-
ଜି-୨୦ର ଅଧ୍ୟକ୍ଷ ଭାବେ ଭାରତ ସେପ୍ଟେମ୍ବର ୯ ଓ ୧୦ତାରିଖରେ ଏହି ପ୍ରଭାବଶାଳୀ ଗୋଷ୍ଠୀର ବାର୍ଷିକ ଶିଖର ସମ୍ମିଳନୀ ଆୟୋଜନ କରୁଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଦୁଇ ଡଜନରୁ ଅଧିକ ବିଶ୍ୱ ନେତା ଏଥିରେ ଅଂଶଗ୍ରହଣ କରିବାକୁ ଭାରତ ଆସୁଛନ୍ତି ।
-
ସୋମବାର ଇସ୍ରୋ ପକ୍ଷରୁ ଟ୍ବିଟ କରି କୁହାଯାଇଛି କି ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡରକୁ ଚନ୍ଦ୍ରପୃଷ୍ଠରେ କିକ୍ ଷ୍ଟାର୍ଟ କରାଯାଇଛି। ଇସ୍ରୋ କମାଣ୍ଡ୍ ବା ଆଦେଶ ଅନୁସାରେ, ‘ଲାଣ୍ଡର୍ ବିକ୍ରମ’ ତା’ର ଇଞ୍ଜିନ୍ଗୁଡ଼ିକୁ ‘ଫାୟାର୍’ କରି ନିଜେ ପ୍ରାୟ ୪୦ ସେଣ୍ଟିମିଟର୍ ଉପରକୁ ଉଠି ୩୦ରୁ ୪୦ ସେଣ୍ଟିମିଟର୍ ଦୂରରେ ନିରାପଦରେ ଅବତରଣ କରିଛି।
-
ଗ୍ରିନ୍ କାର୍ଡ ପ୍ରଦାନ ପ୍ରକ୍ରିୟାରେ ବ୍ୟାକ୍ଲଗ୍ ଯୋଗୁଁ ଆମେରିକାରେ ଏକ ଲକ୍ଷରୁ ଅଧିକ ଭାରତୀୟ ପିଲା ସେମାନଙ୍କ ପିତାମାତାଙ୍କଠାରୁ ଅଲଗା ହେବା ଆଶଙ୍କା ରହିଛି।
-
ଆସନ୍ତା ସେପ୍ଟେମ୍ବର ୮ରୁ ୧୦ ତାରିଖ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ବିଭିନ୍ନ ଦେଶର ରାଷ୍ଟ୍ର ମୁଖ୍ୟ ଦିଲ୍ଲୀ ଆସୁଥିବାରୁ ରାଜଧାନୀକ କଡ଼ା ସୁରକ୍ଷା ବଳୟ ଭିତରେ ରଖାଯାଇଛି। ଦିଲ୍ଲୀରେ ସ୍କୁଲ କଲେଜ୍ ସମେତ ସମସ୍ତ ଅଫିସ୍ ବନ୍ଦ ରଖାଯାଇଛି। ସେପ୍ଟେମ୍ବର ୮-୧୦ ତାରିଖ ଦିଲ୍ଲୀରେ ଅନ୍ଲାଇନ୍ ଫୁଡ୍ ଡେଲିଭରି ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି।
-
ଚଳିତମାସ ୯ ଓ ୧୦ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଥିବା ଜି-୨୦ ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଯୋଗଦେବେ ନାହିଁ। ଚୀନ ସରକାରଙ୍କ ପକ୍ଷରୁ ଆଜି ବିଧିବଦ୍ଧ ଭାବେ ଏହା ଘୋଷଣା କରାଯାଇଛି।
-
ରିଲିଜ ପୂର୍ବରୁ ଆଡଭାନ୍ସ ବୁକିଂରେ ରେକର୍ଡ କଲେକ୍ସନ କଲାଣି ଫିଲ୍ମ ‘ଯବାନ’ । ଆଡଭାନ୍ସ ବୁକିଂରେ ୯ କୋଟି ଟଙ୍କା କମାଇଲାଣି ଶାହାରୁଙ୍କ ‘ଯବାନ’ ଫିଲ୍ମ । ଏବେସୁଦ୍ଧା ପ୍ରାୟ ୫ଲକ୍ଷରୁ ଅଧିକ ଟିକେଟ ବୁକିଂ ହୋଇଛି । ସାରାଦେଶରେ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଥିବା ବେଳେ କିଛି ହଲରେ ଟିକେଟ ୨୪ଶହ ଟଙ୍କାରେ ବିକ୍ରି ହେଉଛି।
