-
ଆସନ୍ତା ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି ଏବଂ ଠିକ୍ ସମୟରେ ନିର୍ବାଚନ ହେବ ବୋଲି ନିର୍ବାଚନ କମିସନ (ଇସି) ସୂତ୍ରରୁ ଗୁରୁବାର କୁହାଯାଇଛି ।
-
କେନ୍ଦ୍ର ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମ୍କୋର୍ଟଙ୍କୁ ଗୁରୁବାର ଅବଗତ କରାଇଛନ୍ତି ଯେ, ଜମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇବା ପାଇଁ ପ୍ରକ୍ରିୟା ଜାରି ରହିଛି ଏବଂ ବର୍ତ୍ତମାନଠାରୁ ଯେକୌଣସି ସମୟରେ ନିର୍ବାଚନ କରାଇବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ।
-
ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ହୁସେନ ଓବାମା ଆସନ୍ତା ଡିସେମ୍ବର ମାସରେ ଭାରତ ଆସିବେ। ଓବାମା ଓ ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା କର୍ଣ୍ଣାଟକର ମାଣ୍ଡ୍ୟା ଗସ୍ତରେ ଆସିବେ।
-
ଭାରତର ଚନ୍ଦ୍ରଯାନ-୩ର ରୋଭର ପ୍ରଜ୍ଞାନ ଚନ୍ଦ୍ରର ଦକ୍ଷିଣ ମେରୁରେ ପୁଣିଥରେ ଗନ୍ଧକ ଏବଂ ଅନ୍ୟାନ୍ୟ ଉପାଦାନର ଉପସ୍ଥିତିକୁ ସୁନିଶ୍ଚିତ କରିଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଚନ୍ଦ୍ର ମିସନର ଏହି ସଫଳତା ସଂପର୍କରେ ଘୋଷଣା କରିଛି।
-
ନେହେରୁ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀ (ଏନ୍ଏମ୍ଏମ୍ଏଲ୍)ର ନାମ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଭାବରେ ନାମକରଣ କରିବାକୁ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଅନୁମୋଦନ କରିଛନ୍ତି।
-
ଗୁଜୁରାଟର କାକ୍ରାପାରଠାରେ ଭାରତର ପ୍ରଥମ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ୭୦୦ ମେଗାୱାଟ ପରମାଣୁ ଶକ୍ତି କେନ୍ଦ୍ର ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ ଆରମ୍ଭ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର କହିଛନ୍ତି।
-
ଶିଳ୍ପପତି ଗୌତମ ଆଦାନିଙ୍କ ସହ ଦୁଇ ଜଣଙ୍କ ଘନିଷ୍ଠତା ରହିଛି। ସେମାନଙ୍କ ଜରିଆରେ ପାଣ୍ଠି ହେରଫେର କାରବାର ହେଉଥିବା ଅଭିଯୋଗ ରହିଛି। ସେହି ଦୁଇ ବ୍ୟକ୍ତି ହେଉଛନ୍ତି ତାଇୱାନର ଚାଙ୍ଗ ରୁଙ୍ଗ-ଲିଙ୍ଗ୍ ଓ ୟୁଏଇର ନାସିର ଅଲ୍ଲୀ ସବାନ ଆହ୍ଲି।
-
