-
ଜି-୨୦ ନେତାଙ୍କ ଶିଖର ସମ୍ମିଳନୀରେ ଯୋଗ ଦେବା ନିମନ୍ତେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଆଗାମୀ ସେପ୍ଟେମ୍ବର ୭ରୁ ୧୦ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିବେ ବୋଲି ହ୍ବାଇଟ୍ ହାଉସ୍ ଜାରି କରିଥିବା ‘ପ୍ରେସ୍ ରିଲିଜ୍’ରେ ଉଲ୍ଲେଖ ଅଛି।
-
ଏଥରର ପ୍ରବଳ ବର୍ଷା ଓ ବନ୍ୟାରେ ଏହାର ବ୍ୟାପକ କ୍ଷତି ଘଟିଛି। ପ୍ରାୟ ୩୦୦ ଲୋକଙ୍କର ମୃତ୍ୟୁ ହେବା ସହ ୧୦ ହଜାର ଘରେ ଫାଟ ସୃଷ୍ଟି ହୋଇଛି। ପାହାଡ଼ର ରାଣୀ ଭାବରେ ଜଣାଶୁଣା ଶିମଳା ପ୍ରତି ବିପଦ ବଢ଼ିବାରେ ଲାଗିଛି।
-
୧୪୦ କୋଟି ଭାରତୀୟଙ୍କ ଶୁଭେଚ୍ଛା ନେଇ ଚନ୍ଦ୍ରର ଦକ୍ଷିଣମେରୁରେ ନରମ ଅବତରଣ କରି ଇତିହାସ ରଚନା କରିବାକୁ ଯାଉଛି ଚନ୍ଦ୍ରଯାନ-୩। ସାରା ବିଶ୍ବରେ ଏହାକୁ ନେଇ ଉତ୍କଣ୍ଠା।
-
ସୁପ୍ରିମକୋର୍ଟରେ ଆଜି ସାଂସଦ ଫୈଜଲଙ୍କୁ ଶକ୍ତ ଝଟ୍କା ଲାଗିଛି। ଫୈଜଲଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବା ସଂକ୍ରାନ୍ତ କେରଳ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି ଏବଂ ୬ ସପ୍ତାହ ମଧ୍ୟରେ ଲାକ୍ଷାଦ୍ବୀପ ସାଂସଦଙ୍କ ଦଣ୍ଡାଦେଶ ମାମଲାରେ ନିଷ୍ପତ୍ତି ନେବାପାଇଁ କୋର୍ଟ କେରଳ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
-
ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ୧୭ ବର୍ଷର ପୁଅ ନିଜ ମାଆ ତାଙ୍କ ମୋବାଇଲ ଫୋନରେ କାହାକୁ ମେସେଜ ପଠାଉଥିବା ଦେଖି ତାଙ୍କ ଚରିତ୍ରକୁ ସନ୍ଦେହ କରି କୁରାଢ଼ିରେ ହାଣି ହତ୍ୟା କରିଛି।
-
କରୋନାରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ରୋଗୀ ହସ୍ପିଟାଲରୁ ଡିସଚାର୍ଜ ହେବାପରେ ମଧ୍ୟ ଦୀର୍ଘ ଦିନ ପର୍ଯ୍ୟନ୍ତ କରୋନା ପରବର୍ତ୍ତୀ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଜଣାପଡ଼ିଛି ଯେ ୬.୫ ପ୍ରତିଶତ କରୋନା ରୋଗୀଙ୍କର ହସ୍ପିଟାଲରୁ ଡିସଚାର୍ଜ ହେବାର ବର୍ଷକ ମଧ୍ୟରେ ମୃତ୍ୟୁ ହୋଇଛି।
-
ମାଧ୍ୟମିକ ଶିକ୍ଷାର ସୁଦୃଢ଼ୀକରଣ ପରେ ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାର ନବକଳେବର କରିବାକୁ ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ଗଣଶିକ୍ଷା ବିଭାଗ ଅଧୀନରେ ଖୁବ୍ ଶୀଘ୍ର ୨୦ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇବେ ।
-
ଚିଲିକା ସମେତ ୬ଟି ବ୍ଲକ୍ରେ ପାନୀୟ ଜଳ ସମସ୍ୟା ଦୂର କରିବ ୯୨୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ବୃହତ ପାଇପ୍ ପାଣି ପ୍ରକଳ୍ପ । ସେହିପରି ୩୫ କୋଟି ଟଙ୍କା ବ୍ୟୟରେ ମତ୍ସ୍ୟଜୀବୀଙ୍କ ପାଇଁ ପ୍ରତିଷ୍ଠା ହେବ ଫିସ୍ ଲ୍ୟାଣ୍ଡିଂ ସେଣ୍ଟର ।
-
ମା’ ଉଗ୍ରତାରା ଏବଂ ମା’ ଭଗବତୀଙ୍କ ପୀଠର ବିକାଶ ପାଇଁ ୧୯ କୋଟି ଟଙ୍କା ଲେଖାଏଁ ବ୍ୟୟ କରାଯିବ । ଏହି ଗସ୍ତ ଅବସରରେ ୫-ଟି ସଚିବ ଟାଙ୍ଗୀର କାଳୁପଡ଼ା ଘାଟ ଏବଂ ଚିଲିକା ସ୍ଥିତ ସୋରଣା ଠାରେ ୩୫ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଫିସ୍ ଲ୍ୟାଣ୍ଡିଂ ସେଣ୍ଟର, ବାଣପୁର ଠାରେ ୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ନୂଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ବାଣପୁର ଓ ବାଲୁଗାଁ ଠାରେ ୧୨ କୋଟି ଟଙ୍କା ବ୍ୟୟରେ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ୍ ନିର୍ମାଣ କାମର ଅଗ୍ରଗତି ସମୀକ୍ଷା କରିଥିଲେ ।
-
ଜିମ୍ବାୱେର ପୂର୍ବତନ ପ୍ରଖ୍ୟାତ କ୍ରିକେଟ୍ ଅଲ୍ରାଉଣ୍ଡର୍ ହିଥ୍ ଷ୍ଟ୍ରିକ୍ଙ୍କର ଦେହାନ୍ତ ଘଟିଛି। କ୍ୟାନସରରେ ପୀଡିତ ହୋଇ ଦୀର୍ଘ ଦିନ ହେଲା ଚିକିତ୍ସାଧୀନ ଥିଲେ। ହିଥ ଷ୍ଟ୍ରିକ୍ଙ୍କର ମାତ୍ର ୪୯ ବର୍ଷ ବୟସରେ ପରଲୋକ ହୋଇଛି । ସେ ଦକ୍ଷିଣ ଆଫ୍ରିକାରେ ଚିକିତ୍ସିତ ହେଉଥିଲେ।
-
ସାରଦା ଚିଟ୍ଫଣ୍ଡ ଠକେଇ ମାମଲାରେ ବାଲେଶ୍ୱରର ସ୍ୱତନ୍ତ୍ର ଓପିଆଇଡି କୋର୍ଟ ବଡ଼ ରାୟ ଶୁଣାଇଛନ୍ତି। ସାରଦା ରିୟଲିଟି ଇଣ୍ଡିଆ ଲିମିଟେଡ଼ କମ୍ପାନିର ରାଜ୍ୟ ସଂଯୋଜକ ବିଚିତ୍ରାନନ୍ଦ ଦାସ ଓ ବାଲେଶ୍ଵର ଶାଖାର ମ୍ୟାନେଜର ବାସୁଦେବ ସାମଲଙ୍କୁ ୫ ବର୍ଷ ଲେଖାଏଁ ଦଣ୍ଡାଦେଶ ପ୍ରଦାନ କରିଛନ୍ତି ସ୍ୱତନ୍ତ୍ର ଓପିଆଇଡି କୋର୍ଟର ଜଜ ବିଶ୍ୱଜିତ ଦାସ।
-
ଅନୁଗୁଳ DIG ବ୍ରିଜେଶ ରାୟଙ୍କୁ ବଦଳି କରାଯାଇଛି। ବ୍ରିଜେଶ ରାୟଙ୍କୁ କଟକ ସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି ରାଜ୍ୟ ସରକାର। ଏନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
-
ନର୍ସ ପଦବୀ ପୂରଣ ପାଇଁ ବାଟ ଫିଟିଲା। ନିଯୁକ୍ତି ପ୍ରକ୍ରିୟା ଉପରେ ଥିବା ଅନ୍ତରୀଣ ନିର୍ଦ୍ଧେଶରେ ପରିବର୍ତ୍ତନ କରିଛନ୍ତି ହାଇକୋର୍ଟ। ହାଇକୋର୍ଟ ମେ’ ୧ ର ଅନ୍ତରୀଣ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି ।
-
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମକର ଦାସଙ୍କ ଆଜି ପରଲୋକ ଘଟିଛି। ୯୯ ବର୍ଷୀୟ ଶ୍ରୀ ଦାସ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ କଟକ ଏସ୍.ସି.ବି ମେଡିକାଲ କଲେଜ ଓ ହସ୍ପିପିଟାଲରେ ଚିକିତ୍ସାଧିନ ଥିବା ବେଳ ଆଜି ସକାଳ ୬.୪୦ ମିନିଟରେ ଇହଲୀଳା ସମ୍ବରଣ କରିଛନ୍ତି ।
-
ଜଙ୍ଗଲ ନିଆଁ ଗ୍ରୀସ ଏବଂ ସ୍ପେନର ଚିନ୍ତା ବଢ଼ାଇ ଦେଇଛି। ସ୍ପେନର କେନରି ଦ୍ବୀପରେ ଥିବା ଟେନରିଫ ଜଙ୍ଗଲ ଏବଂ ତୁର୍କୀ ସୀମା ନିକଟରେ ଥିବା ଗ୍ରୀସ୍ ଗତ ଚାରି ଦିନ ହେଲା ଜଳୁଛି। ଜଙ୍ଗଲରେ ଫସି ରହିଥିବା କିଛି ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏହି ନିଆଁ ଗ୍ରୀସ୍ ଜଙ୍ଗଲରେ ୨୦ ଜଣ ପ୍ରବାସୀଙ୍କ ଜୀବନ ନେଇଛି। ମଙ୍ଗଳବାର ଏମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି।
-
ଡମପଡା ଦୁଲଣାପୁରର ପୂର୍ବତନ ସରପଞ୍ଚ ସୁନିଲ ସାହୁଙ୍କ ଘରେ ରେଡ୍ ଚାଲିଛି। ମନରେଗା ଦୁର୍ନୀତି ଅଭିଯୋଗରେ ରେଡ୍ କରୁଛି ଭିଜିଲାନ୍ସ । ତୁଳସୀପୁର ସ୍ଥିତ ପେଟ୍ରୋଲ ପମ୍ପରେ ମଧ୍ୟ ଚାଲିଛି ରେଡ୍ । ମନରେଗା ଦୁର୍ନୀତି ନେଇ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ପରେ ଏହି ରେଡ୍ ଚାଲିଛି।
-
କେନ୍ଦ୍ର ସରକାରଙ୍କ ପକ୍ଷରୁ କଲିକତା ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ପ୍ରକାଶ ଶ୍ରୀବାସ୍ତବଙ୍କୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି
-
କେନ୍ଦ୍ର ସରକାର ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେଶନ ଡେପୁଟି ଇନ୍ସପେକ୍ଟର ଜେନେରାଲ (ଡିଆଇଜି) ମୋହିତ ଗୁପ୍ତାଙ୍କ କାର୍ଯ୍ୟକାଳ ଆସନ୍ତା ବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
-
କଲିକତା ହାଇକୋର୍ଟ କହିଛନ୍ତି ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୪୯୮-ଏ ର ଅପବ୍ୟବହାର କରି ମହିଳାମାନେ ଏକ ଉପାୟରେ ଆଇନଗତ ଆତଙ୍କବାଦ ବିସ୍ତାର କରିଛନ୍ତି।
-
ଏଲଓସି ନିକଟରେ ଆତଙ୍କବାଦୀ ପ୍ରବେଶକୁ ପଣ୍ଡ କରିଛନ୍ତି ସୁରକ୍ଷା ବାହିନୀ। ସୂଚନା ଅନୁସାରେ, ପୁଞ୍ଚ ଜିଲାର ବାଲାକୋଟ ସେକ୍ଟରରେ ଲାଇନ ଅଫ କଣ୍ଟ୍ରୋଲ (ଏଲଓସି)ରେ ଭାରତୀୟ ସେନା ୨ଜଣ ଆତଙ୍କବାଦୀଙ୍କୁ ଗୁଳି କରିଛନ୍ତି। ସେମାନଙ୍କ ନିକଟରୁ ସୁରକ୍ଷାବାହିନୀ ଗୋଟିଏ ଏକେ ୪୭, ୩୦ ରାଉଣ୍ଡ ଗୁଳି, ଦୁଇଟି ହ୍ୟାଣ୍ଡ ଗ୍ରେନେଡ ଏବଂ ଗୁଳି ଜବତ ହୋଇଥିବା ଜଣାପଡ଼ିଛି।