Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
1211 30-12-2023 Odia
  1. ପଦ୍ମପୁର ପାଇଁ ଏକ ନୂତନ ଅତିରିକ୍ତ ଜିଲ୍ଲାପାଳ ପଦବୀ ସ୍ରୁଷ୍ଟିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ଦେଇଛନ୍ତି। ଏଥି ସହିତ ପଦ୍ମପୁରର ପ୍ରଥମ ଅତିରିକ୍ତ ଜିଲ୍ଲାପାଳ ଭାବରେ ୨୦୨୦ ବ୍ୟାଚର ଆଇଏଏସ ଅଫିସର ଚଭନ କୁନାଲ ମୋତିରାମଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର।

  2. ଓଡ଼ିଶା ମୋ ପରିବାର-ଜୀବନ ବିନ୍ଦୁ ଆନୁକୂଲ୍ୟରେ ଆୟୋଜିତ ରକ୍ତଦାନ ଅଭିଯାନକୁ ଆଶାତୀତ ସଫଳତା ମିଳିଛି। ଚଳିତ ବର୍ଷ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମରେ ସଂଗ୍ରହ ହୋଇଛି ‘୧’ ଲକ୍ଷ ୟୁନିଟ ରକ୍ତ। 

  3. ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳକୁ ୬ ମାସ ବୃଦ୍ଧି କରିଛନ୍ତି ।

  4. ଭୁବନେଶ୍ବରର ପାଣ୍ଡରା ସ୍ଥିତ ହାଇଟେକ୍‌ ହସ୍ପିଟାଲରେ ବିସ୍ଫୋରଣ। ହସ୍ପିଟାଲ ପରିସରରେ ଥିବା ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣରେ ୪ ଜଣ ଆହତ ହୋଇଥିବା ଜଣାପଡ଼ିଛି।

  5. ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଲଜ୍ଜାଜନକ ପରାଜୟ ପରେ ଭାରତକୁ ବଡ଼ ଦଣ୍ଡ  ଦେଇଛି ଆଇସିସି।  ଭାରତୀୟ ଦଳକୁ ମ୍ୟାଚ୍ ଫି ର ୧୦ ପ୍ରତିଶତ ଏବଂ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC) ର ୨ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ହରାଇବାକୁ ପଡିଛି। ସେଞ୍ଚୁରିଅନରେ ପ୍ରଥମ ଟେଷ୍ଟରେ ଭାରତ ଗୋଟେ ଇନିଂସ ଏବଂ ୩୨ ରନରେ ପରାଜୟର ସମ୍ମୁଖୀନ ହୋଇଥିଲା।

  6. ପ୍ରାଥମିକତା ଭିତ୍ତିରେ ଶିକ୍ଷକ ଆବଶ୍ୟକ କରୁଥିବା ବିଭିନ୍ନ ବିଦ୍ୟାଳୟର ତାଲିକା ପ୍ରସ୍ତୁତ କରାଯିବ। ସେହି ତାଲିକା ଭିତ୍ତିରେ ବିଦ୍ୟାଳୟଗୁଡ଼ିକରେ ଖୁବ୍‌‌ଶିଘ ନିଯୁକ୍ତି ଦିଆଯିବ। ନିଯୁକ୍ତି ଅପେକ୍ଷାରେ ଥିବା ୨୦ ହଜାର କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟା ସାରିବାକୁ ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି।

  7. ଇଂରାଜୀ ନୂଆବର୍ଷରେ ପୁରୀରେ ପ୍ରବଳ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ସମ୍ଭାବନା ନେଇ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ୫ ଭାଗରେ ବିଭକ୍ତ କରାଯାଇଥିବା ବେଳେ ୯ଟି ସେକ୍ଟରରେ କରାଯିବ।

  8. ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିହାର ରାଜନୀତିରେ ଭୂକମ୍ପ ସୃଷ୍ଟି ହୋଇଛି। ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଲଲନ ସିଂହ ଇସ୍ତଫା ଦେଇଛନ୍ତି। ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ନୀତୀଶ କୁମାରଙ୍କୁ ପୁଣି ଥରେ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭୋବେ ମନୋନୀତ କରାଯାଇଛି ।

  9. BSKY ଯୋଜନାରେ ପ୍ରତି ମାସରେ ୪୫ ଲକ୍ଷରୁ ଅଧିକ ଲୋକ ବିଭିନ୍ନ ସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନ ଗୁଡିକରେ ,ଏହାସହିତ ୧ ଲକ୍ଷ ୩୦ ହଜାର ଲୋକ ଘରୋଇ ହସ୍‌ପିଟାଲ ଗୁଡିକରେ କ୍ୟାସଲେସ୍‌ ଚିକିତ୍ସା ସୁବିଧା ମଧ୍ୟ ପାଉଛନ୍ତି । ଏଥିପାଇଁ ପଞ୍ଜିକୃତ ହୋଇଥିବା ଘରୋଇ ହସ୍‌ପିଟାଲ ଗୁଡିକରେ ରାଜ୍ୟ ସରକାର ମାସକୁ ୨୬୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।

  10. ରାଜ୍ୟରେ ପୁଣି ଡରାଇବା ଆରମ୍ଭ କଲାଣି କରୋନା। କୋଭିଡର ନୂଆ ଭାରିଏଣ୍ଟ ‘ଜେଏନ ୧’ ସଂକ୍ରମଣ ମାମଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି। ୨୪ଘଣ୍ଟା ମଧ୍ୟରେ ଆଉ ୫ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩ ରେ ପହଞ୍ଚିଛି।

  11. ୨୨ ଜାନୁଆରିରେ ଅଯୋଧ୍ୟାରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସୋନିଆ ଯୋଗଦେବା ସମ୍ଭାବନା ରହିଛି।

  12. ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ଆବଶ୍ୟକତା କ’ଣ ବୋଲି ଇଣ୍ଡିଆନ ଓଭରସିଜ୍ କଂଗ୍ରେସର ଅଧ୍ୟକ୍ଷ ସାମ୍‌ ପିଟ୍ରୋଡ଼ା ନିକଟରେ ଦେଇଥିବା ମନ୍ତବ୍ୟ ଠାରୁ କଂଗ୍ରେସ ଦଳ ନିଜକୁ ଦୂରେଇ ନେଇଛି।

  13. ୟୁକ୍ରେନ୍‌ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି ରୁଷ୍‌। କିଭ୍‌, ଲଭିବ୍‌, ଓଡେଶା, ନିପ୍ରୋ, ଖାରଖିଭ୍‌, ଜାପୋରିଝିଆ ସମେତ ବିଭିନ୍ନ ସହରରେ ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଭୟାନକ ଆକ୍ରମଣ ଜାରି ରହିଛି। ଆଜି ସକାଳ ସୁଦ୍ଧା ରୁଷ୍‌ ୧୨୨ଟି କ୍ଷେପଣାସ୍ତ୍ର ମାଡ଼ ହୋଇଛି ।

  14. ଆସାମର ଉଗ୍ରବାଦୀ ସଂଗଠନ ୟୁନାଇଟେଡ଼ ଲିବରେସନ ଫ୍ରଣ୍ଟ୍‌ ଅଫ୍‌ ଆସାମ (ଉଲ୍‌ଫା), ଆସାମ ସରକାର ଏବଂ କେନ୍ଦ୍ର ସରକାର ମଧ୍ୟରେ ଐତିହାସିକ ଶାନ୍ତି ଚୁକ୍ତି ସ୍ବାକ୍ଷରିତ ହୋଇଛି ।

  15. ଓଡ଼ିଶା ମଧ୍ୟ ଦେଇ ଗଡ଼ିବ ଅମୃତ ଭାରତ ଏକ୍ସପ୍ରେସ୍‌। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଅଯୋଧ୍ୟା ଧାମ ରେଳ ଷ୍ଟେସନରୁ ଭିଡିଓ କନଫରେନ୍ସିଂ ଜରିଆରେ ମାଲଦା ଟାଉନ-ବେଙ୍ଗାଲୁରୁ ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ।

  16. ଶେଷରେ ଯାହା ଆଶଙ୍କା କରାଯାଉଥିଲା ତାହା ହେଲା । ମଣିଷଙ୍କ ଚାକିରି ଖାଇବା ଆରମ୍ଭ କରିଛି କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ । କିଛି ଦିନ ତଳେ ଖବର ଆସିଥିଲା ଯେ ଏଆଇ ଲାଗୁ କରିବା ଯୋଗୁଁ ପେଟିଏମ୍ ପ୍ରାୟ ୧୦୦୦ କର୍ମଚାରୀଙ୍କୁ ଛଟେଇ କରିବ ।

  17. ଲଗାତାର ତିନି ବର୍ଷ ହେଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସାଧାରଣତନ୍ତ୍ର ଦିବସରେ ଚୟନ ହୋଇପାରି ନଥିବାବେ‌ଳେ ଏଥର ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇଛି।

  18. ପ୍ରସାଧାନ ସାମଗ୍ରୀ ବ୍ରାଣ୍ଡ୍‌ ଲୋରିଅଲ୍ ଏସ୍‌ଏର ଉପାଧ୍ୟକ୍ଷା ଫ୍ରାଙ୍କୋଇସ୍‌ ବେଟେନ୍‌କୋର୍ଟ ମେୟର୍ସ ବିଶ୍ବର ସବୁଠୁ ବଡ଼ ଧନୀ ମହିଳା ଭାବେ ଉଭା ହୋଇଛନ୍ତି। ସେ ହେଉଛନ୍ତି ଦୁନିଆର ପ୍ରଥମ ମହିଳା ଯିଏ ୧୦,୦୦୦ କୋଟି ଡଲାର ସମ୍ପତ୍ତିର ମାଲିକାଣୀ।

