-
ଚନ୍ଦ୍ର ମିଶନର ସଫଳତା ପରେ ଏବେ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ)ର ନଜର ସୂର୍ଯ୍ୟ ଉପରେ । ସୂର୍ଯ୍ୟର ରହସ୍ୟ ଅଧ୍ୟୟନ ପାଇଁ ଇସ୍ରୋ ସମ୍ଭବତଃ ଆସନ୍ତା ସେପ୍ଟେମ୍ବର ୨ରେ ଆଦିତ୍ୟ ମିଶନ ଏଲ୍-୧ ଲଞ୍ଚ ପାଇଁ ପ୍ରସ୍ତୁତି କରୁଛି ।
-
ଉଷୁନା ଚାଉଳ ରପ୍ତାନି ଉପରେ କେନ୍ଦ୍ର ସରକାର ୨୦ ପ୍ରତିଶତ ରପ୍ତାନି ଶୁଳ୍କ ଲଗାଇଛନ୍ତି। ଦେଶରେ ପର୍ଯ୍ୟାପ୍ତ ପରିମାଣରେ ସ୍ଥାନୀୟ ଷ୍ଟକ୍ ବଜାୟ ରଖିବା ଏବଂ ଘରୋଇ ଦରକୁ ନିୟନ୍ତ୍ରଣରେ ରଖିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି।
-
୧୪ ଦିନିଆ ଚନ୍ଦ୍ରୟାନ-୩ ମିଶନରେ, ରୋଭର୍ ପ୍ରଜ୍ଞାନ ହାତରେ ଆଉ ୧୨ ଦିନ ସମୟ । ଅତିକ୍ରମ କରିଛି ମାତ୍ର ୮ ମିଟର ବାଟ l କେମିତି ଅଛି ଜହ୍ନ ରାଇଜ ? ବୁଲି ଦେଖୁଛି ପ୍ରଜ୍ଞାନ, ଖୋଜୁଛି ପାଣିର ସନ୍ଧାନ l
-
୨୦୨୧ରେ ସ୍ଥାପିତ ‘ଜେପ୍ଟୋ’ ଏବେ ୧୧,୫୫୬ କୋଟି ଟଙ୍କାର କମ୍ପାନି ବୋଲି ‘ଡିଏନ୍ଏ’ ରିପୋର୍ଟ କରିଛି। ଆଦିତ ପାଲିଚା ଓ କୈବଲ୍ୟ ଭୋରାଙ୍କଦ୍ବାରା ସ୍ଥାପିତ ଏହି କମ୍ପାନି ବର୍ଷ ୨୦୨୩ରେ ଦେଶର ପ୍ରଥମ ‘ୟୁନିକର୍ଣ୍ଣ’ର ମାନ୍ୟତା ପାଇଛି।
-
ଚଳିତ ବର୍ଷଠାରୁ ଦଶମ ଛାତ୍ରଛାତ୍ରୀଙ୍କୁ ମିଳିବ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’, ରାଜ୍ୟସ୍ତରରେ ଶ୍ରେଷ୍ଠ ୧୦୦ ଛାତ୍ରଛାତ୍ରୀଙ୍କୁ ୫୦ ହଜାର, ଜିଲ୍ଲାସ୍ତରରେ ଶ୍ରେଷ୍ଠ ୩ ହଜାର ଜଣଙ୍କୁ ୧୦ ହଜାର ଓ ପ୍ରତି ବ୍ଲକରେ ଶ୍ରେଷ୍ଠ ୧୦୦ ଜଣଙ୍କୁ ୫ ହଜାର ଟଙ୍କା ଲେଖାଏଁ ମିଳିବ l
-
ରାଜ୍ୟ ପୋଲିସ୍ ସେବା, ଅଗ୍ନିଶମ ସେବା, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ସେବା ଏବଂ କାରାଗାର ଓ ସଂସ୍କାର ସେବାର ୭୪ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ସେମାନଙ୍କ ଉଲ୍ଲେଖନୀୟ, ବିଶିଷ୍ଟ ସେବା ଓ ସାହସିକତା ପାଇଁ ପଦକ ପ୍ରଦାନ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ l
