- 
	
ଏକବିଂଶ ଶତାବ୍ଦୀର ଭାରତରେ ପରିବର୍ତ୍ତନ ଆଣିବା ପାଇଁ ଶିକ୍ଷା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଦିଲ୍ଲୀ ପ୍ରଗତୀ ମଇଦାନସ୍ଥିତ ଭାରତ ମଣ୍ଡପମରେ ଦୁଇ ଦିନିଆ ଶିକ୍ଷା ସମାଗମକୁ ସମ୍ବୋଧିତ କରି ସେ କହିଛନ୍ତି ନୂତନ ଶିକ୍ଷାନୀତିରେ ଆଞ୍ଚଳିକ ଭାଷାରେ ପାଠ ପଢ଼ାଯିବାର ବ୍ୟବସ୍ଥା ଥିବାରୁ ଏହା ସମସ୍ତଙ୍କୁ ସେମାନଙ୍କର ମେଧା ପ୍ରଦର୍ଶିତ କରିବା ପାଇଁ ସୁଯୋଗ ଦେଇଛି ।
	 
	- 
	
ଜୁଲାଇ ୨୦ରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ହଙ୍ଗାମାରେ ବଳି ପଡ଼ିଯାଉଛି। ମଣିପୁର ହିଂସା ନେଇ ସଂସଦରେ ଅଚଳାବସ୍ଥା ଦେଖାଦେଇଥିବା ବେଳେ ୭ଟି କାର୍ଯ୍ୟ ଦିବସ ଧୋଇ ହୋଇଗଲାଣି।
	 
	- 
	
ମଧ୍ୟପ୍ରଦେଶ ଇନ୍ଦୋରର ଧର୍ମେନ୍ଦ୍ର ଶୁକ୍ଳା ନାମକ ଜଣେ ଲୋକ କୋଭିଡ୍ ମହାମାରୀ ସମ୍ପର୍କରେ ଆର୍ଟିଆଇରେ ତଥ୍ୟ ମାଗିଥିଲେ। ତାଙ୍କୁ ୪୦,୦୦୦ ପୃଷ୍ଠାର ତଥ୍ୟ ମିଳିବା ପରେ ଶନିବାର ସେ ଏହାକୁ ଏସ୍ୟୁଭିରେ ଭର୍ତ୍ତି କରି ଘରକୁ ଆଣିଥିଲେ।
	 
	- 
	
ଏକ ୟୁଟ୍ୟୁବ୍ ସାକ୍ଷାତ୍କାରରେ ମଣିପୁର ହିଂସା ଓ ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଉପରେ ‘ଉତ୍ତେଜକ’ ମନ୍ତବ୍ୟକୁ ନେଇ ରାଜନୈତିକ ବିଶ୍ଳେଷକ ତଥା ଲେଖକ ବଦ୍ରି ଶେଷାଦ୍ରିଙ୍କୁ ତାମିଲନାଡ଼ୁରେ ଗିରଫ କରାଯାଇଛି।
	 
	- 
	
ପ୍ରେମ ପାଇଁ ପାକିସ୍ତାନ ଚାଲି ଯାଇଥିବା ଭାରତୀୟ ମହିଳା ଅଞ୍ଜୁଙ୍କୁ ଉପହାର ସ୍ବରୂପ ଜାଗା ଏବଂ ଟଙ୍କା ମିଳିଛି। ପାକିସ୍ତାନର ଜଣେ ବ୍ୟବସାୟୀ ଅଞ୍ଜୁଙ୍କୁ ଘର ପାଇଁ ଜମି ଏବଂ ୫୦ ହଜାର ଟଙ୍କାର ଚେକ୍ ଦେଇଛନ୍ତି।
	 
	- 
	
ରାଜ୍ୟବାସୀଙ୍କ ୪୬ ହଜାର କୋଟି ଟଙ୍କା ସାହାରା ଗ୍ରୁପ୍ର ସମବାୟ ସମିତି ପାଖରେ ବନ୍ଧା ପଡ଼ିଛି। ଯାହା ଆଜି ପର୍ଯ୍ୟନ୍ତ ଜମାକାରୀମାନେ ଫେରି ପାଇ ନାହାନ୍ତି।
	 
	- 
	
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ଭାରତ ମଣ୍ଡପମଠାରେ ଅଖିଳ ଭାରତୀୟ ଶିକ୍ଷା ସମାଗମକୁ ଉଦଘାଟନ କରିଛନ୍ତି। ଜାତୀୟ ଶିକ୍ଷାନୀତି ୨୦୨୦ର ତୃତୀୟ ବର୍ଷପୂର୍ତ୍ତି ଉପଲକ୍ଷେ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପିଏମ୍ଶ୍ରୀ ଯୋଜନାରେ ପ୍ରଥମ କିସ୍ତିର ପାଣ୍ଠି ଜାରି…
	 
