-
ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଞ୍ଚରଣ ନିଗମ ଲିମିଟେଡ(ଓପିଟିସିଏଲ)ରେ ଆଜି ୪୧୨ ଜଣଙ୍କୁ ନୂଆ ନିଯୁକ୍ତି ପ୍ରଦାନ କରାଯାଇଛି। ନବ ନିଯୁକ୍ତଙ୍କ ମଧ୍ୟରେ ୧୬୧ ଜଣ ଇଲେକ୍ଟ୍ରିକାଲ ଇଞ୍ଜିନିୟର, ୫୪ ଜଣ କାର୍ଯ୍ୟାଳୟ ସହାୟକ ଏବଂ ୧୯୭ ଜଣ ଇଲେକ୍ଟ୍ରିକାଲ ଟେକ୍ନିସିଆଲ ସାମିଲ ଅଛନ୍ତି ।
-
ଲଦାଖରେ ବଡ ଦୁର୍ଘଟଣା ଘଟିଛି। ଭାରତୀୟ ସେନାର ଏକ ଗାଡି ଗଭୀର ଖାଇକୁ ଖସିପଡିଛି। ଏହି ଦୁର୍ଘଟଣାରେ ୯ ଜଣ ଯବାନ ସହିଦ ହୋଇଥିବା ଜଣାପଡିଛି। ଲଦାଖର କ୍ୟାରି ସହରଠାରୁ ୭ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।
-
ପୁରୀ ଜିଲ୍ଲା ସତ୍ୟବାଦୀରେ ୫ ଟି ସଚିବ ଭି କେ ପାଣ୍ଡିଆନଙ୍କୁ ଉପରକୁ କାଳିମାଡ଼ କରାଯାଇଛି। ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ସତ୍ୟବାଦୀ ଗସ୍ତ ସମୟରେ ତାଙ୍କ ଉପରେ ଭାସ୍କର ସାହୁ ନାମକ ଜଣେ ଦୁର୍ବୃତ୍ତ କାଳିମାଡ଼ କରିଛି । ଭାସ୍କର ଏକ ରାଜନୈତିକ ଦଳ ଦ୍ବାରା ପରିଚାଳିତ ହୋଇ ଏଭଳି କରିଥିବା ଜଣାପଡ଼ିଛି ।
-
ଛତିଶଗଡ ସୀମାନ୍ତ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ପାଟଦର୍ହା ସଂରକ୍ଷିତ ଜଙ୍ଗଲ ଝୋଲାପଡା ନିକଟରେ ଏହି ମାଓ କ୍ୟାମ୍ପ ଠାବ ହୋଇଛି । ଏଥିରେ ୨୮ ଡିଟୋନେଟର ସହ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି ।
-
ବୌଦ୍ଧକୁ ଛାଡ଼ି ସବୁ ଜିଲ୍ଲାରେ ଡେଙ୍ଗୁ,୨୪ ଘଣ୍ଟାରେ ୯୫୨ ପରୀକ୍ଷା,୮୪ ଆକ୍ରାନ୍ତ।
-
'ମୁଖ୍ୟମନ୍ତ୍ରୀ କେନାଲ ଲାଇନିଂ' ଯୋଜନା;୫ ବର୍ଷରେ ଖର୍ଚ୍ଚ ହେବ ୨୦୩୨. ୯୨ କୋଟି।
-
ସରକାରୀ ବାବୁଙ୍କ ଗାଡ଼ି ଚଢ଼ା ଉପରେ ଲାଗିଲା କଟକଣା । କେଉଁ ଅଫିସର, କେତେ କିଲୋମିଟର ଗସ୍ତ କରିବେ, ଧାର୍ଯ୍ୟ କଲା ଅର୍ଥ ବିଭାଗ । ସ୍ଥିର ହେଲା ଗାଡିର ମାସିକ ଭଡ଼ା।
-
ପୂର୍ବତଟ ରେଲୱେର ନୂଆ ରଣନୀତି; ହାତୀ ମୃତ୍ୟୁକୁ ରୋକିବ IDS।୬୦ କିଲୋମିଟର ଦୂରରୁ ରେଳ ଲାଇନ୍ରେ ହାତୀ ଚଳପ୍ରଚଳ କରୁଥିଲେ ଜାଣିହେବ ଆଉ ରୋକି ହେବ ଟ୍ରେନ୍।
-
ଆଣ୍ଟି ଡ୍ରଗ୍ସ ବିରୋଧରେ କମିସନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟକୁ ପ୍ରଥମ ବଡ଼ ସଫଳତା, ୩ ଅଭିଯୁକ୍ତ ଗିରଫ।
-
ନୂଆ ଦିଲ୍ଲୀ:ବ୍ୟାଙ୍କରେ ପଡିଛି ଦାବିଦାର ନଥିବା ୩୫ ହଜାର କୋଟି ଟଙ୍କା , ଭୁଲି ଯାଇଥିବା ଲୋକଙ୍କ ପାଇଁ ଆରବିଆଇ ଲଞ୍ଚ କରିବ ପୋର୍ଟାଲ।
-
ସଂଖ୍ୟାଲଘୁ ମନ୍ତ୍ରଣାଳୟର ଛାତ୍ରବୃତ୍ତି ଯୋଜନାରେ ଦୁର୍ନୀତି: ୫୩% ସଂସ୍ଥା ନକଲି, ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ ସ୍ମୃତି ଇରାନୀ।
-
ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀରେ ଇଷ୍ଟଦେବୀଙ୍କ ନିକଟରେ ଲାଗିହେବ ନବାନ୍ନ । ଆସନ୍ତା ସେପ୍ଟେମ୍ବର ୨୦ ତାରିଖ ବୁଧବାର ସକାଳ ୧୦ଟା ୨୮ମିନିଟରୁ ୧୦ଟା ୪୧ ମିନିଟ ମଧ୍ୟରେ ଦେବାଦେବୀଙ୍କ ଠାରେ ନବାନ୍ନ ଲାଗି କରିବେ ବୋଲି ପଣ୍ଡିତ ମାନେ ନିର୍ଦ୍ଧାରିତ କରିଛନ୍ତି ।
