପ୍ରତିଶତ ରହିଛି ଯାହା ୨୦୧୮-୧୯ ପରେ ସବୁଠୁ କମ୍। ୨୦୨୨-୨୩ ଆର୍ଥିକ ବର୍ଷର ସମସ୍ତ ଚାରିଟି ତ୍ରୈମାସିକରେ ଶ୍ରମ ଶକ୍ତିରେ ଅଂଶଗ୍ରହଣ ହାର ମଧ୍ୟ ସର୍ବାଧିକ ସ୍ତରରେ ରହିଥିଲା।
-
ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗାଇଡ୍ଲାଇନ୍ ଜାରି କରିଥିଲେ ମଧ୍ୟ କିଛି ବ୍ୟାଙ୍କ କର୍ପୋରେଟ୍ ଗଭର୍ଣ୍ଣାସ୍ ନିୟମକୁ ବି ଠିକ୍ ଭାବେ ପାଳନ କରୁନାହାନ୍ତି।
-
କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ କରି ଦକ୍ଷ ମାନବ ସମ୍ବଳ ସୃଷ୍ଟି କ୍ଷେତ୍ରରେ ରାଜ୍ୟ ସରକାର ନିଜର ପ୍ରତିବଦ୍ଧତା ଦେଖାଇଛନ୍ତି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଲୋକସେବା ଭବନରେ ‘ଓଡ଼ିଶା ଫର୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି’ ଓ ‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ଫର୍ ୟୁଥ୍’ କାର୍ଯ୍ୟକ୍ରମର ଲୋକାର୍ପଣ କରିଛନ୍ତି।
-
୨୦୧୯ ନିର୍ବାଚନୀ ଇସ୍ତାହାରରେ ୩ ହଜାର ୭୩୧ କିମି ରାସ୍ତା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ୬ ହଜାର ୨୪ କିମି ରାସ୍ତା ନିର୍ମାଣ ହୋଇଛି । ଆଗକୁ ୬ ହଜାର କୋଟି ଟଙ୍କାରେ ୧୫ଶହ ବିଜୁସେତୁ ନିର୍ମାଣ ଲକ୍ଷ୍ୟ ଅଛି । ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଗର ବାର୍ଷିକ ସମୀକ୍ଷା କରିବା ପରେ ରାଜ୍ୟବାସୀଙ୍କୁ ବିଭାଗ ଏପରି ହିସାବ ଦେଇଛି ।
-
ଜମ୍ମୁ କାଶ୍ମୀରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଯିବାବେଳେ ଖାଇକୁ ଖସିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୦ ଜଣ ଆହତ ହୋଇଥିବା ଜଣାପଡିଛି ।
-
ପ୍ୟାରିସ୍ ସେଣ୍ଟ ଜର୍ମେନ୍ର ଖେଳାଳି କାଇଲିନ୍ ଏମ୍ବାପେ ଲିଗ୍-୧ର ଚଳିତ ଋତୁ ପାଇଁ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ପିଏସ୍ଜିକୁ ରେକର୍ଡ ୧୧ ଥର ଫ୍ରେଞ୍ଚ୍ ଟାଇଟଲ୍ ଜିତାଇବା ପରେ ଏମ୍ବାପେ ଲଗାତାର ଚତୁର୍ଥ ଥର ଏହି ପୁରସ୍କାରର ହକ୍ଦାର ହୋଇଛନ୍ତି।
-
ଉତ୍ତର ପ୍ରଦେଶରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ସୋମବାର ଓଡ଼ିଶାକୁ ୪ (୧ ସ୍ବର୍ଣ୍ଣ, ୨ ରୌପ୍ୟ, ୧ କାଂସ୍ୟ) ପଦକ ମିଳିଛି। ଓଡ଼ିଶାର ଦୁଇ ବିଶ୍ବବିଦ୍ୟାଳୟ କିଟ୍ (୨) ଓ ଉତ୍କଳ (୨)ର ଖେଳାଳିମାନେ ଏହି ପଦକ ଜିତିଛନ୍ତି।
-
ମାଂସପେଶୀ ଟାଣି ହୋଇଯିବାରୁ ଅଲିମ୍ପିକ୍ ବିଜେତା ଭାରତୀୟ ଜାଭଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା ଫନି ବ୍ଲାଙ୍କର୍ସ-କୋଏନ ଗେମ୍ସରୁ ଓହରିଯାଇଛନ୍ତି। ଜୁନ୍ ୪ ତାରିଖରେ ଏହି ପ୍ରତିଯୋଗିତା ନେଦରଲାଣ୍ଡ୍ସର ହେଙ୍ଗେଲୋରେ ଅନୁଷ୍ଠିତ ହେବ। ଏହା ଏକ ବିଶ୍ବ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ଗୋଲ୍ଡଡ ଲେବୁଲ୍ ପ୍ରତିଯୋଗିତା ଥିବାରୁ ନୀରଜ ଏଥି ପାଇଁ ପ୍ରସ୍ତୁତି ଚଳାଇଥିଲେ।