Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
551 28-11-2024 Odia
  1. 1.କୌଣସି ଧର୍ମ ପ୍ରତି ଆସ୍ଥା ନ ଥାଇ କେବଳ ସଂରକ୍ଷଣ ସୁବିଧା ହାସଲ ପାଇଁ ଧର୍ମ ପରିବର୍ତ୍ତନ କରିବା ସମ୍ବିଧାନ ସହ ବିଶ୍ୱାସଘାତ ବୋଲି ବୁଧବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।.
  2. 2.ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନି ଆଦାନୀ ଗ୍ରୁପ୍ ପକ୍ଷରୁ ବୁଧବାର କୁହାଯାଇଛି ଯେ ଏହି ଅଭିଯୋଗ ହେବା ପରେ ଷ୍ଟକ୍ ବଜାରରେ କମ୍ପାନି ୪,୬୪,୨୩୬ କୋଟି ଟଙ୍କା (୫୫ ବିଲିଅନ୍ ଡଲାର) ହରାଇଛି।
  3. 3.ଦେଶରେ ୨୦୧୮-୧୯ରୁ ୨୦୨୩-୨୪ ଭିତରେ ୫୦୦ ଟଙ୍କିଆ ଜାଲ୍‌ ନୋଟ୍‌ ଚାରି ଗୁଣା ବଢ଼ିଥିବା ବେଳେ ୨୦୨୦-୨୧ରୁ ତିନି ବର୍ଷ ଭିତରେ ଜାଲ୍ ୨୦୦୦ ଟଙ୍କିଆ ନୋଟ୍‌ ତିନି ଗୁଣା ବଢ଼ିଛି।
  4. 4.ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଅଧୀନରେ ତିଆରି କରାଯାଇଥିବା ବନ୍ଦେ ଭାରତ ଟ୍ରେନ୍‌ର ସଫଳତା ପରେ ଆଉ ଏକ ହାଇସ୍ପିଡ୍‌ ଟ୍ରେନ୍ ବିକାଶ କରାଯାଉଛି। ତାହାର ଡିଜାଇନ୍ ଓ ଉତ୍ପାଦନ ଚେନ୍ନାଇରେ ହେବ। ସେହି ହାଇସ୍ପିଡ୍‌ ଟ୍ରେନ୍ ଘଣ୍ଟା ପିଛା ୨୮୦ କିମି ବେଗରେ ଯାତ୍ରା କରିବ।
  5. 5.ବାଂଲାଦେଶରେ ହିନ୍ଦୁ ସନ୍ଥ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରିକୁ ନେଇ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଏକ ବୟାନ ଜାରି କରାଯାଇଛି।
  6. 6.ଯୁଦ୍ଧବିରତି ଚୁକ୍ତି ନିମନ୍ତେ ଇସ୍ରାଏଲ ଓ ଲେବାନନ୍‌ର ହେଜବୁଲ୍ଲା ରାଜି ହୋଇଛନ୍ତି, କିନ୍ତୁ ଇରାନ୍‌ ଓ ଇସ୍ରାଏଲ୍‌ ମଧ୍ୟରେ ଉତ୍ତେଜନା ବଢ଼ିବାରେ   ଲାଗିଛି। ଆଗକୁ ଇସ୍ରାଏଲ ବିରୋଧରେ ଇରାନ ନିଜର ଆକ୍ରମଣକୁ ଆହୁରି ସଂଗଠିତ ଓ ଭୟାନକ କରିବ।
  7. 7.କୋଟିପତି ନିବେଶକ ୱାରେନ୍‌ ବଫେଟ୍‌ ନିଜ ସଂପତ୍ତି ଦାନ କରି ଅନେକ ସମୟରେ ଚର୍ଚ୍ଚାର ପରିସର ଭିତରକୁ ଆସୁଥିବା ବେଳେ ନିକଟରେ ସେ ପୁଣି ଅନେକ ଫାଉଣ୍ଡେସନକୁ ଆଉ ୧.୧ ବିଲିୟନ ଡଲାର୍ ଦାନ କରିଛନ୍ତି।
  8. 8.ଉତ୍ତରପ୍ରଦେଶର କନୌଜ ଜିଲ୍ଲାର ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ୍‌ୱେରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୫ ଡାକ୍ତରଙ୍କ ମୃତ୍ୟୁ ଘଟିଛି।
  9. 9.କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଅନୁଷ୍ଠିତ ବାଣିଜ୍ୟିକ କୋଇଲା ଖଣି ନିଲାମର ଦଶମ ପର୍ଯ୍ୟାୟରେ ୯ଟି ‌ଖଣି ନିଲାମ ହୋଇଛି। ସେଥିରେ ଓଡ଼ିଶାର ଦୁଇଟି କୋଇଲା ଖଣି ରହିଛି। ଓଡ଼ିଶାର ନୂଆ ପାତ୍ରପଡ଼ା ସାଉଥ୍‌ ଖଣିକୁ ଏନ୍‌ଏଲ୍‌ସି ଇଣ୍ଡିଆ ଲିମିଟେଡ୍‌ ହାସଲ କରିଛି।
  10. 10.ଚଳଚ୍ଚିତ୍ର ନିର୍ମାତା ଅଶ୍ୱିନୀ ଧୀରଙ୍କ ୧୮ବର୍ଷର ପୁଅ ଜଲଜ ଧୀରଙ୍କର ଏକ କାର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି ଘଟଣାରେ କାର ଚଳାଉଥିବା ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି।
  11. 11.ଅଲୁ ଅର୍ଜୁନଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର 'ପୁଷ୍ପା: ଦି ରାଇଜ୍'ରେ ଅଲୁ ଅର୍ଜୁନଙ୍କ ଭାଇ ଭୂମିକାରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ତେଲୁଗୁ ଅଭିନେତା ଶ୍ରୀ ତେଜ ଏବେ ବିବାଦରେ। ବିବାହ ପ୍ରତିଶ୍ରୁତି ଦେଇ ସେ ଜଣେ ମହିଳାଙ୍କୁ ମାନସିକ, ଆର୍ଥିକ ତଥା ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।
  12. 12.ପୁଞ୍ଜିନିବେଶ ନାଁରେ ଜଣେ ଆଇଟି ପ୍ରୋଫେସନାଲଙ୍କ ଠାରୁ ୧୯ ଲକ୍ଷ ୮୪ ହଜାର ଟଙ୍କା ଠକେଇ କରିବା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ।
  13. 13.ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତି ଜନ୍‌ ଆଲ୍‌ଫ୍ରେଡ୍‌ ଟିନିସ୍‌ଉଡ୍‌ଙ୍କର ୧୧୨ ବର୍ଷରେ ପରଲୋକ ହୋଇଯାଇଛି। ୧୯୧୨ ଅଗଷ୍ଟ ୨୬ରେ ଟିନିସ୍‌ଉଡ୍‌ଙ୍କ ଜନ୍ମ। ସେ ତାଙ୍କ ଜୀବନକାଳରେ ୨ଟି ବିଶ୍ୱଯୁଦ୍ଧ ଏବଂ ୨୪ ଜଣ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କୁ ଦେଖିଛନ୍ତି।
  14. 14.ହରିୟାଣାର ଫରିଦାବାଦରେ ରହୁଥିବା ଜଣେ ପୂର୍ବତନ ସେନା ଅଧିକାରୀ ସାଇବର ଠକଙ୍କ ଡିଜିଟାଲ ଆରେଷ୍ଟର ଶିକାର ହୋଇଛନ୍ତି। ଡିଜିଟାଲ ଆରେଷ୍ଟ କରି ସାଇବର ଠକମାନେ ତାଙ୍କ ଠାରୁ ୫ ଲକ୍ଷ ଟଙ୍କା ନେଇ ଯାଇଛନ୍ତି।
  15. 15.ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜଧାନୀ ଭୁବନେଶ୍ୱରରେ ହୋଇଛି କଡ଼ା ସୁରକ୍ଷା ବ୍ୟବସ୍ଥା । ସହରର ସମସ୍ତ ଏଣ୍ଟ୍ରି ପଏଣ୍ଟକୁ ସିଲ୍‌ କରି କଡ଼ା ଯାଞ୍ଚ କରୁଛନ୍ତି ପୁଲିସ ଓ ବିଏସଏଫ । ଭୁବନେଶ୍ୱର ଭିତରକୁ ଆସୁଥିବା ଗାଡ଼ି ଓ ବାହାରକୁ ଯାଉଥିବା ସମସ୍ତ ଗାଡ଼ିର ତନଖି କରାଯାଉଛି ।
278 Y
552 28-11-2024 English
  1. 1.Chief Minister Mohan Charan Majhi said Wednesday that the Odisha government was contemplating to recruit women in the fi re services and may bring about certain changes in the existing rules for the purpose.

