- 
	
ଭାରତର ତୃତୀୟ ଚନ୍ଦ୍ର ମିସନ – ଚନ୍ଦ୍ରଯାନ-୩ର ସ୍ବାସ୍ଥ୍ୟ ଠିକ୍ଠାକ୍ ଅଛି ଏବଂ ଏହାକୁ ଚନ୍ଦ୍ରର ଅଧିକ ନିକଟତର କରି ୧୦୦ କିମି ବୃତ୍ତାକାର କକ୍ଷପଥକୁ ଆଣିବା ଏକ ଜଟିଳ ପର୍ଯ୍ୟାୟ ବୋଲି ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଅଧ୍ୟକ୍ଷ ଏସ୍ ସୋମନାଥ ସୋମବାର କହିଛନ୍ତି।
	 
	- 
	
ବିରୋଧୀଙ୍କ ବିତର୍କ ଏବଂ ବିରୋଧ ମଧ୍ୟରେ ବିବାଦୀୟ ଦିଲ୍ଲୀ ସର୍ଭିସ ସଂଶୋଧନ ବିଲ୍ ରାଜ୍ୟସଭାରେ ଗୃହୀତ ହୋଇଛି। ବିଲ୍ ସପକ୍ଷରେ ୧୩୧ ଏବଂ ବିପକ୍ଷରେ ୧୦୨ଟି ଭୋଟ୍ ମିଳିଛି। ଏହା ପୂର୍ବରୁ ଗତ ଗୁରୁବାର ଦିନ ଲୋକସଭାରେ ଏହି ବିଲ୍ ଗୃହୀତ ହୋଇଥିଲା।
	 
	- 
	
ପଂଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ରାୟ ପରେ ହିଂସା ପ୍ରବଣ ନୁହ ଜିଲ୍ଲାର ମେୱତରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାପାଇଁ ଡେପୁଟି କମିସନର ଧୀରେନ୍ଦ୍ର ଖଡ଼ଗଟା ଅଧିକାରୀଙ୍କୁ କହିଛନ୍ତି।
	 
	- 
	
ଗଦର ଭାବରେ ଲୋକପ୍ରିୟ ଭାରତୀୟ କବି, ଗାୟକ ଓ ସାମାଜିକ କାର୍ଯ୍ୟକର୍ତ୍ତା ଗୁମାଦି ବିଠଲ ରାଓଙ୍କର ରବିବାର ୭୭ ବର୍ଷ ବୟସରେ ପରଲୋକ ଘଟିଛି।
	 
	- 
	
ମଧୁବାବୁ ପେନସନ୍ ଯୋଜନାରେ ସାମିଲ ହେଲେ ଆଉ ୪ ଲକ୍ଷ ୧୩ ହଜାର ହିତାଧିକାରୀ l ହିତାଧିକାରୀ ସେମାନଙ୍କ ପ୍ରଥମ ପେନସନ ଅଗଷ୍ଟ ୧୫ ତାରିଖ ପାଇବେ।
	 
	- 
	
-ଖୁବ୍ଶୀଘ୍ର କଳାହାଣ୍ଡିରୁ ଉଡ଼ିବ ବିମାନ। ଉତ୍କେଲାରୁ ବିମାନ ଉଡ଼ିବା ନେଇ ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ (ଡଜିସିଏ) କଲେ ଅନୁମତି ପ୍ରଦାନ l
	 
	- 
	
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବାଲେଶ୍ବରର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ବର ମନ୍ଦିରର ରୂପାନ୍ତର ନିମନ୍ତେ  ୧୫ କୋଟି ୫୮ ଲକ୍ଷ ଟଙ୍କା ମଞ୍ଜୁର କଲେ l
	 
	- 
	
ମଣିପୁର ହିଂସା ପାଇଁ ୩ ଜଣିଆ ବିଚାର ବିଭାଗୀୟ କମିଟି ଗଠନ, ତଦନ୍ତ କରିବ ୪୨ SIT ଟିମ୍
	 
	- 
	
୨୦୨୬ ସୁଦ୍ଧା ଭୂଟାନ ଦେଶ ସହ ସଂଯୋଗ ହେବ ରେଳଲାଇନ୍ l ଏହି ରେଳ ଲାଇନ୍ ଭୁଟାନର ଗେଲେଫୁ ଓ ଭାରତର ଆସାମର କୋକ୍ରାଝରକୁ ସଂଯୋଗ କରିବ ।
	 