  19. ନୂଆବର୍ଷରୁ ଦେଶରେ କେ‌ତେକ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍‌ ଇଣ୍ଡିଆ (ଏନ୍‌ସିପିଆଇ) ପକ୍ଷରୁ ନିଷ୍କ୍ରିୟ ୟୁପିଆଇ ଆଇଡିଗୁଡ଼ିକୁ ଅଚଳ କରାଯିବ।

  20. ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ବଳ୍ପ ସଞ୍ଚୟ ସ୍କିମ୍‌ ପାଇଁ ନୂଆ ସୁଧ ଘୋଷଣା କରାଯାଇଛି। ସୁକନ୍ୟା ସମୃଦ୍ଧି ଯୋଜନାର ସୁଧକୁ ୮ ପ୍ରତିଶତରୁ ବୃଦ୍ଧି ପାଇ ୮.୨ ପ୍ରତିଶତ କରାଯାଇଛି।

426 Y
1212 30-12-2023 English
  1. Tesla and SpaceX CEO Elon Musk returns as the world’s richest man with a net worth now estimated to be $232 billion

  2. Russia launches 122 missiles and dozens of drones against Ukrainian targets, killing at least 27 civilians across the country.

  3. A 33-yearold man was allegedly killed in Ganjam district for ‘not repaying’ `10,000 borrowed from the accused, police said Friday.

  4. The state government Friday extended the tenure of Chief Secretary Pradeep Kumar Jena by six months till June 30, 202

  5. At least three persons were injured after a cylinder used for filling refrigerant gas in airconditioners exploded at a private hospital here Friday, police said. The incident took place at Hi-Tech Hospital at Pandara.

  6. Chief Minister Naveen Patnaik Friday launched the third phase of the state’s flagship health scheme - Biju Swasthya Kalyan Yojana (BSKY). It is estimated that over 1.10 crore families, covering nearly 90 per cent of the state’s population, will be provided health assurance under BSKY.

  7. The pro-talks faction of the United Liberation Front of Asom (ULFA) Friday signed a peace accord with the Central and Assam governments, agreeing to shun violence, disband the organisation and join the democratic process.

  8. The world population grew by 75 million people over the past year and on New Year’s Day it will stand at more than 8 billion people, according to figures released by the US Census Bureau.

  9. Chief Minister Naveen Patnaik Friday approved the proposal for the creation of a new post of Additional District Magistrate (ADM) for Padampur sub-division in Bargarh district, an official release by the CMO said.

  10. The state government Friday promoted 12 IPS officers to the ranks additional DGP, IGP and DIGP, an official said. The promotion would be made effective from January 1, 2024, the official said.

  11. The district police here has made elaborate preparations to ensure Srimandir devotees a hassle-free darshan of the deities during the New Year.

  12. Dense fog engulfed many parts of Odisha Friday, according to the India Meteorological Department (IMD).

  13. Kalahandi University will now be known as Maa Manikeswari University as Chief Minister Naveen Patnaik Friday approved a proposal of Higher Education department for changing the name of the educational institution.

  14. As many as 482 Post Graduate Teachers (PGTs) joined non-government aided higher secondary schools of the state at an induction programme organised at the Lok Seva Bhawan here Friday.

  15. A supplementary budget of `290 crore was passed at the monthly council meeting of Bhubaneswar Municipal Corporation (BMC) Friday. Mayor Sulochana Das, Commissioner Vijay Amruta Kulange and other BMC officials were present at the meeting.

  16. President Droupadi Murmu has given her assent to a Bill that seeks to put in place a mechanism for the appointment of Chief Election Commissioner and other Election Commissioners, according to a government notification issued Friday.

  17. West Bengal Education Minister Bratya Basu has said the state government will not abide by the decision of the University Grants Commission (UGC) to universities to stop admission to MPhil programmes for the 2023-24 academic year.

  18. The government Friday raised the interest rates on Sukanya Samriddhi scheme by 20 basis points and three-year term deposit scheme by 10 basis points for the January-March quarter, while retaining the rates for all other small savings schemes.

  19. Assam Chief Minister Himanta Biswa Sarma has apologised for uploading a post with casteist remarks on his social media platforms saying that his team made an "incorrect translation" of a verse from the Bhagavad Gita

  20. Odisha FC pulled off a dominant 4-1 win over Jamshedpur FC in a high-octane, entertaining firsthalf action as the Juggernauts enter the Indian Super League (ISL) 2023-24 season break high on confidence.

408 Y
1213 29-12-2023 Odia
  1. ଓଡ଼ିଶାରେ ୨ ହଜାର ୩୯୨ ଜଣ ଏମବିବିଏସ ଡାକ୍ତର ଥିବା ବେଳେ ୮୧ ଜଣ ଦାନ୍ତ ଡାକ୍ତର ଅଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ନିଯୁକ୍ତି ପର୍ବରେ ସମସ୍ତ ନବ ନିଯୁକ୍ତ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ।

  2. ପରିବାର ସହିତ ସମୁଦ୍ର ସ୍ନାନ ଏବଂ ପ୍ରାକୃତିକ ସୌନ୍ଦର୍ୟ୍ୟ ଉପଭୋଗ ପାଇଁ ପର୍ଯ୍ୟଟକ ମାନେ ଭିଡ଼ ଜମାଇଛନ୍ତି। ନୂଆବର୍ଷକୁ ନେଇ ପର୍ଯ୍ୟଟକଙ୍କ ଆଗମନ ବଢ଼ିବାରେ ଲାଗିଥିବା ବେଳେ ପୁରୀ ନିକଟବର୍ତ୍ତୀ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ, ସାତପଡ଼ା ଆଦିରେ ମଧ୍ୟ ଭିଡ଼ ବୃଦ୍ଧି ପାଇଛି।

  3. କୋରାପୁଟ ଜିଲ୍ଲା ପାଡୁଆ ଥାନା ଅନ୍ତର୍ଗତ କୁଲାସିଂ ପଞ୍ଚାୟତ ତାନସିଂ ନଦୀରେ ଡଙ୍ଗାବୁଡି ୫ ଜଣ ନିଖୋଜ ହୋଇ ଯାଇଛନ୍ତି । ତେବେ ଜଣଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ଠାବ ହୋଇଛି।

  4. ଯାଜପୁର ଜିଲ୍ଲା ଧର୍ମଶାଳାର ବିଜେପି ନେତା ତଥା ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରାଙ୍କ ଉପରେ ୨୨୮ କୋଟିରୁ ଅଧିକ ଟଙ୍କା ଜରିମାନା କରିଛି ଜିଲ୍ଲା ପ୍ରଶାସନ। ଦର୍ପଣ ତହସିଲ ଅଧିନ ମାଣ୍ଡୁକା ପାହାଡ଼ରେ ବେଆଇନ ମୋରମ ଚାଲାଣ ହେଉଥିବାବେଳେ ଜିଲ୍ଲା ପ୍ରଶାସନ ରେଡ୍ କରିଥିଲା।

  5. କୋଭିଡର ନୂଆ ଭାରିଏଣ୍ଟ ‘ଜେଏନ ୧’ ସଂକ୍ରମଣ ମାମଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି। ୨୪ଘଣ୍ଟା ମଧ୍ୟରେ ଆଉ ୩ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୮ରେ ପହଞ୍ଚିଛି।

  6. ଭାରତର ୮ ପୂର୍ବତନ ନୌସେନା କର୍ମଚାରୀଙ୍କୁ କାତାରର ଏକ କୋର୍ଟ ଦେଇଥିବା ମୃତ୍ୟୁ ଦଣ୍ଡାଦେଶକୁ ନେଇ ବଡ଼ ଆଶ୍ୱସ୍ତିକର ଖବର ଆସିଛ। ଭାରତ ସରକାରଙ୍କ ଆବେଦନ କ୍ରମେ ସମସ୍ତ ୮ ଜଣଙ୍କ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଯାଇଛି।

  7. ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ  ଅଯୋଧ୍ୟା ଜଙ୍କସନ ରେଳ ଷ୍ଟେସନ ଅଯୋଧ୍ୟା ଧାମ ନାମରେ ପରିଚିତ ହେବ। ବୁଧବାର ରେଳ ବିଭାଗ ଏନେଇ ଘୋଷଣା କରିଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରେଳ ଷ୍ଟେସନ ଅଯୋଧ୍ୟା ଧାମର ନାମକରଣ କରିବାକୁ ରେଳ ଅଧିକାରୀଙ୍କୁ ନିବେଦନ କରିଛନ୍ତି।

