-
ପ୍ରାୟ ୫୦ ବର୍ଷ ପରେ ଗୁରୁବାର ରାତିରେ ରୁଷ୍ ରକେଟ୍ ଯୋଗେ ଚନ୍ଦ୍ରକୁ ମହାକାଶ ଯାନ ପଠାଇଥିବା କଥା ‘ଦି ନ୍ୟୁୟର୍କ ଟାଇମ୍ସ୍’ ରିପୋର୍ଟ କରିଛି।
-
ଗୃହରେ ବାରମ୍ବାର ଅଶୋଭନୀୟ ଆଚରଣ ପାଇଁ ତାଙ୍କୁ ସସ୍ପେଣ୍ଡ କରାଯାଇଛି । ପ୍ରିଭିଲେଜ୍ କମିଟି ରିପୋର୍ଟ ଦେବା ପର୍ଯ୍ୟନ୍ତ ସସ୍ପେଣ୍ଡ ରହିବେ ଅଧିର । ତାଙ୍କ ଆଚରଣ ନେଇ ଆପତ୍ତି ଉଠାଇଥିଲେ ଖୋଦ୍ ବାଚସ୍ପତି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଅଧୀର ରଞ୍ଜନ ଚୌଧୁରୀଙ୍କ ବିବୃତ୍ତିରେ ଆପତ୍ତି ପ୍ରକାଶ କରିଥିଲେ। ସେ ଏହି ମାମଲାକୁ ପ୍ରିଭିଲେଜ୍ କମିଟିକୁ ପଠାଇବାକୁ ପ୍ରସ୍ତାବ ଦେଇଛନ୍ତି। ସେ ମଧ୍ୟ କଂଗ୍ରେସ ସାଂସଦଙ୍କୁ ଗୃହରୁ ନିଲମ୍ବନ କରିବାକୁ ପ୍ରସ୍ତାବ ଦେଇଥିଲେ।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଜମିଜମା ଦସ୍ତାବିଜର କମ୍ପୁଟରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ୧୯ ଜିଲ୍ଲାକୁ ସମ୍ମାନିତ କରିଛନ୍ତି ।
-
ନାବାର୍ଡ ଏକ ରିପୋର୍ଟକୁ ଅନୁଧ୍ୟାନ କରିବା ତାହେଲେ ଆଶ୍ଚର୍ଯ୍ୟ ହୋଇଯିବା। ରିପୋର୍ଟ ଅନୁଯାୟୀ, ଦେଶର ୧୬ କୋଟି ଚାଷୀଙ୍କ ଉପରେ ୨୧ ଲକ୍ଷ କୋଟି ଟଙ୍କାର କରଜ ରହିଛି। ଦେଶର ପ୍ରାୟ ସମସ୍ତ ବ୍ୟାଙ୍କର ଚାଷୀଙ୍କ ଉପରେ ଏହି ଋଣ ଭାର ରହିଛି।
-
ଦେଶର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିଯୁକ୍ତି ପ୍ରକ୍ରିୟାରୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ବାଦ୍ ଦିଆଯିବ। ଏ ସମ୍ପର୍କରେ ରାଜ୍ୟସଭାରେ ଏକ ବିଲ୍ ଆଣିଛନ୍ତି ସରକାର।
-
ରାଜ୍ୟର ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପରି ମାଗଣା ପାଠ୍ୟପୁସ୍ତକ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।
-
