-
ଆଜିଠାରୁ ଗୁଗୁଲ୍କୁ ୨୫ ବର୍ଷ ଚାଲିବ। ୧୯୮୮ ସେପ୍ଟେମ୍ବର ୪ରେ ଆମେରିକାର କାଲିଫର୍ଣ୍ଣିଆସ୍ଥିତ ଷ୍ଟାନ୍ଫୋର୍ଡ ବିଶ୍ବବିଦ୍ୟାଳୟର ଦୁଇ ଜଣ ପିଏଚ୍ଡି ଛାତ୍ର ଲାଜି ପେଜ୍ ଓ ସର୍ଜି ବ୍ରିନ୍ ଗୁଗୁଲ୍କୁ ସ୍ଥାପନ କରିଥିଲେ। ଏକ ସର୍ଚ୍ଚ ଇଞ୍ଜିନ ଭାବେ ସୁସାନ ୱଜସିକିଙ୍କ ଗ୍ୟାରେଜ୍ରୁ କଂପାନି ଏହାର ଯାତ୍ରା ଆରମ୍ଭ କରିଥିଲା। ଇତି ମଧ୍ୟରେ ଗୁଗୁଲ୍ ବିଶ୍ବବ୍ୟାପୀ ଏହାର ପ୍ରଭାବ ବିସ୍ତାର କରିପାରିଛି।
-
ରିଅଲ ଇଷ୍ଟେଟ୍ କ୍ଷେତ୍ରକୁ ବ୍ୟାଙ୍କ ଦେଉଥିବା ଋଣ ୩୮ ପ୍ରତିଶତ ବୃଦ୍ଧି ପାଇଛି। ଜୁଲାଇ ଶେଷ ସୁଦ୍ଧା ଏହି ଶିଳ୍ପ ଉପରେ ବ୍ୟାଙ୍କଗୁଡ଼ିକର ୨୮ ଲକ୍ଷ କୋଟି ଟଙ୍କାର ବକେୟା ରହିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ତଥ୍ୟରୁ ଜଣାପଡ଼ିଛି।
-
ଶ୍ରୀହରିକୋଟାରେ ରକେଟ୍ ଉତ୍କ୍ଷେପଣ କରାଯାଉଥିବା ବେଳେ ‘କାଉଣ୍ଟ୍ଡାଉନ୍’ ବା ‘ଓଲଟ ଗଣନା’ କରୁଥିବା ‘ଇସ୍ରୋ’ ବୈଜ୍ଞାନିକା ଏନ୍. ବାଲାର୍ମାତିଙ୍କର ହୃଦ୍ଘାତରେ ମୃତ୍ୟୁ ଘଟିଥିବା କଥା ‘ଇଣ୍ଡିଆ ଟୁଡେ’ ଓ ଅନ୍ୟାନ୍ୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
-
ଓଡ଼ିଶାରେ ୨୦୦୧ରୁ ୨୦୨୧ ପର୍ଯ୍ୟନ୍ତ ବଜ୍ରପାତରେ ୫୧୬୪ ଜଣଙ୍କର ମୂତ୍ୟୁ ଘଟିଛି। କ୍ଲାଇମେଟ ରେଜିଲିଏଣ୍ଟ ଅବଜର୍ଭିଂ ସିଷ୍ଟମ୍ସ ପ୍ରମୋସନ କାଉନସିଲ ପକ୍ଷରୁ ସଦ୍ୟ ପ୍ରକାଶିତ ବାର୍ଷିକ ବଜ୍ରପାତ ରିପୋର୍ଟ ୨୦୨୨-୨୩ରେ ଏହା କୁହାଯାଇଛି।
-
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ)କୁ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କୁହାଯାଉଛି। ଏହା ପଛରେ ଦୃଢ଼ କାରଣ ମଧ୍ୟ ରହିଛି। ବିଏସ୍କେୱାଇ କେବଳ ଓଡ଼ିଶାରେ ରହୁଥିବା ଲୋକଙ୍କୁ ନୂଆ ଜୀବନ ଦେଉନାହିଁ; ବରଂ ରାଜ୍ୟ ବାହାରେ ମଧ୍ୟ ହଜାର ହଜାର ଲୋକଙ୍କ ପାଇଁ ଆଶୀର୍ବାଦ ସାଜିଛି।
-
ମୁମ୍ବାଇ ସ୍ଥିତ ଭାବା ଆଣବିକ ଅନୁସନ୍ଧାନ କେନ୍ଦ୍ରର ଓଡିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମାହନ୍ତି ଆଇୟୁପିଏସି ପୁରସ୍କାର ଗ୍ରହଣ କରିଛନ୍ତି । ରସାୟନ ଶାସ୍ତ୍ରରେ ଉଚ୍ଚ କୋଟିର ଗବେଷଣା ପାଇଁ ତାଙ୍କୁ ଏହି ପୁରସ୍ଖାର ମିଳିଥିବା ସୂଚନା ମିଳିଛି । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ତିତିରାର ବାସିନ୍ଦା ବୈଜ୍ଞାନିକ ଶ୍ରୀମତୀ ମହାନ୍ତି ଦେଶର ପ୍ରଥମ ମହିଳା ଭାବରେ ସେ ଏହି ପୁରସ୍କାର ଗ୍ରହଣ କରିଥିବାରୁ ଏହାକୁ ନେଇ ସାଧାରଣରେ ସନ୍ତୋଷ ପ୍ରକାଶ ପାଇଛି ।
