-
ରାଜ୍ୟର ୨୩ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଥିବା ବେଳେ ୪୪.୬ ଡିଗ୍ରୀ ସେଲସିୟସ ସହ ସୁବର୍ଣ୍ଣପୁର ଓ ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ପଶ୍ଚିମ ଓଡ଼ିଶାର ସହରଗୁଡ଼ିକ ପ୍ରବଳ ଖରା ଅନୁଭୂତ ହେଉଥିବା ବେଳେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଗୁଳୁଗୁଳି ଅସହ୍ୟ ହୋଇପଡ଼ିଛି।
-
ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନ ଥିଲେ ଏଥର ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଖୀଲାପକାରୀ ଚାଳକଙ୍କୁ ମିଳିବନି ନିସ୍ତାର । ଜୁନ ୨୩ରୁ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। ହାଇ ସିକ୍ୟୁରିଟି ନମ୍ବର ନଥିଲେ ଗାଡ଼ି ବିରୋଧରେ ଇ-ଚାଲାଣ ଜାରି କରାଯିବା ସହ ୫ ହଜାର କିମ୍ବା ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ରାଜ୍ୟ ପରିହନ ବିଭାଗ ପକ୍ଷରୁ କୁହାଯାଇଛି।
-
ଆସନ୍ତା ଜୁଲାଇ ୮ ତାରିଖରେ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ହେବ। ନିର୍ବାଚନ କମିସନ ଆଜି ଏନେଇ ଘୋଷଣା କରିଛନ୍ତି। ପ୍ରାର୍ଥୀମାନେ ଆସନ୍ତାକାଲିଠାରୁ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ସେମାନଙ୍କ ପ୍ରାର୍ଥିପତ୍ର ଦାଖଲ କରିପାରିବେ।
-
ନୂଆଦିଲ୍ଲୀ ସ୍ଥିତ ଓଡ଼ିଆ ବୁଦ୍ଧିଜୀବୀ ଫୋରମ ‘ଦି ଇଣ୍ଟେଲେକ୍ଟସ’ ଆନୁକୂଲ୍ୟରେ ପ୍ରଦାନ କରାଯାଉଥିବା ଓଡ଼ିଆ ସ୍ତମ୍ଭ ସାହିତ୍ୟ ସମ୍ମାନ-୨୦୨୩ର ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି।
-
ନ୍ୟୁ ଜେନେରେସନ ବାଲାଷ୍ଟିକ ମିସାଇଲ ‘ଅଗ୍ନି ପ୍ରାଇମ’ର ସଫଳ ପରୀକ୍ଷଣ ହୋଇଛି । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଓଡିଶା ଉପକୂଳରେ ଥିବା ଅବଦୁଲ କଲାମ ଦ୍ୱୀପରୁ ସଫଳ ପରୀକ୍ଷଣ କରାଯାଇଛି ।
-
ମଧ୍ୟପ୍ରଦେଶରୁ ୧୨ ଲକ୍ଷ ଟଙ୍କାର ଲଙ୍କା ଲୁଟ୍ ଘଟଣା । ବାଲିପାଟଣା ଥାନା ଅନ୍ତର୍ଗତ ବନମାଳିପୁରରେ ଉକ୍ତ ଲଙ୍କା ବୋଝେଇ ଟ୍ରକଟି ଠାବ ହୋଇଛି । ଲଙ୍କା ବେପାରୀ ଏବଂ ମଧ୍ୟପ୍ରଦେଶ ପୁଲିସ୍ ବନମାଳିପୁରରେ ପହଁଞ୍ଚି ଚୋରି ହୋଇଯାଇଥିବା ଲଙ୍କା ବସ୍ତାକୁ ଠାବ କରିଛନ୍ତି ।