ରାଜ୍ୟର ୧୬ଟି ଜିଲ୍ଲାର ପ୍ରାଥମିକ ସ୍କୁଲର ପରିବେଶ ଅତ୍ୟାଧୁନିକ କରାଯିବ। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ୬ ହଜାରରୁ ଅଧିକ ପ୍ରାଥମିକ ସ୍କୁଲକୁ ସାମିଲ କରାଯାଇଛି। ପ୍ରଥମରୁ ତୃତୀୟ ଶ୍ରେଣୀର ପିଲାମାନେ ପଢ଼ିବା, ଲେଖିବା, ଆବଶ୍ୟକୀୟ ଶିକ୍ଷଣ ଦକ୍ଷତା ହାସଲ କରିବା ଲକ୍ଷ୍ୟରେ ଶ୍ରେଣୀଗୃହ ପରିବେଶକୁ ଅନୁକୂଳ କରିବାର ପଦକ୍ଷେପ ନିଆଯାଉଛି।
-
କ୍ରମାଗତ ୩ୟ ଥର ପାଇଁ ‘ରେପୋ’ ରେଟ୍ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ୍। ଏହି ଘୋଷଣା ପରେ ଘର, କାର ଋଣ ସମେତ ସମସ୍ତ ପ୍ରକାର ଋଣ ନେଇଥିବା ଋଣଦାତାଙ୍କୁ ଆଶ୍ୱସ୍ତୀ ମିଳିଛି। ପୂର୍ବ ଭଳି ୬.୫ ପ୍ରତିଶତରେ ରେପୋ ରେଟ୍ ଅପରିବର୍ତ୍ତିତ ରହବି।
-
କେରଳକୁ ମାଲାୟଲମ ଭାଷାରେ କେରଲମ୍ କୁହାଯାଏ । ଭାଷା ଭିତ୍ତିକ ଏହି ରାଜ୍ୟ ୧୯୫୬ ନଭେମ୍ବର ୧ ତାରିଖରେ ସୃଷ୍ଟି ହୋଇଥିଲା । ଏହି ଦିନକୁ କେରଳ ଦିବସ ଭାବେ ପାଳନ କରାଯାଇଥାଏ । ସମ୍ବିଧାନରେ ଏହାର ନାମ କେରଳ ଲେଖା ଯାଇଛି । ତେଣୁ ଏହାର ନାମ ପରିବର୍ତ୍ତନ କରାଯାଇ କେରଳମ ରହିବ । ସିଏମ ବିଜୟନ ବିଧାନସଭାରେ ଧାରା ୧୧୮ ଅନୁସାରେ ଏହି ପ୍ରସ୍ତାବ ଆଗତ କରିଥିଲେ ।
-
କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ ମହିଳା ଓ ସନ୍ତାନଙ୍କୁ ଏକାକୀ ଲାଳନ ପାଳନ କରୁଥିବା ପୁରୁଷଙ୍କ ପାଇଁ ଖୁସି ଖବର, ଏଣିକି ଚାକିରି କାଳ ମଧ୍ୟରେ ମିଳିବ ମୋଟ ୭୩୦ଦିନର ଛୁଟି l
-
ଚନ୍ଦ୍ରାୟାନ ଥ୍ରୀରୁ ମିଳିଲା ଉଭୟ ପୃଥୀବୀ ଓ ଚନ୍ଦ୍ରର ଫଟୋ । ଚନ୍ଦ୍ରୟାନ ଲ୍ୟାଣ୍ଡର ଇମେଜର କ୍ୟାମେରା ଉଠିଥିବା ଫଟୋକୁ ଟୁଇଟ କଲା ଇସ୍ରୋ l
-
ବୁଟ ଡାଲିକୁ ‘ଭାରତ ଡାଲି’ ଭାବରେ ବିକ୍ରି ଆରମ୍ଭ କଲେ କେନ୍ଦ୍ର ସରକାର l 1 କିଲୋଗ୍ରାମ ପ୍ୟାକେଟ୍ ପିଛା 60 ଟଙ୍କା l
-