-
ବେଙ୍ଗାଲୁରୁରେ ଆଦିତ୍ୟ-ଏଲ୍୧ ସୌର ମିସନର ମୁଖ୍ୟ ପେଲୋଡ୍ ପାଇଁ କାମ କରୁଥିବା ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆଷ୍ଟ୍ରୋଫିଜିକ୍ସ (ଆଇଆଇଏ)ର ବୈଜ୍ଞାନିକ ଓ ଇଂଜିନିୟରଙ୍କ ପାଇଁ ପର୍ଫ୍ୟୁମ୍ ଓ ସ୍ପ୍ରେ ବ୍ୟବହାର କରିବା ମନା।
-
ବରିଷ୍ଠ ବିଧାୟକ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର କପାମଣ୍ଡି ନିକଟରେ ଶୋକାକୁଳ ପରିବେଶରେ ଚିରକାଳ ପାଇଁ ବିଦାୟ ନେଇଛନ୍ତି ସୂର୍ଯ୍ୟନାରାୟଣ ପାତ୍ର । ଗାର୍ଡ ଅଫ ଅନର ଦିଆଯିବା ପରେ ପୁଅ ବିପ୍ଳବ ପାତ୍ର ମୁଖାଗ୍ନି ଦେଇଥିଲେ ।
-
ଅମର ରହିବେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଶେଷ ଇଚ୍ଛା ଓ ପରିବାର ଲୋକଙ୍କ ସହମତିରେ ସୂର୍ଯ୍ୟ ପାତ୍ରଙ୍କ ଚକ୍ଷୁ ଦାନ କରାଯାଇଛି । ତାଙ୍କରି ଆଖିରେ ଦୁନିଆ ଦେଖିପାରିବେ ଆଉ ଜଣେ ବ୍ୟକ୍ତି ।
-
ଘୁଞ୍ଚିଲା ‘ସାଲାର’ର ରିଲିଜ୍ ତାରିଖ, ବୁକ୍ ହୋଇ ସାରିଥିଲା ୪ଲକ୍ଷ ଡଲାରର ଟିକେଟ
-
ଅରୁଣାଚଳ ହେଉ ବା କଶ୍ମୀର, ଯେଉଁଠାରେ ଇଚ୍ଛା ସେଠାରେ କରିବୁ ଜି-୨୦ ବୈଠକ, ଚୀନ, ପାକିସ୍ତାନକୁ ମୋଦୀଙ୍କ ଟାର୍ଗେଟ୍
-
ରାଜ୍ୟର ବିଭିନ୍ନ ସ୍ଥାନରେ ଶନିବାର ଦିନ ଅପରାହ୍ଣ ସମୟରେ ଘଡ଼ଘଡ଼ି ବର୍ଷା ସହିତ ବଜ୍ରପାତ ହେବାରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ବଜ୍ରପାତରେ ୧୪ ଜଣ ଲୋକ ଆହତ ହୋଇଛି। ।
-
ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ଏକ ବିବାଦୀୟ ବୟାନ ଦେଇଛନ୍ତି। ସନାତନ ଧର୍ମକୁ ‘ମ୍ୟାଲେରିଆ’ ଏବଂ ‘ଡେଙ୍ଗୁ’ ସହ ତୁଳନା କରି ଉଦୟନିଧି ବଡ଼ ବିବାଦ ସୃଷ୍ଟି କରିଛନ୍ତି।
-
ଚୀନର ବେଲ୍ଟ ଆଣ୍ଡ ରୋଡ ଇନସିଏଟିଭ୍ (ବିଆରଆଇ) ପ୍ରକଳ୍ପରେ ସାମିଲ ହୋଇଥିବା ଜି-୭ ଶିଳ୍ପ ରାଷ୍ଟ୍ରଗୋଷ୍ଠୀର ସଦସ୍ୟ ଇଟାଲୀ ଏବେ ଏଥିରୁ ଓହରିଯିବାକୁ ଯୋଜନା କରିଛି।
-
ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଅଧ୍ୟାପକଙ୍କ ଚାକିରି ଫେରାଇଲେ ସରକାର: ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ଭୋଗିଥିଲେ ଦଣ୍ଡ ।
-
ଦେଶର ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆଣିବା ସହିତ ‘ ଏକ ରାଷ୍ଟ୍ର, ଏକ ନିର୍ବାଚନ’ ନୀତି ପ୍ରଚଳନ କରିବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି। ଆସନ୍ତା ୧୮ ରୁ ୨୨ ତାରିଖ ଯାଏଁ ଡକାଯାଇଥିବା ସଂସଦର ସ୍ବତନ୍ତ୍ର ଅଧିବେଶନରେ ଏହି ପ୍ରସଙ୍ଗରେ ବିଲ୍ ଅଣାଯାଇ ଆଲୋଚନା କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଛନ୍ତି।
-
ବ୍ରିଟିଶ ଅମଳର ଅମର୍ଦ୍ଦାରୋଡ୍ସ୍ଥିତ ରାସଗୋବିନ୍ଦପୁର ବିମାନବନ୍ଦରରୁ ଯାତ୍ରୀବାହୀ ବିମାନ ଉଡ଼ାଣ ସ୍ୱପ୍ନ ସାକାର ହେବାକୁ ଯାଉଛି। ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନରେ ଥିବା ବିମାନବନ୍ଦର ଜମିକୁ ରାଜ୍ୟ ସରକାର ନିଜ ଅଧୀନକୁ ଆଣିବା ଲାଗି ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ବିମାନବନ୍ଦରର ମୋଟ ଏଥିପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରାଳୟକୁ ୨୬ କୋଟି ୩ ଲକ୍ଷ ୧୦ ହଜାର ୪୩୮ ଟଙ୍କା ପ୍ରଦାନ କରାଯାଇଛି।
-
ଶସ୍ତାରେ ରୁଷରୁ ଭାରତର ତୈଳ ଆମଦାନୀ ୭ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ମୌସୁମୀ ବର୍ଷା ଯୋଗୁ ଦେଶରେ ତୈଳ ଚାହିଦା ହ୍ରାସ କାରଣରୁ ଅଗଷ୍ଟ ମାସରେ ରୁଷରୁ ଅଶୋଧିତ ତୈଳ ଆମଦାନୀ ହ୍ରାସ ପାଇଥିଲା। ଏହା ୭ ମାସର ସର୍ବନିମ୍ନ ସ୍ତରକୁ ପହଞ୍ଚି ଯାଇଥିବା ଜଣାପଡିଛି।
-
ଚଳିତ ଏସିଆ କପ୍ର ଲିଗ୍ ପର୍ଯ୍ୟାୟରେ ସମସ୍ତ କ୍ରିକେଟ୍ପ୍ରେମୀଙ୍କ ନଜର ଥିଲା ଭାରତ-ପାକିସ୍ତାନ ମୁକାବିଲା ଉପରେ। କାରଣ ଗ୍ରୁପ୍ ‘ଏ’ରୁ କେଉଁ ୨ଟି ଦଳ ସୁପର-୪ରେ ପହଞ୍ଚିବେ; ତାହା ଆଗରୁ ଜଣାଥିଲା।
-
ଶ୍ରୀଲଙ୍କାରେ ଏସିଆ କପ୍ ଖେଳୁଥିବା ଟିମ୍ ଇଣ୍ଡିଆକୁ ଝଟକା। ଭାରତର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରା ଅଚାନକ ଶ୍ରୀଲଙ୍କାରୁ ମୁମ୍ବାଇ ଫେରିଛନ୍ତି। ସୋମବାର କ୍ୟାଣ୍ଡୀର ପାଲିକଲ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ନେପାଳ ବିପକ୍ଷ ମ୍ୟାଚରେ ସେ ଖେଳି ପାରିବେ ନାହିଁ।