-
ନ୍ୟାୟ ବିଳମ୍ବ ପାଇଁ ପୀଡ଼ିତ ମଧ୍ୟ ହତାଶ ହୋଇପଡୁଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ପୂର୍ତ୍ତି ଉତ୍ସବରେ ଯୋଗ ଦେଇ କହିଛନ୍ତି।
-
୩ ଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ହାଇକୋର୍ଟ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବା ପରେ ଏସ୍ସିବି ମେଡିକାଲ କଲେଜର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କଟକକୁ ବିଶ୍ୱପ୍ରସିଦ୍ଧ ପାଇଁ ଏସ୍ସିବିର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ରାଷ୍ଟ୍ରପତି କହିଥିଲେ। ନିଜ ଅଭିଭାଷଣରେ ସେ ଆହୁରି ମଧ୍ୟ କହିଥିଲେ ଯେ,ଏସ୍ସିବି ଆଜି ଭାରତର ଅଗ୍ରଣୀ ମେଡିକାଲ କଲେଜ ଓ ହସ୍ପିଟାଲ । ସାରା ଦେଶରେ ଆଜି ଏହି ଅନୁଷ୍ଠାନର ପ୍ରସିଦ୍ଧି ରହିଛି । ଆଜି ଏସ୍ସିବି ମେଡିକାଲ କଲେଜ ଏକ ମିନି ଇଣ୍ଡିଆ ।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଟରନ୍ୟାସନାଲ ଏକ୍ଜିବିସନ-କମ୍-କନ୍ଭେନ୍ସନ ସେଣ୍ଟର (ଆଇଇସିସି) କମ୍ପ୍ଲେକ୍ସର ଉଦ୍ଘାଟନ କରିବା ସହ ଏହାର ନୂଆ ନାଁ ଦେଇଛନ୍ତି ‘ଭାରତ ମଣ୍ଡପମ୍’। ୧୨୩ ଏକର ଜମିରେ ଏହି ନବୀକୃତ ଆଇଇସିସି କମ୍ପ୍ଲେକ୍ସକୁ ଏକ ଜାତୀୟ ପ୍ରକଳ୍ପ ଭାବେ ପ୍ରାୟ ୨,୭୦୦ କୋଟି ଟଙ୍କାରେ ବିକଶିତ କରାଯାଇଛି।
-
ମଙ୍ଗଳବାର ଆମେରିକାର ହ୍ୟୁଷ୍ଟନସ୍ଥିତ ମହାକାଶ ଗବେଷଣା କେନ୍ଦ୍ରରେ ବିଜୁଳି କଟିବା ଯୋଗୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଓ ମିସନ କଣ୍ଟ୍ରୋଲ ମଧ୍ୟରେ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ପ୍ରଥମ ଥର ପାଇଁ ନାସାକୁ ଏହାର କ୍ୟାକ୍ଅପ୍ କଣ୍ଟ୍ରୋଲ ବ୍ୟସ୍ଥା ଉପରେ ନିର୍ଭର କରିବାକୁ ପଡ଼ିଥିଲା।
-
ଝାଡ଼ଖଣ୍ଡର ରାଞ୍ଚି ଜିଲ୍ଲାରେ ସିପିଆଇ(ଏମ୍) ନେତା ସୁଭାଷ ମୁଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେ ତାଙ୍କ କାର୍ୟ୍ୟାଳୟରେ ବସିଥିବା ବେଳେ ବାଇକ୍ ଆରୋହୀମାନେ ତାଙ୍କୁ ଗୁଳି କରିଥିଲେ।
-
କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଦ୍ୱାରା ୨୩ ଏପ୍ରିଲ ୨୦୧୮ ଠାରୁ ‘‘ବେନାମୀ ନେଣଦେଣ ସୂଚନା ପୁରସ୍କାର ଯୋଜନା, ୨୦୧୮’’ କାର୍ଯ୍ୟକାରୀ କରାଯାଉଛି । ଏହି ଯୋଜନା ଅଧୀନରେ ବେନାମୀ ସମ୍ପତ୍ତି ପାଇଁ ନିର୍ଦ୍ଦିଷ୍ଟ ସୂଚନା ପ୍ରଦାନ କରୁଥିବା ଜଣେ ବ୍ୟକ୍ତି (ସୂଚନା ପ୍ରଦାନକାରୀ)ଙ୍କୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ପ୍ରଦାନ କରାଯିବ । ସୂଚନା ପ୍ରଦାନକାରୀଙ୍କ ପରିଚୟକୁ ଗୋପନ ରଖାଯିବ ।