  8. ନୂଆବର୍ଷରେ ନନ୍ଦନକାନନ ଚିଡ଼ିଆଖାନା ପାଇବ ନୂଆ ଅତିଥି। ନନ୍ଦନକାନନ ଚିଡ଼ିଆଖାନାକୁ ଆସିବେ ଚିତା, ଧଳା ସିଂହ ଶାବକ ଓ ନୂଆ ପକ୍ଷୀ। ଦୁବାଇ ଚିଡ଼ିଆଖାନା ସହ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ଅଧୀନରେ ଜାନୁଆରୀ ମାସରେ ଏମାନଙ୍କୁ ଅଣାଯିବ। ସେହିପରି ଆଲିପୁର ଜୁ ସହ ଏକ୍ସଚେଞ୍ଜ କାର୍ଯ୍ୟ କ୍ରମ ଅଧୀନରେ ଆଉ ଏକ ଜିରାଫ ମଧ୍ୟ ନନ୍ଦନକାନନକୁ ଆସିବ

  9. ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା(ପିଏମ୍‌ଜେଡିୱାଇ)। ଏହି ଯୋଜନା ଅଧୀନରେ ଏ ପର୍ଯ୍ୟନ୍ତ ୫୧ କୋଟିରୁ ଅଧିକ ଆକାଉଣ୍ଟ ଖୋଲାଯାଇଛି।୧୦ କୋଟିରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ବନ୍ଦ ହୋଇଯାଇଛି। ଏହି ବନ୍ଦ ବ୍ୟାଙ୍କ ଆକାଉଣ୍ଟଗୁଡିକରେ ପ୍ରାୟ ୧୨ ହଜାର କୋଟି ଟଙ୍କାର ଅର୍ଥ ଜମା ରହିଛି। ଏହି ଅର୍ଥର କୌଣସି ଦାବିଦାର ନ ଥିବା କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନାରୁ ଜଣାପଡିଛି।

  10. ମଧ୍ୟପ୍ରଦେଶର ଗୁନାଠାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବୁଧବାର ରାତି ପ୍ରାୟ ୯ ଟା ସମୟରେ ଡମ୍ପରକୁ ଧକ୍କା ଦେବା  କାରଣରୁ ବସରେ ନିଆଁ ଲାଗିଯାଇଥିଲା। ଏଥିରେ ୧୩ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି।

  11. ଜାନୁଆରି ୨୨ରେ ହେବାକୁ ଥିବା ବେଳେ ଏଥିପାଇଁ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦିଆଯାଉଛି । ମନ୍ଦିର ଉଦ୍‌ଘାଟନ ସମାରୋହ ପାଇଁ ଅଯୋଧ୍ୟା ସହରକୁ ନୂଆ ରୂପ ଦିଆଯାଉଛି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠ ପାଇଁ ଗର୍ଭଗୃହରେ କେବଳ ୫ ଜଣ ଉପସ୍ଥିତ ରହିବେ।

  12. ଏହି ଯଜ୍ଞରେ ଯଜମାନ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗର୍ଭଗୃହରେ ଉପସ୍ଥିତ ରହିବେ। ପ୍ରଧାନମନ୍ତ୍ରୀଙ୍କ ସହିତ ରାଜ୍ୟପାଳ ଆନନ୍ଦୀ ବେନ ପଟେଲ, ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାମ ମନ୍ଦିରର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାଶ।

  13. ଅଭିନେତା ତଥା ଡିଏମଡିକେ ମୁଖ୍ୟ ବିଜୟକାନ୍ତ (୭୧)ଙ୍କର ଗୁରୁବାର ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଗୁରୁବାର ସକାଳେ ଦେହାନ୍ତ ହୋଇଯାଇଛି। କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।

  14. ଯଦିଓ ଇସଲାମିକ ଆଇନ ପୁରୁଷଙ୍କୁ ବହୁବିବାହର ଅଧିକାର ଦେଇଥାଏ, ତଥାପି ତାଙ୍କୁ ସମସ୍ତ ପତ୍ନୀଙ୍କୁ ସମାନ ବ୍ୟବହାର କରିବାକୁ ପଡିବ, ନଚେତ୍ ଏହା ନିଷ୍ଠୁରତା ହେବ ବୋଲି ମାଡ୍ରାସ ହାଇକୋର୍ଟ ନିକଟରେ ରାୟ ଦେଇଛନ୍ତି।

  15. ମହାରାଷ୍ଟ୍ରରେ ଲୋକସଭା ନିର୍ବାଚନ ପାଇଁ ଉଦ୍ଧବ ଠାକ୍‌ରେ ଗୋଷ୍ଠୀର ଶିବସେନା ୨୩ ଆସନରେ ଲଢ଼ିବ ବୋଲି ସୂଚନା ଦେବା ସହ ଏ ବାବଦରେ ସହମତି ପାଇଁ ଇଣ୍ଡିଆ ମେଣ୍ଟକୁ ପ୍ରସ୍ତାବ ଦେଇଛି। ତେବେ ଉଦ୍ଧବଙ୍କ ୨୩ ଆସନ ପ୍ରସ୍ତାବକୁ କଂଗ୍ରେସ ପ୍ରତ୍ୟାଖ୍ୟାନ କରିଛି।

  16. ରାଜସ୍ଥାନ କ୍ୟାଡର୍‌ ବରିଷ୍ଠ ଆଇପିଏସ୍‌ ଅଫିସର ନୀନା ସିଂହ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ(ସିଆଇଏସ୍‌ଏଫ୍‌)ର ପ୍ରଥମ ମହିଳା ମୁଖ୍ୟ (ଡିଜି )ନିଯୁକ୍ତ ହୋଇଛନ୍ତି।

  17. ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେବାକୁ ପ୍ରସ୍ତୁତ ହେଉଛନ୍ତି। ସରକାର ପେଟ୍ରୋଲ ଓ ଡିଜେଲ ଦରରେ ଏକ ବଡ଼ ହ୍ରାସ ପାଇଁ ପ୍ରସ୍ତୁତ ହେଉଛନ୍ତି ।

  18. ପୂର୍ବତନ ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡୁ ଆନ୍ଧ୍ରପ୍ରଦେଶ ରାଜନୀତିରେ ପ୍ରବେଶ କରିଛନ୍ତି। ୩୭ ବର୍ଷୀୟ ଅମ୍ବାତି ରାୟୁଡୁ ଜଗନ୍ ମୋହନ ରେଡ୍ଡୀଙ୍କ ପାର୍ଟିରେ ଯୋଗ ଦେଇଛନ୍ତି |

  19. ଅଯୋଧ୍ୟା ବିମାନବନ୍ଦରକୁ ‘ମହର୍ଷି ବାଲ୍ମିକୀ ଅନ୍ତର୍ଜାତୀୟ ବିମାନବନ୍ଦର ଅଯୋଧ୍ୟା ଧାମ’ ନାମରେ ନାମିତ କରାଯାଇଛି। ଏହି ବିମାନବନ୍ଦରକୁ ଆସନ୍ତା ୩୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ।

  20. ୟୁଏଇର ଆବୁଧାବିରେ ଥିବା ବିଏପିଏସ ହିନ୍ଦୁ ମନ୍ଦିରର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯିବେ। ତାଙ୍କୁ ମନ୍ଦିର ପକ୍ଷରୁ ନିମନ୍ତ୍ରଣ କରାଯାଇଛି।

385 Y
1214 29-12-2023 English
  1. Eight former Indian Navy personnel, counting days for imminent death following the award of capital punishment by a court in Qatar, heaved a sigh of relief, Thursday, after an appellate court in the Gulf Sheikhdom commuted their death sentence, in what is being termed as a huge diplomatic win for India.

  2. DMDK founder and yesteryear Tamil actor died here Thursday following illness. He was 71

  3. Snigdha Malviya of Uttar Pradesh has won KIIT Nanhi Pari Little Miss India 2023 title here during a glittering show held on the varsity’s campus, Thursday. The event was organized by the KIIT School of Film and Fashion.

  4. Chief Minister Naveen Patnaik called upon young doctors to adopt humane approach while attending to patients to create confidence in them, while speaking at the orientation programme for 2,473 medical officers, who have been inducted into state medical services, at Kalinga Stadium here Thursday.

  5. The Supreme Court Collegium has recommended appointment of Justice Bidyut Ranjan Sarangi, acting Chief Justice of Orissa High Court, as the Chief Justice of Jharkhand High Court.

  6. The Enforcement Directorate (ED) Thursday said it has attached bank deposits and immovable assets worth Rs 3.68 crore in a money-laundering investigation linked to a case of illegal online cricket betting in Odisha.

  7. Koraput/Jeypore, Dec 28: Koraput Police has seized a huge cache of explosives as it busted a Maoist hideout during a combing operation at Gumudaput jungle under Machhkund police limits in Koraput district, police said Thursday.

  8. Berhampur University (BU) in Ganjam district has decided to install rooftop solar plants of 95-kw capacity in four more new buildings, as a part of its green campus drive, an official said.

  9. A total of 157 cases of COVID-19 subvariant JN.1 have been detected in the country, with Kerala reporting the highest number of 78, followed by Gujarat at 34, according to the INSACOG's data updated Thursday

  10. Purchase of three plots of land in Haryana in 2005-06 by Congress leader Sonia Gandhi’s son-in-law Robert Vadra from a real estate agent is being probed along with a land deal made by his wife Priyanka Gandhi Vadra, the ED claimed in a recently filed money laundering case charge sheet.

  11. Three Manipur-cadre IPS officers were appointed as chiefs of central paramilitary forces T hursday, with astute Intelligence Bureau officer Rahul Rasgotra getting the charge of the Indo-Tibetan Border Police and Nina Singh becoming the first woman to head the Central Industrial Security Force.