-
ଶିବଲିଙ୍ଗର ଅର୍ଘରେ ହାତଧୋଇ ବିବାଦରେ ୟୁପିର ଖାଦ୍ୟ ଓ ଯୋଗାଣ ରାଷ୍ଟ୍ରମନ୍ତ୍ରୀ। ବାରବାଙ୍କିର ଲୋଧେଶ୍ୱର ମହାଦେବ ମନ୍ଦିରରେ ଥିବା ଶିବଲିଙ୍ଗର ଅର୍ଘରେ ହାତ ଧୋଇବାର ଭିଡିଓ ଭାଇରାଲ ହେବାରୁ ଉତ୍ତରପ୍ରଦେଶ ମନ୍ତ୍ରୀ ସତୀଶ ଶର୍ମା ଆଜି ବିରୋଧୀ ଦଳର ଟାର୍ଗେଟକୁ ଆସିଛନ୍ତି।
-
ଜଟଣୀ ତହସିଲରେ ଖାସମାହଲ ସମସ୍ୟା, ଦୀର୍ଘ ବର୍ଷର ସମସ୍ୟା ।ତିନି ମାସ ମଧ୍ୟରେ ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ କରାଯାଇ ଆଗାମୀ ଡିସେମ୍ବରରେ ଲୋକଙ୍କୁ ପଟ୍ଟା ବଣ୍ଟନ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ଦ୍ୱାରା ୫୩୭ ପରିବାର ଉପକାର ପାଇବେ।
-
ଏଣିକି ଟୁଇନ୍ ସିଟି ମଧ୍ୟରେ ଯାଇଥିବା NH ଓ ରାଜ୍ୟ ରାଜପଥରେ ସନ୍ଧ୍ୟା ୫ଟାରୁ ୭ଟା ୩୦ ପର୍ଯ୍ୟନ୍ତ ଅଢେଇ ଘଣ୍ଟା ପାଇଁ ଭାରି ଯାନ ' ୬ ଚକିଆ ' ଚଳାଚଳ ଉପରେ ଲାଗୁ ହେବ କଟକଣା l
-
ରାଜ୍ୟରେ ସ୍ନେକ ହେଲପ ଲାଇନ ସଦସ୍ୟ ବୁଲି ବୁଲି ସାପ ଧରୁଛନ୍ତି । ତେଣୁ ଏହି ସାପ ଧରାଳିଙ୍କ ପାଇଁ ବୀମା ସୁବିଧା ଯୋଗାଇ ଦେବା ରାଜ୍ୟ ସରକାର। ଏଥି ସହିତ ସାପ ଧରାଳିଙ୍କ ବୀମା ପ୍ରିମିୟମ ଭରିବ ଜଙ୍ଗଲ ଓ ପରିବେଶ ବିଭାଗ ।
-
୨୦୨୦-୨୧ ତୁଳନାରେ ୨୦୨୧-୨୨ରେ ପ୍ରମୁଖ ରାଜନୈତିକ ଦଳଗୁଡ଼ିକର ସମ୍ପତ୍ତି ବଢ଼ିଛି। ୨୦୨୧-୨୨ରେ ୮ଟି ରାଜନୈତିକ ଦଳ ଦ୍ବାରା ଘୋଷଣା କରାଯାଇଥିବା ମୋଟ୍ ସମ୍ପତ୍ତିର ମୂଲ୍ୟ ୮,୮୨୯.୧୬ କୋଟି ଟଙ୍କା।
-
ଦେଶର ଅନ୍ୟତମ ଦାମୀ ଓକିଲ ତଥା ଭାରତର ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ ତୃତୀୟ ଥର ବିବାହ କରିଛନ୍ତି। ସେ ଲଣ୍ଡନରେ ୬୮ ବର୍ଷ ବୟସରେ ରବିବାର ତୃତୀୟ ଥର ପାଇଁ ବିବାହ କରିଛନ୍ତି। ଗତକାଲି ଲଣ୍ଡନର ଏକ ବିଳାଶପୂର୍ଣ୍ଣ ହୋଟେଲରେ ତ୍ରିନାଙ୍କୁ ବିବାହ କରିଛନ୍ତି ହରିଶ ସାଲଭେ। ତ୍ରିନା ବ୍ରିଟିଶର ମୂଳ ବାସିନ୍ଦା ।
-
