- 
	
ଜଷ୍ଟିସ୍ ଶୁଭାଶିଷ ତାଳପତ୍ରଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି।ଜଷ୍ଟିସ୍ ଆଲୋକ ଆରାଧେଙ୍କୁ ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି।ଜଷ୍ଟିସ୍ ସୁନୀତା ଅଗ୍ରୱାଲଙ୍କୁ ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି।  ଜଷ୍ଟିସ୍ ଆଶିଷ ଜିତେନ୍ଦ୍ର ଦେଶାଇଙ୍କୁ କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି।
	 
	- 
	
ଆଜିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ l ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ l ୨୩ ଦିନିଆ ମୌସୁମୀ ଅଧିବେଶନରେ ୧୭ଟି ବୈଠକ ବସିବ। ୩୧ ବିଧେୟକ ଉପରେ ବିଚାର କରାଯିବାର ରହିଛି ସମ୍ଭାବନା ।
	 
	- 
	
ମୌସୁମୀ ଅଧିବେଶନରେ କଂଗ୍ରେସ ମଣିପୁର ପ୍ରସଙ୍ଗ ଉଠାଇବ ବୋଲି କହିଛି। କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ କହିଥିଲେ ଯେ ଆସନ୍ତାକାଲି କଂଗ୍ରେସ ମଣିପୁର ହିଂସା ନେଇ ଗୃହରେ ମୁଲତବୀ ପ୍ରସ୍ତାବ ଆଣିବ।
	 
	- 
	
ପାନ୍ ସହ ଆଧାର ଲିଙ୍କ୍ କରିବା ପ୍ରବାସୀ ଭାରତୀୟଙ୍କ ପାଇଁ ବାଧ୍ୟତାମୂଳକ ନଥିଲା। ଏହା ସତ୍ବେ ସେମାନଙ୍କ ପାନ୍ ଅଚଳ ହୋଇଛି। ନିୟମ ଅନୁସାରେ ଯେଉଁମାନେ ପାନ୍ ପାଇଛନ୍ତି ସେମାନେ ତାହାକୁ ଆଧାର ସହ ଲିଙ୍କ୍ କରିବା ବାଧ୍ୟତାମୂଳକ। ସେହି ଅବଧି ଜୁନ୍ ୩୦ରେ ଶେଷ ହୋଇଯାଇଛି।
	 
	- 
	
ରୁଷ୍-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ କେଉଁ ଭାଷାରେ ବର୍ଣ୍ଣନା କରାଯିବ ତାହାକୁ ନେଇ ଜି୨୦ ରାଷ୍ଟ୍ରଗୁଡ଼ିକର ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରଙ୍କ ବୈଠକରେ କୌଣସି ସହମତି ହୋଇପାରିନାହିଁ। ଦୁଇ ଦିନିଆ ବୈଠକ ଶେଷ ପରେ ଜାରି କରାଯିବାକୁ ଥିବା ବିଜ୍ଞପ୍ତିରେ ଯୁଦ୍ଧ ସମ୍ପର୍କିତ ଥିବା ଏକ ଲେଖାକୁ ଚୀନ୍ ଓ ରୁଷ୍ ବିରୋଧ କରିଥିଲେ।
	 
	- 
	
କୌଣସି ସାମ୍ବାଦିକ ବା ରିପୋର୍ଟର ଆଇନକୁ ହାତମୁଠାକୁ ନେବା ଲାଗି ଲାଇସେନ୍ସ ପାଇନାହାନ୍ତି। ମଧ୍ୟପ୍ରଦେଶ ହାଇକୋର୍ଟ ଜଣେ ସାମ୍ବାଦିକଙ୍କ ଜାମିନ ନାମଞ୍ଜୁର କରିବା ପରେ ଏହା ବିରୋଧରେ ଆଗତ ପିଟିସନର ଶୁଣାଣି କରିବା ଅବସରରେ କୋର୍ଟ ଉପରୋକ୍ତ ମତ ଦେଇଛନ୍ତି।
	 