  12. Ukrainian President Volodymyr Zelenskyy Thursday thanked the US for releasing the last remaining package of weapons available for Ukraine under existing authorisation, as uncertainty surrounds further aid to his war-torn country.

  13. Israeli forces bombarded cities, towns and refugee camps across Gaza overnight and into Thursday, killing dozens of people in an air and ground offensive against Hamas that has widened to most of the territory and forced thousands more to flee from homes and shelters.

  14. India is likely to remain the fastest-growing major economy in the world in 2024 on the back of strong consumer demand leading to a pickup in investment across sectors such as construction, hospitality and infrastructure including railways and aviation, Assocham said Thursday

  15. Intimidated by pace and scarred by extra bounce, an under-prepared India suffered an embarrassing innings and 32 run loss to a far superior South Africa in the opening Test which ended inside three days here.

  16. The Samyukta Kisan Morcha (SKM) will hold a tractor parade on Republic Day in around 500 districts across the country, the organistion said in a statement said on Thursday.

  17. Maharashtra Chief Minister Eknath Shinde set the Shiv Sena's Lok Sabha campaign rolling on Thursday by announcing he would tour 48 constituencies in the state as part of the 'Shivsankalp Abhiyaan'.

  18. Aam Aadmi Party's (AAP) Member of Parliament Sanjay Singh will offer prayers to Bharat Mata's idol inside the jail and observe fasting every Friday. The Senior AAP leader has given a message from jail to stand united to safeguard the country's democracy.

  19. The Enforcement Directorate (ED) on Thursday conducted raids at nine different places in Kolkata in connection with its investigation into the alleged teachers' recruitment scam, a senior official said.

  20. Asserting that signboards in Karnataka must display information in Kannada, Chief Minister Siddaramaiah on Thursday said the government would enact an ordinance to ensure compliance.

404 Y
1215 28-12-2023 Odia
  1. କଂଗ୍ରେସ ନେତା ରାହୁଲ ଗାନ୍ଧି ‘ଭାରତ ନ୍ୟାୟ ଯାତ୍ରା’ ଆରମ୍ଭ କରିବେ। ଆସନ୍ତାବର୍ଷ ଜାନୁଆରି ୧୪ରୁ ଉକ୍ତ ଯାତ୍ରା ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମଣିପୁରରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ରେ ମୁମ୍ବାଇରେ ଶେଷ ହେବ। ୬୭ ଦିନର ଏହି ଯାତ୍ରାରେ ରାହୁଲ ଦେଶର ୧୪ଟି ରାଜ୍ୟର ୮୫ଟି ଜିଲ୍ଲା ଅନ୍ତର୍ଗତ ୬୨୦୦ କିମି ଯାତ୍ରା କରିବେ।

  2. ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ)କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧି ବୁଧବାର ସକାଳେ ହରିଆଣାର ଝଜ୍ଜର ଜିଲ୍ଲାରେ ଏକ ‘ଆଖଡ଼ା’ ଗସ୍ତ କରି ବଜରଙ୍ଗ ପୁନିଆଙ୍କ ସମେତ କିଛି କୁସ୍ତିଯୋଦ୍ଧାଙ୍କୁ ଭେଟିଛନ୍ତି।

  3. କର୍ଣ୍ଣାଟକରେ କନ୍ନଡ଼ ଭାଷାର ବ୍ୟବହାର ନିଶ୍ଚିତ କରିବାକୁ ନେଇ ବିଭିନ୍ନ ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଛି। କର୍ଣ୍ଣାଟକ ରକ୍ଷଣା ବେଦିକେ ସଂଗଠନ ପକ୍ଷରୁ ବିଭିନ୍ନ ଦୋକାନବଜାର, ବସ୍‌ଷ୍ଟାଣ୍ଡ, ବିମାନବନ୍ଦର ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

  4. ଭାରତରେ କୋଭିଡ୍-୧୯ର ଜେଏନ୍.୧ ସବ୍-ଭାରିଆଣ୍ଟର ଆଉ ୪୦ଟି ମାମଲା ଚିହ୍ନଟ ହେବା ପରେଏହି ଭାରିଆଣ୍ଟର ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯କୁ ବୃଦ୍ଧି ପାଇଛି। ଗୁଜରାଟରୁ ୩୬, କର୍ଣ୍ଣାଟକରୁ ୩୪, ଗୋଆରୁ ୧୪, ମହାରାଷ୍ଟ୍ରରୁ ୯, ରାଜସ୍ଥାନ ଓ ତାମିଲନାଡୁରୁ ୪ ଜଣ ଲେଖାଏଁ ଏବଂ ତେଲେଙ୍ଗାନାରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

  5. ଜାନୁଆରି ୨୨ରେ ରାମ ମନ୍ଦିର ଉଦ୍‌ଘାଟନ ହେବ। ଏହି କାର୍ଯ୍ୟକ୍ରମକୁ ଆଉ ଏକମାସରୁ କମ୍‌ ସମୟ ଥିବା ବେଳେ ରାମ ମନ୍ଦିର ଟ୍ରଷ୍ଟ ମନ୍ଦିର ପରିସରର ଲ୍ୟାଣ୍ଡସ୍କେପ୍ ମ୍ୟାପ୍ ଉପସ୍ଥାପନ କରି ୭୦ ଏକର ପରିସରର ସମୀକ୍ଷା ପ୍ରଦାନ କରିଛି।

  6. ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରି ଭଜନ ଲାଲ ସରକାର ଜାନୁଆରୀ ପହିଲାରୁ ବିପିଏଲ କାର୍ଡଧାରୀଙ୍କୁ ୪୫୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଦେବାକୁ ଘୋଷଣା କରିଛନ୍ତି ।

  7. ପାଖାପାଖି ସାଢେ ୧୬ ବର୍ଷ ଧରି ମୁଖ୍ୟମନ୍ତ୍ରୀ ବାସଭବନରେ ରହୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବାସଭବନ ଛାଡି ଦେଇଛନ୍ତି | ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଲିଙ୍କ୍ ରୋଡର ବି୮ ବଙ୍ଗଳାକୁ ଚାଲିଯାଇଛନ୍ତି ।

  8. କେନ୍ଦ୍ର ସରକାର ବୁଧବାର ମୁସଲିମ୍ ଲିଗ୍ ଜମ୍ମୁ-କଶ୍ମୀର-ମସାରତ ଆଲାମ୍ ଗୋଷ୍ଠୀ (ଏମ୍ଏଲଜେକେ-ଏମ୍ଏ)କୁ ନିଷିଦ୍ଧ କରିଛନ୍ତି। ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଅଧୀନରେ ସରକାର ଏହି ପଦକ୍ଷେପ ନେଇଛନ୍ତି।

  9. କେନ୍ଦ୍ର ସରକାର ନଡ଼ିଆ ପାଇଁ ଏମଏସପି ସ୍ଥିର କରିଛନ୍ତି। ଏହା ବ୍ୟତୀତ ବିହାରର ଦିଘା ଏବଂ ସୋନପୁର ମଧ୍ୟରେ ଗଙ୍ଗା ନଦୀ ଉପରେ ୬ ଲେନ ବ୍ରିଜ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି।

  10. ଗ୍ରାହକମାନଙ୍କୁ ଏଫ୍‌ଡିରେ ଅଧିକ ସୁଧ ଦେବା ଲାଗି ଦେଶର ପାଞ୍ଚଟି ବ୍ୟାଙ୍କ ଘୋଷଣା କରିଛନ୍ତି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ଇଣ୍ଡିଆ, କୋଟକ୍ ମହିନ୍ଦ୍ରା ବ୍ୟାଙ୍କ, ଡିସିବି ବ୍ୟାଙ୍କ ଓ ଫେଡେରାଲ୍‌ ବ୍ୟାଙ୍କ ଏଫ୍‌ଡି ଉପରେ ଅଧିକ ସୁଧ ଦେବେ। ଷ୍ଟେଟ୍‌ ବ୍ୟାଙ୍କ ଏହାର ଏଫ୍‌ଡିଗୁଡ଼ିକର ସୁଧରେ ୦.୫୦ ପ୍ରତିଶତ ପର୍ଯ୍ୟନ୍ତର ବୃଦ୍ଧି ଘୋଷଣା କରିଛି।

  11. ସାଧାରଣ ପୃଷ୍ଠଭୂମିରୁ ଆସିଥିବା ସୁଶୀଲ ପ୍ରଥମଥର କେବିସିରେ ୫ କୋଟି ଟଙ୍କା ଜିତି ଦର୍ଶକଙ୍କ ହୃଦୟ ଜିତିଥିଲେ। ଏବେ ସୁଶୀଲ କୁମାର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି ଏବଂ ଏଥର ଏହାର କାରଣ କେବିସି ନୁହେଁ, ବରଂ ବିପିଏସସି ଶିକ୍ଷକ ନିଯୁକ୍ତି ପରୀକ୍ଷା। ସୁଶୀଲ ଏହି ନିଯୁକ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି

  12. ଆସନ୍ତା ଡିସେମ୍ବର ୩୦ରେ ସରନା ଧର୍ମକୁ ସ୍ବୀକୃତି ପ୍ରଦାନ ଦାବିରେ ଆଦିବାସୀ ସେଙ୍ଗେଲ ଅଭିଯାନ (ଏଏସ୍‌ଏ) ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି।

