-
ଅସୁରକ୍ଷିତ ଖାଦ୍ୟ ଖାଇ ବର୍ଷକୁ ୪.୨ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି। କେବଳ ସେତିକି ନୁହେଁ, ୬୦ କୋଟି ଲୋକ ସଂକ୍ରମଣର ଶିକାର ହେଉଛନ୍ତି। ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ (ଏଫ୍ଏସ୍ଏସ୍ଏଆଇ) ପକ୍ଷରୁ ଗୁରୁବାର ଆୟୋଜିତ ପ୍ରଥମ ଅନ୍ତର୍ଜାତୀୟ ଖାଦ୍ୟ ନିୟାମକମାନଙ୍କ ସମ୍ମିଳନୀ ୨୦୨୩ରେ ଉଦ୍ବୋଧନ ଦେଇ ଏହା କହିଛନ୍ତି ଉକ୍ତ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଜି କମଳା ବର୍ଦ୍ଧନ ରାଓ।
-
ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଗୁରୁବାର ଚନ୍ଦ୍ରଯାନ-୩ ମହାକାଶଯାନର ଚତୁର୍ଥ କକ୍ଷପଥ ବଢ଼ାଇବା କାର୍ଯ୍ୟ (ପୃଥିବୀ-ବନ୍ଧିତ ଆପୋଜି ଫାୟାରିଂ) ସଫଳତାର ସହ ସମ୍ପନ୍ନ କରିଛି। ବୁଧବାର ତୃତୀୟ କକ୍ଷପଥ ପରିବର୍ତ୍ତନ (ପୃଥିବୀ-ବନ୍ଧିତ ପେରିଜି ଫାୟାରିଂ) କରାଯାଇଥିଲା। ଇସ୍ରୋ ଟ୍ବିଟ୍ କରି ଜଣାଇଛି ଯେ, ଚନ୍ଦ୍ରଯାନ-୩ର ଚତୁର୍ଥ କକ୍ଷପଥ ବୃଦ୍ଧି କରି ଏହାକୁ ଚନ୍ଦ୍ରର ଆଉ ଏକପାଦ ନିକଟତର କରାଯାଇଛି।
-
ଗୁରୁବାର ଦିନ ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିବସରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଦ୍ବାରା ସପ୍ତଦଶ ଲୋକସଭାର ଦୁଇଜଣ ସାଂସଦଙ୍କ ସମେତ ସମୁଦାୟ ୧୩ ଜଣ ପୂର୍ବତନ ଦିବଂଗତ ସାଂସଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ୧୩ ଜଣ ଦିବଂଗତ ସାଂସଦଙ୍କ ମଧ୍ୟରେ ଓଡ଼ିଶାର ଦୁଇଜଣ ଅଛନ୍ତି।
-
ସାରା ଦେଶ ମଣିପୁର ଘଟଣା ସ୍ତବ୍ଧ । ୨ ଜଣ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଉଲଗ୍ନ କରି ରାସ୍ତାରେ ଚଲାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ଏହାକୁ ନେଇ ଦେଶବ୍ୟାପୀ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି।
-
ଆଜି ପ୍ରତ୍ୟୁଷରେ ରାଜସ୍ଥାନର ଜୟପୁର ଓ ମଣିପୁର ରାଜ୍ୟରେ ଭୂମିକମ୍ପ ହୋଇଥିବା କଥା ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ ସୂଚନା ଦେଇଛି।‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ ସୂଚନା ଅନୁସାରେ, ପାହାନ୍ତା ୪ ରୁ ଭୋର୍ ୪.୨୫ ମଧ୍ୟରେ ରାଜସ୍ଥାନର ଜୟପୁରରେ ଗୋଟିକ ପରେ ଗୋଟିଏ ୩ ଥର ଭୂକମ୍ପନ ସଂଘଠିତ ହୋଇଛି।
-
ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନ ପାଇବାରେ ସୁଲତା ଦେଓ ପ୍ରଥମ ଓଡ଼ିଆ ମହିଳା ସାଂସଦ। ପୁନର୍ଗଠିତ ୮ ଜଣିଆ ଉପାଧ୍ୟକ୍ଷ ପ୍ୟାନେଲରେ ୫୦ ପ୍ରତିଶତ ମହିଳା ସାଂସଦ ସ୍ଥାନ ପାଇଛନ୍ତି।
