-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୧୦୩ତମ ମନ୍ କୀ ବାତ୍ରେ ସହିଦଙ୍କ ସମ୍ମାନାର୍ଥେ ‘ମେରୀ ମାଟି ମେରା ଦେଶ’ ଅଭିଯାନ ଆରମ୍ଭ କରାଯିବ ବୋଲି ଘୋଷଣା କରିଛନ୍ତି।
-
ଆମେରିକା ଭାରତକୁ ଶତାଧିକ ଦୁଷ୍ପ୍ରାପ୍ୟ ଓ ପ୍ରାଚୀନ କଳାକୃତି/ସାମଗ୍ରୀ ଭାରତକୁ ଫେରାଇ ଦେଇଥିବା କଥା ଆଜି ‘ମନ୍ କୀ ବାତ୍’ର ୧୦୩ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
-
ପାକିସ୍ତାନରେ ବଡ ଧରଣର ବିସ୍ଫୋରଣ। ଖାଇବର ପଖତୁନଖ୍ୱା ଖାର୍ରେ ଏହି ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ୩୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୦ ଆହତ ହୋଇଥିବା ଜଣାପଡିଛି। ପାକିସ୍ତାନର ରାଜନୈତିକ ଦଳ ଜବ ଜମିୟତ ୟୁଲେମା ଇସ୍ଲାମ୍-ଫଜଲ୍(ଜେୟୁଆଇ-ଏଫ୍) ପକ୍ଷରୁ ଏକ ରାଲି ଚାଲିଥିଲା ବେଳେ ଏହି ବିସ୍ଫୋରଣ ହୋଇଛି।
-
ଦୁଇ ଦିନିଆ ମଣିପୁର ଗସ୍ତରେ ଥିବା ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ୨୧ ଜଣିଆ ପ୍ରତିନିଧି ଦଳ ଆଜି ରାଜ୍ୟପାଳ ଅନୂସୁୟା ଉଇକେଙ୍କୁ ଭେଟି ରାଜ୍ୟରେ ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିରବତା ମଣିପୁର ସଙ୍କଟ ପ୍ରତି ତାଙ୍କ ଘୋର ଉଦାସୀନତାକୁ ଦର୍ଶାଉଛି ।
-
କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହାଙ୍କ ପୁଅ ଜୟ ଶାହା କେତୋଟି କ୍ରିକେଟ ମ୍ୟାଚ୍ ଖେଳିଛନ୍ତି ଆଉ କେତେ ରନ୍ କରିଛନ୍ତି। ଜୟ ଶାହାଙ୍କ କେଉଁ ଯୋଗ୍ୟତା ବଳରେ ତାଙ୍କୁ ଭାରତୀୟ କ୍ରିକେଟ ବୋର୍ଡର ସମ୍ପାଦକ କରାଯାଇଛି ବୋଲି ପ୍ରଶ୍ନ କରିଛନ୍ତି ତାମିଲନାଡୁର କ୍ରୀଡ଼ା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍।
-
ଏନ୍ସିଆରବି ରିପୋର୍ଟରୁ ବିଚଳିତ କରିବା ଭଳି ତଥ୍ୟ ସାମ୍ନାକୁ ଆସିଛି। ଦେଶରେ ପ୍ରତ୍ୟେକ ଦିନ ୨୪୬ ଯୁବତୀ ଏବଂ ୧୦୨୭ ମହିଳା ନିଖୋଜ ହେଉଛନ୍ତି। କଠୋର ଆଇନ ସତ୍ତ୍ବେ ପ୍ରତିଦିନ ୮୭ ମହିଳାଙ୍କ ସହ ଦୁଷ୍କର୍ମ ହେଉଛି। ଗତ ୫ ବର୍ଷରେ ଅର୍ଥାତ୍ ୧୮୨୫ ଦିନରେ ୧.୫ ଲକ୍ଷ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିଲା। ଅର୍ଥାତ୍ ଦିନକୁ ୮୭ ମହିଳା ଦୁଷ୍କର୍ମର ଶିକାର ହୋଇଥିଲେ।
-
ଡ୍ରୋନ୍ ଆକ୍ରମଣ ପରେ ମସ୍କୋ ଭାନୁକୋଭା ବିମାନବନ୍ଦରକୁ ବନ୍ଦ କରି ଦିଆଯାଇଛି। ରୁଷ୍ ସେନା ୟୁକ୍ରେନର ତିନିଟି ଡ୍ରୋନକୁ ନଷ୍ଟ କରିଦେଇଥିବା ଦାବି କରିଛି। ୟୁକ୍ରେନ୍ ସୀମାରୁ ପାଖାପାଖି ୫୦୦ କିଲୋମିଟର ଦୂରରେ ଥିବା ମସ୍କୋ ଓ ଏହାର ଆଖପାଖ ଅଞ୍ଚଳରେ ରୁଷ୍ ସହ ସଂଘର୍ଷ ବେଳେ ଏହି ଡ୍ରୋନ୍ ଦ୍ୱାରା ଆକ୍ରମଣ କରାଯାଇଥିଲା ।
-
ବୈଜ୍ଞାନିକମାନେ ୪୬ ହଜାର ବର୍ଷ ତଳର ଏକ କୀଟକୁ ଜୀବିତ କରିଦେଇଛନ୍ତି। ଏହା ସାଇବେରିୟା ପର୍ମାଫ୍ରାଷ୍ଟରେ ଭୂପୃଷ୍ଠରୁ ୪୦ ମିଟର ତଳେ ସୁପ୍ତ ଅବସ୍ଥାରେ ଥିଲା। ପୃଥିବୀରେ ଉଲି ମାମଥ, ବଡ଼ ଦାନ୍ତ ଥିବା ବାଘ ଏବଂ ବିଶାଳ ଏଲ୍କ (କୀଟ) ର ପ୍ରଭୂତ୍ତ୍ବ ଥିବା ସମୟରେ ଏହି କୀଟ ଦେଖା ଯାଉଥିଲା।
-
ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ସାଂସଦ ମଣିପୁର ଗସ୍ତରେ ଯାଇ ହିଂସା ପୀଡ଼ିତଙ୍କୁ ଭେଟିଛନ୍ତି। ସେମାନେ ଉଭୟ ସମ୍ପ୍ରଦାୟର ଲୋକଙ୍କୁ ଭେଟି ସରକାରଙ୍କ ପ୍ରସ୍ତାବ ଦେବେ ବୋଲି କହିଛନ୍ତି। ଏପରି ସମୟରେ ପୂର୍ବତନ ସେନାମୁଖ୍ୟ ଏମ୍ ନର୍ବାଣେ ବଡ଼ ଦାବି କରିଛନ୍ତି। ମଣିପୁର ହିଂସା ପଛରେ ବିଦେଶୀ ଏଜେନ୍ସିଙ୍କ ହାତ ରହିଛି ବୋଲି ସେ ଦାବି କରିଛନ୍ତି।
-
ବେଗୁସରାଏର ଜିଲ୍ଲା ଶିକ୍ଷା ବିଭାଗ ଦ୍ବାରା ଜାରି କରାଯାଇଥିବା ଏକ ଆଦେଶ ଚର୍ଚ୍ଚାରେ ରହିଛି। ଏହି ଆଦେଶ ଅନୁଯାୟୀ, ଏଣିକି ସ୍କୁଲରେ କୌଣସି ଶିକ୍ଷକ ଦାଢ଼ି ବଢ଼ାଇ ଆସିପାରିବେ ନାହିଁ। ସ୍କୁଲକୁ କୌଣସି ଶିକ୍ଷକ ଚମକୁ ଥିବା ଶାଢ଼ି କିମ୍ବା ଖରାପ ଦିଶୁଥିବା ପୋଷାକ ପିନ୍ଧି ଆସି ପାରିବେ ନାହିଁ। ଯଦି ଏହି ନିୟମ କେହି ଭଙ୍ଗ କରନ୍ତି ସେହି ଶିକ୍ଷକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-
କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ଫୋଷ୍ଟାକ୍ ବା ‘ଫୁଡ୍ ସେଫ୍ଟି ଟ୍ରେନିଂ ଆଣ୍ଡ ସାର୍ଟିଫିକେସନ୍ ଯୋଜନା ସାରା ଦେଶରେ ଲାଗୁ କରାଯାଇଛି। କଟକ ପୌର ନିଗମ ତରଫରୁ ୨୦୨୫ ପରେ ଏହାକୁ ସହରରେ କଡ଼ାକଡ଼ି ଭାବେ ଲାଗୁ କରାଯିବାର ଯୋଜନା ରହିଛି। ନିଗମ ଅଞ୍ଚଳରେ ଖାଦ୍ୟ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ପାଇଁ ଫୋଷ୍ଟାକ୍ ବାଧ୍ୟତାମୂଳକ ହେବ।
-
ଭାରତୀୟ ବଂଶୋଦ୍ଭବ ଇଂଜିନିୟର ହର୍ଷବର୍ଦ୍ଧନ ସିଂହ ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବାକୁ ଘୋଷଣା କରିଛନ୍ତି।
-
ଲଘୁଚାପ ପ୍ରଭାବ, ରାଜ୍ୟରେ ବର୍ଷା ଜାରି , ୫ ଜିଲ୍ଲାକୁ ଅରେଞ୍ଜ ଓ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ।
-
ପୁଣି ବିବାଦରେ ଓଡିଶା ଷ୍ଟାଫ ସିଲେକସନ କମିଶନ, ଯୁଏଲବି ଆକାଉଣ୍ଟାଣ୍ଟ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ।ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଉତ୍ତେଜନା ।
-
କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ଫୋଷ୍ଟାକ୍ ବା ‘ଫୁଡ୍ ସେଫ୍ଟି ଟ୍ରେନିଂ ଆଣ୍ଡ ସାର୍ଟିଫିକେସନ୍ ଯୋଜନା ସାରା ଦେଶରେ ଲାଗୁ କରାଯାଇଛି।
-
କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ କାଏଦାର ଭାରତୀୟ ଉପମହାଦେଶ ଶାଖା ଏକ୍ୟୁଆଇଏସ୍ (ଅଲ୍ କାଏଦା ଇନ୍ ଇଣ୍ଡିଆନ୍ ସବକଣ୍ଟିନେଣ୍ଟ୍)ର ଟାର୍ଗେଟରେ ଏବେ ଜମ୍ମୁ କାଶ୍ମୀର ରହିଛି। ଜାତିସଂଘ ନିରାପତ୍ତା ପରିଷଦର ବିଶ୍ଳେଷଣାତ୍ମକ ସହାୟତା ଏବଂ କଟକଣା ଅନୁଧ୍ୟାନ ଦଳ ପକ୍ଷରୁ ଅଲ୍ କାଏଦା ଏବଂ ଇସଲାମିକ ଷ୍ଟେଟ୍ ଅଫ୍ ଇରାକ ଆଣ୍ଡ୍ ସିରିୟା (ଆଇଏସ୍ଆଇଏସ୍)ର ବିଶ୍ବ କାର୍ଯ୍ୟକ୍ରମ ରିପୋର୍ଟରେ ଏହା କୁହାଯାଇଛି।
-
ପାକିସ୍ତାନରୁ ନିଜ ପ୍ରେମିକ ସଚିନଙ୍କ ପାଇଁ ଭାରତ ଆସିଥିବା ସୀମାଙ୍କୁ ନେଇ ତଦନ୍ତ ଜୋର୍ ଧରିଛି। ସେ ଜଣେ ପାକିସ୍ତାନୀ ହୋଇଥିବାରୁ ଉଭୟ ସୀମା ଓ ସଚିନଙ୍କୁ ନାହିଁନଥିବା ପରିସ୍ଥିତି ସାମ୍ନା କରିବାକୁ ପଡୁଛି। ପ୍ରେମ ଆଗରେ ସବୁ କଷ୍ଟ ତୁଚ୍ଛ କଥାଟି ସତ ପ୍ରମାଣିତ ହୋଇଛି
-
ଆଣ୍ଟାର୍କଟିକାରେ ଭାଙ୍ଗିଲା ୪୫ ବର୍ଷର ରେକର୍ଡ, ବରଫସ୍ତରରେ ଅସାଧାରଣ ହ୍ରାସ ।
-
ଇଂଲଣ୍ଡର ତାରକା ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ କ୍ରିକେଟ୍ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ପଞ୍ଚମ ଟେଷ୍ଟ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ୍ ବୋଲି ବ୍ରଡ କହିଛନ୍ତି।
-
ଶ୍ରୀଲଙ୍କା ଜାତୀୟ ଦୌଡ଼କୁଦ ପ୍ରତିଯୋଗିତା (କଲମ୍ବୋ ମିଟ୍) ରିଲେରେ ଭାରତୀୟ ଖେଳାଳି ଦବ୍ଦବା ଦେଖାଇ ୩ ସ୍ବର୍ଣ୍ଣ ଓ ୧ ରୌପ୍ୟ ସହ ୪ ପଦକ କରାୟତ୍ତ କରିଛନ୍ତି। ଅନ୍ୟପକ୍ଷରେ ଦୁଇ ଦିନ ତଳେ ଏଠାରେ ଜାଭ୍ଲିନ୍ରେ ସ୍ବର୍ଣ୍ଣ ପଦକ ଜିତିଥିବା ଓଡ଼ିଆ ପୁଅ କିଶୋର ଜେନାଙ୍କୁ ଶ୍ରେଷ୍ଠ ପୁରୁଷ ଫିଙ୍ଗାଳି ପୁରସ୍କାର ମିଳିଛି।