-
ଦେଶର ସାଢ଼େ ୮ କୋଟି କୃଷକଙ୍କୁ ମିଳିବ ୧୭ ହଜାର କୋଟି ଟଙ୍କା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୨୭, ୨୦୨୩ ରେ କୃଷକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ରାଶିର ୧୪ତମ କିସ୍ତି ବାବଦରେ ୨ହଜାର ଟଙ୍କା ଲେଖାଏଁ ଟ୍ରାନ୍ସଫର (ପ୍ରେରଣ) କରିବେ।
-
ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ନିର୍ଦ୍ଦେଶକ ସଂଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ଅକ୍ଟୋବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବାପାଇଁ ଆଜି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି।
-
ଓଡିଶା କ୍ଷୁଦ୍ରଶିଳ୍ପ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୫.୨ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରାଯାଇଛି। ଅଧ୍ୟକ୍ଷ ଚିନ୍ମୟ ସାହୁ, ପରିଚାଳନା ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ୨୦୧୯-୨୦, ୨୦୨୦-୨୧ ଓ ୨୦୨୧-୨୨ ତିନି ବର୍ଷର ଲାଭାଂଶ ବାବଦରେ ୫ କୋଟି ୨ ଲକ୍ଷ ୬୬ ହଜାର ଟଙ୍କା ପ୍ରଦାନ କରିଛନ୍ତି।
-
ଭାରତରେ ପ୍ରାୟ ୮ କୋଟି ଇନ୍ଫ୍ଲୁଏନ୍ସର ରହିଛନ୍ତି ଯେଉଁମାନେ ବ୍ଲଗ୍ ଓ ଭିଡିଓ ଜରିଆରେ ବିଭିନ୍ନ ଉତ୍ପାଦର ପ୍ରଚାର କରୁଛନ୍ତି।ସେମାନଙ୍କ ଜରିଆରେ କଂପାନିଗୁଡ଼ିକ ନିଜ ଉତ୍ପାଦ ଓ ସେବାର ପ୍ରଚାର କରାଉଛନ୍ତି।
-
ଆପିଜେ ସୁରେନ୍ଦ୍ର ପାର୍କ ହୋଟେଲ୍ସ ପକ୍ଷରୁ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଗୋପାଳପୁରରେ ନୂଆ ହୋଟେଲ୍ ‘ଜୋନ୍ ବାଏ ଦି ପାର୍କ ଗୋପାଳପୁର’ର ଶୁଭାରମ୍ଭ କରାଯାଇଛି ।
-
ଲୋକପ୍ରିୟ ଯୋଗ ଗୁରୁ ବାବା ରାମଦେବ ଅଳ୍ପଦିନ ତଳେ ନୂଆ ‘ଲ୍ୟାଣ୍ଡ୍ ରୋଭର୍ ଡିଫେଣ୍ଡର୍’ ଚଳାଇଥିବା ଏବେ ମହିନ୍ଦ୍ରାର ଗୋଟାଏ ନୂଆ ‘ଏସ୍ୟୁଭି’ ଚଳାଉଥିବା ଭିଡିଓ ‘ଇନ୍ଷ୍ଟାଗ୍ରାମ୍’ରେ ପ୍ରସାରିତ ହେଉଛି।
-
ଗ୍ରାମୀଣ ବ୍ୟାଙ୍କର ଲଘୁ ଋଣ ଜରିଆରେ ଲକ୍ଷ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟ କବଳରୁ ଉଦ୍ଧାର କରିଥିବା ବାଲାଂଦେଶର ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସ୍ଙ୍କୁ ଟିକସ ବାବଦରେ ୯ କୋଟି ଟଙ୍କା ଗଣିବାକୁ ପଡ଼ିବ। ୨୦୧୧ରୁ ୨୦୧୪ ଭିତରେ ସେ ତିନିଟି ଦାତବ୍ୟ ଅନୁଷ୍ଠାନକୁ ଯେଉଁ ଦାନ ଦେଇଥିଲେ ତାହା ଉପରେ ତାଙ୍କୁ ଟିକସ ଦେବାକୁ ପଡ଼ିବ।
-
