- 
	
କେତେଗୁଡ଼ିଏ ସରକାରୀ ବିଭାଗରେ ଚାକରି ପାଇଁ ମନୋନୀତ ହୋଇଥିବା ୭୦,୦୦୦ ପ୍ରାର୍ଥୀଙ୍କୁ ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି
	 
	- 
	
ମାଡ୍ରାସ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ୍ (ଇନଚାର୍ଜ) ଜୁଲାଇ ୭ ତାରିଖରେ ଏକ ବିଜ୍ଞପ୍ତି ଜାରି ଜିଲ୍ଲା ନ୍ୟାୟପାଳିକାଗୁଡ଼ିକୁ ଅବଗତ କରାଇଥିଲେ ଯେ ମାଡ୍ରାସ ହାଇକୋର୍ଟଙ୍କ ପୂର୍ଣ୍ଣ ବେଞ୍ଚ୍ ପ୍ରସ୍ତାବ ଅନୂଯାୟୀ କେବଳ ଜାତିର ଜନକ ମହାତ୍ମା ଗାନ୍ଧୀ ଏବଂ ସନ୍ଥ ତରୁବଲ୍ଲୁବରଙ୍କ ପ୍ରତିମୂର୍ତ୍ତି ଓ ପୋଟ୍ରେଟ୍ ଛଡ଼ା ଅନ୍ୟ କୌଣସି ପ୍ରତିମୂର୍ତ୍ତି କିମ୍ବା ଫଟୋ କୌଣସି କୋର୍ଟ ପରିସରରେ ରହିପାରିବନି। 
	 
	- 
	
ନ୍ୟାସନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ (ଏନସିଏଲଟି) ଭାରତର ପ୍ରଥମ ଘରୋଇ ହିଲ୍ ଷ୍ଟେଶନ ଲାଭାସାକୁ ବିକ୍ରି କରିଛି। ଡାରୱିନ ପ୍ଲାଟଫର୍ମ ଇନଫ୍ରାଷ୍ଟ୍ରକଚର୍ିକୁ ଏହି ହିଲ୍ ଷ୍ଟେଶନ ବିକିବା ନେଇ ଟ୍ରିବ୍ୟୁନାଲ ମଞ୍ଜୁର କରିଛି।
	 
	- 
	
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଏହାର ସ୍କୁଲ୍ଗୁଡ଼ିକରେ ଆଞ୍ଚଳିକ ଭାଷାରେ ପାଠ ପଢ଼ାଇବା ଲାଗି ଅନୁମତି ପ୍ରଦାନ କରିଛି।
	 
	- 
	
ଗ୍ରାମାଞ୍ଚଳ ପରି ସହରାଞ୍ଚଳର ବାସହୀନଙ୍କ ପାଇଁ ଆରମ୍ଭ ହେବ ‘ମୋ ଘର ଅର୍ବାନ୍’। ହିତାଧିକାରୀଙ୍କୁ ବ୍ୟାଙ୍କରୁ ସର୍ବାଧିକ ୩ ଲକ୍ଷ ଟଙ୍କା ଋଣ ମିଳିବ ଆଉ ତାହା ୧୦ ବର୍ଷ ମଧ୍ୟରେ ଫେରସ୍ତ ନିଆଯିବ। ମୋ ଘର ଅର୍ବାନ୍ ଯୋଜନାରେ ୧ ଲକ୍ଷ ଟଙ୍କାରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ।
	 
	- 
	
ଟ୍ୱିଟରରେ କୌଣସି ଆକାଉଣ୍ଟଧାରୀ ଅସୀମିତ ଟୁଇଟ ପଢି ପାରିବ ନାହିଁ । ଏପରି କି ଟ୍ୱିଟରର ଲଗଇନ ନକଲେ ଟ୍ୱିଟର ଦେଖିହେବ ନାହିଁ। ସୂଚନା ଅନୁସାରେ ଭେରିଫାଏଡ ଆକାଉଣ୍ଟସରୁ ଦିନକୁ ଜଣେ ୬ହଜାର ପୋଷ୍ଟ ପଢିପାରିବେ । ସେହିପରି ଭେରିଫାଏ ହୋଇନଥିବା ଆକାଉଣ୍ଟଧାରୀ ଦିନକୁ ୬୦୦ ପୋଷ୍ଟ ଏବଂ ଭେରିଫାଏ ହୋଇନଥିବା ନୂଆ ଆକାଉଣ୍ଟରୁ ଦିନକୁ ୩୦୦ ପୋଷ୍ଟ ଦେଖିପାରିବେ ।
	 