-
ସମ୍ବଲପୁରରେ ଧାର୍ମିକ ଶୋଭାଯାତ୍ରା ଉପରେ ଲାଗିଲା କଟକଣା । ଏକ ବର୍ଷ ଯାଏଁ ବନ୍ଦ ରହିବ ସମସ୍ତ ଧାର୍ମିକ ଶୋଭାଯାତ୍ରା । ଗତ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଘଟିଥିବା ହିଂସା ପାଇଁ ପ୍ରଶାସନ ଏପରି କଡା ପଦକ୍ଷେପନେଇଛି ।
-
କେନ୍ଦ୍ରୀୟ ସୁରକ୍ଷା ତାଲିକାରେ ଓଡ଼ିଶାର ୮୦ଟି ଐତିହ୍ୟସ୍ଥଳ ରହିଛି । ୨୦୨୧-୨୨ରେ ୩ କୋଟି ୩୪ ଲକ୍ଷ ଟଙ୍କାର ରାଜସ୍ବ ସଂଗ୍ରହ ହୋଇଥିଲା । ୨୦୨୨-୨୩ରେ ୧୧ କୋଟି ୫୬ ଲକ୍ଷ ଟଙ୍କାର ରାଜସ୍ବ ସଂଗ୍ରହ ହୋଇଛି । ସଂଗୃହୀତ ରାଜସ୍ବ କନସୋଲିଡେଟେଡ୍ ଫଣ୍ଡରେ ଜମା ହୋଇଛି ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କହିଛନ୍ତି ।
-
ବ୍ରିଜ ଭୂଷଣ ଶରଣ ସିଂହ ଏବଂ ସଚିବ ବିନୋଦ ତୋମାରଙ୍କୁ ୨୫,୦୦୦ ଟଙ୍କା ଲେଖାଏଁ ବ୍ୟକ୍ତିଗତ ବଣ୍ଡରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜାମିନ ପ୍ରଦାନ ବେଳେ କୋର୍ଟ ସର୍ତ୍ତ ରଖିଛନ୍ତି କି କୋର୍ଟଙ୍କ ବିନା ଦିର୍ଦ୍ଦେଶରେ ବ୍ରିଜଭୂଷଣ ଦେଶ ବାହାରକୁ ଯାଇପାରିବେ ନାହିଁ । ଏହାସହ ସାକ୍ଷୀମାନଙ୍କୁ ପ୍ରଭାବିତ ନକରିବାକୁ ବ୍ରିଜଭୂଷଣଙ୍କୁ କୋର୍ଟ ସତର୍କ କରାଇଛନ୍ତି ।
-
ଦିଲ୍ଲୀରେ ପ୍ରସାଶନିକ ଅଧିକାରୀଙ୍କ ବଦଳି ଓ ପୋଷ୍ଟିଂ ନେଇ କେନ୍ଦ୍ର ଆଣିଥିବା ଅଧ୍ୟାଦେଶ ମାମଲାକୁ ସୁପ୍ରିମକୋର୍ଟ ଏକ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଇଛନ୍ତି। ଏବେ ସାମ୍ବିଧାନିକ ପୀଠ ଏହି ଅଧ୍ୟାଦେଶର ବୈଧତା ଉପରେ ନିଷ୍ପତ୍ତି ନେବ।
-
ଆସନ୍ତା ୨୪ ତାରିଖରେ ଉତ୍ତର- ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ହେବ କେନ୍ଦ୍ରୀଭୂତ । ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଲଘୁଚାପ ପ୍ରଭାବରେ ଜୁଲାଇ ଶେଷ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ନନ୍ ଷ୍ଟପ୍ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
-
ମଣିପୁର ରାଜ୍ୟରେ ଏକ ସମ୍ପ୍ରଦାୟର ୨ ଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାକୁ ନେଇ ସାରା ଦେଶରେ କ୍ରୋଧର ନିଆଁ ଜଳୁଛି। ଘଟଣାରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ, ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି।
-