-
କାର୍ଯ୍ୟରତ ଗୋମିତ୍ରମାନଙ୍କୁ ପ୍ରାଣିସଂପଦ ବିକାଶ ଅଧିନସ୍ଥ କାର୍ଯ୍ୟାଳୟ ଗୁଡ଼ିକରେ ଖାଲିଥିବା ଆଟେଣ୍ଡାଣ୍ଟ ଗ୍ରୁପ୍-ଡି ପଦବୀରେ ନିଯୁକ୍ତି ଦେବା ନିମନ୍ତେ ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ।
-
ଚଳିତ ବର୍ଷ ଯୁକ୍ତ ଦୁଇ କଳାରେ ୨ ଲକ୍ଷ ୩୦ ହଜାର ୫୪୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ଧନ୍ଦା ମୂଳକ ଶିକ୍ଷାରେ ପରୀକ୍ଷା ଦେଇଛନ୍ତି ୫ ହଜାର ୭୨୦ ଛାତ୍ରଛାତ୍ରୀ ।ଯୁକ୍ତ ଦୁଇ କଳାରେ ପାସ୍ ହାର ୭୮.୮୮ % ରହିଥିବା ବେଳେ ମୋଟ ୧ ଲକ୍ଷ ୮୧ ହଜାର ୮୬୯ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି ।
-
ଚଳିତ ବର୍ଷ ଆରବ ସାଗରରେ ସୃଷ୍ଟି ହୋଇଥିବା ପ୍ରଥମ ବାତ୍ୟା ‘ବିପଯ୍ୟୟ’ ଆରବ ସାଗରରେ ଆହୁରି ଶକ୍ତିଶାଳୀ ହେଉଛି । ଆଗାମୀ ତିନିଦିନ ଭିତରେ ଏହା ଅତି ଭୀଷଣ ବାତ୍ୟାର ରୂପ ନେଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
-
ଅପରିବର୍ତ୍ତିତ ରହିଲା ରେପୋ ରେଟ୍। ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ରେପୋ ରେଟ୍ ୬.୫ ପ୍ରତିଶତରେ ରଖିବାକୁ ଆରବିଆଇର ମନିଟାରୀ ପଲିସି କମିଟି ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି।
-
ଏମ ଏସ ସ୍ୱାମୀନାଥନ କମିଶନ ଅନୁସାରେ ଧାନ ପାଇଁ ଶାଢେ ତିନି ହଜାର ଖର୍ଚ୍ଚ ହେଉଛି। ଏମିତି କି ରାଜ୍ୟ ବିଧାନସଭାର ସର୍ବଦଳୀୟ କମିଟି ୨୯୩୦ ଟଙ୍କା ଦେବାକୁ ଦାବି କରିଥିଲା। ତେଣୁ ଆମେ ଆଶା କରୁଛୁ ଏହାର ପୁନର୍ବାର ବିଚାର କରି ବଢ଼ାଇବେ। ଅନ୍ତତଃ ୨୯୩୦ ଟଙ୍କାରେ ପହଞ୍ଚାଇବେ।
-
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପାଟନାରେ ଡକାଇଥିବା ବିରୋଧୀ ଦଳ ବୈଠକ ଜୁନ୨୩ରେ ଅନୁଷ୍ଠିତ ହେବାକୁ ଯାଉଛି।
-
ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ୧.୮ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ ବ୍ୟାଙ୍କିଙ୍ଗ ସିଷ୍ଟମକୁ ଫେରି ଆସିଛି।
-
ଲକ୍ଷ୍ନୌ କୋର୍ଟ ପରିସରରେ ବୁଧବାର ମୃତ୍ୟୁ ହୋଇଥିବା ଗ୍ୟାଙ୍ଗଷ୍ଟର ସଞ୍ଜିବ ଜିଭାଙ୍କ ପତ୍ନୀ ପାୟଲ ମାହେଶ୍ୱରୀ ସୁପ୍ରିମକୋର୍ଟ ପହଞ୍ଚି, ସେଠାରେ ସେ ନିଜ ସୁରକ୍ଷା ଭିକ୍ଷା କରିଛନ୍ତି।
-
ଦେଶର ୫୦ଟି ନୂଆ ମେଡିକାଲ କଲେଜରେ ୨୦୨୩-୨୪ ଶିକ୍ଷା ବର୍ଷରୁ ଏମ୍ବିବିଏସ୍ ପାଠ୍ୟକ୍ରମ ଆରମ୍ଭ ହେବ। ଓଡ଼ିଶାର କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସରକାରୀ ମେଡିକାଲ କଲେଜ ଓ କଟକ ( ଟାଙ୍ଗୀ) ଠାରେ ନୂତନ ଭାବରେ ସ୍ଥାପନ ହୋଇଥିବା ‘ଡ୍ରିମ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ ହେଲ୍ଥ ସାଇନ୍ସ ଆଣ୍ଡ୍ ହସ୍ପିଟାଲକୁ ଏଥି ପାଇଁ ଅନୁମତି ମିଳିଛି।
-
ବିଶ୍ବର ୫୦ ଜଣ ବୈଜ୍ଞାନିକଙ୍କ ଏକ ଦଳ କହିଛନ୍ତି ଯେ ପ୍ରତି ଦଶନ୍ଧିରେ ୦.୨ ଡିଗ୍ରି ହାରରେ ସମ୍ପ୍ରତି ବିଶ୍ବ ତାପମାତ୍ରା ବୃଦ୍ଧି ପାଉଛି। ୨୦୧୩ରୁ ୨୦୨୨ ପର୍ଯ୍ୟନ୍ତ ମାନବୀୟ କାର୍ଯ୍ୟକଳାପ ଯୋଗୁ ତାପମାତ୍ରା ବୃଦ୍ଧି ପାଇଛି।
-
ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ନିକଟରେ କହିଛନ୍ତି ଯେ, ଏକ ବାସ୍ତବ ଅଧିକାର-ସଚେତନ ସମାଜ ପାଇଁ ନାଗରିକ ସମାଜ ସଂଗଠନଗୁଡ଼ିକ ସହ କୋର୍ଟଗୁଡ଼ିକର ନିରବଚ୍ଛିନ୍ନ ମତବିନିମୟ ଜରୁରୀ।
-
ଇଟାଲୀ ପାର୍ଲାମେଣ୍ଟରେ ଏମ୍ପି ଗିଲ୍ଡା ସ୍ପୋର୍ଟିଏଲ୍ଲୋ ନିଜ ଶିଶୁପୁତ୍ର ଫେଡେରିକୋକୁ ସ୍ତନ୍ୟପାନ କରାଇ ଚର୍ଚ୍ଚାକୁ ଆସିଛନ୍ତି। ଚ୍ୟାମ୍ବର ଅଫ୍ ଡେପୁଟିଜ୍ରେ ନିଜ ପିଲାକୁ କ୍ଷୀର ପିଆଉଥିବାବେଳେ ସବୁ ଦଳର ଏମ୍ପିମାନେ ତାଳିମାରି ତାଙ୍କୁ ଉତ୍ସାହିତ କରିଥିଲେ।
-
ସିଙ୍ଗାପୁରର ଜଣେ ଭାରତୀୟ ମୂଳ ବାସିନ୍ଦା ବରିଷ୍ଠ ମନ୍ତ୍ରୀ ଥର୍ମନ ଶନମୁଗରତ୍ନମ ଗୁରୁବାର ୨୨ ବର୍ଷ ପରେ ସକ୍ରିୟ ରାଜନୀତିରୁ ବାହାରି ଚଳିତ ବର୍ଷ ଶେଷରେ ରାଷ୍ଟ୍ରପତି ନିର୍ବାଚନରେ ଲଢିବାକୁ ଘୋଷଣା କରିଛନ୍ତି।
-
ଦ ଓଭାଲରେ ଅନୁଷ୍ଠିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍(ଡବ୍ଲ୍ୟୁଟିସି) ଫାଇନାଲର ଦ୍ୱିତୀୟ ଦିନରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ।