-
ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ ବିଶ୍ବସ୍ତରୀୟ ସଂସ୍ଥା ଏଏମ୍ଡି ଭାରତରେ ଏହାର ସର୍ବବୃହତ ଗବେଷଣା ଓ ବିକାଶ ଡିଜାଇନ୍ କେନ୍ଦ୍ର ସ୍ଥାପନ କରିବ।
-
ପୂର୍ବ ଲଦାଖରୁ ଆରମ୍ଭ କରି ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଚୀନ ସେନାର ସାମରିକ କାର୍ଯ୍ୟକଳାପ ଗତ କିଛିଦିନ ହେଲା ବଢ଼ିଛି।
-
ଆର୍ଜେଣ୍ଟିଆନର ଜଣେ ଧନୀ କ୍ରିପ୍ଟୋକରେନ୍ସି ଇନ୍ଫ୍ଲୁଏନସର ଫର୍ଣ୍ଣାଣ୍ଡୋ ପେରେଜ ଆଲଗାବାଙ୍କର ମୃତ୍ୟୁ ହୋଇଛି। ଚଳିତମାସ ୧୯ ତାରିଖରେ ସେ ନିଖୋଜ ହୋଇଥିଲେ। ଆର୍ଜେଣ୍ଟିନାର ରାଜଧାନୀ ନିକଟସ୍ଥ ଏକ ନଳା ନିକଟରୁ ଆଲଗାବାଙ୍କର ମୃତଦେହ ଏକ ସୁଟକେସରୁ ମିଳିଛି।
-
ଜନ୍ମ ପ୍ରମାଣପତ୍ରକୁ ଏକକ ଦସ୍ତାବିଜରେ ପରିଣତ କରିବା ଲାଗି ବୁଧବାର ସଂସଦରେ ଏକ ବିଲ୍ ଆଗତ ହୋଇଛି। ଶିକ୍ଷାନୁଷ୍ଠାନରେ ନାମଲେଖାଠାରୁ ଆରମ୍ଭ କରି ଡ୍ରାଇଭିଂ ଲାଇସେନ୍ସ ହାସଲ କରିବା, ଭୋଟର ତାଲିକା ପ୍ରସ୍ତୁତି, ଆଧାର ନମ୍ବର, ବିବାହ ପଞ୍ଜୀକରଣ ଏବଂ ସରକାରୀ ଚାକିରି ପାଇଁ ଆବେଦନ ଆଦି ଲାଗି ଜନ୍ମ ପ୍ରମାଣପତ୍ରକୁ ଏକକ ଦସ୍ତାବିଜତ ଭାବେ ବ୍ୟବହାର କରାଯିବ।
-
ଭୁବନେଶ୍ୱର ସ୍ଥିତ ଟ୍ରିପଲ ଆଇଟିର ନୂଆ ନିର୍ଦ୍ଦେଶକ ନିଯୁକ୍ତି । ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଲେ ଡକ୍ଟର ଆଶିଷ ଘୋଷ । ଡ. ଘୋଷଙ୍କୁ ୫ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ।
-
ମହାରାଷ୍ଟ୍ରର ନାସିକ ମନମାଡ ଜଙ୍କସନରେ ଏକ ବିରଳ ଏବଂ ବିଚିତ୍ର ଘଟଣା ଦେଖିବାକୁ ମିଳିଛି । ଏଠାରେ ଟ୍ରେନକୁ ଅପେକ୍ଷା କରୁଥିବା ୪୫ ଯାତ୍ରୀ ଜାଣି ଚକିତ ହୋଇଥିଲେ ଯେ ତାଙ୍କ ଟ୍ରେନ୍ ୯୦ ମିନିଟ୍ ପୂର୍ବରୁ ଷ୍ଟେସନରେ ପହଞ୍ଚିଥିଲା ଏବଂ ପାଞ୍ଚ ମିନିଟ୍ ପରେ ଚାଲି ଯାଇଥିଲା ।
-
ଆନ୍ଧ୍ର ଉପକୂଳରେ ବିଶାଳ ବ୍ଲୁ ହ୍ବେଲର ମୃତ ଶରୀର, ଦେଖିବାକୁ ଲୋକଙ୍କ ଭିଡ଼ ।
-
ମଣିପୁର ହିଂସା ତାତିରେ ହୁଲୁସ୍ତୁଲ ସଂସଦ । ୭ଦିନରେ ମଧ୍ୟ ଚାଲିପାରିଲାନି ମୌସୁମୀ ଅଧିବେଶନ, ଜୁଲାଇ ୩୧ପର୍ଯ୍ୟନ୍ତ ରାଜ୍ୟସଭା ମୁଲତବୀ ।
-
କାଶ୍ମୀର ହିନ୍ଦୁ ଧାରା ୩୭୦ ଉଚ୍ଛେଦ ବିରୋଧରେ ହୋଇଥିବା ସମସ୍ତ ମାମଲା ଖାରଜ୍ କରିବାକୁ ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ।
-
ଚାଷୀଙ୍କୁ ମିଳିଲା ପିଏମ କିଷାନ ଟଙ୍କା। ଚାଷୀଙ୍କ ବ୍ୟାଙ୍କ ଖାତାକୁ ଆସିଛି ୧୪ତମ କିସ୍ତିର ୨ହଜାର ଟଙ୍କା ।
-
ବିଦେଶୀ ସେୟାର ବଜାରରେ ନିବେଶ କରିପାରିବେ ଭାରତୀୟ କମ୍ପାନୀ, ସୂଚନା ଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
-
ଆଜି ମୁସଲମାନ ସମ୍ପ୍ରଦାୟର ଭାଇଚାରାର ପବିତ୍ର ପର୍ବ ମୋହରମ ଏବଂ ଇସଲାମିକ ନୂଆ ବର୍ଷ l
-
ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଉଲ୍ଲେଖନୀୟ ଅବଦାନ ଲାଗି ସମ୍ମାନିତ ହେଲେ ପୁରୀ ଟାଉନ ଥାନାଧିକାରୀ ସୁନୀଲ କୁମାର ପ୍ରଧାନ l
-
ଅକ୍ଷୟ କୁମାରଙ୍କ ଫିଲ୍ମ 'OMG 2' କୁ ଲାଗିଲା ସେନ୍ସର ବୋର୍ଡ ର ଲଗାମ, କଟାହେବ ୨୦ଟି ସିନ୍ l
-
ମଣିପୁର ଗସ୍ତରେ ଯିବେ ୧୬ ଟି ବିରୋଧୀଦଳର ୨୦ ଜଣ ସାଂସଦ, ଘାଟି ଅଞ୍ଚଳ ସହ ପାହାଡ ଅଞ୍ଚଳ ବୁଲି ବୁଝିବେ ଲୋକଙ୍କ ଅସୁବିଧା l
-
କର୍ଣ୍ଣାଟକ ରେ ମାତ୍ର ୧ ମିନିଟ୍ ବିଳମ୍ବ ଯୋଗୁଁ ରାଜ୍ୟପାଳ ଥାୱାରଚାନ୍ଦ ଗେହଲଟଙ୍କୁ ଛାଡ଼ି ଉଡ଼ିଗଲା ବିମାନ, ଆଉ ଏକ ଫ୍ଲାଇଟ୍ ପାଇଁ ଅପେକ୍ଷା କରିବାକୁ ପଡ଼ିଲା ୯୦ ମିନିଟ୍ l
-
ଆମେରିକାନମ୍ କୀଟ ଆତଙ୍କରେ ଆମେରିକା, ମାଂସ ଖାଇଲେ ବ୍ୟାପୁଛି ରହସ୍ୟମୟୀ ରୋଗ, ହଜାର ହଜାର ଆମେରିକୀୟ ହେଲେ ସଂକ୍ରମିତ ।
-
ହୀରାକୁଦ ଜଳଭଣ୍ଡାରର ଜଳପ୍ରବେଶ ହାର କମିବା ପରେ ଆଜି ୬ ଗେଟ୍ ବନ୍ଦ କରିଦିଆଯାଇଛି। ଜଳଭଣ୍ଡାର ଭିତରକୁ ଇନଫ୍ଲୋ କମିବା ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ ୬ଟି ଗେଟ୍ ବନ୍ଦ କରିବା ପରେ ବର୍ତ୍ତମାନ ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି ।
-
ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି। ଇଣ୍ଡିଗୋ ଏୟାରଲାଇନ୍ସ ୨୦୨୩ ର ୬ମାସ ମଧ୍ୟରେ ୪ଟି ଟେଲ୍ ଷ୍ଟ୍ରାଇକ୍ ଘଟଣାର ସମ୍ମୁଖୀନ ହୋଇଛି। ଯେଉଁଥିପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ୩୦ ଲକ୍ଷ ଟଙ୍କାର ଜରିମାନା କରିଛି।
-
ମିଳିତ ସମରାଭ୍ୟାସ ବେଳେ ଅଷ୍ଟ୍ରେଲିଆ ସେନାର ଗୋଟାଏ ହେଲିକପ୍ଟର୍ ଦୁର୍ଘଟଣାଗ୍ରସ୍ତ ହୋଇ କୁଇନ୍ସ୍ଲାଣ୍ଡ୍ ଅନ୍ତର୍ଗତ ହାମିଲ୍ଟନ୍ ଦ୍ବୀପ ଅଞ୍ଚଳର ସମୁଦ୍ର ଜଳରାଶିରେ ପଡ଼ିଯିବାରୁ ୪ଜଣଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଥିବା କଥା ‘ରଏଟର୍ସ’ ରିପୋର୍ଟ କରିଛି।