  13. ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟ ପୋଲିସର ନୂଆ ମହାନିର୍ଦ୍ଦେଶକ(ଡିଜିପି) ଭାବେ ଆଇପିଏସ୍‌ ରାଜୀବ କୁମାରଙ୍କୁ ଦାୟିତ୍ୱ ଦେଇଛନ୍ତି। ବୁଧବାର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

  14. ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏମ୍‌.ଫିଲ୍‌ ଡିଗ୍ରୀ ପାଠ୍ୟକ୍ରମକୁ ବନ୍ଦ କରିଦେଇଛି। ଫଳରେ ବର୍ତ୍ତମାନଠାରୁ କୌଣସି କଲେଜରେ ଏମ୍‌.ଫିଲ୍‌ରେ ଆଡମିଶନ ହେବ ନାହିଁ।

  15. ‘ଓସ୍କାର୍‌’ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ‘ପାରାସାଇଟ୍‌’ରେ ଅଭିନୟ କରିଥିବା ଖ୍ୟାତିସମ୍ପନ୍ନ ଦକ୍ଷିଣ କୋରିଆ ଅଭିନେତା ଲି ସୁନ୍‌-କ୍ୟୁନ୍‌ଙ୍କର ମୃତ୍ୟୁ ହୋଇଯାଇଥିବା କଥା ଆଜି ଦକ୍ଷିଣ କୋରିଆର ‘ଇମର୍ଜେନ୍‌ସି ଅଫିସ୍‌’ ଘୋଷଣା କରିଛି।

  16. ଗତ ୨୪ ଘଣ୍ଟା ମଧ୍ୟରେ ଅତି କମ୍‌ରେ ୨୪୧ ଜଣଙ୍କ ମୃତ୍ୟୁ ହୋଇଛି। ପାଲେଷ୍ଟାଇନ ରାଷ୍ଟ୍ରପତି ମହମ୍ମଦ ଆବାସ ଏହି ଯୁଦ୍ଧକୁ ତାଙ୍କ ଲୋକଙ୍କ ବିରୋଧରେ ଏକ ଗମ୍ଭୀର ଅପରାଧ ବୋଲି କହିଛନ୍ତି।

  17. ସେଞ୍ଚୁରିଅନ ଟେଷ୍ଟର ୨ୟ ଦିବସ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ନିଜର ପ୍ରଥମ ଇନିଂସରେ ୫ ଓ୍ବିକେଟ ହରାଇ ୨୫୬ ରନ କରିଛି । ଏହା ସହିତ ଦକ୍ଷିଣ ଆଫ୍ରିକା ଭାରତଠାରୁ ୧୧ ରନରେ ଆଗୁଆ ହୋଇଯାଇଛି ।

  18. ବିଶ୍ୱ ଚାମ୍ପିୟନଶିପ୍‌ ପଦକ ବିଜେତା ଭିନେଶ ଫୋଗଟ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ଚିଠି ଲେଖି ସରକାରଙ୍କୁ ତାଙ୍କ ଖେଳରନତ୍ ଓ ଅର୍ଜୁନ ପୁରସ୍କାର ଫେରାଇ ଦେଇଛନ୍ତି। ଅଲିମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆ ଓ ବଧିର ଅଲିମ୍ପିକ୍ସ ଚାମ୍ପିୟନ ବୀରେନ୍ଦର ସିଂ ଯାଦବ ସେମାନଙ୍କ ପଦ୍ମଶ୍ରୀ ପୁରସ୍କାର ଫେରସ୍ତ କରିବା ପରେ ଏବେ ଭିନେଶ ନିଷ୍ପତ୍ତି ନେଇଛନ୍ତି।

  19. ଦିଲ୍ଲୀ ହାଇକୋର୍ଟ ଏକ ମାମଲାର ବିଚାର କରି ରାୟ ଦେଇଛନ୍ତି ଯେ କରଓ୍ବା ଚୌଥ ପାଳନ ନ କରିବା ଜଣେ ବ୍ୟକ୍ତିଙ୍କର ନିର ଇଛା ଉପରେ ନିର୍ଭର କରେ। ଏହା ନିଷ୍ଠୁରତା ନୁହେଁ କିମ୍ବା ବୈବାହିକ ସମ୍ପର୍କ ଭାଙ୍ଗିବା ପାଇଁ ପର୍ଯ୍ୟାପ୍ତ ନୁହେଁ। ସ୍ବାମୀଙ୍କ ପାଇଁ ବ୍ରତ ଉପବାସ ଲାଗି ସ୍ତ୍ରୀଙ୍କୁ ବାଧ୍ୟ କରାଯାଇ ପାରିବ ନାହିଁ। ଜଷ୍ଟିସ ସୁରେଶ କୁମାର କୈତ ଏବଂ ଜଷ୍ଟିସ ନୀନା ବଂସାଲ କୃଷ୍ଣଙ୍କ ଏକ ଡିଭିଜନ ବେଞ୍ଚ କହିଛନ୍ତି ବିଭିନ୍ନ ଧାର୍ମିକ ବିଶ୍ୱାସ ରହିଛି। କେତେକ ଧାର୍ମିକ କର୍ତ୍ତବ୍ୟ ପାଳନ ନ କରିବା ସ୍ବାମୀଙ୍କ ପ୍ରତି ନିଷ୍ଠୁରତା ନୁହେଁ।

  20. ସ୍ତ୍ରୀଙ୍କ ଉପରେ ସନ୍ଦେହ କରିବା ଏକ ଅପରାଧ। ଏହା ମଧ୍ୟ ଏକ ଦାମ୍ପତ୍ୟ କ୍ରୁରତା ବୋଲି କର୍ନାଟକ ହାଇକୋର୍ଟ କହିଛନ୍ତି। ଏହା ସହିତ ସ୍ତ୍ରୀଙ୍କ ଚରିତ୍ର ଆଧାରରେ ଛାଡପତ୍ର ପାଇଁ ଆବେଦନ କରିଥିବା ସ୍ବାମୀଙ୍କ ଉପରେ କୋର୍ଟ ୧୦ ହଜାର ଡଲାର ଜରିମାନା ଲାଗୁ କରିଛନ୍ତି।

390 Y
1216 28-12-2023 English
  1. The University Grants Commission (UGC) warned universities Wednesday against offering MPhil courses. The UGC said it is not a recognised degree and cautioned students against taking admission in such programmes.

  2. Odisha reported two fresh Covid-19 cases, pushing the coronavirus tally to five in December so far, a Health department official said here Wednesday.

  3. Indian Olympic Association (IOA) constituted Wednesday a three-member ad hoc committee to run the day-to-day affairs of the WFI after the Sports Ministry suspended the wrestling national body for not following the provisions of its own constitution while taking decisions.

  4. In a bid to ensure that Zero Night celebrations go incident-free in twin cities, the Commissionerate Police has stepped up its vigil and urged hotel, club and apartment owners to finish New Year eve parties by 12:30am. The police also instructed the stakeholders not to use loudspeakers whose sound exceeds 65 decibel.

  5. With an aim to ensure smooth and efficient management of healthcare facilities in Ayurvedic hospitals and dispensaries, the state government has decided to restructure and revive the pay structure of Odisha Ayurvedic Medical Service (OAMS) Cadre of the Health and Family Welfare department.

  6. The deadline for sports and cultural activities under ‘Nua-O’ programme of the state government has been extended till January 15. This was revealed during a review meeting of the ‘Nua-O’ initiative held at the conference hall of Rural Development department under the chairmanship of Higher Education Minister Atanu Sabyasachi Nayak and the department’s commissioner-cum-secretary Arbind Agrawal.

  7. Indian Institute of Technology (IIT) Bhubaneswar has established a new Artificial Intelligence (AI) and HPC Research Centre (AHRC) to conduct interdisciplinary and collaborative research in the fields of AI and High Performance Computing (HPC).

  8. Ayodhya railway junction in Uttar Pradesh has been renamed as Ayodhya Dham junction, local MP Lallu Singh said Wednesday. The announcement came days before the inauguration of the redevelopment railway station by Prime Minister Narendra Modi

  9. The Congress Wednesday announced it will hold ‘Bharat Nyay Yatra’ led by Rahul Gandhi from Manipur to Mumbai, passing through 14 states and 85 districts from east to west of India in 67 days, beginning January 14, an exercise seen as party’s attempt to rally support ahead of the crucial 2024 Lok Sabha elections.

  10. Delhi has reported its first case of COVID-19 sub-variant JN.1, officials said Wednesday. Delhi has more than 35 active cases with nine fresh infections being reported Wednesday, an official said, adding that a 28-year-old man, who had comorbidities, died, with Covid not being the primary reason.

  11. The Union Cabinet on Wednesday approved the construction of a new 4.56 km long, 6-lane bridge on the river Ganga, connecting Digha and Sonepur in Bihar, according to an official statement.

  12. Reserve Bank of India has given its nod for the reverse merger of IDFC Ltd with its banking subsidiary IDFC First Bank.

  13. A total of 400 stalls will be erected by Women Self Help Groups (WSHGs), Producers Groups (PGs) and Producers Enterprises (PEs) having various handicrafts, handloom and food spices products from 26 states in the SISIR SARAS-2024.