	- 
	
ହିନ୍ଦୁଜା ପରିବାରର ସମ୍ପତ୍ତି ବ୍ରିଟେନର ନୂଆ ରାଜା ଚାର୍ଲସଙ୍କ ଠାରୁ ଅଧିକ। ଚଳିତ ବର୍ଷର ଟାଇମ୍ସ ରିଚ୍ ଲିଷ୍ଟ ଅନୁଯାୟୀ ଗୋପୀ ହିନ୍ଦୁଜା ଏବଂ ତାଙ୍କ ପରିବାରର ମୋଟ ସମ୍ପତ୍ତି ୩୫ ବିଲିୟନ ପାଉଣ୍ଡ ହେବ ବୋଲି ଆକଳନ କରାଯାଇଛି। 
	 
	- 
	
‘ସଂଯୁକ୍ତ ଆରବ ଏମିରେଟ୍ସ୍’ରେ ଏକ ନୂଆ ‘ମେଗା ଲଟେରି’ ଜିଣିଥିବା ଜଣେ ଭାରତୀୟ ସ୍ଥପତି (ଆର୍କିଟେକ୍ଟ୍) ୨୫ ବର୍ଷ ଯାଏଁ ମାସିକ ୫.୫ ଲକ୍ଷ ଟଙ୍କା ପାଇବେ ‘ଗଲ୍ଫ୍ ନିଉଜ୍’ ରିପୋର୍ଟ କରିଛି।
	 
	- 
	
ଆନ୍ଧ୍ରପ୍ରଦେଶ ଚିତ୍ତୁର ଜିଲ୍ଲାର ଜଣେ ଚାଷୀଙ୍କ ଭାଗ୍ୟ ଚମକିଛି। ଟମାଟୋ ତାଙ୍କ ଭାଗ୍ୟ ବଦଳାଇ ଦେଇଛି। ମାତ୍ର ୪୫ ଦିନରେ ସେ ଟମାଟୋ ବିକି ୪ କୋଟି ଟଙ୍କା ରୋଜଗାର କରିଛନ୍ତି। ଉକ୍ତ ଚାଷୀଙ୍କ ନାଁ ମୁରଲୀ। ବୟସ ୪୮। ମୁରଲୀଙ୍କ ବାପା ବି ଜଣେ ଚାଷୀ।
	 
	- 
	
ମୋତିଲାଲ ଓସୱାଲ ଫାଇନାନସିଆଲ ସର୍ଭିସେସ (MOSFL) ର ଉଭୟ ପ୍ରମୋଟର ମୋତିଲାଲ ଓସୱାଲ ଏବଂ ରାମଦେବ ଅଗ୍ରୱାଲ ପ୍ରତ୍ୟେକ ୫ ପ୍ରତିଶତ ଇକ୍ୱିଟି ସେୟାର ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା କମ୍ପାନୀର ମୋଟ ଇକ୍ୱିଟି ସେୟାରର ୧୦ ପ୍ରତିଶତ ହେବ |
	 
	- 
	
ପିଏଚଡି ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଚଳିତ ଶିକ୍ଷାବର୍ଷରୁ ଆରମ୍ଭ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀ ଗବେଷଣା ଓ ଅଭିନବୀକରଣ ସହାୟତା ଯୋଜନା(ସିଏମ୍ଆରଆଇଏଫପି)। । ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ପିଏଚଡି କରୁଥିବା ତଥା ଗବେଷଣା କରୁଥିବା ଛାତ୍ରଛାତ୍ରୀମାନେ ଏହା ଦ୍ୱାରା ଉପକୃତ ହେବେ ।
	 
	- 
	
୨୦୨୨-୨୩ ଆର୍ଥିକ ବର୍ଷରେ ସାରା ରାଜ୍ୟରେ ଜେମ୍ ପୋର୍ଟାଲ୍ ମାଧ୍ୟମରେ ରାଜ୍ୟ ପୁଲିସର ବିକାଶ ନିମନ୍ତେ ସର୍ବାଧିକ ଅର୍ଡର ପ୍ରଦାନ କରି ପ୍ରଥମ ସ୍ଥାନ ଅଧିକାର କରିଛି। ସେହିପରି ରାଜ୍ୟ ପୁଲିସ ବିଭିନ୍ନ ଅତ୍ୟାଧୁନିକ ସାମଗ୍ରୀ କ୍ରୟ କରିବା ସହ ବିଭିନ୍ନ ସେବା ପ୍ରଦାନକାରୀ ସଂସ୍ଥାମାନଙ୍କୁ ଜେମ୍ ପୋର୍ଟାଲ୍ ମାଧ୍ୟମରେ କାର୍ଯ୍ୟାଦେଶ ପ୍ରଦାନ କରି ତୃତୀୟ ସ୍ଥାନ ଅଧିକାର କରିଥିବାରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି
	 