	- 
	
ପୁଡ଼ୁଚେରି ସରକାରଙ୍କ ପକ୍ଷରୁ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଛି।
	 
	- 
	
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକ ସଭାରେ ଅନାସ୍ଥା ପ୍ରସ୍ତାବ ଉପରେ କରିବେ ଆଲୋଚନା । ୧୦ ତାରିଖ ପର୍ଯ୍ୟନ୍ତ ଲୋକ ସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ହେବ ଆଲୋଚନା।
	 
	- 
	
ଭାରତୀୟ ବଂଶୋଦ୍ଭବ ବୈଭବ ତନେଜା ଟେସଲାର ମୁଖ୍ୟ ଆର୍ଥିକ ଅଧିକାରୀ (ସିଏଫ୍ଓ) ଭାବରେ ହେଲେ ନିଯୁକ୍ତ l
	 
	- 
	
ଇଟାଓ୍ବାର ଭାଜପା ଏମ୍ପି ରାମଶଙ୍କର କାଠେରିଆଙ୍କୁ ଜିଲା ଜଜ କୋର୍ଟ ଆଗ୍ରାଠାରୁ ବଡ଼ ଆଶ୍ୱସ୍ତି ମିଳିଛି। ଏମ୍ପି ଏମ୍ଏଲେ କୋର୍ଟ ଆଗ୍ରାର ଦଣ୍ଡାଦେଶ ଆଦେଶ ଉପରେ ରୋକ ଲଗାଇଛନ୍ତି।
	 
	- 
	
ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ଶୁଭାଶିଷ ତାଳପତ୍ର l ସେ ଆସନ୍ତା ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବେ ।
	 
	- 
	
ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଭାଜପା ତାଙ୍କୁ ପଛରେ ଛୁରା ଭୁସି ଥିବାରୁ ଥିବାରୁ ସେ କଂଗ୍ରେସ ସହ ଯାଇଥିଲେ ବୋଲି ଉଦ୍ଧବ ଠାକରେ କହିଛନ୍ତି। 
	 
	- 
	
ଦିଲ୍ଲୀର ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ହସ୍ପିଟାଲ ପରିସରରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଏଣ୍ଡୋସ୍କୋପି ବିଭାଗରେ ଏହି ନିଆଁ ଲାଗିଥିବା ସୂଚନାରୁ ଜଣାପଡ଼ିଛି। 
	 
	- 
	
 ମଣିପୁରରେ ପୁଣି ଥରେ ହିଂସା ଦେଖାଦେଇଛି। ଏଭଳି ପରିସ୍ଥିତିରେ କେନ୍ଦ୍ରୀୟ ବାହିନୀର ୧୦ କମ୍ପାନୀ ସୁରକ୍ଷାକର୍ମୀ ରାଜ୍ୟରେ ପହଞ୍ଚିଛନ୍ତି।
	 
	- 
	
ପୂର୍ବ ୟୁକ୍ରେନ୍ ସହର ପୋକ୍ରୋଭସ୍କରେ ଋଷିଆ ମିସାଇଲ୍ ମାଡ଼ କରିଥିବା ଜଣାପଡିଛି। ଏହି ଆକ୍ରମଣରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ପ୍ରଥମେ ଏକ ୫ ମହଲା ଘର ଉପରେ ଆକ୍ରମଣ ହୋଇଥିଲା ।
	 
	- 
	
ଦିଲ୍ଲୀ ବିଲ୍ ପ୍ରସଙ୍ଗରେ କଂଗ୍ରେସର ସମର୍ଥନ ପାଇଥିବା ନେଇ ଆପ୍ କଲା ବଡ଼ ଘୋଷଣା l ଗୁଜରାଟରେ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବେ ଏକାଠି ଆପ୍ ଓ କଂଗ୍ରେସ ।
	 
	- 
	
ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ମହିଳା ଫୁଟବଲ୍ ବିଶ୍ୱକପରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କଲେ ୟୁରୋ କପ୍ ଚାମ୍ପିୟନ୍ ଇଂଲଣ୍ଡ ଓ ଘରୋଇ ଅଷ୍ଟ୍ରେଲିଆ।