	- 
	
ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି। ଜଳଭଣ୍ଡାରର ଜଳସ୍ତର ୬୧୪ ଫୁଟ ଉପରେ ରହିଛି । ବର୍ତ୍ତମାନ ଜଳଭଣ୍ଡାରକୁ ୯୨ ହଜାର ୭୭୪ କ୍ୟୁସେକ ପାଣି ପ୍ରବେଶ ହେଉଥିବା ବେଳେ ୪୦ ହଜାର ୬୧୫ କ୍ୟୁସେକ ପାଣି ନିଷ୍କାସନ ହେଉଛି ।
	 
	- 
	
ଶିମିଳିପାଳ ଅଭୟାରଣ୍ୟରେ କର୍ତ୍ତବ୍ୟରତ ୩ଜଣ ବନ ଅଧିକାରୀଙ୍କୁ ସେମାନଙ୍କର ଉତ୍ସର୍ଗିକୃତ ସେବା ପାଇଁ ଭାରତ ସରକାର ସମ୍ମାନୀତ କରିବେ । ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ଭାରତ ସରକାର ଏହି ପୁରସ୍କାର ଘୋଷଣା କରିଛନ୍ତି ।ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ କାର୍ଯ୍ଯରତ ଥିବା ଡେପୁଟି ରେଞ୍ଜର ସ୍ବର୍ଗତଃ ମାଥି ହାଁସଦା ଓ ବନରକ୍ଷୀ ସ୍ବର୍ଗତଃ ବିମଳ କୁମାର ଜେନାଙ୍କୁ ସେମାନଙ୍କର ଉତ୍ସର୍ଗିକୃତ ସେବା, ତ୍ୟାଗ ଓ ବଳିଦାନ ପାଇଁ ମରଣୋତ୍ତର ସମ୍ନାନ ମିଳିବାକୁ ଥିବାବେଳେ ହିମାଂଶୁ ଶେଖର ସେଠୀଙ୍କୁ ତାଙ୍କର ଅସାଧାରଣ ସାହସିକତା ଓ ବୀରତ୍ବ ପାଇଁ ଏହି ପୁରସ୍କାର ମିଳିବାକୁ ଯାଉଛି ।
	 
	- 
	
ୟୁପିଆଇ ଆପ୍ ଦ୍ବାରା ଡିଜିଟାଲ କାରବାର ପାଇଁ ଏନଆଇପିଏଲ ଏବଂ ଲଙ୍କାପେ ମଧ୍ୟରେ ଚୁକ୍ତି ହୋଇଛି। ଫ୍ରାନ୍ସ, ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ), ସିଙ୍ଗାପୁର ପରେ ଏବେ ଶ୍ରୀଲଙ୍କାରେ ଭାରତୀୟ ୟୁପିଆଇ ବ୍ୟବହାର କରାଯିବ।
	 
	- 
	
ଆସନ୍ତା ୨୪ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଥିବା ବେଳେ ଏହା ପ୍ରଭାବରେ ୨୫ରୁ ପୁଣି ବର୍ଷାର ପ୍ରକୋପ ବଢ଼ିବ ବୋଲି କେନ୍ଦ୍ର କହିଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ୨୫ରେ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ।
	 
	- 
	
ନାଗାଲାଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଂ ଦେଶର ସର୍ବାଧିକ ଅବଧି ମୁଖ୍ୟମନ୍ତ୍ରୀ ସୂଚୀରେ ପ୍ରଥମ ସ୍ଥାନରେ ଥିବାବେଳେ ମିଳିତ ଭାବରେ ଜ୍ୟୋତି ବସୁ ଓ ନବୀନ ପଟ୍ଟନାୟକ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି।
	 
	- 
	
ଇଣ୍ଡୋନେସିଆର ବାଲିରେ ବସବସ କରୁଥିବା ଜଣେ ବଡ଼ିବିଲଡର ତଥା ଫିଟନେସ ଟ୍ରେନରଙ୍କ ମୃତ୍ୟୁ ହୋଇଯାଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୃତ୍ୟୁ ହୋଇଥିବା ଫିଟନେସ ଟ୍ରେନରଙ୍କ ନାମ ଜିଷ୍ଟିନ ଭିକ୍କି ବୋଲି ଜଣାପଡ଼ିଛି।
	 
	- 
	
ଭାରତରେ ଏବେ ପ୍ରାୟ ୨୦ କୋଟି ମୁସଲମାନ ବାସ କରୁଛନ୍ତି। ଗୁରୁବାର ଲୋକସଭାରେ ସରକାର ଏହି ସୂଚନା ଦେଇଛନ୍ତି।
	 