	- 
	
 ୩୧, ୧ ଓ ୨ ତାରିଖରେ ରାଜ୍ୟରେ ବର୍ଷାର ପରିମାଣ ଅଧିକ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
	 
	- 
	
ଭିଡ଼ ହିଂସାର ଶିକାର ହୋଇଥିବା ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯିବା ପ୍ରସଙ୍ଗରେ କେନ୍ଦ୍ର ଓ ୬ ରାଜ୍ୟକୁ ନୋଟିସ୍ ଜାରି କରିଛନ୍ତି ସୁପ୍ରିମକୋର୍ଟ । 
	 
	- 
	
ଲାଞ୍ଚ କାରବାର ମାମଲାରେ କେନ୍ଦ୍ର ସମବାୟ ବ୍ୟାପାର ମନ୍ତ୍ରଣାଳୟର ୩ ଅଧିକାରୀଙ୍କ ସମେତ ୪ ଜଣଙ୍କୁ ଧରିଛି ସିବିଆଇ। ୩ ଲକ୍ଷ ଟଙ୍କାର ଲାଞ୍ଚ କାରବାର ମାମଲାରେ ଏପରି ଗିରଫଦାରୀ ହୋଇଛି। ଅଭିଯୁକ୍ତମାନଙ୍କ ଠାରୁ ସିବିଆଇ ନଗଦ ୬୦ ଲକ୍ଷ ଟଙ୍କା ମଧ୍ୟ ଜବତ କରିଛି
	 
	- 
	
ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳ(AMU)ର ପୂର୍ବତନ ଅଧ୍ୟକ୍ଷ ତାରିକ ମନସୁରଙ୍କୁ ଦଳର ଅନ୍ୟତମ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛି। ପସମନ୍ଦା ହେଉଛନ୍ତି ମୁସଲିମ ସଂପ୍ରଦାୟର ସବୁଠାରୁ ପଛୁଆ, ସବୁଠାରୁ ବଞ୍ଚିତ ଓ ସବୁଠାରୁ ନିଷ୍ପେଷିତ ବର୍ଗର ଲୋକ। ସେମାନଙ୍କୁ ବିଜେପି ନିଜର ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛି।
	 
	- 
	
ରକ୍ତ ରଞ୍ଜିତ ଶିମିଳିପାଳ ଅଭୟାରଣ୍ୟ ହେବ ଶିକାରୀ ମୁକ୍ତ। ସେଥିପାଇଁ ଚାଲିଛି ସର୍ଚ୍ଚ ଅପରେଶନ। ଶିମିଳିପାଳ ଅଭୟାରଣ୍ୟ ପାଦଦେଶରେ ଥିବା ଗାଁରେ ପୁଲିସ୍ ଚଢ଼ଉ କରି ଶିକାର ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବା ୯ ବନ୍ଧୁକ ଜବତ କରିଛି। ଏନେଇ ସୂଚନା ଦେଇଛନ୍ତି ମୟୂରଭଞ୍ଜ ଏସ୍ପି ବି.ଗଙ୍ଗାଧର।
	 
	- 
	
ତାମିଲନାଡୁ କ୍ରିଷ୍ଣାଗିରୀର ଏକ ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ। ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଲୋକ ଆହତ। ଆଉ କିଛି ଲୋକ ଫଶି ରହିଥିବା ସୂଚନା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି
	 
	- 
	
ଭାରତରେ ଅକ୍ଟୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଦିନିକିଆ ବିଶ୍ବକପ୍ ଆୟୋଜନ ହେବ। ଏହି ବିଶ୍ବକପ୍ର ସମସ୍ତ ମ୍ୟାଚ୍ ୧୦ଟି ସହରରେ ଖେଳାଯିବ। ଏହି ୧୦ଟି ସହର ହେଲା- ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନଇ, ଦିଲ୍ଲୀ, ଧର୍ମଶାଳା, ହାଇଦରାବାଦ, କଲକାତା, ଲକ୍ଷ୍ନୌ, ମୁମ୍ବଇ ଓ ପୁଣେ।