  14.  Indian Institute of Technology (IIT) Bhubaneswar has established a new Artificial Intelligence (AI) and HPC Research Centre (AHRC) to conduct interdisciplinary and collaborative research in the fields of AI and High Performance Computing (HPC)

  15. Sensex and Nifty soared to fresh closing record highs Wednesday, with the 30-share benchmark index crossing the historic 72,000 mark, boosted by optimism over the country’s macroeconomic fundamentals and firm global market trend.

  16. Odisha is all set to host the Junior and Senior Artistic Gymnastics National Championships at the Gymnastics Centre in the Kalinga Stadium here. The championship will see top gymnasts, including Dipa Karmakar who will compete after a gap of eight years, across the country.

  17.  Australia’s pace-bowling captain Pat Cummins struck twice in four balls to crush Pakistan’s comeback attempt on the second day of the second Test Wednesday

  18. The India Meteorological Department (IMD) on Thursday said dense fog will cover parts of Delhi, Uttar Pradesh, Haryana and Punjab till December 31.

  19. The Enforcement Directorate said it has attached assets worth more than ₹ 278 crore of various entities, including those with links to China, in a money-laundering probe over the alleged cheating of investors through mobile app "HPZ Token".

  20. West Bengal Chief Minister Mamata Banerjee is also likely to skip the inauguration ceremony of the Ram Mandir in Ayodhya on January 22. There is no official confirmation yet.

441 Y
1217 22-12-2023 Odia
  1. ଭାରତୀୟ ସମାଜରେ କୌଣସି ଧାର୍ମିକ ସଂଖ୍ୟାଲଘୁଙ୍କ ପ୍ରତି ଭେଦଭାବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ବ୍ରିଟିସ ବିଜ୍‌ନେସ୍ ଦୈନିକ ‘ଫାଇନାନ୍ସିଆଲ ଟାଇମ୍ସ’ (ଏଫ୍‌ଟି)କୁ ଏକ ବିରଳ ସାକ୍ଷାତ୍‌କାର ଦେଇ ମୋଦୀ କହିଛନ୍ତି, ଆମ ଦେଶରେ ଉପଲବ୍ଧ ସ୍ୱାଧୀନତାକୁ ବ୍ୟବହାର କରି ପ୍ରତିଦିନ ସମ୍ପାଦକୀୟ, ଟିଭି ଚ୍ୟାନେଲ, ସୋସିଆଲ ମିଡିଆ, ଭିଡିଓ, ଟ୍ୱିଟ୍ ଇତ୍ୟାଦି ମାଧ୍ୟମରେ ଆମ ଉପରେ ଏହି ଅଭିଯୋଗ ଲଦିଦିଆଯାଉଛି।

  2. ବ୍ରିଟିଶ ଅମଳର ତ୍ରୁଟିପୂର୍ଣ୍ଣ ଓ ସମସ୍ୟା ସୃଷ୍ଟିକାରୀ ଆଇନଗୁଡ଼ିକୁ ଉଚ୍ଛେଦ କରିବାକୁ ସରକାର ଚାହୁଥିବାରୁ ଭାରତୀୟ ଦଣ୍ଡ ସଂହିତା ବଦଳରେ ଭାରତୀୟ ନ୍ୟାୟ ସଂହିତା ଲାଗୁ ହେବାକୁ ଯାଉଛି।

  3. ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଆଜି ଆତଙ୍କବାଦୀମାନେ ସେନାର ଏକ ଟ୍ରକ୍‌ ଓ ଜିପ୍‌ସି ଉପରେ ଅତର୍କିତ ପ୍ରଚଣ୍ଡ ଆକ୍ରମଣ କରିବାରୁ ୩ ଜଣ ଯବାନ ସହିଦ ହୋଇଯାଇଛନ୍ତି।

  4. ଅଯୋଧ୍ୟାରେ ଆସନ୍ତାମାସ ୨୨ ତାରିଖରେ ରାମ ମନ୍ଦିର ପ୍ରାଣପ୍ରତିଷ୍ଠ ସମାରୋହ ହେବ। ଏଥିରେ ଯୋଗଦେବା ଲାଗି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧି, ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଂଜନ ଚୌଧୁରୀ ପ୍ରମୁଖଙ୍କୁ ନିମନ୍ତ୍ରଣ କରାଯାଇଛି।

  5. ଚେକ୍‌ ଗଣତନ୍ତ୍ରର ପ୍ରେଗ୍‌ସ୍ଥିତ ଏକ ବିଶ୍ବବିଦ୍ୟାଳୟରେ ଆଜି ବଡ଼ଧରଣର ଗୁଳିକାଣ୍ଡ ହୋଇଛି। ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ବ୍ୟକ୍ତି ଆହତ ହୋଇଛନ୍ତି।

  6. ସଂସଦ ଭବନ ପରିସରର ‘ବ୍ୟାପକ’ ସୁରକ୍ଷା ଦାୟିତ୍ବ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍ଏଫ୍)କୁ ହସ୍ତାନ୍ତର କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

  7. ଯେଉଁମାନେ ପାନ୍-ଆଧାର ସଂଯୋଗ କରିବାରେ ବିଳମ୍ବ କରିଛନ୍ତି ସେମାନଙ୍କଠାରୁ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ୨,୧୨୫ କୋଟି ଟଙ୍କାର ଜରିମାନା ଆଦାୟ କରିଛନ୍ତି ବୋଲି ଅର୍ଥମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି

  8. ୧୯୯୪ ବ୍ୟାଚ୍‌ର ଆଇଆର୍‌ଏସ୍‌ ଅଧିକାରୀ ଅଂଶୁମାନ ପଟ୍ଟନାୟକଙ୍କୁ ଭାରତୀୟ ପ୍ରତିଯୋଗିତା କମିସନ (ସିସିଆଇ)ର ନୂଆ ମହାନିର୍ଦ୍ଦେଶକ-ତଦନ୍ତ (ଡିଜି) ଭାବେ ନିଯୁକ୍ତି ମିଳିଛି।

  9. ବହୁ ଚର୍ଚ୍ଚିତ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ନିର୍ବାଚନ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନରେ ବିଦାୟୀ ସଭାପତି ବ୍ରିଜଭୂଷଣ ଶରଣଙ୍କ ଘନିଷ୍ଠ ଅନୁଗତ ବୋଲି କୁହାଯାଉଥିବା ସଞ୍ଜୟ ସିଂ ସଭାପତି ପଦବୀ ପାଇଁ ନିର୍ବାଚିତ ହୋଇଛନ୍ତି।

  10. ସାହାରା ଇଣ୍ଡିଆରେ ଫସିଥିବା ଟଙ୍କାକୁ ଫେରି ପାଇବାକୁ ଚାହିଁ ରହିଥିବା କୋଟି କୋଟି ଲୋକଙ୍କ ଲାଗି ଖୁସି ଖବର। ଏବେଠାରୁ ନିବେଶକମାନେ ରିଫଣ୍ଡ ପୋର୍ଟାଲରୁ ୧୯,୯୯୯ ଟଙ୍କା ଯାଏ କ୍ଲେମ୍‌ ଫାଇଲ କରିପାରିବେ।

  11. ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ରୌଜ୍‌ ଏଭିନ୍ୟୁ ଗୁରୁବାର (ଆମ ଆଦମୀ ପାର୍ଟି (ଏଏପି) ଏମ୍‌ପି ସଞ୍ଜୟ ସିଂଙ୍କ ନ୍ୟାୟିକ ହେପାଜତକୁ ଜାନୁୟାରୀ ୧୦ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

  12. ବେଆଇନ ଭାବେ ସମ୍ପତ୍ତି ଠୁଳ କରିଥିବା ମାମଲାରେ ମାଡ୍ରାସ ହାଇକୋର୍ଟ ତାମିଲନାଡୁର ଉଚ୍ଚଶିକ୍ଷା ମନ୍ତ୍ରୀ କେ ପୋନମୁଡିଙ୍କୁ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

  13. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ମୁସଲମାନମାନଙ୍କ ପାଇଁ ସ୍ବର୍ଗ ବୋଲି ବର୍ଣ୍ଣନା କରିଛନ୍ତି। ବିଦେଶୀ ଖବରକାଗଜ ‘ଫାଇନାନ୍ସିଆଲ ଟାଇମ୍ସ’କୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଏକ ପ୍ରଶ୍ନର ଉତ୍ତରରେ ପିଏମ ମୋଦି ଏଭଳି କହିଛନ୍ତି ।

  14. ଟେଲିକମ ବିଲ ୨୦୨୩ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ହୋଇଛି। ଏହି ବିଲରେ ସରକାର ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ତୁରନ୍ତ ପ୍ରଭାବ ପକାଇ ଅନେକ ପଦକ୍ଷେପ ନେବାକୁ ଅନୁମତି ପାଇଛନ୍ତି।

  15. ଖଲିସ୍ଥାନୀ ଆତଙ୍କବାଦୀ ଗୁରୁପନ୍ତ ସିଂହ ପାନୁ ହତ୍ୟା ମାମଲାରେ ପୁଣି ଭାରତକୁ ଟାର୍ଗେଟ କରିଛନ୍ତି କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ

381 Y
1218 22-12-2023 English
  1. The Parliament Thursday gave its nod to a Bill that seeks to establish a mechanism to appoint the chief election commissioner (CEC) and election commissioners (ECs), with Law Minister Arjun Ram Meghwal asserting that it’s in line with the SC directions

  2.  