  2. 2. Maharashtra Chief Minister, Eknath Shinde made it clear Wednesday that he has assured PM Modi of abiding by whatever decision the BJP takes on naming his successor.

  3. 3.Lok Sabha proceedings were suspended for a second day Wednesday after disruptions by lawmakers demanding a discussion of the US indictment of billionaire Gautam Adani, while stocks of his group’s companies clawed back some losses.

  4. 4.The Odisha government is gearing up to implement the National Education Policy (NEP) in schools across the state by 2025, School and Mass Education Minister Nityananda Gond stated Wednesday.

  5. 5.In an incident highlighting abject poverty, a Bihar-based couple along with fi ve others was arrested as they sold their fouryear-old daughter for Rs 40,000.

  6. 6.The Odisha government has removed the names of over 1.77 lakh dead beneficiaries from the public distribution system (PDS) since June 15, 2024, the Assembly was informed Wednesday.

  7. 7.The state government Wednesday said it has no intention of allowing Adani Group or any other company to conduct bauxite mining in Gandhamardan hills spread over Bolangir and Baragarh districts.

  8. 8.Jharkhand Chief Minister Hemant Soren Wednesday reviewed the preparations for the oath-taking ceremony to be held at Morabadi Ground in Ranchi Thursday.

  9. 9.The state government has issued directives to shut down illegal black stone mining and crusher units on the Aruha hill of Jajpur district. A letter to this effect was sent by the state’s Steel and Mines department to the Jajpur Collector and the Deputy Director of Mines (DDM)

  10. 10.Vigilance sleuths Wednesday raided the properties of junior mining offi cer Padmanabh Hota from Keonjhar on charges of amassing disproportionate assets.

  11. 11.A ceasefire between Israel and the Lebanese militant group Hezbollah appeared to be holding Wednesday, as residents in cars heaped with belongings streamed back toward southern Lebanon despite warnings from the Israeli and Lebanese military that they stay away from certain areas.

  12. 12.The National Green Tribunal has been informed through a report that Punjab’s stubble burning incidents have decreased by 70 per cent.

  13. 13.Information & Broadcasting Minister Ashwini Vaishnaw Wednesday called for stricter laws to curb vulgar content on social media, saying absence of editorial oversight has led to “uncontrolled expression” on such platforms

  14. 14.Pakistan’s jailed former PM Imran Khan’s party suspends protests seeking his release following hundreds of arrests.

  15. 15.Indian GM D Gukesh restores parity by defeating Ding Liren in the third game of the World Chess Championships.

238 Y
553 27-11-2024 Odia
  1. 1.ଭାରତୀୟ ସମ୍ବିଧାନ ଏକ ଜୀବନ୍ତ ଓ ପ୍ରଗତିଶୀଳ ଦସ୍ତାବିଜ ଯାହା ମାଧ୍ୟମରେ ଆମେ ସାମାଜିକ ନ୍ୟାୟ ଓ ଅନ୍ତର୍ଭୁକ୍ତ ବିକାଶର ଲକ୍ଷ୍ୟ ହାସଲ କରିପାରିଛୁ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି।

  2. 2.ଫିଚ୍‌ ପକ୍ଷରୁ ଆଦାନୀ ପୋର୍ଟସ୍‌ର ରେଟିଂକୁ ବିବିବି ନେଗେଟିଭ୍‌କୁ ହ୍ରାସ କରାଯାଇଥିବା ବେଳେ ନର୍ଥ କ୍ବିନ୍‌ସଲ୍ୟାଣ୍ଡ୍‌ ଏକ୍ସପୋର୍ଟ ଟର୍ମିନାଲର ରେଟିଂକୁ ବିବି+ ଏବଂ ମୁମ୍ବାଇ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ ଲିମିଟେଡ୍‌ର ରେଟିଂକୁ ବିବି+ ରେଟିଂ ପ୍ରଦାନ କରାଯାଇଛି।

  3. 3.ଏସାର ଗ୍ରୁପ୍‌ ଅଧ୍ୟକ୍ଷ ତଥା ସହ-ପ୍ରତିଷ୍ଠାତା ଶଶିକାନ୍ତ ରୁଇଆଙ୍କର ୮୧ ବର୍ଷ ବୟସରେ ନଭେମ୍ବର ୨୫ ତାରିଖ ରାତି ୧୧ଟା ୫୫ରେ ମୁମ୍ବାଇଠାରେ ପରଲୋକ ହୋଇଛି।

  4. 4.ଓଲା ଗିଗ୍ ରେଞ୍ଜର ମୂଲ୍ୟ ଆକର୍ଷଣୀୟ ରହିଛି । ଓଲା ଗିଗର ମୂଲ୍ୟ ୩୯,୯୯୯ ଟଙ୍କା ଥିବାବେଳେ ଓଲା ଗିଗ ପ୍ଲସର ମୂଲ୍ୟ ୪୯,୯୯୯ ଟଙ୍କା ରହିଛି । ଗିଗ ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ଚାଲିପାରିବ ଓ ଗିଗ୍ ପ୍ଲସ ଘଣ୍ଟା ପ୍ରତି ୪୫ କିଲୋମିଟର ବେଗରେ ଚାଲିପାରିବ ।

  5. 5.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ବିଧାନସଭାରେ ୧୨,୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଚଳିତ ଆର୍ଥିକ ବର୍ଷ (୨୦୨୪-୨୫) ଲାଗି ରାଜ୍ୟ ସରକାର ମୂଳ ବଜେଟ୍‌ରେ୨.୬୫ ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ।

  6. 6.ଭାରତ ସରକାର ପାନ୍‌ କାର୍ଡ ପାଇଁ ନୂତନ PAN ୨.୦ ଯୋଜନା ଆଣିଛନ୍ତି, ଯେଉଁଥିରେ QR କୋଡ୍‌ ଥିବା ପାନ କାର୍ଡ ମାଗଣାରେ ଅପଗ୍ରେଡ୍‌ ହେବ। ଆନୁମାନିକ ୧,୪୩୫ କୋଟି ଟଙ୍କା ବ୍ୟୟରେ ଏହି ଯୋଜନା ପ୍ରସ୍ତୁତ କରାଯାଉଛି।

  7.  7.ମହାଲେଖାକାରଙ୍କଠାରୁ ମିଳିଥିବା ତଥ୍ୟ ଅନୁସାରେ ଓଡିଶା ରାଜ୍ୟର ଜିଏସ୍‌ଡିପି ଋଣ ଅନୁପାତ ୨୦୨୩ ଜୁଲାଇ ପର୍ଯ୍ୟନ୍ତ ୧୦.୧୨ ପ୍ରତିଶତ ରହିଥିବା ବେଳେ ସୁଧ ଦେୟ ଓ ରାଜସ୍ବ ଆୟର ଅନୁପାତ ୧.୮୫ ପ୍ରତିଶତ ରହିଛି।

  8. 8.ପୁଞ୍ଜିନିବେଶ ନାଁରେ ଜଣେ ଆଇଟି ପ୍ରୋଫେସନାଲଙ୍କ ଠାରୁ ୧୯ ଲକ୍ଷ ୮୪ ହଜାର ଟଙ୍କା ଠକେଇ କରିବା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଅଭିଯୁକ୍ତ ହେଉଛନ୍ତି ଛତିଶଗଡ, ରାୟପୁରର ଅଶ୍ୱିନୀ ପାଲ (୪୧ ବର୍ଷ)।

  9. 9.ୟୁକ୍ରେନ୍‌ ଉପରେ ବଡ଼ ଧରଣର ଆକ୍ରମଣ କରିଛି ରୁଷିଆ। ଏକାସାଙ୍ଗରେ ୟୁକ୍ରେନ୍‌ ଉପରେ ୧୫୦ରୁ ଅଧିକ ଡ୍ରୋନ୍‌ ଆକ୍ରମଣ କରିଛି। ଏହି ଆକ୍ରମଣରେ ୟୁକ୍ରେନ୍‌ର ବହୁତ କ୍ଷତି ପହଞ୍ଚିଥିବା ବେଳେ ଅନେକ ଅଞ୍ଚଳରୁ ବିଦ୍ୟୁତ୍‌ ଚାଲିଯାଇଛି।

  10. 10.ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ବଦଳରେ ନିର୍ବାଚନରେ ​​ବାଲାଟ ପେପର ବ୍ୟବହାର ଦାବିକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି।

  11. 11.ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମୋଟ ୪,୧୩୬ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେମାନଙ୍କ ମଧ୍ୟରୁ ୩,୫୧୫ ଜଣ ଇସିଙ୍କ ନିର୍ଦ୍ଧାରିତ ସର୍ବନିମ୍ନ ଭୋଟ ଶେୟାର ହାସଲ କରିବାରେ ବିଫଳ ହୋଇଥିବାରୁ ଅମାନତ ଜମା ହରାଇଛନ୍ତି।

  12. 12.ଭରତପୁର ଥାନା ଅନ୍ତର୍ଗତ ଘାଟିକିଆ ମୌଜାରେ ଥିବା ଶ୍ରୀ ବୈକୁଣ୍ଠଧାମ ଆଶ୍ରମ ବିରୋଧରେ ପୁଣି ଏକ ସଙ୍ଗିନ ଅଭିଯୋଗ ଆସିଛି। ଆଶ୍ରମ କର୍ତ୍ତୃପକ୍ଷ ତାଙ୍କ ସ୍ତ୍ରୀଙ୍କୁ କବ୍‌ଜା କରି ରଖିବା ସହ ୨ ଲକ୍ଷ ଟଙ୍କା ଦାବି କରିଥିବା ଜଣେ ବ୍ୟକ୍ତି ଶହୀଦନଗର ଥାନାରେ ଏତଲା ଦେଇଛନ୍ତି। 

  13. 13.କେନ୍ଦ୍ରୀୟ ସୂଚନା କମିଶନ (ସିଆଇସି) ଏବଂ ରାଜ୍ୟ ସୂଚନା କମିଶନ (ଏସ୍‌ଆଇସି)ରେ ଖାଲିପଡ଼ିଥିବା ପଦବୀଗୁଡ଼ିକୁ ପୂରଣ କରିବା ପାଇଁ ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

  14. 14.ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ଗତ କିଛି ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବାରୁ ବନ୍ୟାସ୍ଥିତି ସୃଷ୍ଟି ହୋଇଛି। ସୋମବାର ସୁଦ୍ଧା ବନ୍ୟା ଓ ଭୂସ୍ଖଳନ ଯୋଗୁ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ସୁମାତ୍ରା ଦ୍ୱୀପର ୪ ଅଞ୍ଚଳରେ ଇଣ୍ଡୋନେସିଆ ସୈନ୍ୟ ବାହିନୀ ସହ ଉଦ୍ଧାରକାରୀ ଦଳପକ୍ଷରୁ ରେସ୍କ୍ୟୁ ଅପରେଶନ ଜାରି ରହିଛି

  15. 15.ଏମ୍‌ଆଇଟି ଇଞ୍ଜିନିୟର ଏବଂ ଟିଭି ଉପସ୍ଥାପିକାରୁ ମହାକାଶ ଯାତ୍ରା କରିବାରେ ୧୦୦ତମ ମହିଳା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଏମିଲି କାଲାଣ୍ଡ୍ରେଲି।

252 Y
554 27-11-2024 English
  1. 1.Chief Minister Mohan Charan Majhi Tuesday said all should express gratitude to the architects of the Constitution, which has ensured equal rights to everyone irrespective of caste, creed and religion.

  2. 2.Israeli war planes hit Beirut’s southern suburbs with a wave of airstrikes Tuesday just before Israel’s cabinet met to discuss a ceasefi re deal with its Hezbollah foes

  3. 3.The Election Commission Tuesday announced bypolls for six Rajya Sabha seats, including one in Odisha, December 20.

  4. 4.Taking serious note of vacancies in the Central Information Commission (CIC) and state information commissions (SICs), the Supreme Court Tuesday asked the Centre and the state governments to apprise it about the steps taken to fill up the posts.

  5. 5.Essar Group co-founder Shashi Ruia has died after a prolonged illness. He was 80.

  6. 6.Existing Permanent Account Number (PAN) card holders are not required to apply for a new one under the upgraded PAN 2.0 system that is primarily aimed at introducing a 'common identifi er' for all business-related activities, the Income Tax department said Tuesday.

  7. 7. Four months after presenting the annual Budget for fi nancial year 2024-25, Chief Minister Mohan Charan Majhi presented a Supplementary Budget of `12,156 crore for the fi scal in the Assembly Tuesday.

  8. 8.Forty elephants, fi ve leopards and 200 other wildlife species have died in Odisha in about fi ve months from July, Forest, Environment and Climate Change Minister Ganesh Ram Singh Khuntia told the Assembly, Tuesday.

  9. 9.Bhaskar Pradhan, an artifi cial insemination technician from Subarnapur district was honoured with the National Gopal Ratna Award 2024 for being the best Artifi cial Insemination Technician.

  10. 10.The state government has launched the Mukhyamantri Kamadhenu Yojana with the aim of doubling the state’s milk production in the next five years.

  11. 11.The distinctive fragrance of Odisha’s aromatic rice has captivated visitors at the India International Trade Fair (IITF) 2024 in New Delhi.

  12. 12.The state government Tuesday declined IAS offi cer Sujata Karthikeyan’s application seeking extension of child care leave (CCL) for another six months.

  13. 13.The World Craft Council (WCC) Tuesday said it is planning to introduce the seal of authenticity of crafts - an initiative aimed at addressing the “pressing need” for globally-recognised certifi - cation for handmade crafts of Jammu and Kashmir

  14. 14.Rahul Gandhi had promised a caste census in Telangana. The work of caste census in Telangana has been completed 92 percent.

  15. 15.At least 20 wagons of a coal-laden goods train derailed in Bilaspur railway division of Chhattisgarh Tuesday morning.

246 Y
555 26-11-2024 Odia
  1. 1.ସମ୍ବିଧାନର ମୁଖବନ୍ଧରୁ ‘ସମାଜବାଦ’ ଓ ‘ଧର୍ମନିରପେକ୍ଷ’ ଶବ୍ଦ ହଟିବ ନାହିଁ। ଦେଶରେ ଜରୁରୀକାଳୀନ ପରିସ୍ଥିତି ସମୟରେ ସମ୍ବିଧାନ ସଂଶୋଧନ କରାଯାଇ ଏହି ଦୁଇ ଶବ୍ଦକୁ ମୁଖବନ୍ଧରେ ସାମିଲକୁ ଚାଲେଞ୍ଜ କରି ହୋଇଥିବା ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଛନ୍ତି। 

  2. 2.ମହିଳାଙ୍କ ପାଇଁ ନିଜ ଘର ହେଉଛି ସବୁଠୁ ବିପଜ୍ଜନକ ସ୍ଥାନ। ବିଶ୍ବରେ ଦୈନିକ ୧୪୦ ଜଣ ମହିଳା ଓ ଝିଅ ପ୍ରତିଦିନ ହତ୍ୟାର ଶିକାର ହେଉଛନ୍ତି। ଜାତିସଂଘ ମହିଳା ଏବଂ ଜାତିସଂଘ ଡ୍ରଗ୍ସ ଆଣ୍ଡ୍ କ୍ରାଇମ୍ ପକ୍ଷରୁ ମିଳିତଭାବେ ପ୍ରକାଶିତ ରିପୋର୍ଟରୁ ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। 

  3. 3.ବାଂଲାଦେଶ ଇସ୍ପନ ପୁଣ୍ଡରୀକ ଧାମ ସାଧୁ ତଥା ସଂଖ୍ୟାଲଘୁ ସଂଗଠନ ବାଂଲାଦେଶ ସନାତନୀ ଜାଗରଣ ଜୋତେର ପ୍ରବକ୍ତା ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କୁ ଢାକା‌ ବିମାନ ବନ୍ଦରରେ ଗିରଫ କରାଯାଇଛି।

  4. 4.ରାଜ୍ୟକୁ ଅର୍ଥନୈତିକ ଶକ୍ତି ଯୋଗାଇବା ଲକ୍ଷ୍ୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ ବ୍ରିଟେନ-ଜର୍ମାନୀ ଗସ୍ତରେ ଅଛନ୍ତି।

  5. 5.ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ଆଦାନୀ ଗ୍ରୁପରୁ ୧୦୦ କୋଟି ଟଙ୍କା ଦାନ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି।

  6. 6.କେରଳରେ ଶିଶୁମାନଙ୍କ ସହ ଯୌନ ଶୋଷଣ ମାମଲା ବଢ଼ି ବଢ଼ି ଚାଲିଛି ଏବଂ ସେମାନେ ଘରେ ଏବଂ ସ୍କୁଲରେ ମଧ୍ୟ ସୁରକ୍ଷିତ ନାହାନ୍ତି। ଶିଶୁ ଯୌନ ଶୋଷଣ ମାମଲାର ୨୧% ଘଟଣା ପିଲାଙ୍କ ଘରେ ଏବଂ ୪% ସ୍କୁଲରେ ଘଟିଥିବା ନେଇ ଜଣାପଡ଼ିଛି।

  7. 7.ମଣିପୁର ହିଂସା‌ ଥମୁନି। ହିଂସା ବଢ଼ୁଥିବାରୁ ମଣିପୁର ସରକାର ୯ଟି ଜିଲ୍ଲାରେ ପୁଣିଥରେ ଇଣ୍ଟରନେଟ୍‌ କଟକଣା ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। 

  8. 8.ଉତ୍ତରପ୍ରଦେଶର ସମ୍ଭଲସ୍ଥିତ ଜୁମା ମସ୍‌ଜିଦ ପରିସରରେ ରବିବାର ସର୍ଭେକୁ ବିରୋଧ ବେଳେ ହିଂସାକାଣ୍ଡ ଘଟି ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପୋଲିସ ୭ ଜଣଙ୍କୁ ଗିରଫ କରିଛି।

  9. 9.୨୦୨୧ରୁ ବର୍ତ୍ତମାନ ସୁଦ୍ଧା ଦେଶରେ ୭୧ ବାଘଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି।

  10. 10.ଝାଡ଼ଖଣ୍ଡରେ ୮୯ ପ୍ରତିଶତ ନବ ନିର୍ବାଚିତ ବିଧାୟକ କୋଟିପତି। କଂଗ୍ରେସ ଦଳର ରାମେଶ୍ବର ଓରାଓଁ ହେଉଛନ୍ତି ସବୁଠାରୁ ଧନୀ ବିଧାୟକ।  ତାଙ୍କ ମୋଟ୍‌ ସମ୍ପତ୍ତିର ମୂଲ୍ୟ ୪୨.୨୦ କୋଟି।

  11. 11.ଇଣ୍ଡିଆନ କୋଷ୍ଟଗାର୍ଡ (ଆଇସିଜି) ଆଣ୍ଡାମାନ ସାଗରରେ ଏକ ମାଛଧରା ଡଙ୍ଗାରୁ ପ୍ରାୟ ୫ ଟନ୍ ଡ୍ରଗ୍ସ ଜବତ କରିଛି |

  12. 12. ଶିଳ୍ପପତି ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍‌କୁ ଆଉ ଏକ ଶକ୍ତ ଝଟ୍‌କା ଲାଗିଛି। ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଥିବା ଆଦାନି ଗ୍ରିନ୍ ଏନର୍ଜିସ୍ ଲିମିଟେଡ୍‌ ଓ ଆଦାନି ଟୋଟାଲ୍ ଗ୍ୟାସ୍‌ରେ ପୁଞ୍ଜିନିବେଶ କରିଥିବା ଫ୍ରାନ୍ସର ସଂସ୍ଥା ଟୋଟାଲ୍ଏନର୍ଜିସ୍ ନୂଆ ପାଣ୍ଠି ଦେବା ଉପରେ ରୋକ ଲଗାଇଛି। 

  13. 13.ମହିଳା, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଦିବ୍ୟାଙ୍ଗଙ୍କ ସମେତ ସମାଜର ସବୁ ବର୍ଗର ଲୋକଙ୍କୁ ଋଣ ଦେବା ଲାଗି ରାଜ୍ୟରେ କାରବାର କରୁଥିବା ବ୍ୟାଙ୍କଗୁଡ଼ିକୁ ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ ଆହ୍ବାନ ଦେଇଛନ୍ତି। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟକୁ ନଜରରେ ରଖି ଋଣ ଦେବାକୁ ସେ ବ୍ୟାଙ୍କଗୁଡ଼ିକୁ କହିଛନ୍ତି। 

  14.  14.ସପ୍ତାହର ପ୍ରଥମ ଦିନରେ ଷ୍ଟକ ବଜାରରେ ଜୋରଦାର ବୃଦ୍ଧି ଦେଖିବାକୁ ମିଳିଛି। ମହାରାଷ୍ଟ୍ର ନିର୍ବାଚନରେ ବିଜେପି ନେତୃତ୍ବାଧୀନ ମହାଯୁତିର ଜବରଦସ୍ତ ବିଜୟ ନିବେଶଙ୍କ ଉତ୍ସାହକୁ ବଢାଇଦେଇଛି । 

  15. 15.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆର୍ଥତ୍କ ବ୍ୟାପାର କ୍ୟାବିନେଟ୍‌ କମିଟି ଆୟକର ବିଭାଗର ସ୍ଥାୟୀ ଅକାଉଣ୍ଟ ନମ୍ବରର ଦ୍ୱିତୀୟ ପର୍ଯ୍ୟାୟ (ପାନ୍‌ ୨.୦) ପ୍ରକଳ୍ପକୁ ସୋମବାର ମଞ୍ଜୁରୀ ପ୍ରଦାନ କରିଛନ୍ତି।

  16. 16.କାଉନ୍‌ସିଲ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ୍‌ ସାର୍ଟିଫିକେଟ୍‌ ଏକ୍ଜାମିନେଶନ୍ସ (ସିଆଇଏସ୍‌ସିଇ) ୨୦୨୫ ବର୍ଷ ପାଇଁ ଆଇସିଏସ୍‌ଇ ଦଶମ ଶ୍ରେଣୀ ଏବଂ ଆଇସିଏସ୍‌ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ନିମନ୍ତେ ସୋମବାର କାର୍ଯ୍ୟସୂଚୀ ପ୍ରକାଶ କରିଛି।

  17. 17.ଆଇଫୋନ୍‌ ମାଧ୍ୟମରେ ନିରୂପଣ ହେଉଛି ମୁଖ ଗହ୍ବର କର୍କଟ। ଶୀଘ୍ର ରୋଗ ଚିହ୍ନଟ ଫଳରେ ଯଥାଶୀଘ୍ର ଚିକିତ୍ସା ମଧ୍ୟ ଆରମ୍ଭ ହୋଇପାରୁଛି। ଏଥିସହ ସମୟ ଓ ସମ୍ବଳ ମଧ୍ୟ ବଞ୍ଚାଯାଇପାରୁଛି। ଫଳରେ ରୋଗୀଙ୍କ ଜୀବନ ରକ୍ଷା ହୋଇପାରୁଥିବା ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା (ଏନ୍‌ଏଚଏସ୍‌) ଦାବି କରିଛି।

  18. 18.ନାଟୋ ମେଣ୍ଟରେ ୟୁକ୍ରେନର ଯୋଗଦାନକୁ ସେ ବିରୋଧ କରିନଥିଲେ ବହୁ ବର୍ଷ ଆଗରୁ ଋଷ୍-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଥାନ୍ତା ବୋଲି ମତ ଦେଇଛନ୍ତି ଜର୍ମାନୀର ପୂର୍ବତନ ଚାନସେଲର ଆଞ୍ଜେଲା ମାର୍କେଲ୍ ।

  19. 19.ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଚାଲିପାରିଲା ନାହିଁ ଗୃହ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଉଭୟ ଗୃହକୁ ବୁଧବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି।

  20. 20.ବିହାରର ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୩ ବର୍ଷ ବୟସରେ ବିଶ୍ୱର ସର୍ବବୃହତ କ୍ରିକେଟ ଲିଗ୍ ଆଇପିଏଲର ଚୁକ୍ତି ହାସଲ କରିଛନ୍ତି। ଆଇପିଏଲ୍ ନିଲାମର ଦ୍ୱିତୀୟ ଦିନରେ ରାଜସ୍ଥାନ ରୟାଲ୍ସ ୧.୧୦ କୋଟି ଟଙ୍କାର ବିଡ୍ କରି ବୈଭବଙ୍କୁ କିଣିଛି।

277 Y
556 26-11-2024 English
  1. 1.Prime Minister Narendra Modi is scheduled to undertake a threeday visit to the state from November 29 to attend an all-India conference of Director Generals of Police and Inspector Generals of Police in Bhubaneswar.

  2. 2.The Council for the Indian School Certifi cate Examinations (CISCE) Monday released the schedule for ICSE (Class X) and ISC (Class XII) examinations.

  3. 3.The Bhubaneswar Municipal Corporation (BMC) Monday took a host of decisions to provide the citizens state-of-the-art amenities including installation of solar-powered water kiosks on major thoroughfares and construction of permanent sheds at key intersections in the City.

  4. 4.According to a report released by the Kerala State Commission for the Protection of Child Rights recently, 21 per cent of such cases were reported at children’s homes, and 4 per cent in schools.

  5. 5.AAP national convenor Arvind Kejriwal Monday announced that an additional 80,000 people in Delhi are now eligible for old-age pensions, bringing the total number of benefi ciaries to 5.3 lakh.

  6. 6.The Indian Coast Guard (ICG) seized a vessel with six Myanmarese crew carrying 6,000 kg of contraband Methamphetamine near Andaman and Nicobar Islands, an offi cial said Monday. The drugs were found packed in around 3,000 packets of 2 kg each, which are worth several crores of rupees in the international market.

  7. 7.The single-day coal despatch from commercial mines was the highest ever at 0.617 million tonne Sunday, a coal ministry statement said. “This represents a remarkable 36 per cent growth compared to the despatch of 0.453 MT on the same day last year.

  8. 8.French energy giant Total Energies SE Monday said it was not aware of the corruption investigation its partner Adani group’s founder chairman was facing in the US and that it is pausing fresh investments in the conglomerate pending the outcome of the charges.

  9. 9.India’s domestic air passenger traffic grew 5.3 per cent to 1.36 crore in October from 1.26 crore in the same month last year, aviation regulator DGCA’s monthly data showed Tuesday.

  10. 10.Preliminary results from an Iraqi national census, the fi rst in nearly 40 years, show that the population has grown to 45.4 million, the Prime Minister said Monday.

  11. 11.SP MP Zia-ur-Rehman Barq, party MLA Iqbal Mehmood’s son Sohail Iqbal booked, and 25 people arrested.

  12. 12.Policeman killed, 70 injured as former PM Imran Khan’s supporters clash with cops.

  13. 13.Seventy-one tigers died due to unnatural causes, including poaching and seizures, since 2021, the Environment Ministry said Monday.

  14. 14.Bihar’s Vaibhav Suryavanshi became the youngest-ever player to be signed by an IPL franchise at 13 years as Rajasthan Royals bought the prodigy for Rs 1.10 crore in the mega auction here Monday.

  15. 15.Jasprit Bumrah led a feisty bunch of Indian cricketers to their most dominant Test victory on Australian soil, winning by a massive 295 runs in a remarkable turnaround that will fi nd a pride of place among the country’s golden moments in international cricket.

231 Y
557 25-11-2024 Odia
  1. 1.ବାୟୁ ପ୍ରଦୂଷଣର ବଡ଼ ପ୍ରଭାବ ପଡ଼ୁଛି। ଏକ ଅନୁଧ୍ୟାନରୁ ଜଣାଯାଇଛି ବାୟୁ ପ୍ରଦୂଷଣ କାରଣରୁ ଭାରତ ବର୍ଷକୁ ୯୫୦୦ କୋଟି ଡଲାର (ବର୍ତ୍ତମାନ ମୂଲ୍ୟରେ  ୮ ଲକ୍ଷ କୋଟିରୁ ଅଧିକ)ର ଆର୍ଥିକ କ୍ଷତି ବର୍ଷକୁ ସହୁଛି, ଯାହାକି ଭାରତର ଜିଡିପିର ୩ ପ୍ରତିଶତ। ଅନ୍ତର୍ଜାତୀୟ ପରାମର୍ଶଦାତା ଫାର୍ମ ଡଲବର୍ଗ ପକ୍ଷରୁ ୨୦୧୯ ମସିହା ପାଇଁ ଏହି ଆକଳନ କରାଯାଇଛି।

  2. 2.ଆଜିଠାରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେବ। ଡିସେମ୍ବର ୨୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ କାଳରେ ସରକାର ବହୁ ଚର୍ଚ୍ଚିତ ୱାକଫ୍ ସଂଶୋଧନ ବିଧେୟକ ସମେତ ୧୫ଟି ବିଧେୟକକୁ ଗୃହୀତ କରିବା ଲାଗି ତାଲିକାଭୁକ୍ତ କରିଛନ୍ତି।

  3. 3.ଆଜରବଇଜାନ୍‌ରେ ଅନୁଷ୍ଠିତ ଜାତିସଂଘର ସିଓପି୨ ଜଳବାୟୁ ସମ୍ମିଳନୀରେ ବିକାଶଶୀଳ ଦେଶଲାଗି ଜଳବାୟୁ ପାଣ୍ଠି ୩୦୦ ବିଲିଅନ୍ ଡଲାର ପର୍ଯ୍ୟନ୍ତ ବୃଦ୍ଧି ଲାଗି ସହମତି ହୋଇଛି। ହେଲେ ଏହି ରାଶି କମ୍ ଦର୍ଶାଇ ଭାରତ ପ୍ରଥମ ଦେଶ ଭାବେ ବୁଝାମଣାକୁ ବିରୋଧ କରିବା ସହ ପ୍ରତ୍ୟାଖ୍ୟାନ କରିଛି।

  4. 4.ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଆମେରିକା କରିଥିବା ଲାଞ୍ଚ ଅଭିଯୋଗ ସୁପ୍ରିମ୍‌କୋର୍ଟରେ ପହଞ୍ଚିଛି। ଆଇନଜୀବୀ ବିଶାଲ ତିୱାରୀ ଏକ ମାମଲା ରୁଜୁ କରି ଏହାର ତଦନ୍ତ କରିବା ଲାଗି ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି।

  5. 5.ମହାରାଷ୍ଟ୍ର ବିଜୟକୁ ନେଇ ବିଜେପିରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ  ଦେବେନ୍ଦ୍ର ଫଡ଼ନାବିସ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ରାଜ୍ୟ ବିଜେପି ପକ୍ଷରୁ ଏନ୍‌ସିପି ଓ ଶିବସେନାକୁ ସଙ୍କେତ ଦିଆଯାଇଛି।

  6. 6.ଉତ୍ତରପ୍ରଦେଶର ସମ୍ଭଲରେ ମୁଗଲ ଯୁଗର  ଏକ ଜାମା ମସଜିଦ୍  ସର୍ଭେ ପାଇଁ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ନିଆଯାଇଥିବା ପଦକ୍ଷେପକୁ ବିରୋଧ କରି ବ୍ୟାପକ ‌ହିଂସା ହୋଇଛି।  ସ୍ଥାନୀୟ ବାସିନ୍ଦା  ଓ ପୁଲିସ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୩୦ରୁ ଅଧିକ ପୁଲିସ କର୍ମୀ ଆହତ ହୋଇଛନ୍ତି।

  7. 7.କିଟ୍‍ ସମଗ୍ର ଭାରତରେ ରିସର୍ଚ୍ଚ ଇନପୁଟ୍‍ ବର୍ଗରେ ୪ର୍ଥ ସ୍ଥାନରେ ରହିଛି ।

  8. 8.ଜାନୁଆରୀ ୩୧ ତାରିଖ ସୁଦ୍ଧା ସରିବ ରତ୍ନଭଣ୍ଡାର ମରାମତି ଓ ଗଣତି ମଣତି କାର୍ଯ୍ୟ।  

  9. 9.ଢେଙ୍କାନାଳ, ହିନ୍ଦୋଳ ବନାଞ୍ଚଳରେ ୧୦୦ରୁ ଅଧିକ ବଣୁଆ ହାତୀ ବୁଲୁଛନ୍ତି, ଭୟରେ ୫ ପଞ୍ଚାୟତବାସୀ ଅଛନ୍ତି ।

  10. 10.ଦିଲ୍ଲୀରେ ଆୟୋଜିତ ଓଡ଼ିଶା ପର୍ବ’ରେ ସାମିଲ ହୋଇ  ପ୍ରଧାନମନ୍ତ୍ରୀ  ରାଜ୍ୟ ଐତିହ୍ୟ, ସାହିତ୍ୟ ଓ ପରମ୍ପରାର ପ୍ରଶଂସା କଲେ ।

  11. 11.ନଭେମ୍ବର ୨୮ରେ ହେମନ୍ତ ସୋରେନଙ୍କ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବରେ  ଶପଥ ଗ୍ରହଣ କରିବେ।

  12. 12.ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ରିପୋର୍ଟରୁ ଜଣାପଡ଼ିଛି। ସେପ୍ଟେମ୍ବର ମାସରେ ଦେଶ କୋଟିଏରୁ ଅଧିକ ଗ୍ରାହକଙ୍କୁ ହରାଇଛି। କେବଳ ଓଡ଼ିଶାରେ ୧,୩୩,୪୬୩ ଜଣ ଗ୍ରାହକ ବଢ଼ିଛନ୍ତି।

  13. 13.ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଡ୍ରିମ୍‌ସ ଗ୍ରୁପ୍‌ ଏବଂ ଡ୍ରିମ୍‌ସ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ବିଶିଷ୍ଠ ଉଦ୍ୟୋଗପତି ଡ.ପ୍ରମୋଦ ଚନ୍ଦ୍ର ରଥଙ୍କୁ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି।

  14. 14.ଇସ୍ରାଏଲ୍‌ ଏବଂ ହମାସ୍‌ ମଧ୍ୟରେ ୧୩ ମାସ ହେଲା ଯୁଦ୍ଧ ଲାଗିରହିଥିବାବେଳେ ଗାଜାଷ୍ଟ୍ରିପ୍‌ରେ ମୃତ୍ୟୁସଂଖ୍ୟା ୪୪,୦୦୦ ଟପିଲାଣି। ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

  15. 15.ଆଦାନୀ ଗ୍ରୁପ୍‌ ସହ ବାଂଲାଦେଶ ସରକାର ପୂର୍ବରୁ କରିଥିବା ବିଦ୍ୟୁତ୍‌ ଚୁକ୍ତିର ସମୀକ୍ଷା କରାଯାଉଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ସମୟରେ ୨୦୦୯ରୁ ୨୦୨୪ ମଧ୍ୟରେ ଆଦାନୀ ଗ୍ରୁପ୍‌ ସମେତ ୭ଟି ବୃହତ୍‌ ବିଦ୍ୟୁତ୍‌ କମ୍ପାନୀ ସହ ଡିଲ୍‌ ହୋଇଥିଲା।

  16. 16.ଆଇପିଏଲ ନିଲାମରେ ଋଷଭ ପନ୍ତ ସବୁଠାରୁ ଦାମୀ ଖେଳାଳୀ,ଋଷଭ ପନ୍ତ ୨୭ କୋଟି ଟଙ୍କାରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ଗଲେ।

269 Y
558 25-11-2024 English
  1. 1.Chief Minister Mohan Charan Majhi Sunday distributed `5,000 as part of the third phase of the fi rst instalment of the Subhadra Yojana, Odisha’s largest women empowerment programme, to more than 20 lakh new beneficiaries.

  2. 2.Three people were killed and scores of others, including around 20 security personnel, were injured as protesters opposing a court-ordered survey of a Mughal-era mosque here clashed with police Sunday.

  3. 3.Prime Minister Narendra Modi asserted Sunday that his government considers India’s eastern region as the country’s growth engine, while the area was considered backward earlier.

  4. 4. US SEC will have to serve the summons on Adani Group Founder and Chairman Gautam Adani and his nephew Sagar in the alleged USD 265 million (`2,200 crore) payoffs through proper diplomatic channels as it has no jurisdiction to summon a foreign national directly, according to sources.

  5. 5.The Biju Janata Dal (BJD) held a rally here Sunday, demanding the withdrawal of the Waqf (Amendment) Bill.

  6. 6.The Odisha government has been showcasing a new variety of ‘Karuna silk’ which is produced without harming silkworms and minus chemical dye at the International Trade Fair in New Delhi, an offi cial statement said

  7. 7.The Opposition Sunday asked the Centre to allow discussions in the Parliament on the US prosecutors’ bribery charges against the Adani Group even as Union minister Kiren Rijiju made it clear that the matters to be taken up in the two Houses will be decided by their authorised committees with the consent of the respective Chair.

  8. 8.The air quality index continued to fl uctuate between the “severe” and “very poor” categories in Delhi.

  9. 9.Hezbollah fi red about 250 rockets and other projectiles into Israel Sunday, wounding seven people in one of the militant group’s heaviest barrages in months, in response to deadly Israeli strikes in Beirut while negotiators pressed on with cease-fi re efforts to halt the all-out war.

  10. 10.India’s 26 major listed real estate fi rms have sold properties worth nearly Rs 35,000 crore during the September quarter with Godrej Properties reporting highest sales bookings.

  11. 11.Eight of the top-10 most valued domestic fi rms together added Rs 1,55,603.45 crore in market valuation last week, with HDFC Bank and Tata Consultancy Services emerging as the biggest gainers, in tandem with firm trend in equities.

  12. 12.The internationalisation of the unified payments interface (UPI) is progressing rapidly, as India emerges as a world leader in leveraging digital technologies for transformative change, according to a Reserve Bank of India (RBI) report.

  13. 13.The Manipur government scrapped its decision to reopen schools and colleges in Imphal Valley and Jiribam district Monday, offi cials said. Schools and colleges were shut in Imphal West, Imphal East, Thoubal, Bishnupur, Kakching, and Jiribam for about a week due to prohibitory orders issued in view of fresh violence in the state, they said

  14. 14.Low-cost airline Air India Express has announced an increase in fl ight operations from three major destinations in the northeast – Guwahati, Agartala and Imphal – as part of its winter schedule. This is part of the airlines’ expansion of winter services across the country

  15. 15.Resurrected generational talent Rishabh Pant pipped Shreyas Iyer to become the costliest buy in IPL’s history with a `27 crore winning bid from Lucknow Super Giants, while Venkatesh Iyer was the surprise show-stopper as teams expectedly broke the bank for marquee Indian players at the mega auction here Sunday.

267 Y
559 24-11-2024 Odia
  1. 1.ମହାରାଷ୍ଟ୍ରରେ ବିଜେପିର ବିପୁଳ ବିଜୟ ପରେ ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ବିଜୟ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ସମାଲୋଚନା କରି କହିଛନ୍ତି ଯେ କଂଗ୍ରେସ କଶ୍ମୀରରେ ପୁଣି ଧାରା ୩୭୦ର ପ୍ରାଚୀର ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର କରୁଛି । କିନ୍ତୁ ଏହା କେବେବି ସମ୍ଭବ ନୁହେଁ ।

  2. 2.ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ମୁର୍ମୁ ସୋରେନ ଝାଡ଼ଖଣ୍ଡ ରାଜନୀତିରେ ସେ ଜଣେ ନୂଆ ତାରକା ଭାବେ ଉଭା ହୋଇଛନ୍ତି ।ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ୫୬ଟି ଆସନରେ ବିଜୟୀ ହେଉଛି।

  3. 3.ଚଳିତ ସପ୍ତାହର ଶେଷ କାରବାର ଦିନରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍‌ର ସେନ୍‌ସେକ୍ସରେ ୨୦୦୦ ପଏଣ୍ଟ ପାଖାପାଖି ବୃଦ୍ଧି ହୋଇଛି। ଦୀର୍ଘ ପାଞ୍ଚ ମାସ ପରେ ସେନ୍‌ସେକ୍ସରେ ଏଭଳି ଉତ୍ସାହ ଦେଖିବାକୁ ମିଳିଛି।