	- 
	
ଭାରତୀୟ ସେନା ଓ ଜେକେପିର ସ୍ବତନ୍ତ୍ର ଅପରେସନ ଗ୍ରୁପ୍ ମଙ୍ଗଳବାର ସକାଳେ ପୁଞ୍ଚ ଜିଲ୍ଲାର ସୁରନକୋଟ ତହସିଲ ଅଞ୍ଚଳରେ ୪ ଜଣ ଆତଙ୍କବାଦୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ସେମାନଙ୍କ ପାଖରୁ ମିଳିଥିବା ପରିଚୟପତ୍ରରୁ ଜଣାପଡ଼ିଛି ଯେ, ସେମାନେ ସମସ୍ତେ ହେଉଛନ୍ତି ଲସ୍କର-ଏ-ତୋଇବାର.
	 
	- 
	
୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ସାମାଜିକ କର୍ମୀ ତିସ୍ତା ଶୀତଲୱାଡ଼ଙ୍କୁ ସୁପ୍ରିମକୋର୍ଟରେ ବଡ଼ ଆଶ୍ବସ୍ତି ମିଳିଛି। ସୁପ୍ରିମକୋର୍ଟ ତିସ୍ତାଙ୍କୁ ନିୟମିତ ଜାମିନ ମଂଜୁର କରିଛନ୍ତି।
	 
	- 
	
୧୦ ଜଣ ବିଜେପି ବିଧାୟକ କର୍ଣ୍ଣାଟକ ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି। ଗୃହରେ ୧୦ ବିଜେପି ବିଧାୟକଙ୍କ ଅଶୋଭନୀୟ ଆଚରଣ ପାଇଁ ବାଚସ୍ପତି ୟୁଟି ଖାଦେର ସେମାନଙ୍କୁ ଚଳିତ ଅଧିବେଶନରୁ ନିଲମ୍ବିତ କରିଛନ୍ତି।
	 
	- 
	
ବନ୍ଦ ହୋଇଯାଇଥିବା ଓ ପୁଣି ଥରେ ଉଡ଼ିବାକୁ ସଂଘର୍ଷ କରୁଥିବା ଘରୋଇ ଏୟାରଲାଇନ୍ସ ଜେଟ୍ ଏୟାରୱେଜ୍ର ପ୍ରତିଷ୍ଠାତା ନରେଶ ଗୋୟଲଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନୂଆ ମାମଲା ରୁଜୁ କରିଛି।
	 
	- 
	
ବିରୋଧୀ ମେଣ୍ଟକୁ ଭାରତ (ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ୍ ଆଲାଏନ୍ସ-ଇଣ୍ଡିଆ) ନାମରେ ନାମିତ କରିଥିବା ନେଇ ବିବାଦ ଦେଖାଦେଇଛି । ଏନେଇ ଦିଲ୍ଲୀର ବାରଖମ୍ବା ରୋଡ୍ ଥାନାରେ ବିରୋଧୀ ମେଣ୍ଟରେ ସଂପୃକ୍ତ ସମସ୍ତ ୨୬ଟି ରାଜନୈତିକ ଦଳ ବିରୋଧରେ ଏକ ମାମଲା ରୁଜ୍ଜୁ ହୋଇଛି ।
	 
	- 
	
ଉତ୍ତର କୋରିଆ ତା’ର ପୂର୍ବାଞ୍ଚଳ ସମୁଦ୍ର ମଧ୍ୟକୁ ଦୁଇଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଜାପାନ ଓ ଦକ୍ଷିଣ କୋରିଆ ସେନା କହିଛନ୍ତି।
	 