	- 
	
କୋରୀୟ ଉପଦ୍ବୀପର ପଶ୍ଚିମ ପ୍ରାନ୍ତ ସମୁଦ୍ର ମଧ୍ୟକୁ ଉତ୍ତର କୋରିଆ କେତେଗୁଡ଼ିଏ କ୍ରୁଜ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଆଜି ଦକ୍ଷିଣ କୋରିଆ ସେନା କହିଛି।
	 
	- 
	
୧୫ ଦିନ ମଧ୍ୟରେ ଜବର ଦଖଲ ଉଚ୍ଛେଦ କରିବା ଲାଗି ଦିଲ୍ଲୀର ଦୁଇଟି ପ୍ରମୁଖ ମସ୍ଜିଦ୍କୁ ଉତ୍ତରାଞ୍ଚଳ ରେଳବାଇ ପ୍ରଶାସନ ନୋଟିସ୍ ଜାରି କରିଛି। ସେ ମସ୍ଜିଦ୍ ୨ଟି ହେଉଛି: ବେଙ୍ଗଲି ମାର୍କେଟ୍ ମସ୍ଜିଦ୍ ଓ ବାବର ଶାହା ଟାକିଆ ମସ୍ଜିଦ୍।
	 
	- 
	
୨୦୦୨ ମସିହାରେ ମେଜର ଜେନେରାଲ ଏମ୍ ଏସ୍ ଆଲୁୱାଲିଆଙ୍କ ଦ୍ୱାରା ଦାୟର ମାନହାନି ମାମଲାରେ ଦିଲ୍ଲୀ ହାଇକୋର୍ଟ ତେହେଲକା, ଏହାର ପୂର୍ବତନ ମୁଖ୍ୟ ସମ୍ପାଦକ ତରୁଣ ତେଜପାଲ ଏବଂ ଦୁଇ ଜଣ ସାମ୍ବାଦିକଙ୍କୁ ୨ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
	 
	- 
	
୨୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୨୦୨୧-୨୨ ଓ ୨୦୨୨-୨୩ରେ କନ୍ୟା ସନ୍ତାନଙ୍କ ଜନ୍ମହାର ତଥା ଲିଙ୍ଗ ଅନୁପାତ କମିଛି ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
	 
	- 
	
ରାଜ୍ୟ ସରକାରଙ୍କ ନିକଟକୁ ଅଭିଯୋଗ ପଠାଇବା ପାଇଁ ରାଜ୍ୟ ସରକାର ଜନଶୁଣାଣି ପୋର୍ଟାଲ ଆରମ୍ଭ କରିଛନ୍ତି। ଗତ ଜୁନ୍ ମାସ ଶେଷ ସୁଦ୍ଧା ପୋର୍ଟାଲରେ ସମୁଦାୟ ୯୯ହଜାର ୮୭୬ଟି ଅଭିଯୋଗ ଆସିଛି। ତହିଁରୁ ୭୯% ବା ୭୮ହଜାର ୭୦୪ ଅଭିଯୋଗର ସମାଧାନ ହୋଇଥିବା ବେଳେ ୨୧ହଜାର ୧୭୨ ଅଭିଯୋଗ ପଡ଼ି ରହିଛି।
	 
	- 
	
ଏସାର ଗ୍ରୁପର ମାଲିକ ତଥା ରୁଇଆ ପରିବାରର ରବି ରୁଇଆ ଲଣ୍ଡନରେ ୧୨୦୦ କୋଟି ଟଙ୍କା ମୂଲ୍ୟ ଏକ ବଙ୍ଗଳା କିଣିଛନ୍ତି। ତେବେ ଉକ୍ତ ସଂପତ୍ତି ସେ ରୁଷ୍ର ସଂପତ୍ତି ନିବେଶକ ଆଣ୍ଡ୍ରେ ଗୋଞ୍ଚାରେନକୋଙ୍କ ଠାରୁ କିଣିଛନ୍ତି।
	 
	- 
	
ଦୁଇ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ଼ ଆଶ୍ବସ୍ତି ମିଳିଛି । ଏସୀୟ କ୍ରୀଡ଼ା ପାଇଁ ସେମାନଙ୍କୁ ସିଧାସଳଖ ମନୋନୀତ କରିବା ଲାଗି ଭାରତୀୟ କୁସ୍ତି ମହାସଂଘର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି କୁସ୍ତିଯୋଦ୍ଧା ଅନ୍ତିମ ପଙ୍ଘାଲ ଓ ସୁଜିତ କଲକଲଙ୍କ ଦ୍ବାରା ଦାୟର ପିଟିସନକୁ ଦିଲ୍ଲୀ ହାଇକୋର୍ଟର ବିଚାରପତି ସୁବ୍ରମଣ୍ୟମ ପ୍ରସାଦ ଖାରଜ କରିଦେଇଛନ୍ତି ।