  3. Madhya Pradesh Chief Minister Mohan Yadav on Thursday said the BJP 's manifesto was like the Ramayan and Gita and assured that all welfare schemes of the previous government will continue in the state.

  4. Punjab Minister Aman Arora and eight others were sentenced to a two-year imprisonment by a court in Sangrur district on Thursday in a 15-year-old case in which a relative of Aman Arora had accused him of attacking him in his house.

  5. The Congress on Thursday asserted that it would take all necessary steps to make the INDIA bloc an effective bulwark and force against the BJP and its allies, while vowing to be fully prepared at the earliest to fight the Lok Sabha election

  6. A special court here on Thursday granted bail to Yes Bank cofounder Rana Kapoor in a money-laundering case linked to alleged financial irregularities at the bank.

  7. The Fourteenth Session of the 17th Lok Sabha, which commenced on December 4, 2023, was adjourned sine die a day ahead of schedule on Thursday, recorded 74 per cent productivity in the Winter Session of Parliament, Lok Sabha Speaker Om Birla said.

  8. The Delhi High Court on Thursday ordered expeditious disposal of around 200 pending criminal cases against former and serving lawmakers, especially those where there is a stay on trial for over six months.

  9. Parliament on Thursday passed a Bill to replace a British-era law governing the publishing industry and simplify the process of registration of periodicals, amid demands by members in the Lok Sabha to also extend the regulation to YouTube channels.

  10. Uttar Pradesh Tourism and Culture Minister Jaiveer Singh said on Thursday that Prime Minister Narendra Modi will inaugurate the Ayodhya Airport on December 30

  11. Karnataka JD(S) chief HD Kumaraswamy said his party will complete seat-sharing talks for the 2024 Lok Sabha elections with the BJP by January end.

  12. The Patiala House Court has extended the custodial remand of four accused individuals, Manoranjan, Neelam, Sagar, and Anmol, to the Special Cell of Delhi Police for 15 more days until January 5, 2024, in the Parliament security breach case

  13. The Lok Sabha and the Raya Sabha passed three bills that seek to replace old criminal laws -- the Indian Penal Code (IPC), Code of Criminal Procedure (CrPC), and the Indian Evidence Act. The Rajya Sabha also cleared the Telecommunications Bill, 2023.

  14. Four gangsters were arrested in two separate encounters in Punjab today, the police said. While two were arrested in the Mohali district, the other two were taken into custody in the Tarn Taran district.

  15. The Delhi High Court on Thursday asked the Election Commission of India to take a decision as soon as possible, preferably within eight weeks, on a notice it sent to Congress leader Rahul Gandhi for his alleged "pickpocket" jibe at PM Narendra Modi.

  16. 3 more Opposition MPs suspended from Lok Sabha for unruly behaviour, total count now 146

  17. Union Minister of State (Independent Charge) Science & Technology Jitendra Singh on Wednesday said that Prime Minister Narendra Modi went beyond the rulebook to do away with almost 2,000 obsolete rules

  18. Kerala reported 300 new active cases of COVID-19 and 3 deaths on December 20, as per the Ministry of Health and Family Welfare.

  19. Chief Minister Naveen Patnaik Thursday launched four irrigation projects worth `3,160 crore in Keonjhar, Mayurbhanj and Balasore districts.

  20. North Korean leader Kim Jong Un said Pyongyang would not hesitate to launch a nuclear attack if an enemy provokes it with nuclear weapons, state media reported Thursday

431 Y
1219 21-12-2023 Odia
  1. ପବ୍ଲିକାନ ପାର୍ଟି ନେତା ଡୋନାଲ୍ଡ ଟ୍ରମ୍ପ ତାଙ୍କ ବିରୋଧରେ ଥିବା ଅଭିଯୋଗ ପାଇଁ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି କଲରାଡୋ ରାଜ୍ୟର ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେଇଥିବାରୁ ଏହାକୁ ନେଇ ଆମେରିକା ରାଜନୀତି ସରଗରମ ହୋଇଉଠିଛି।

  2. ଜଣେ ଭାରତୀୟ-ଆମେରିକୀୟ ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁକୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗର ଯାଞ୍ଚ କରାଯିବ, କିନ୍ତୁ ଗୋଟିଏ ଦୁଇଟି ଘଟଣା ଭାରତ-ଆମେରିକା ସମ୍ପର୍କକୁ ପ୍ରଭାବିତ କରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର କହିଛନ୍ତି।

  3. ଭାରତର ବହୁ ଚର୍ଚ୍ଚିତ ପ୍ରଥମ ସୂର୍ଯ୍ୟ ଅଭିଯାନ ଆଦିତ୍ୟ-ଏଲ୍‌-୧ ଜାନୁଆରୀ ପ୍ରଥମ ସପ୍ତାହରେ ଲ୍ୟାଗ୍‌ରେଞ୍ଜ ପଏଣ୍ଟ-୧ରେ ପହଞ୍ଚିବ।

  4. ଦିଲ୍ଲୀରେ ଥିବା ବେଆଇନ ବସ୍ତି ଉଚ୍ଛେଦ ନିମନ୍ତେ ସମୟ ସୀମାକୁ ପୁଣି ତିନି ବର୍ଷ ବୃଦ୍ଧି କରାଯାଇଛି। ଏନେଇ ମଙ୍ଗଳବାର ସଂସଦରେ ବିଲ୍‌ ପାରିତ ହେବା ସହ ଗୃହୀତ ହୋଇଛି।

  5. ଦୁର୍ନୀତି ମାମଲାରେ ଉଚ୍ଚଶିକ୍ଷା ମନ୍ତ୍ରୀ କେ ପୋନମୁଡ଼ି ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବାକୁ ତାମିଲନାଡୁ ରାଜ୍ୟପାଳ ଆର୍‌ଏନ୍ ରବି ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କୁ କହିଛନ୍ତି

  6. ୩ଟି ଗୁରୁତ୍ବପୂର୍ଣ୍ଣ ବିଲ୍‌ ଆଜି ଲୋକସଭାରେ ଗୃହୀତ ହୋଇଛି। ଅନେକ ପୁରୁଣା ବ୍ୟବସ୍ଥାକୁ ହଟାଇ ଦିଆଯାଇଛି। ନୂତନ ବ୍ୟବସ୍ଥା ଅନୁଯାୟୀ ଲିଖିତ ଏତଲା ଦାଖଲ ହେବାର ତିନି ଦିନ ମଧ୍ୟରେ ଏଫ୍‌ଆଇଆର୍‌ ପଞ୍ଜୀକୃତ ହେବ। ପ୍ରାଥମିକ ଅନୁସନ୍ଧାନ ରିପୋର୍ଟ ୧୪ ଦିନ ମଧ୍ୟରେ ଶେଷ ହେବ। କେବଳ ଏତିକି ନୁହେଁ, ତଦନ୍ତ ରିପୋର୍ଟ ୨୪ ଘଣ୍ଟା ମଧ୍ୟରେ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ଦାଖଲ ହେବ। ତଦନ୍ତ ଶେଷ ହୋଇନଥିଲେ ମଧ୍ୟ ଚାର୍ଜସିଟ୍‌ ଦାଖଲ ସମୟ ୧୮୦ ଦିନରୁ ଅଧିକ ହେବନାହିଁ।

  7. ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଦେଶର ମୋଟ ଋଣ ପରିମାଣ ୨୦୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏପ୍ରିଲ୍-ଜୁନ୍ ତ୍ରୈମାସିକରେ ତାହା ୨୦୦ ଲକ୍ଷ କୋଟି ଟଙ୍କା ଥିଲା। ମୋଟ ଋଣରେ କେନ୍ଦ୍ର ସରକାରଙ୍କ ଭାଗ ୧୬୧.୧ ଲକ୍ଷ କୋଟି ଟଙ୍କା ରହିଛି।

  8. ଫେବ୍ରୁଆରିରେ ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଯାଇଛି। ପାକିସ୍ତାନ ନିର୍ବାଚନ ଆୟୋଗ (ଇସିପି) ବୁଧବାର ସମ୍ଭାବ୍ୟ ପ୍ରାର୍ଥୀଙ୍କ ଠାରୁ ନାମାଙ୍କନ ପତ୍ର ଗ୍ରହଣ କରିବା ଆରମ୍ଭ କରିଛନ୍ତି।

  9. ଚଳିତ ବର୍ଷର ସେପ୍ଟେମ୍ବର ରାଜ୍ୟ ଟେଲିକମ୍ ଶିଳ୍ପ ଲାଗି ଏକ ଖରାପ ମାସ ସାବ୍ୟସ୍ତ ହୋଇଛି। ବହୁ ସଂଖ୍ୟାରେ ଗ୍ରାହକ ମୋବାଇଲ୍‌ ନେଟ୍‌ୱର୍କଠାରୁ ଦୂରେଇ ଯାଇଛନ୍ତି। ଭାରତୀୟ ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ତଥ୍ୟ ଅନୁସାରେ ସେପ୍ଟେମ୍ବରରେ ଓଡ଼ିଶା ପ୍ରାୟ ୫ ଲକ୍ଷ ପୁରୁଣା ମୋବାଇଲ୍ ଗ୍ରାହକଙ୍କୁ ହରାଇଛି।

  10. ସବୁଠୁ ୫୦ ପ୍ରଭାବଶାଳୀ ଭାରତୀୟଙ୍କ ମଧ୍ୟରେ ଓଡ଼ିଶାର ପ୍ରୀତି ପଲ୍ଲବୀ ପଟ୍ଟନାୟକଙ୍କୁ ସ୍ଥାନ ମିଳିଛି। ଫୋର୍କ ମିଡିଆ ଗ୍ରୁପ୍ ସହଯୋଗରେ ଏଲିଟ୍‌ ପତ୍ରିକା ପକ୍ଷରୁ ଐତିହାସିକ ଷ୍ଟାଚ୍ୟୁ ଅଫ୍‌ ଲିବର୍ଟିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରୀତିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

  11. ଫ୍ରାନ୍ସ ସରକାର ବିଦେଶୀମାନଙ୍କ ପାଇଁ ସେଠାରେ ପରିବାର ସହ ରହିବା ଓ ତାହା ସହ ଜଡିତ କେତେକ ନିୟମକୁ କଠୋର କରିଛନ୍ତି। ଫ୍ରାନ୍ସ ସଂସଦ ଇମିଗ୍ରେସନ ନୀତିକୁ କଡାକଡି କରି ଏକ ଆଇନ ପ୍ରଣୟନ କରିଛି। ନୂତନ ନିୟମ ଅନୁଯାୟୀ ପ୍ରବାସୀମାନଙ୍କ ପାଇଁ ପରିବାର ସଦସ୍ୟଙ୍କୁ ଫ୍ରାନ୍ସକୁ ଆଣିବା ଅଧିକ କଷ୍ଟସାଧ୍ୟ ହେବ

  12. ରାଜ୍ୟସଭାରେ କେନ୍ଦ୍ରୀୟ ଦ୍ରବ୍ୟ ଏବଂ ସେବା କର ସଂଶୋଧନ ବିଲ୍ – ୨୦୨୩ ଆଗତ କରାଯାଇଛି। ଏହି ବିଲ୍ ପାରିତ ହେଲେ କେନ୍ଦ୍ରୀୟ ଦ୍ରବ୍ୟ ଏବଂ ସେବା କର ବିଧେୟକ ୨୦୧୭ର ବ୍ୟବସ୍ଥାରେ ସଂଶୋଧନ ହୋଇପାରିବ।

  13. ଚୀନ ତା’ର କାର୍ଯ୍ୟକଳାପରୁ ନିବୃତ ହେଉନାହିଁ। ଏବେ ପୁଣି ଥରେ ଚୀନ୍‌ ବେଲୁନ ତାଇୱାନ ସୀମା ଅତିକ୍ରମ କରିଛି।

  14. ରାଷ୍ଟ୍ରୀୟ ଖେଳ ପୁରସ୍କାର ୨୦୨୩ ପାଇଁ ଖେଳାଳିଙ୍କ ନାଁ  ଘୋଷଣା ହୋଇଛି । ଭାରତୀୟ ଟିମ୍‌ର ଷ୍ଟାର ବୋଲର ମହମ୍ମଦ ଶାମିଙ୍କ ସମେତ ମୋଟ ୨୬ ଖେଳାଳିଙ୍କୁ ଅର୍ଜ୍ଜୁନ ପୁରସ୍କାର ମିଳିବ । ଅନ୍ୟପଟେ ପୁରୁଷ ଡବଲ୍ସ ବ୍ୟାଡମିଣ୍ଟନ ଷ୍ଟାର ସାତ୍ତ୍ୱିକ ସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କ ଯୋଡିକୁ ମେଜର ଧ୍ୟାନଚନ୍ଦ ଖେଳ ରତ୍ନ ସମ୍ମାନ ମିଳିବ ।

  15. ବିଶିଷ୍ଟ କବି ଆଶୁତୋଷ ପରିଡା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ।  କବିତା ସଂକଳନ ‘ଅପ୍ରସ୍ତୁତ ମୃତ୍ୟୁ’ ପାଇଁ ଆଶୁତୋଷ ପରିଡାଙ୍କୁ ମିଳିବ ସମ୍ମାନ । ୨୦୨୩ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଛି । ୨୪ ଟି ଭାରତୀୟ ଭାଷା ପାଇଁ ପୁରସ୍କାର ଘୋଷିତ ହୋଇଛି ।

  16. ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୫୦୭ଟି ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ କୋଟି ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି।

  17. ସାହାରା ଗ୍ରୁପରୁ ଅଧିକ ଟଙ୍କା ପାଇବାକୁ ଏବଂ ଏହାକୁ ନିବେଶକଙ୍କ ନିକଟକୁ ଫେରାଇବାକୁ ସରକାର ପୁଣି ଥରେ ସୁପ୍ରିମକୋର୍ଟଙ୍କ ନିକଟକୁ ଯିବେ।

  18. ବୁଧବାର, ବାଣିଜ୍ୟ ସପ୍ତାହର ତୃତୀୟ ଦିନରେ ଷ୍ଟକ ମାର୍କେଟରେ ଭୂକମ୍ପ ହୋଇଛି। ବଜାର ଖୋଲିବା ମାତ୍ରେ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଥିଲା। କାରବାରର ଶେଷ ଘଣ୍ଟାରେ ହଠାତ ଶେୟାର ବଜାର ଭୁଶୁଡି ପଡିଥିଲା

  19. ମୋବାଇଲ ଏବଂ ସିମ କାର୍ଡ ସହ ଜଡିତ ନିୟମକୁ ସରକାର ପରିବର୍ତ୍ତନ କରିଛନ୍ତି। ପୁରୁଣା ନିୟମରେ ସହଜ ଥିଲା, ଯାହା ଦ୍ୱାରା ବେଆଇନ ସିମ କାର୍ଡ କିଣି ବିଭିନ୍ନ ଅପରାଧ କରାଯାଇ ପାରୁଥିଲା।

  20. ସ୍ମାର୍ଟଫୋନ ଯୋଗୁ ଲୋକଙ୍କ ପାଇଁ ଅନେକ ଜିନିଷ ସହଜ ହୋଇଯାଇଛି । କିନ୍ତୁ କିଛି ଜିନିଷ ମଧ୍ୟ କଷ୍ଟସାଧ୍ୟ ହୋଇଛି । ଏକ ଫୋନ କଲ ଗ୍ରାହକଙ୍କୁ ବିଚଳିତ କରିବା ସହିତ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ନିମିଷକେ ଖାଲି କରି ଦେଇପାରେ। ତେଣୁ ସ୍ମାଟଫୋନ ୟୁଜର ସବୁବେଳେ କେତେକ ବିଷୟଗୁଡ଼ିକୁ ଧ୍ୟାନରେ ରଖିବା ଉଚିତ।

395 Y
1220 21-12-2023 English
  1. The Union government will introduce new technologies, including GPSbased toll collection systems, by March next year to replace existing highway toll plazas, Union Minister Nitin Gadkari said Wednesday.

  2. Amid suspension of 143 Opposition members following protests over the recent security breach in Parliament, three crucial Bills - Bharatiya Nyaya (Second) Sanhita, 2023, the Bharatiya Nagarik Suraksha (Second) Sanhita, 2023 and the Bharatiya Sakshya (Second) Bill, 2023 - that will replace Indian Penal Code (IPC) of 1860, Code of Criminal Procedure (CrPC) of 1973 and Indian Evidence Act, of 1872 were passed in Lok Sabha Wednesday.

  3. As many as 21 cases of Covid-19 sub-variant JN.1 have been detected across the country till now, NITI Aayog member (Health) VK Paul said Wednesday but asserted that there was no need to panic.

  4. Cold wave continues to sweep Odisha, with 14 places in the state recording minimum temperatures at or below 10 degrees Celsius

  5. The state government Wednesday said the state hasn’t reported any Covid case over the past week, amid an uptick in infections in various parts of the country.

  6. Eminent Odia poet Ashutosh Parida is among the 24 recipients of Sahitya Akademi Awards 2023, the organisation announced, Wednesday

  7. Kalahandi district, once infamous for starvation deaths and child sale, is experiencing a turnaround in its fortune through fish cultivation.

  8. Paradip Port has proved its efficiency and achieved yet another 100 Million Metric Tonnes (MMT) of cargo handling in the shortest time in its history.

  9. The controversy over a TMC MP mimicking Vice President Jagdeep Dhankhar took political centrestage Wednesday with the issue playing out both inside and outside Parliament and President Droupadi Murmu joining Prime Minister Narendra Modi in expressing dismay.

  10. The Enforcement Directorate has summoned Bihar deputy chief minister Tejashwi Yadav and his father and RJD chief Lalu Prasad for questioning in the railways land-for-jobs money laundering case probe, official sources said Wednesday.

  11. The European Union reached agreement early Wednesday on new rules designed to share out the cost and work of hosting migrants more evenly and to limit the numbers of people coming in.

  12. Ukraine’s President Volodymyr Zelenskyy said Tuesday the military had proposed mobilising 450,000-500,000 more Ukrainians into the armed forces in what would mark a dramatic step up of Kyiv’s war with Russia.

  13. The government will approach the Supreme Court again to get more funds from the Sahara Group, as three crore investors have sought a refund of `80,000 crore stuck with the company’s cooperative societies.

  14. An army truck was ambushed by terrorists in Jammu and Kashmir's Poonch district today. This was the second terror attack on the army in the region in less than a month.

  15. There are a total of 10 "black tigers" in India, all exclusively found in Odisha's Similipal, the government informed the Parliament on Thursday.

389 Y