କେନ୍ଦ୍ରୀୟ ବ୍ୟାଙ୍କ ପ୍ରସ୍ତୁତ କରିଥିବା ଡିଜିଟାଲ ମୁଦ୍ରା ସୀମାପାର ପେମେଣ୍ଟ୍ରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ। ଏହା ଜରିଆରେ ଶୀଘ୍ର ଓ ସୁଲଭ ମୂଲ୍ୟରେ ସୀମାପାର ପେମେଣ୍ଟ୍ ହୋଇପାରିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି।
-
ବର୍ତ୍ତମାନ ବିଶ୍ବ ବଜାରରେ ଚାଉଳ ଦର ରେକର୍ଡ ସ୍ତରରେ ରହିଛି। ଏଭଳି ପରିସ୍ଥିତି ଜାରି ରହିଲେ ଚାଉଳ ଟନ୍ ପିଛା ୧୦୦୦ ଡଲାର ଛୁଇଁବ ବୋଲି ଆଶଙ୍କା କରାଯାଉଛି।
-
ବିଭିନ୍ନ ଅର୍ଥନୈତିକ ଓ ବ୍ୟାବସାୟିକ ମାନଦଣ୍ଡ ଆଧାରରେ ଚୀନ୍ଠାରୁ ଭାରତ ୧୬.୫ ବର୍ଷ ପଛୁଆ ଥିବା ବର୍ଣ୍ଣଷ୍ଟିନ୍ ରିସର୍ଚ୍ଚ ରିପୋର୍ଟରେ କୁହାଯାଇଛି।
-
ଏବେ ୟୁପିଆଇ ଦ୍ବାରା ହୋଇପାରିବ ଡିଜିଟାଲ ମୁଦ୍ରାର ନେଣ ଦେଣ, ଗ୍ରାହକଙ୍କ ପାଇଁ ଏସବିଆଇ ଆଣିଲା ସୁବିଧା l ଗ୍ରାହକ ଏବେ ୟୋନୋ ଆପ୍ ମାଧ୍ୟମରେ ଡିଜିଟାଲ ମୁଦ୍ରା କିଣିପାରିବେ ଏବଂ ଗ୍ରାହକ ବିନା କୌଣସି ଅସୁବିଧାରେ ୟୁପିଆଇ କ୍ୟୁଆର କୋଡକୁ ସ୍କାନ କରି ସହଜରେ ପେମେଣ୍ଟ କରିପାରିବେ।
-
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ)କୁ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କୁହାଯାଉଛି। ଏହା ପଛରେ ଦୃଢ଼ କାରଣ ମଧ୍ୟ ରହିଛି। ବିଏସ୍କେୱାଇ କେବଳ ଓଡ଼ିଶାରେ ରହୁଥିବା ଲୋକଙ୍କୁ ନୂଆ ଜୀବନ ଦେଉନାହିଁ; ବରଂ ରାଜ୍ୟ ବାହାରେ ମଧ୍ୟ ହଜାର ହଜାର ଲୋକଙ୍କ ପାଇଁ ଆଶୀର୍ବାଦ ସାଜିଛି।
-
୬ ରାଜ୍ୟର ୭ ବିଧାନସଭା ଆସନରେ ଆଜିହେବ ଉପନିର୍ବାଚନ l ଉତ୍ତରପ୍ରଦେଶର ଘୋଷି ନିର୍ବାଚନ ମଣ୍ଡଳୀ, ଝାଡ଼ଖଣ୍ଡର ଡୁମରି, ତ୍ରିପୁରାର ଧାନପୁର ଓ ବକ୍ସନଗର, ଉତ୍ତରାଖଣ୍ଡର ବାଗେଶ୍ବର, ପଶ୍ଚିମବଙ୍ଗର ଧୁପଗୁଡ଼ି ଏବଂ କେରଳର ପୁଥୁପ୍ପଲ୍ଲି ରେ ହେବ ଉପନିର୍ବାଚନ l ଆସନ୍ତା ୮ ତାରିଖରେ ନିର୍ବାଚନ ଫଳ ପ୍ରକାଶ ପାଇବ।
-
ଟିମ୍ ଇଣ୍ଡିଆ ଦ୍ରୁତ ବୋଲର ଯଶପ୍ରୀତ ବୁମରା ବାପା ହୋଇଛନ୍ତି। ବୁମରାଙ୍କ ପତ୍ନୀ ସଞ୍ଜନା ଗଣେସନ ସୋମବାର ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ବୁମରା ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି।
-
ଏସିଆ କପ୍ରେ ବଡ଼ ପରିବର୍ତ୍ତନ, ଫାଇନାଲ୍ ସହ ସୁପର-୪ର ସମସ୍ତ ମ୍ୟାଚ୍ ହମ୍ବନଟୋଟା ଗ୍ରାଉଣ୍ଡରେ ଖେଳାଯିବ