  4. 4.ମହାୟୁତ ପକ୍ଷରୁ ସିନ୍ଦେଙ୍କ ଘରେ ଗୋଟିଏ ବୈଠକ ବସିଥିଲା। ଏକନାଥ ସିନ୍ଦେ ପୁଣି ମୁଖ୍ୟମନ୍ତ୍ରୀ ହେବାକୁ ଦାବି ଉପସ୍ଥାପନ କରିଥିବା ଜଣାପଡ଼ିଛି।

  5. 5.ଜେଏମଏମରୁ ବାହାରି ବିଜେପି ଟିକେଟରେ ଲଢ଼ୁଥିବା ହେମନ୍ତଙ୍କ ବଡ଼ ଭାଉଜ ଗୀତା ସୋରେନ ପରିବାରର ଏକମାତ୍ର ସଦସ୍ୟ ଭାବେ ପରାସ୍ତ ହୋଇଛନ୍ତି।

  6. 6.ମହାରାଷ୍ଟ୍ରରେ ୨୮୮ଟି ଆସନରୁ ବିଜେପି ମେଣ୍ଟ ୨୩୪ଟି ବିଜୟ ଲାଭ କରୁଥିବା ସ୍ପଷ୍ଟ ହେଉଛି। ଏହି ମେଣ୍ଟ ୨୨୦ଟି ଆସନରେ ବିଜୟୀ ହୋଇସାରିଥିବା ବେଳେ ୧୪ଟିରେ ଆଗରେ ରହିଛି।

  7. 7.କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ କେରଳର ୱାୟନାଡ଼ ଲୋକସଭା ଆସନରୁ ଉପନିର୍ବାଚନ ଜିତିଛନ୍ତି।

  8.  8.ବିଶ୍ଵର ସବୁଠୁ ବଡ଼ ଧନୀ ବ୍ୟକ୍ତି ତଥା ବିଦ୍ୟୁତ କାର୍‌ କମ୍ପାନି ଟେସ୍‌ଲାର ସିଇଓ ଏଲନ୍‌ ମସ୍କ ଆମେରିକାର ଅର୍ଥନୀତିର ବିଶାଳ ଋଣ ଓ ଖର୍ଚ୍ଚକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

  9. 9.ଓଡିଶାରେ  ଦିନକୁ ଦିନ ଦୁଷ୍କର୍ମ ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟରେ ଖୁବଶୀଘ୍ର ମହିଳା କୋର୍ଟ ପ୍ରତିଷ୍ଠା କରିବାକୁ ଯାଉଛନ୍ତି। .

  10. .10. ମୁଖ୍ୟମନ୍ତ୍ରୀ ପ୍ରାଣୀକଲ୍ୟାଣ ଯୋଜନାରେ ରାଜ୍ୟରେ ଥିବା ଗୋଶାଳାଗୁଡ଼ିକୁ ଅସହାୟ ଗୋରୁଙ୍କ ଯତ୍ନ ଓ ରକ୍ଷଣାବେକ୍ଷଣ ପାଇଁ ସହାୟତା ପ୍ରଦାନ କରାଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟରେ ପଞ୍ଜୀକୃତ ୬୬ଟି ଗୋଶାଳାକୁ ପ୍ରଥମ ପର୍ଯ୍ୟାୟରେ ୮.୯୬ କୋଟି ଟଙ୍କାର ସହାୟତା ଦିଆଯାଇଛି।

  11. 11.ପୁଣି ଏକ ସାଇବର ଠକର ଚକ୍ରବ୍ୟୂହରେ ଫସିଛନ୍ତି ଜଣେ ମହିଳା ଇଞ୍ଜିନିୟର୍‌। ଦରିଆପାରି ବିଦେଶୀ ବନ୍ଧୁ ବେଶରେ ସାଇବର ଠକ ରଚିଥିବା ଚକ୍ରବ୍ୟୂହରେ ଫସି ମହିଳା ଇଞ୍ଜିନିୟର୍‌ଙ୍କ ୩୦ ଲକ୍ଷ ଟଙ୍କା ଉଡ଼ିଯାଇଛି।

  12. 12.ସୁଭଦ୍ରା’ରୁ ବାଦ ୨.୬୭ ଲକ୍ଷ ହିତାଧିକାରୀଙ୍କ ଯାଞ୍ଚ ଶେଷ ହୋଇଛି, ଯାଞ୍ଚ ପରେ ୨୨ ପ୍ରତିଶତ ଆବେଦନକାରୀଙ୍କୁ ନଭେମ୍ବର ୨୪ ତାରିଖରେ ମିଳିବ ଟଙ୍କା।

  13. 13.ବିଶ୍ବବିଦ୍ୟାଳୟ ଅଧିନିୟମ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟର ଶନିବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ମଞ୍ଜୁରୀ ମିଳିଛି। କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

  14. 14.ମୋଟ ୧୨ଜଣ ଆଇଏଏସ୍ ଅଫିସରଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଛି। ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୧୯୯୫ ବ୍ୟାଚ୍ ଆଇଏଏସ୍ ଚିତ୍ରା ଅରୁମୁଗମଙ୍କୁ ଶ୍ରମ ଓ ଇଏସଆଇ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ସେ ବିଜ୍ଞାନ ଓ କାରିଗରି କୌଶଳ ବିଭାଗର ପ୍ରମୁଖ ସଚିବର ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ।

  15. 15.ବିଶ୍ୱର ପ୍ରତ୍ନତତ୍ତ୍ୱବିତଙ୍କୁ ମିଳିଛି ଏକ ବଡ଼ ସଫଳତା। ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ଗବେଷକମାନେ ୪ ହଜାର ୪୦୦ ବର୍ଷର ପୁରୁଣା ବର୍ଣ୍ଣମାଳା ବା ଆଲଫାବେଟ୍ ପାଇଛନ୍ତି, ଯାହାକୁ ପୂର୍ବ ସମୟର ଲୋକେ ବ୍ୟବହାର କରୁଥିଲେ।

229 Y
560 23-11-2024 Odia
  1. 1.ୟୁକ୍ରେନ୍‌ର ପୂର୍ବତନ ସେନାମୁଖ୍ୟ ତଥା ବର୍ତ୍ତମାନ ବ୍ରିଟେନରେ ଦେଶର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରୁଥିବା ଭାଲେରୀ ଜାଲୁଜନି କହିଛନ୍ତି ଯେ ବିଶ୍ୱ ପ୍ରକୃତରେ ତୃତୀୟ ବିଶ୍ୱଯୁଦ୍ଧରେ ପାଦ ରଖିସାରିଛି।

  2. 2.ୟୁକ୍ରେନ୍‌କୁ ଯୁଦ୍ଧାସ୍ତ୍ର ଯୋଗାଇ ପଶ୍ଚିମ ରାଷ୍ଟ୍ରମାନେ ରୁଷ୍‌ ପାଇଁ ବିପଦ ସୃଷ୍ଟି କରୁଛନ୍ତି ଏବଂ ଏଥିପାଇଁ ସେମାନଙ୍କୁ ପରିଣାମ ଭୋଗିବାକୁ ପଡ଼ିବ ବୋଲି  ଆଜି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଧମକ ଦେଇଛନ୍ତି।

  3. 3.୧୯୭୬ ମସିହାରେ ସମ୍ବିଧାନରେ ସଂଶୋଧନ କରାଯାଇ ସେଥିରେ ଯୋଡ଼ାଯାଇଥିବା ‘ସମାଜବାଦୀ’, ‘ଧର୍ମନିରପେକ୍ଷ’ ପରି ଶବ୍ଦର ବିଚାର ବିଭାଗୀୟ ସମୀକ୍ଷା କରାଯାଇଛି ଏବଂ ଜରୁରୀ ପରିସ୍ଥିତି ସମୟରେ ସଂସଦ ଯାହା କରିଛି ସେସବୁକୁ ଅବୈଧ ବୋଲି କହିପାରିବୁନି ବୋଲି ସୁପ୍ରିମ୍‌କୋର୍ଟ ଶୁକ୍ରବାର କହିଛନ୍ତି।