ରାଜଧାନୀରେ ଡେଙ୍ଗୁ ବେକାବୁ, ସ୍ଥିତି ଅସମ୍ଭାଳ । ଖୋଦ୍ ରାଜଧାନୀର ସବୁଠୁ ବଡ଼ ସରକାରୀ ହସପିଟାଲର ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି ଡେଙ୍ଗୁ ଆକ୍ରାନ୍ତ । ଆକ୍ରାନ୍ତଙ୍କ ଅନୁସାରେ ବେଡ୍ ନାହିଁ ।
-
ବରିଷ୍ଠ ବିଜେପି ନେତ୍ରୀ ନିବେଦିତା ପ୍ରଧାନଙ୍କ ୬୦ଵର୍ଷ ଵୟସରେ ପରଲୋକ, କଟକର ପ୍ରଥମ ମେୟର ଥିଲେ l
-
ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାର ମହିଳାଙ୍କୁ ସ୍ମାର୍ଟଫୋନ୍ ବାଣ୍ଟିବା ସହ ୩ ବର୍ଷ ଯାଏ ମାଗଣାରେ ଦେବେ ଇଣ୍ଟରନେଟ୍ l
-
ଭୁବନେଶ୍ବର ସ୍ଥିତ ସହରାଞ୍ଚଳ ସମବାୟ ବ୍ୟାଙ୍କର ୬୧ କୋଟି ୫୮ ଲକ୍ଷ ଟଙ୍କାର ଋଣ ଅନାଦେୟ ରହିଛି। ଅବଶ୍ୟ ଏହି ସମୟ ମଧ୍ୟରେ ୧ କୋଟି ୭୯ ଲକ୍ଷ ୨୩ ହଜାରର ଋଣ ଟଙ୍କା ଆଦାୟ ମଧ୍ୟ ହୋଇଛି।
-
କ୍ରିପ୍ଟୋ ଇନଭେଷ୍ଟମେଣ୍ଟ ନାଁରେ ହଜାରେ କୋଟି ଟଙ୍କାର ଠକେଇ ଘଟଣାରେ ଗିରଫ ଦୁଇ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରିଛି ଇଓଡବ୍ଲୁ (ଅର୍ଥନୈତିକ ଅପରାଧ ଶାଖା)। ଏ ଦୁଇ ଅଭିଯୁକ୍ତ ହେଲେ ଗୁରୁତେଜ ସିଂ ସିଦ୍ଧୁ ଓ ନିରୋଦ ଦାସ।
-
ଏସିଆନ ଗେମ୍ସ ପୂର୍ବରୁ ଆଥଲେଟ୍ ମାନଙ୍କର ହେଲା ନମୁନା ସଂଗ୍ରହ l ଜୁନ୍ ୧ରୁ ଓ ଜୁଲାଇ ୩୧ ପର୍ଯ୍ୟନ୍ତ ୯୦୦ରୁ ଊର୍ଦ୍ଧ୍ୱ ସାମ୍ପଲ ହେଲାଣି ସଂଗ୍ରହ।
-
ଗୁରୁବାର ରାତିରେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଅନ୍ତର୍ଗତ ପୋର୍ଟବ୍ଲେୟାର୍ର ଦକ୍ଷିଣ ଦକ୍ଷିଣ-ପୂର୍ବକୁ ପ୍ରାୟ ୧୧୨ କିଲୋମିଟର୍ ଦୂରରେ ୪.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା କଥା ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ କହିଛି।
-
ଏୟାର ଇଣ୍ଡିଆ ଏକ ନୂଆ ବ୍ରାଣ୍ଡ୍ ପରିଚୟ ଏବଂ ନୂତନ ଲୋଗୋ ଉନ୍ମୋଚନ କରିଛି । ଏଥିସହ ବହୁ କୋଟି ଡଲାରର ଚୁକ୍ତିରେ ୪୭୦ଟି ନୂତନ ବିମାନ କିଣିବା ସହିତ ଏହାର ଫ୍ଲିଟ୍ରେ ପରିବର୍ତ୍ତନ କରିବାକୁ ବ୍ୟାପକ ଯୋଜନା ପ୍ରସ୍ତୁତ କରିଛି।