	- 
	
ଟାଟା ଗ୍ରୁପ୍ ଇଂଲଣ୍ଡର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଏକ ବିଶାଳ ଇଲେକ୍ଟ୍ରିକ୍ ଯାନ (ଇଭି) ବ୍ୟାଟେରି କାରଖାନା ସ୍ଥାପନ କରିବ। କଂପାନି ସେଥିରେ ୫୨୦ ନିୟୁତ ଡଲାର ନିବେଶ କରିବ ଯାହା ମାଧ୍ୟରେ ଶହ ଶହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଉଭୟ କଂପାନି ଓ ବ୍ରିଟେନ୍ ସରକାର କହିଛନ୍ତି।
	 
	- 
	
ତଥ୍ୟ ଅନୁସାରେ ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ଓଡ଼ିଶାରେ ମୋଟ ବ୍ୟାଙ୍କ ଶାଖା ସଂଖ୍ୟା ୫,୭୭୪ ଥିଲା। ସେଥିରୁ ଗ୍ରାମାଞ୍ଚଳରେ ୩୦୫୪ଟି, ଅର୍ଧ-ସହରାଞ୍ଚଳରେ ୧୫୨୬ ଓ ସହରାଞ୍ଚଳରେ ୧୧୯୪ଟି ବ୍ୟାଙ୍କ ଶାଖା ରହିଛି।
	 
	- 
	
ଓଡ଼ିଶା ଖଣି ନିଗମ (ଓଏମ୍ସି) ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାରଙ୍କୁ ୧୪୨୦ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରାଯାଇଛି। ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଲାଭାଂଶ ବାବଦ ଚେକ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହସ୍ତାନ୍ତର କରିଛନ୍ତି।
	 
	- 
	
ରାଜ୍ୟର କେନ୍ଦୁପତ୍ର ହିତାଧିକାରୀଙ୍କ ପାଇଁ ୨୦୨୨ ଶସ୍ୟବର୍ଷର ତୃତୀୟ ପର୍ଯ୍ୟାୟ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୮ ଲକ୍ଷରୁ ଉର୍ଦ୍ଧ୍ବ ହିତାଧିକାରୀ ପାଇବେ ୫୬ କୋଟି ଟଙ୍କାର ବୋନସ୍ ଓ ପ୍ରୋତ୍ସାହନ l
	 
	- 
	
ପ୍ରକାଶ ପାଇଲା ଯୁକ୍ତ ୨ ଦ୍ୱିତୀୟ ମେଧା ତାଲିକା l ଦ୍ୱିତୀୟ ପର୍ଯ୍ୟାୟରେ ୭୦ ହଜାର ୧୦୫ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ଜୁଲାଇ ୨୦ ରୁ ୨୨ ତାରିଖ ମଧ୍ୟରେ ହେବ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା।
	 
	- 
	
୬୫୦ କୋଟି ଟଙ୍କାରେ ନିର୍ମିତ ରାଜ୍ୟର ୮ଟି ଜିଲ୍ଲାରେ ୮ଗୋଟି ଉଚ୍ଚ କ୍ଷମତାସମ୍ପନ୍ନ ଗ୍ରୀଡ୍ ସବ୍ଷ୍ଟେସନକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l
	 
	- 
	
ପେପରଲେସ୍ ହେବ ଓଡ଼ିଶା ବିଧାନସଭା l ସମସ୍ତ କାର୍ଯ୍ୟ ଡିଜିଟାଲରେ ହେବ ସମ୍ପାଦିତ, ଏ ନେଇ ବିଧାୟକ ଓ ଅଧିକାରୀଙ୍କୁ ଦିଆଗଲା ପ୍ରଶିକ୍ଷଣ l
	 
	- 
	
ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଆଜିଠାରୁ ତ୍ରିନିଦାଦରେ ଖେଳାଯିବ। ସିରିଜର ପ୍ରଥମ ମ୍ୟାଚ୍ ଗୋଟିଏ ଇନିଂସ ଏବଂ ୧୪୧ ରନ୍ରେ ଜିତିଥିଲା ଭାରତ l