ବିଜେପି ନେତା ସମ୍ବିତ ପାତ୍ରଙ୍କ ବିରୋଧରେ ଏତଲା ରୁଜୁ କରିବାକୁ ଦିଲ୍ଲୀର ତିସ୍ ହଜାରୀ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପାତ୍ରଙ୍କୁ ଅଭିଯୁକ୍ତ ନ କରିବାକୁ କୋର୍ଟ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।
-
ପ୍ରକାଶ ପାଇଲା ଓଟିଇଟି ରେଜଲ୍ଟ, ୱେବସାଇଟରେ ଉପଲବ୍ଧ ହେଉଛି ଫଳ।
-
ଭୁବନେଶ୍ୱର:SC /ST ମେଡିକାଲ, ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ସରକାରୀ କଲେଜରେ ଫି' ଛାଡ଼।
-
୩୦ଟି ଜିଲ୍ଲା ଗସ୍ତ ଶେଷ କରିବାକୁ ଯାଉଛନ୍ତି ଫାଇଭ ଟି ସଚିବ, ଯାଜପୁର ଜିଲ୍ଲା ସରିଲେ ଶେଷ ହେବ କାର୍ଯ୍ୟକ୍ରମ।
-
ଆଧାର ଯୁକ୍ତ ଜନ୍ମ ପଞ୍ଜିକରଣ – ନାଗାଲାଣ୍ଡ ହେଲା ପ୍ରଥମ ରାଜ୍ୟ।
-
ଫୋନ୍ପେ ପକ୍ଷରୁ ଷ୍ଟକ୍ ବ୍ରୋକିଙ୍ଗ୍ ପ୍ଲାଟ୍ଫର୍ମ ସେୟାର୍(ଡଟ୍)ମାର୍କେଟ୍ର ଶୁଭାରମ୍ଭ ।
-
ଜିଡିପି ଅଭିବୃଦ୍ଧି ୭.୮%: ବଜାୟ ରହିଲା ଦ୍ରୁତ ଅଭିବୃଦ୍ଧିଶୀଳ ମାନ୍ୟତା।
-
ରେଳବାଇ ବୋର୍ଡର ପ୍ରଥମ ମହିଳା ଅଧ୍ୟକ୍ଷା ହେଲେ ଜୟା ବର୍ମା ସିହ୍ନା।
-
ଅସଲଙ୍କା ଓ ସମରବିକ୍ରମାଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ, ବାଂଲାଦେଶକୁ ୫ ଓ୍ଵିକେଟ୍ରେ ହରାଇଲା ଶ୍ରୀଲଙ୍କା।
-
ଉଭୟ ବୋଲିଂ ଓ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରି ଏସିଆ କପ୍ର ଗ୍ରୁପ-ବିର ଏକ ମ୍ୟାଚ୍ରେ ଶ୍ରୀଲଙ୍କା ବାଂଲାଦେଶକୁ ୫ ଓ୍ଵିକେଟ୍ରେ ପରାସ୍ତ କରିଛି।
-
ସେପ୍ଟେମ୍ବର ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଅଧିବେଶନ ଚାଲିବ । ସେଥିରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ବିଲ ପାସ କରାଯିବ । ଏହି ବିଲ ପାଇଁ ସ୍ୱତନ୍ତ ଅଧିବେଶନ ଡକାଯାଇଛି । ପ୍ରହ୍ଲାଦ ଜୋସି ଏକ୍ସରେ ଲେଖିଛନ୍ତି ଯେ, ଅମୃତ ସମୟ ମଧ୍ୟରେ ସଂସଦର ସାର୍ଥକ ଚର୍ଚ୍ଚା ଏବଂ ଯୁକ୍ତି ତର୍କର ଅପେକ୍ଷା କରିଛନ୍ତି।
-
ଚାଇନା ଏବଂ ପାକିସ୍ତାନ ସୀମାରେ ଭାରତୀୟ ବାୟୁସେନା ମେଗା ସମରାଭ୍ୟାସ ଆୟୋଜନ କରିବ। ବାୟୁସେନା ସମରାଭ୍ୟାସ ସେପ୍ଟେମ୍ବର ୪ରୁ ଆରମ୍ଭ ହେବ, ଯାହାକି ୧୧ ଦିନ ଧରି ଚାଲିବ।
-
ବ୍ରାଜିଲର ଇନ୍ଫ୍ଲୁଏନ୍ସର ଲାରିସା ବୋର୍ଗସ ସମଗ୍ର ବିଶ୍ୱକୁ ଫିଟ୍ ରହିବାର ମନ୍ତ୍ର ଦେଉଥିଲେ। କିନ୍ତୁ ସେ ମାତ୍ର ୩୩ ବର୍ଷ ବୟସରେ ଦୁନିଆକୁ ଅଲବିଦା କହି ଆର ପାରିକୁ ଚାଲି ଯାଇଛନ୍ତି। ବୋର୍ଗସଙ୍କ ମୃତ୍ୟୁ ଦୁଇଥର ହୃଦଘାତର ଶିକାର ହେବାପରେ ହୋଇଛି ବୋଲି କୁହାଯାଉଛି।