ବିବାହ ଉତ୍ସବରେ ଗୀତ ବଜାଇବା କପିରାଇଟ୍ ଆଇନର ଉଲ୍ଲଂଘନ ନୁହେଁ ଏବଂ ଏଭଳି କାର୍ଯ୍ୟ ପାଇଁ କେହି ରୟାଲ୍ଟି ଆଦାୟ କରିପାରିବେ ନାହିଁ ବୋଲି ସରକାର ସୋମବାର ସ୍ପଷ୍ଟ କରିଛନ୍ତି।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ରାଜ୍ୟ ସରକାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓଡିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ ଗଠନ କରିଛନ୍ତି।
-
ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଇଟାନଗର ଚିଡିଆଖାନାରୁ ଆସିଥିବା ଏକ ମାଈ ଚିତା ବିରାଡିର ବୁଧବାର ମୃତ୍ୟୁ ଘଟିଛି । ଅରୁଣାଚଳ ପ୍ରଦେଶର ଇଟାନଗରର ଚିଡିଆଖାନାରୁ ହଳେ (ମାଈ ଓ ଅଣ୍ଡିରା) ଚିତା ବିରାଡିକୁ ଅଣାଯାଇଥିଲା ।
-
କେନ୍ଦୁଝର ଜିଲ୍ଲାର ତିନୋଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ପିଏଚସି)କୁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଉନ୍ନତମାନର ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଣ ସକାଶେ ଏନକ୍ୟୁଏଏସ୍(ନ୍ୟାସନାଲ୍ କ୍ୱାଲିଟି ଆସ୍ୟୁରାନ୍ସ ଷ୍ଟାଣ୍ଡାର୍ଡ଼) ପ୍ରୋଗ୍ରାମ ଅନ୍ତର୍ଗତ ‘କ୍ୱାଲିଟି ସାର୍ଟିଫିକେସନ୍’ ପ୍ରଦାନ କରାଯାଇଅଛି।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ସାକ୍ଷାତ କରିଛନ୍ତି । ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟର ମୁଖ୍ୟ କାର୍ଯ୍ୟାଳୟ ଲଣ୍ଡନରେ ଅବସ୍ଥିତ । ୟୁକେର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାରଙ୍କ ଦ୍ବାରା ସ୍ଥାପିତ ଏହି ଅନୁଷ୍ଠାନ ୪୫ରୁ ଅଧିକ ଦେଶରେ ସଫଳତାର ସହିତ କାର୍ଯ୍ୟ କରୁଛି ।
-
ସ୍ବପ୍ନର ସେତୁ ଗୁରୁପ୍ରିୟାକୁ ପୁରିଲା ୫ ବର୍ଷ ପୁରିଲା। ବିଚ୍ଛିନ୍ନାଞ୍ଚଳ ସ୍ବାଭିମାନ ଅଞ୍ଚଳ ହେଲା । ସେତୁ ପରେ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଏହି ଅଞ୍ଚଳକୁ ନୂଆ ରୂପ ଦେଇଛି। ସେତୁଟି ସ୍ଥାନୀୟ ଅଞ୍ଚଳର ରୂପରେଖ, ଲୋକଙ୍କ ଆର୍ଥିକ ସ୍ଥିତିକୁ କିଭଳି ବଦଳାଇ ଦେଇଛି।
-
ବିଦ୍ୟାଳୟରେ ଟ୍ରାଫିକ୍ ନିୟମ ସମ୍ପର୍କରେ ଜ୍ଞାନ ଆହରଣ କରିବେ ଛାତ୍ରଛାତ୍ରୀ। ଆସନ୍ତା ଜୁଲାଇ ୨୯ ତାରିଖରେ ବିଦ୍ୟାଳୟରେ ଟ୍ରାଫିକ୍ ସଚେତନତା ସମ୍ପର୍କରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ ଏହାର ପରିଚାଳନା ପାଇଁ ସମସ୍ତ ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କୁ ଓସେପା ପ୍ରକଳ୍ପ ନିର୍ଦ୍ଦେଶକ ଚିଠି ଲେଖି ଅବଗତ କରିଛନ୍ତି।