ଜୁଲାଇ ୨୩ରେ ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ । ସକାଳ ୯ଟାରେ ପୂଜାର୍ଚ୍ଚନା ପରେ ବନ୍ୟାଜଳ ନିଷ୍କାସିତ ହେବ। ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦରେ ଜଳସ୍ତର ବଢୁଛି। ଏହି ବନ୍ୟାଜଳ ଛଡାଗଲେ ମହାନଦୀ ଓ ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବ।
-
ରାଜଧାନୀରେ ବାସଗୃହ, ଆପାର୍ଟମେଣ୍ଟ, ଶିକ୍ଷାନୁଷ୍ଠାନ, ବାଣିଜ୍ୟିକ ସଂସ୍ଥା ଏବଂ ଶିଳ୍ପାନୁଷ୍ଠାନ ଇତ୍ୟାଦିର ନୂତନ କୋଠା ନିର୍ମାଣ କ୍ଷେତ୍ରରେ ଅନୁମୋଦିତ ପ୍ଲାନ୍କୁ ଗୁରୁତର ସହ ନିଆଯିବ। ପୂର୍ବ ଅନୁମୋଦିତ ପ୍ଲାନ୍ରେ ଯଦି କୌଣସି ଉଲ୍ଲଘଂନ କରାଯାଇଥିବା ନଜରକୁ ଆସେ, ତାହାଲେ କୋଠା ନିର୍ମାଣକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍ସି କମିସନର୍ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି।
-
ଖଡଗ ନଦୀରେ ନିର୍ମାଣ ହେବ ନଦୀଗର୍ଭ ଜଳାଶୟ। ୧୨୬ କୋଟି ଟଙ୍କାର ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।
-
ସେପ୍ଟେମ୍ବରରେ ଭାରତୀୟ ବାୟୁସେନାକୁ ମିଳିବ ପ୍ରଥମ ସି୨୯୫ ବିମାନ, ଭାରତରେ ମଧ୍ୟ ହେବ ନିର୍ମାଣ ।
-
ଚିତା ମୃତ୍ୟୁ ଘଟଣାରେ ଚିନ୍ତା ପ୍ରକଟ କଲେ ସୁପ୍ରିମକୋର୍ଟ । ସମାଧାନ ପାଇଁ ସକାରାତ୍ମକ ପଦକ୍ଷେପ ନେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ।
-
ରାଜଧାନୀ ଉପକଣ୍ଠରେ ଫ୍ଲାଟ ଯୋଗାଇ ଦେବା ନାଁରେ ୧୫କୋଟି ଟଙ୍କା ଠକି ନେବା ଅଭିଯୋଗରେ ବିଲ୍ଡର ସଂସ୍ଥା ‘ମିଶ୍ର କ୍ରିଏସନ ପ୍ରା.ଲି’ର ଅତିରିକ୍ତ ନିର୍ଦେଶକ ସନ୍ତୋଷ କୁମାର ରଥଙ୍କୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଗିରଫ କରି ଗୁରୁବାର ଅଦାଲତ ଚାଲାଣ କରିଛି।
-
ଶିବସେନା ଗୋଷ୍ଠୀର ସାଂସଦ ସଞ୍ଜୟ ରାଉତଙ୍କ ବନ୍ଧୁ ବ୍ୟବସାୟୀ ସୁଜିତ ପାଟକରଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଗିରଫ କରିଥିବା ଜଣାପଡ଼ିଛି। ଜମ୍ବୁରେ କୋଭିଡ-୧୯ ଚିିକିତ୍ସା କେନ୍ଦ୍ର ପ୍ରତିଷ୍ଠା କରିବା ଅନିୟମିତତା ଏବଂ ମନି ଲଣ୍ଡରିଂ ମାମଲାରେ ସୁଜିତଙ୍କ ସହ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।
-
ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଐତିହାସିକ ୧୦୦ତମ ଟେଷ୍ଟମ୍ୟାଚ୍ ଗୁରବାର ଆରମ୍ଭ ହୋଇଛି। ତେବେ ସ୍ଥାନ ଓ ମ୍ୟାଚ୍ର ଗୁରୁତ୍ବ ବଦଳିଥିଲେ ମଧ୍ୟ କ୍ରିକେ୍ଟ ଦୃଷ୍ଟିକୋଣରୁ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ।