-
ଇଣ୍ଡିଆ ଟୁଡେ-ସି ଭୋଟର ପକ୍ଷରୁ ହୋଇଥିବା ମୁଡ୍ ଅଫ୍ ଦି ନେସନ୍ ସର୍ଭେରେ ଭାଗ ନେଇଥିବା ୫୨ ପ୍ରତିଶତ ଲୋକ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଛନ୍ତି। ଏମାନେ ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଆଗ୍ରହୀ।
-
ଚନ୍ଦ୍ରରେ ଜଳ ଅଛି କିନା ଓ କେତେ ଜଳ ଅଛି ତାହା ଆମକୁ ଜଣାଇବ ଚନ୍ଦ୍ରଯାନ-୩। ୧୪ ଦିନ ପର୍ଯ୍ୟନ୍ତ ଛଅଚକିଆ ରୋଭର ଚନ୍ଦ୍ରପୃଷ୍ଠ ଉପରେ ପରୀକ୍ଷାନିରୀକ୍ଷା କରିବ। ଉଭୟ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞା ରୋଭରର ଗୋଟିଏ ଚନ୍ଦ୍ର ଦିବସ ବା ପୃଥିବୀର ୧୪ ଦିନର ମିସନ ପରମାୟୁ ରହିଛି। ଚନ୍ଦ୍ରର ଦକ୍ଷିଣମେରୁରେ ଜଳ ଓ ଚନ୍ଦ୍ର ଖଣିଜର ଉପସ୍ଥିତି ନେଇ ରୋଭର ପରୀକ୍ଷାନିରୀକ୍ଷା କରି ଆମକୁ ଜଣାଇବ। ଇସ୍ରୋ ମୁଖ୍ୟ ଏସ୍ ସୋମନାଥ କହିଛନ୍ତି।
-
କରୋନା ମହାମାରୀର ଘାତକ ପ୍ରଭାବରେ ଏସିଆ ମହାଦେଶର ବହୁ ଲୋକ ଉତ୍କଟ ଦାରିଦ୍ର ହୋଇପଡ଼ିଛନ୍ତି। ପ୍ରାୟ ୭ କୋଟି ଲୋକ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯାଇଥିବା ଜଣାପଡ଼ିଛି।
-
ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଅବତରଣ କରିବା ସହ ଭାରତ ଇତିହାସ ରହିଛି। ତେବେ ଚନ୍ଦ୍ରଯାନ-୩ ମିସନ୍ ଶେଷ ହେବା ସହ ଏବେ ସମସ୍ତଙ୍କ ନଜର ଚନ୍ଦ୍ରଯାନ-୪ ଉପରେ।
-
‘୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର’ ଘୋଷଣା କରାଯାଇଛି। ‘ଗଙ୍ଗୁବାଇ କାଠିଆୱାଡି’ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ ପାଇଁ ଆଲିଆ ଭଟ୍ଟଙ୍କୁ ଓ ‘ମିମି’ ଚଳଚ୍ଚିତ୍ର ପାଇଁ କୃତୀ ସାନନ୍ଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ମନୋନୀତ କରାଯାଇଛି। ‘ପୁଷ୍ପା’ ଚଳଚ୍ଚିତ୍ର ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ‘ଶ୍ରେଷ୍ଠ ଅଭିନେତା ପୁରସ୍କାର’ ପ୍ରଦାନ କରାଯିବ।
-
ଫିଚର ଫିଲ୍ମ ବର୍ଗରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ବିବେଚିତ ହୋଇଛି ‘ପ୍ରତୀକ୍ଷା’, ପାଇବ ଜାତୀୟ ପୁରସ୍କାର।
-
ଆସନ୍ତାବର୍ଷ ଜାନୁଆରି ୧ରୁ ୬ଟି ନୂଆ ରାଷ୍ଟ୍ର ବ୍ରିକ୍ସରେ ଯୋଗ ଦେବେ। ଏହି ୬ ରାଷ୍ଟ୍ର ହେଉଛନ୍ତି ଇଜିପ୍ଟ, ଇଥିଓପିଆ, ଇରାନ, ଆର୍ଜେଣ୍ଟିନା, ୟୁଏଇ ଏବଂ ସାଉଦି ଆରବ।
-
ଦିଲ୍ଲୀରେ ଦୁଇ ଦିନିଆ ଜାତୀୟ ସୁରକ୍ଷା ରଣନୀତି (ଏନ୍ଏସ୍ଏସ୍) ସମ୍ମିଳନୀ-୨୦୨୩ ଆରମ୍ଭ ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି।
-
୨୦୨୨ ର ଦ୍ୱିତୀୟ ତ୍ରୈମାସିକ ତୁଳନାରେ ୨୦୨୩ ର ଦ୍ୱିତୀୟ ତ୍ରୈମାସିକରେ ସଡକ ଦୁର୍ଘଟଣାରେ ଓଡିଶାରେ କମିଛି । ସଡକ ଦୁର୍ଘଟଣା ୭.୫୬% ହ୍ରାସ ପାଇଥିବାବେଳେ ମୃତ୍ୟୁହାର ୬.୨୪% ହ୍ରାସ ପାଇଛି।
-
ବିଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟର କୃଷିରେ ଉଲ୍ଲେଖନୀୟ ବିକାଶ ଘଟିଛି । ଖାଦ୍ୟଶସ୍ୟରେ ଏକ ନିଅଣ୍ଟିଆ ରାଜ୍ୟରୁ ଓଡ଼ିଶା ଆଜି ବଳକା ରାଜ୍ୟରେ ପରିଣତ ହୋଇଛି ।
-
ଅନୁଗୁଳ ଜିଲ୍ଲା ବନ୍ତଳା ଠାରେ ନୂତନ ଭାବେ ସ୍ଥାପିତ ଅଗ୍ନିଶମ ସେବା କେନ୍ଦ୍ର ପାଇଁ ବିଭିନ୍ନ ବର୍ଗର ୧୫ଟି ପଦବୀକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି ।
-
ଭାରତର ୧୮ ବର୍ଷିୟ ଆର୍ ପ୍ରଜ୍ଞାନନ୍ଦ ଚେସ୍ ବିଶ୍ୱକପ୍ରେ ରନର୍ସ ଅପ୍ – ରଚିଲେ ଇତିହାସ।
-
ବାୟୁସେନା କିଣିବ ୮୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ୧୦୦ରୁ ଅଧିକ ଏଲସିଏ ମାର୍କ-୧ ଯୁଦ୍ଧ ବିମାନ।
-
ସେପ୍ଟେମ୍ବରରେ ଲଞ୍ଚ ହେବ ମିଶନ ସୂର୍ଯ୍ୟ ‘ଆଦିତ୍ୟ ଏଲ-୧’। ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ ସୋମନାଥ । ବହୁପ୍ରତୀକ୍ଷିତ ମୁନ୍ ମିଶନ ‘ଚନ୍ଦ୍ରଯାନ-୩’ର ସଫଳ ଲ୍ୟାଣ୍ଡିଂ ପରେ ମିଶନ ଆଦିତ୍ୟ ଏଲ-୧ ଲଞ୍ଚ କରାଯିବା ନେଇ ସମ୍ଭାବିତ ସମୟ ଘୋଷଣା କରିଛି ଇସ୍ରୋ ।
-
କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା (ସିଏସ୍ଏସ୍) ଏବଂ କେନ୍ଦ୍ରୀୟ ଯୋଜନା ଅର୍ଥ ଖର୍ଚ୍ଚରେ ବିଭାଗୀୟ ଅଧିକାରୀମାନେ ଆନ୍ତରିକତା ଦେଖାଉ ନାହାନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଅର୍ଥ ଖର୍ଚ୍ଚ ନେଇ ବିଭିନ୍ନ ପ୍ରକାର କଟକଣା ରହିଥିବାରୁ ରାଜ୍ୟ ପ୍ରଶାସନିକ ଅଧିକାରୀମାନେ ସେଥିପ୍ରତି ଗୁରୁତ୍ବ ଦେଉ ନାହାନ୍ତି।
-
ଗିରଫ ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ଫ ଜାମିନ୍ରେ ଆସିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ବଦଳାଇବାକୁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା ।
-
୨୬ ତାରିଖରେ ଉତ୍ତର ଉପକୂଳ ଏବଂ ଦକ୍ଷିଣ ଓଡିଶାର ୧୭ଟି ଜିଲାରେ ଘଡଘଡି ଓ ବିଜୁଳି ସହିତ ବର୍ଷା ହେବ । ୨୭ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ କମିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର ।
-
ସମାଜର ନିମ୍ନ ଆୟବର୍ଗର ଗ୍ରାହକମାନଙ୍କୁ ସ୍ବଳ୍ପ ପରିମାଣର ଅଣୁ ଋଣ ପ୍ରଦାନ କରିବାରେ ମାଇକ୍ରୋଫାଇନାନ୍ସ ସଂସ୍ଥା (ଏମ୍ଏଫ୍ଆଇ) ବ୍ୟାଙ୍କଗୁଡ଼ିକୁ ପଛରେ ପକାଇ ଦେଇଛନ୍ତି।
-
ଚଳିତ ମାସ ୨୯ରେ ଆସିବ ଦେଶର ୧୦୦% ଇଥାନଲ୍ ଚାଳିତ କାର୍। ସେଥିରେ ଇନ୍ଧନ ଭାବେ ଇଥାନଲ୍କୁ ବ୍ୟବହାର କରାଯିବ। ଟୟୋଟା ଏହି ଗାଡ଼ି ବିକାଶ କରିଥିବା କୁହାଯାଉଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ ଗାଡ଼ିକୁ ଉନ୍ମୋଚନ କରିବେ।
-
ଭାରତୀୟ ଚେସ୍ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦ ଫିଡେ ଚେସ୍ ବିଶ୍ବକପ୍ରେ ଉପବିଜେତା ହୋଇଛନ୍ତି। ଗୁରୁବାର ଆଜରବୈଜାନର ବକୁରେ ଖେଳାଯାଇଥିବା ନିର୍ଣ୍ଣାୟକ ଟାଇବ୍ରେକର ଶେଷରେ ବିଶ୍ବ ୧ ନମ୍ବର ମାଗ୍ନସ୍ କାର୍ଲସେନ୍ ୨.୫-୧.୫ରେ ପ୍ରଜ୍ଞାନନ୍ଦଙ୍କୁ ପରାଜିତ କରି ପ୍ରଥମ ଥର ବିଶ୍ବକପ୍ ଏବଂ ପଞ୍ଚମ ଥର ବିଶ୍ବ ମୁକୁଟ ହାତେଇଛନ୍ତି।