-
'ଚନ୍ଦ୍ରାୟାନ ୩’କୁ ନେଇ ହେବ ଫିଲ୍ମ, ଘୋଷଣା କଲେ ‘ମିଶନ ମଙ୍ଗଳ’ର ନିର୍ଦ୍ଦେଶକ ଜଗନ ଶକ୍ତି l ମିଶନ ମଙ୍ଗଳୟାନରେ ଅଭିନୟ କରିଥିବା ସମସ୍ତ କଳାକାର ଏହି ଫିଲ୍ମରେ ରହିବେ।
-
ଗଞ୍ଜାମ ଜିଲ୍ଲା ଗସ୍ତରେ ୫ଟି ସଚିବ, ୧୮୦ କୋଟି ଟଙ୍କା ବ୍ୟୟରେ ରଙ୍ଗେଇଲୁଣ୍ଡା, ଛତ୍ରପୁର ମେଗା ପାଇପ୍ ଜଳ ପ୍ରକଳ୍ପର ହେବ ଶୁଭାରମ୍ଭ l ଜୁଲାଇ ୨୦୨୫ ସୁଦ୍ଧା ହେବ ସମାପ୍ତ l
-
ଆମେରିକୀୟ ଡଲାର ତୁଳନାରେ ପାକିସ୍ତାନ ଟଙ୍କା ହେଲା ବେଶ ଦୁର୍ବଳ, ୩୦୦ ଟଙ୍କା ଟପିଲା ଡଲାର ଦାମ୍ l
-
ଗଗନଯାନ ମିସନ୍ ଅନ୍ତର୍ଗତ ଭାରତ ମହାକାଶକୁ ମହିଳା ରୋବଟ ‘ବ୍ୟୋମମିତ୍ର’ ପଠାଇବ। କେନ୍ଦ୍ର ବିଜ୍ଞାନ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଏନ୍ଡିଟିଭି ଜି୨୦-କନକ୍ଲେଭ୍କୁ ଏକ ସାକ୍ଷାତକାର ଦେଇ ଆଜି ଏହା କହିଛନ୍ତି।
-
ଶୁକ୍ରବାର ଦିନ ପଞ୍ଜାବର ହୋସିଆର୍ପୁର ଅଞ୍ଚଳରେ ଧକ୍କା ଦେଇଥିବା ଟ୍ରାକ୍ଟର୍କୁ ଗୋଟାଏ ଟ୍ରକ୍ ପ୍ରାୟ ୫୦୦ ମିଟର୍ ଦୂରକୁ ଟାଣି ନେବାରୁ ଟ୍ରାକ୍ଟର୍ ଚକାରେ ଲାଖି ରହିଥିବା ଟ୍ରାକ୍ଟର୍ ଡ୍ରାଇଭର୍ଙ୍କ ଶବ ଖଣ୍ଡ ବିଖଣ୍ଡ ହୋଇ ରାସ୍ତାରେ ଛିଟିକି ପଡ଼ିଥିବା କଥା ପୁଲିସ କହିଛି।
-
ଆଦାନି-ହିଣ୍ଡେନବର୍ଗ ମାମଲାର ତଦନ୍ତ ରିପୋର୍ଟ ଶୁକ୍ରବାର ସୁପ୍ରିମକୋର୍ଟରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଦାଖଲ କରିଛି। ସୁପ୍ରିମକୋର୍ଟକୁ ସେବି ଦେଇଥିବା ସୂଚନା ମୁତାବକ ୨୪ଟି ତଦନ୍ତ ମଧ୍ୟରୁ ୨୨ଟି ଚୂଡ଼ାନ୍ତ ହୋଇଥିବାବେଳେ ୨ଟି ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯାଇଛି। ୨୨ଟି ଚୂଡ଼ାନ୍ତ ରିପୋର୍ଟ ସହିତ ଗୋଟିଏ ଅନ୍ତରୀଣ ରିପୋର୍ଟକୁ ଉପଯୁକ୍ତ କର୍ତ୍ତୃପକ୍ଷ ମଞ୍ଜୁରି ଦେଇଛନ୍ତି।
-
ଆମେରିକୀୟ ଡଲାର ତୁଳନାରେ ପାକିସ୍ତାନ ଟଙ୍କା ବେଶ ଦୁର୍ବଳ ହୋଇପଡ଼ିଛି। ଏକ ଡଲାର ଦାମ୍ ୩୦୦ ପାକିସ୍ତାନୀ ଟଙ୍କାରୁ ଅଧିକ ହୋଇଛି। ଶୁକ୍ରବାର ଡଲାର ଦାମ୍ ୩୦୧ ପାକିସ୍ତାନୀ ଟଙ୍କାରେ ବନ୍ଦ ହୋଇଛି।
-
ନ୍ଦ୍ରଯାନ-୩ର ସଫଳତା ପରେ ଏବେ ଭାରତ ନିଜର ଆଗାମୀ ମହାକାଶ ମିଶନକୁ ନେଇ ବେଶ ଉତ୍ସାହିତ ରହିଛି। ବିଶ୍ବର ପ୍ରଥମ ଦେଶ ଭାବେ ଭାରତ ଚନ୍ଦ୍ରର ସବୁଠୁ କଠିନ ଅଞ୍ଚଳରେ ଚନ୍ଦ୍ରଯାନକୁ ଅବରତଣ କରାଇବାରେ ସଫଳ ହୋଇଛି।
-
ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଓଡ଼ିଶା ଆଉ ଏକ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି। ଏକଦା ଭୋକର ଭୂଗୋଳ ଭାବେ ପରିଚିତ ଆଦିବାସୀ ଅଧ୍ୟଷିତ କଳାହାଣ୍ଡି ଜିଲ୍ଲାବାସୀ ବିମାନରେ ବସିବାର ସୁଯୋଗ ପାଇବେ। ଜିଲ୍ଲାର ଉତ୍କେଲା ବିମାନବନ୍ଦରରୁ ଆସନ୍ତା ୩୧ ତାରିଖରୁ ବିମାନ ଚଳାଚଳ ଆରମ୍ଭ ହେବ
-
ୱାର୍ଲଡ ରେସ୍ଲିଂ ଏଣ୍ଟରଟେନମେଣ୍ଟ ( WWE ) ଷ୍ଟାର ରେସ୍ଲର ୱିଣ୍ଡହେମ ରୋଟୁଣ୍ଡାଙ୍କ ହୃଦଘାତରେ ହେଲା ପରଲୋକ l
-
ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ା ଆସନ୍ତା ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଆୟୋଜିତ ହେବ। ଏଥିରେ ଭାରତରୁ ମୋଟ ୬୩୪ଜଣ କ୍ରୀଡ଼ାବିତ୍ ୩୮ ଗୋଟି କ୍ରୀଡ଼ା ଶୃଙ୍ଖଳାରେ ଅଂଶଗ୍ରହଣ କରିବେ।
-
ୟୁପିଆଇ ଲାଇଟରେ ବିନା ଇଣ୍ଟରନେଟ୍ରେ ୫୦୦ଟଙ୍କା ଯାଏଁ କରିପାରିବେ ପେମେଣ୍ଟ, ନିର୍ଦ୍ଦେଶାନାମା ଜାରି କଲା ଆରବିଆଇ ।
-
ଏସିଏମ୍ଇ ଗ୍ରୁପ୍ ପକ୍ଷରୁ ଟାଟା ଷ୍ଟିଲ୍ ଏସ୍ଇଜେଡ୍ର ଗୋପାଳପୁର ଶିଳ୍ପ ପାର୍କରେ ଗ୍ରିନ୍ ହାଇଡ୍ରୋଜେନ୍ ପ୍ରକଳ୍ପ ସ୍ଥାପନ କରାଯିବ ।
-
ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଆସନ୍ତା ସେପ୍ଟେମ୍ବର ୨ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍କୁ ଅମ୍ପାୟାର ଭାବେ ଇଂଲଣ୍ଡର ରିଚାର୍ଡ ଏଲିଙ୍ଗୱର୍ଥ ଓ ଶ୍ରୀଲଙ୍କାର ରୁଚିରା ପାଲିୟାଗୁରୁ ପରିଚାଳନା କରିବେ।