-
ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ବୁଧବାର ଏହାର ପ୍ରଥମ ସୌର ମିସନ ଆଦିତ୍ୟ-ଏଲ୍୧ର ଲଞ୍ଚ୍ ରିହର୍ସାଲ ସମ୍ପନ୍ନ କରିଛି। ଇସ୍ରୋ ପକ୍ଷରୁ ଏକ୍ସ (ଟ୍ବିଟର)ରେ ସୂଚନା ପ୍ରଦାନ କରି କୁହାଯାଇଛି ଯେ, ଆଦିତ୍ୟ-ଏଲ୍୧ର ଉତ୍କ୍ଷେପଣ ପାଇଁ ପ୍ରସ୍ତୁତି ଚାଲିଛି। ଏହାର ଲଞ୍ଚ୍ ରିହର୍ସାଲ ଓ ଆଭ୍ୟନ୍ତରୀଣ ଯାଞ୍ଚ ସମ୍ପନ୍ନ ହୋଇଛି।
-
ଚନ୍ଦ୍ରପୃଷ୍ଠରେ ଦଣ୍ଡାୟମାନ ବିକ୍ରମ ଲ୍ୟାଣ୍ଡରର ଫଟୋ ଉଠାଇ ପୃଥିବୀକୁ ପ୍ରେରଣ କରିଛି ରୋଭର ପ୍ରଜ୍ଞା। ରୋଭରର ନେଭିଗେସନ କ୍ୟାମେରା (ନେଭକ୍ୟାମ୍) ଦ୍ବାରା ଉଠାଯାଇଥିବା ଏହି ଫଟୋକୁ ‘ଇମେଜ୍ ଅଫ୍ ଦ ମିସନ୍’ ବୋଲି କୁହାଯାଉଛି।
-
ବିଶ୍ବର ବିଶିଷ୍ଟ ନିବେଶକ ତଥା ବର୍କସାୟାର ହାଥାୱେର ପ୍ରତିଷ୍ଠାତା ୱାରେନ୍ ବଫେ ୯୩ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ପାଖାପାଖି ୧୧୮.୩ ବିଲିୟନ ଡଲାର ସମ୍ପତ୍ତି ସହିତ ଫୋର୍ବସ ତାଲିକାରେ ବଫେ ହେଉଛନ୍ତି ବିଶ୍ୱର ପଞ୍ଚମ ଧନୀ ବ୍ୟକ୍ତି।
-
ବ୍ରିଟେନର ରାଷ୍ଟ୍ରାୟତ୍ତ ଏଜେନ୍ସି ନ୍ୟାସନାଲ ହେଲଥ୍ ସର୍ଭିସ (ଏନ୍ଏଚ୍ଏସ୍) ବିଶ୍ୱର ପ୍ରଥମ ଏଜେନ୍ସି ହେବ ଯିଏ କି ଇଂଲଣ୍ଡର ଶତାଧିକ ରୋଗୀଙ୍କୁ କର୍କଟ ରୋଗର ଚିକିତ୍ସା ପାଇଁ ଏକ ଇଞ୍ଜେକସନ୍ ପ୍ରଦାନ କରିବ।
-
୮୦ ପ୍ରତିଶତ ଭାରତୀୟଙ୍କ ପସନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପିୟୁ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହା କୁହାଯାଇଛି। ସର୍ଭେରେ ଭାଗ ନେଇଥିବା ପ୍ରତି ୧୦ ଜଣରୁ ୮ ଜଣ ମୋଦୀଙ୍କ ସପକ୍ଷରେ ବା ମୋଦୀଙ୍କ ପାଇଁ ଅନୁକୂଳ ମତ ଦେଇଛନ୍ତି।
-
୨୦୨୩-୨୪ ଶିକ୍ଷା ବର୍ଷରେ +୩ରେ ଖାଲି ପଡିଲା ୧.୧୧ଲକ୍ଷ ସିଟ୍।
-
ଓଡ଼ିଶାକୁ ଉଜ୍ବଳା ଯୋଜନାରେ ୫ଲକ୍ଷ ନୂଆ ସଂଯୋଗ ମିଳିବ ବୋଲି ଧର୍ମେନ୍ଦ୍ର ପଢନ କହିଛନ୍ତି ।
-
ମନିଷ ଦେଶାଇ ପିଆବିର ପ୍ରମୁଖ ମହାନିର୍ଦ୍ଦେଶକ ନିଯୁକ୍ତ।୧ରେ ଦାୟିତ୍ଵ ନେବେ।
-
ଓଡ଼ିଶାରେ ବଡ଼ ନିଯୁକ୍ତି ସୁଯୋଗ, ପୂରଣ ହେବ ୧୦୬୫ ଅଧ୍ୟାପକ ପଦବୀ ସମସ୍ତ ପ୍ରାର୍ଥୀଙ୍କୁ ରାଜ୍ୟରେ ଥିବା ଅଣ ଅନୁଦାନ ପ୍ରାପ୍ତ କଲେଜ ଗୁଡ଼ିକରେ ନିଯୁକ୍ତି ଦିଆଯିବ।
-
ଭୁବନେଶ୍ୱରରେ ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ୍ ପୋଲିସର ନୂଆ ଋଣନୀତି, ସହର ଉପରେ ୨୪ ଘଣ୍ଟା ନଜର ରଖିବ ସିସିଟିଭି।
-
ଆଜିଠାରୁ ଉତ୍କେଲା ବିମାନବନ୍ଦରରୁ ଯାତ୍ରୀବାହୀ ବିମାନ ସେବା ଆରମ୍ଭ।
-
ଦିଲ୍ଲୀ ୱାକଅଫ୍ ବୋର୍ଡରୁ ଫେରସ୍ତ ନିଆଯିବ ୧୨୩ ସମ୍ପତ୍ତି, ଜାରି ହେଲା ନୋଟିସ୍ , ଜାମା ମସଜିଦ୍ ମଧ୍ୟ ସାମିଲ।
-
ମୁମ୍ବାଇ ବୈଠକରେ ଉନ୍ମୋଚିତ ହେବ ‘INDIA’ ଲୋଗୋ, ୨୭ ଦଳ ଯୋଗ ଦେବେ।
-
ନୂଆ ଦିଲ୍ଲୀରେ ବସ୍ ଝରକା ବାହାରୁ ମୁହଁ ଖୋଲି କରୁଥିଲେ ବାନ୍ତି, ଦୁଇ ଗାଡ଼ି ମଝିରେ ଚାପି ହୋଇ ଫାଟିଲା ମୁଣ୍ଡ ଖପୁରୀ, ମହିଳାଙ୍କ ମୃତ୍ୟୁ।
-
ଏସିଆ କପ୍ ପାଇଁ ଶ୍ରୀଲଙ୍କା ପହଞ୍ଚିଲା ଭାରତୀୟ ଦଳ, ଶନିବାର ପାକିସ୍ତାନ ସହ ମୁକାବିଲା।
-
ହାତରେ ରାଖି ବାନ୍ଧିଲେ ୭ହଜାର ଛାତ୍ରୀ। ବିଶ୍ବ ରେକର୍ଡ କରିଥିବା କହିଲେ ବହୁ ଚର୍ଚ୍ଚତ ଟିଉସନ ଶିକ୍ଷକ ଖାନ୍ ସାର। ରକ୍ଷାବନ୍ଧନ ଅବସରରେ ପାଟନାର ଲୋକପ୍ରିୟ ଅନଲାଇନ୍ ଟିଉସନ ଶିକ୍ଷକ ଖାନ ସାରଙ୍କ ହାତରେ ତାଙ୍କର ୭,୦୦୦ ଛାତ୍ରୀ ରାଖି ବାନ୍ଧିଥିବା ଜଣାଯାଇଛି।
-
କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ନିଲମ୍ବନକୁ ସଂସଦୀୟ ଅଧିକାର କମିଟି ବୁଧବାର ଲୋକସଭାରୁ ପ୍ରତ୍ୟାହାର କରିନେଇଛି। ଚୌଧୁରୀଙ୍କ ନିଲମ୍ବନ ପ୍ରତ୍ୟାହାର ପ୍ରସ୍ତାବକୁ ବୁଧବାର ସ୍ବାଧିକାର କମିଟି ଅନୁମୋଦନ କରିଥିଲା।
-
ଏଣିକି ବିଦ୍ୟାଳୟ ଆସିପାରୁନଥିବା ୬ରୁ ୧୪ ବର୍ଷର ଅସୁସ୍ଥ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଘରେ ମଧ୍ୟାହ୍ନଭୋଜନର ଶୁଖିଲା ରାସନ୍ ଦିଆଯିବ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି ।
-
ନଭେମ୍ୱର ମାସରେ ୧୬ ଦିନ ବ୍ୟାଙ୍କ ବନ୍ଦ ରହିବ । ଏଥିରେ ସବୁ ରବିବାର ସହିତ ଦ୍ୱିତୀୟ ଓ ଚତୁର୍ଥ ଶନିବାର ବ୍ୟାଙ୍କ ହଲିଡେ ମଧ୍ୟ ସାମିଲ ରହିଛି।
-
ଆଗାମୀ ସେପ୍ଟେମ୍ବର ୧୧ରୁ କଟକ ନେତାଜୀ ବସ୍ ଟର୍ମିନାଲ (ସିଏନବିଟି)ରୁ ବସ୍ ଚଳାଚଳ ଆରମ୍ଭ ହେବ। ପ୍ରାରମ୍ଭିକ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ପୁରୀ, ଅନୁଗୋଳ, ସମ୍ବଲପୁର ଏବଂ ରାଉରକେଲାକୁ ସିଏନବିଟିରୁ ବସ୍ ରହଣି ସହ ଯାତାୟାତ କରିବ। ଏଥିପୂର୍ବରୁ ବସ ଟର୍ମିନାଲରେ ବାକିଥିବା ଛୋଟ ଛୋଟ କାମ ତୁରନ୍ତ ଶେଷ କରିବା ପାଇଁ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।