  4. 4.ପ୍ରବାସୀ କଶ୍ମୀର ପଣ୍ଡିତଙ୍କ ଦ୍ଵାରା  ସ୍ଥାପିତ ହୋଇଥିବା ୧୨ରୁ ଅଧିକ ଦୋକାନକୁ ଜମ୍ମୁ ଉନ୍ନୟନ କର୍ତ୍ତୃପକ୍ଷ (ଜେଡିଏ) ଉଚ୍ଛେଦ କରିଛି।

  5. 5.ରାଜସ୍ଥାନର ଝୁନଝୁନୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଶବ ବ୍ୟବଚ୍ଛେଦ ପରେ ଜଣେ ବ୍ୟକ୍ତିଙ୍କୁ ମୃତ ଘୋଷଣା କରାଯାଇଥିଲା। ତାଙ୍କ ମୃତଦେହକୁ ୪ ଘଣ୍ଟା ଧରି ଡିପ୍ ଫ୍ରିଜରେ ରଖାଯାଇଥିଲା, କିନ୍ତୁ ଶବ ସତ୍କାର ପାଇଁ ନିଆଯାଇଥିବା ବେଳେ ମୃତ ବ୍ୟକ୍ତି ଜଣକ ନିଶ୍ୱାସ ନେଉଥିବା ଦେଖିବାକୁ ମିଳିଥିଲା ।

  6. 6.ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଆମେରିକା ଲାଞ୍ଚ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ କରିବା ଉପରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ବିଚାର କରୁଛି।

  7. 7.ବିଦେଶୀ ମୁଦ୍ରା ଭଣ୍ଡାରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ନଭେମ୍ବର ୧୫ରେ ଶେଷ ହୋଇଥିବା ସପ୍ତାହରେ ଏହି ଭଣ୍ଡାରରେ ୧୭.୭ ବିଲିଅନ ଡଲାର ହ୍ରାସ ଘଟି ୬୫୭.୮୯ ବିଲିଅନ ଡଲାରରେ ରହିଛି।

  8. 8.ଟେଲିକମ୍ ସେକ୍ଟର ନିୟାମକ ଟ୍ରାଇ ଅନୁଯାୟୀ, ରିଲାଏନ୍ସ ଜିଓ ସେପ୍ଟେମ୍ବର ୨୦୨୪ ରେ ୭.୯ ମିଲିୟନ ବା ୭୯ ଲକ୍ଷ ଗ୍ରାହକ ହରାଇଛି।

  9. 9.ଆଦାନୀ ଗ୍ରୁପ୍‌ର ୭ଟି କମ୍ପାନିରେ ଏଲ୍‌ଆଇସି ସେୟାର କିଣିଛି। ଏହି ସେୟାର ମୂଲ୍ୟ ହ୍ରାସ ଫଳରେ ଏଲ୍‌ଆଇସିକୁ ୮୭୦୦ କୋଟି ଟଙ୍କାରୁ ଅଧିକ କ୍ଷତି ସହିବାକୁ ପଡ଼ିଛି।

  10. 10.୨୦୨୩ ମେ’ ମାସରୁ ମଣିପୁରରେ ଲାଗି ରହିଥିବା ହିଂସା ଯୋଗୁ ୨୫୮ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଏବେର ସ୍ଥିତିକୁ ଦୃଷ୍ଟିରେ ଆଉ ୯୦ କମ୍ପାନୀ ସୁରକ୍ଷାକର୍ମୀ ନିଯୋଜିତ କରାଯାଇଛି ।

  11. 11.ଛତିଶଗଡ଼ ସୁକମାରେ ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୧୦ ଜଣ ନକ୍ସଲଙ୍କୁ ନିପାତ କରିଛନ୍ତି ଯବାନ।

  12. 12.ଆଜି ପ୍ରଥମାଷ୍ଟମୀରେ ଶ୍ରୀମନ୍ଦିରରେ ପୋଢୁଆଁ ହେବେ ବଡ଼ ଠାକୁର ବଳଭଦ୍ର। ଏନେଇ ଶ୍ରୀଜିଉଙ୍କ ମାମୁଘର ନିଆଳିରୁ ଶ୍ରୀମନ୍ଦିରକୁ ଆସିଛି ପୋଢୁଆଁ ଭାର।

  13. 13.ପୂର୍ବତନ କ୍ରିକେଟର ତଥା ପୂର୍ବତନ ପଞ୍ଜାବ କଂଗ୍ରେସ ପ୍ରେସିଡେଣ୍ଟ ନବଜୋତ ସିଂହ ସିଦ୍ଧୁ। ତାଙ୍କ ପତ୍ନୀ ପୂର୍ବତନ ବିଧାୟିକା ନବଜତ କୌର ସିଦ୍ଧୁ ଷ୍ଟେଜ୍-୪ କ୍ୟାନସରରୁ ସୁସ୍ଥ ହୋଇଥିବା ସିଦ୍ଧୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

  14. 14. ଓଡ଼ିଶା ପର୍ବ-୨୦୨୪କୁ ଉଦ୍‌ଘାଟନ କରିବା ଅବସରରେ ରାଷ୍ଟ୍ରପତି ‌ଦ୍ରୌପଦୀ ମୁର୍ମୁ କହିଲେ, ଓଡ଼ିଶା ସଂସ୍କୃତିର ଗୁରୁତ୍ବପୂର୍ଣ୍ଣ ଦିଗ ହେଲା ସହିଷ୍ଣୁତା।

  15. 15.ଯୁକ୍ତ ୨ ଛାତ୍ରୀଛାତ୍ରଙ୍କ ପାଇଁ ସରଳ ହେଲା ପରୀକ୍ଷା। ଛାତ୍ରୀଛାତ୍ର ୮୦ ମାର୍କରେ ଥିଓରି ପରୀକ୍ଷା ଓ ୨୦ ମାର୍କର ଆସେସ୍‌ମେଣ୍ଟ ପରୀକ୍ଷା ଦେବେ। ଏହି ୧୦୦ ମାର୍କରୁ ୨୪ ରଖିଲେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିବେ ବୋଲି ସିଏଚ୍‌ଏସ୍‌ଇ ପକ୍ଷରୁ ସୂଚନା ଦିଆଯାଇଛି।

  16. 16.ଓଡିଶାର ଏଣିକି ସରକାରୀ କର୍ମଚାରୀଙ୍କୁ ଅବସର ଦିନ ପୂର୍ଣ୍ଣାଙ୍ଗ ପେନସନ ଦେବା ସୁନିଶ୍ଚିତ ହେବ।

  17. 17.ଓଡିଶାରେ ବିଦ୍ୟୁତ୍‌ ଆଘାତରେ ଗତ ୬ବର୍ଷରେ ରାଜ୍ୟରେ ବିଦ୍ୟୁତ୍‌ ଆଘାତରେ ୯୬ ହାତୀଙ୍କ ଜୀବନ ଯାଇଥିବା ଜଣାପଡିଛି।

  18. 18.OTET (Odisha Teacher’s Eligibility Test) ୨୦୨୪ର ରେଜଲ୍ଟ ପ୍ରକାଶ ପାଇଛି । ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି, ସେମାନେ ଡିଜିଟାଇଜ୍‌ଡ ସାର୍ଟିଫିକେଟ୍‌ ଡାଉନଲୋଡ୍ କରିପାରିବେ।  

  19. 19.ଲାଟିନ ଆମେରିକୀୟ ରାଷ୍ଟ୍ର ମେକ୍ସିକୋରେ ପାସପୋର୍ଟ ସବୁଠାରୁ ମହଙ୍ଗା ବୋଲି ଜଣାପଡିଛି। ମେକ୍ସିକୋରେ ପାସପୋର୍ଟ ପାଇବାକୁ ହେଲେ ଜଣେ ବ୍ୟକ୍ତିଙ୍କୁ ଭାରତୀୟ ମୁଦ୍ରାରେ ୧୯,୪୮୧.୭୫ ଟଙ୍କା ପୈଠ କରିବାକୁ ପଡିଥାଏ।

  20. 20.ପର୍ଥ ଟେଷ୍ଟର ପ୍ରଥମ ଦିନରେ ଖେଳ ଶେଷ ହୋଇଛ। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୭ ଉଇକେଟ ହରାଇ ୬୭ ରନ ସଂଗ୍ରହ କରିଛି। ଭାରତ ପ୍ରଥମ ଇନିଂସରେ ୧୫୦ ରନ ସଂଗ୍ରହ କରିଥିଲା।

223 Y