-
ସମ୍ବଲପୁର ଚିପଲିମାର ଶ୍ରୀତମ ବେହେରାଙ୍କୁ ଡି.ଏମ୍.ଡି ଡିଜିଜ୍ ହୋଇଛି । ଚିକିତ୍ସା ପାଇଁ ଅଧିକ ଅର୍ଥ ଦରକାର ହେବାରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସମ୍ବଲପୁର ଜିଲ୍ଲାପାଳ ଚିକିତ୍ସା ପାଇଁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । କିଭଳି ସମସ୍ତ ଗୁରୁତର ରୋଗୀ ସଠିକ ଚିକିତ୍ସା ପାଇ ପାରିବେ ସେନେଇ ସବୁବେଳେ ତତ୍ପର ଅଛନ୍ତି ରାଜ୍ୟ ସରକାର ।
-
୧୬ରୁ ୧୮ ବର୍ଷୀୟ ତରୁଣ-ତରୁଣୀଙ୍କ ମଧ୍ୟରେ ସହମତିଭିତ୍ତିକ ଯୌନ ସମ୍ପର୍କକୁ ଅପରାଧ ଶ୍ରେଣୀରୁ ମୁକ୍ତ କରିବା ଲାଗି ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ସୁପ୍ରିମ୍କୋର୍ଟ ଶୁକ୍ରବାର ଏହା ଉପରେ କେନ୍ଦ୍ର ସରକାରଙ୍କ ମତାମତ ଲୋଡ଼ିଛନ୍ତି।
-
ଦେଶରେ ପିଆଜ ମୂଲ୍ୟ ଗତ କିଛିଦିନ ହେଲା ବୃଦ୍ଧି ପାଉଛି। ସରକାରଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି। ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଆଜି ପିଆଜ ରପ୍ତାନି ଉପରେ ୪୦ ପ୍ରତିଶତ ଶୁଳ୍କ ଲାଗୁ ଘୋଷଣା କରିଛନ୍ତି।
-
ହରିୟାଣାର ନୁହ ହିଂସା ଅଭିଯୁକ୍ତ ମୋନୁ ମାନେସର ସଂପର୍କରେ ଏକ ଗୁରୁତ୍ବପୂର୍ଣ୍ଣ ବୟାନ ଦେଇଛି ହରିୟାଣା ପୁଲିସ । ପୁଲିସ କହିଛି ଯେ, ଉତ୍ତେଜନାମୂଳକ ଭାଷଣକୁ ନେଇ ତାଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ ।
-
ଇଂଲଣ୍ଡର ଚେଷ୍ଟର ହସ୍ପିଟାଲରେ ନର୍ସ ଭାବେ କାମ କରୁଥିବା ଲୁସି ଲେଟ୍ବାୟ ୭ ନବଜାତ ଶିଶୁଙ୍କୁ ହତ୍ୟା କରିବା ଏବଂ ୬ ଜଣଙ୍କୁ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ମଞ୍ଚେଷ୍ଟର କ୍ରାଉନ କୋର୍ଟ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇଛି।
-
‘ଅପରେସନ ପାପ’ ଶୀର୍ଷକରେ ଆପ୍ ବିଧାୟକ ନରେଶ ବଲ୍ୟାନଙ୍କ ବିରୋଧରେ ନ୍ୟୁଜ୍ ଚ୍ୟାନେଲ୍ ଟାଇମ୍ସ ନାଓ ନବଭାରତର ଖବର ପ୍ରସାରଣ ଉପରେ ଦିଲ୍ଲୀ କୋର୍ଟ ରୋକ୍ ଲଗାଇଛନ୍ତି। ଆପ୍ ନେତାଙ୍କ ଦ୍ବାରା ରୁଜୁ ହୋଇଥିବା ଏକ ମାନହାନି ମାମଲାକୁ ଆଧାର କରି ଦ୍ବାରକା କୋର୍ଟର ଏଏସ୍ସିଜେ ଅଜୟ କୁମାର ମଲିକ ଏହି ରାୟ ଦେଇଛନ୍ତି।
-
ମହାରାଷ୍ଟ୍ର ସରକାର ଶିଳ୍ପପତି ଓ ଟାଟା କମ୍ପାନୀର ମାଲିକ ରତନ ଟାଟାଙ୍କୁ ‘ଉଦ୍ୟୋଗ ରତ୍ନ’ରେ ସମ୍ମାନିତ କରିବାକୁ ଜୁଲାଇ ୨୮ତାରିଖରେ ଘୋଷଣା କରିଥିଲେ।ତେଣୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ଦେବେନ୍ଦ୍ର ଫଡନାଭିସ ତାଙ୍କ ବାସଭବନରେ ପହଞ୍ଚି ଟାଟାଙ୍କୁ ସମ୍ମାନିତ କରିଛନ୍ତି।
-
ଶନିବାର ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ନିଷ୍ପତ୍ତି ନେଇଛି ମହାରାଷ୍ଟ୍ରର ପଞ୍ଚାୟତ ସଦସ୍ୟଙ୍କ ପାଇଁ ନିର୍ଦ୍ଧାରିତ ଦୁଇ ସନ୍ତାନଙ୍କ ସୀମାରେ କେବଳ ଜନ୍ମିତ ସନ୍ତାନଙ୍କୁ ଅନ୍ତର୍ଭୁକ୍ତ କରାଯିବ।