-
ସ୍ୱାସ୍ଥ୍ୟ ପାଇଁ ମହୁ ବହୁତ ଭଲ ଏବଂ ଶରୀରର ଅନେକ ପ୍ରକାରର ସମସ୍ୟାରୁ ମୁକ୍ତି ଦେଉଥିବା ମହୁ ସମ୍ପର୍କରେ ବଡ଼ ଖବର ଆସିଛି। ଶୁଦ୍ଧତା ପରୀକ୍ଷାେର ବିଫଳ ହୋଇଛି ‘ଡାବର ହନୀ’ ବ୍ରାଣ୍ଡ୍ର ମହୁ। ଡାବର ହନିରେ ରହିଛି କର୍କଟ ସୃଷ୍ଟିକାରୀ ରାସାୟନିକ ପଦାର୍ଥ। ଡାବରର ମହୁରେ ଏଚ୍ଏମ୍ଏଫ୍ର ପରିମାଣ ୧୭୬.୫୭ ମିଲିଗ୍ରାମ୍ ରହିଥିବା ଜଣାପଡିଛି, ଯାହା ଏହାର ନିର୍ଦ୍ଧାରିତ ମାନକ ୮୦ ମିଲିଗ୍ରାମ୍ ଠାରୁ ଅଧିକ ହେବା ଠିକ୍ ନୁହେଁ।
-
ଭୁବନେଶ୍ୱରରୁ ଶ୍ରୀଲଙ୍କା ମଧ୍ୟରେ ଆରମ୍ଭ ହେବ ବିମାନ ଚଳାଚଳ। ଭୁବନେଶ୍ବର ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରରୁ ସିଧାସଳଖ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋକୁ ବିମାନ ସେବା ମିଳିବ। ଶ୍ରୀଲଙ୍କା ଏୟାର୍ଲାଇନ୍ସ ପକ୍ଷରୁ ଉଡ଼ିବ ପ୍ଲାଇଟ। ଏନେଇ ସୂଚନା ଦେଇଛି ଶ୍ରୀଲଙ୍କା ଏୟାର୍ଲାଇନ୍ସ ରିଜୋନାଲ ମ୍ୟାନେଜର ଭି ରବିନ୍ଦ୍ରନ ।
-
ସରକାରୀ ଅନୁଷ୍ଠାନର ଦକ୍ଷତା ବିକାଶ ଉପଦେଷ୍ଟା ହେଲେ ସୁବ୍ରତ ବାଗଚୀ । ନିଯୁକ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁବ୍ରତ ବାଗଚୀଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାର ସମସ୍ତ ସୁବିଧାସୁଯୋଗ ମିଳିବ ।
-
ଭାରତୀୟ ବାୟୁସେନା ଏକ ନୂତନ ପ୍ରଭାବଶାଳୀ ଏବଂ ସଠିକ ଅସ୍ତ୍ର ପାଇଛି। ବାୟୁସେନା ଇସ୍ରାଏଲରୁ ସ୍ପାଇକ୍ ଆଣ୍ଟି ଟ୍ୟାଙ୍କ ମିସାଇଲ୍ (ସ୍ପାଇକ୍ NLOS) ର ପ୍ରଥମ ବ୍ୟାଚ୍ ଗ୍ରହଣ କରିଛି । ଏହି କ୍ଷେପଣାସ୍ତ୍ରଗୁଡିକର ପରିସର ୩୦ କିଲୋମିଟର ପର୍ଯ୍ୟନ୍ତ ରହିଛି।
-
ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି । ପରିସ୍ଥିତିକୁ ଦେଖି ହୀରାକୁଦ କର୍ତ୍ତୃପକ୍ଷ ଆହୁରି ୫ଟି ଗେଟ ଖୋଲିଛନ୍ତି। ଏବେ ମୋଟ ୧୨ଟି ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି। ହୀରାକୁଦ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ବର୍ତ୍ତମାନ ଜଳସ୍ତର ୬୧୭.୨୫ ଫୁଟ ରହିଛି ।
-
ଉତ୍ତରପ୍ରଦେଶର ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଅବସ୍ଥିତ ବିବାଦୀୟ ଜ୍ଞାନବାପି ମସଜିଦ ମାମଲାରେ ମୁସଲିମ ପକ୍ଷକୁ ସୁପ୍ରିମକୋର୍ଟରୁ ମଧ୍ୟ ଲାଗିଛି ବଡ଼ ଝଟକା । ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ କାଏମ ରଖି ଜ୍ଞାନବାପି ମସଜିଦରେ ଏଏସଆଇ ସର୍ଭେ ଜାରି ରହିବ ବୋଲି କହିଛନ୍ତି ।
-
ରାଜ୍ୟର ସମସ୍ତ ସରକାରୀ ତଥା ବେସରକାରୀ ଡାକ୍ତରଖାନା ଓ ବିଦ୍ୟାଳୟଗୁଡ଼ିକରେ ମିଲେଟଯୁକ୍ତ ମିଲ୍ର ବ୍ୟବସ୍ଥା କରାଇବା ନେଇ କାର୍ଯ୍ୟକ୍ରମ ହାତକୁ ନିଆଯିବ। ପୁଷ୍ଟିଶସ୍ୟର ଉପାଦେୟତା ସମ୍ପର୍କରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଶାକର୍ମୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ।
-
ଆଗାମୀ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବାକୁ ସୁପାରିଶ କରିଛି କମିଟି। ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
-
ଗୁଜରାଟର ସୁରଟ ସେସନ କୋର୍ଟ ରାହୁଲଙ୍କୁ ୨ ବର୍ଷର ଦଣ୍ଡାଦେଶ ଶୁଣାଇଥିବା ବେଳେ ଏହା ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ଏଣିକି ନିର୍ବାଚନ ଲଢିପାରିବେ ରାହୁଲ । ସାଂସଦ ପଦ ମଧ୍ୟ ଫେରିପାଇବେ ରାହୁଲ ।
-
ଏ ଏସ ଓ, ଚୟନ ଅନିୟମିତତା ମାମଲାରେ ହାଇକୋର୍ଟ ରାୟ ଦେଇଛନ୍ତି। ୬ ସପ୍ତାହ ମଧ୍ୟରେ ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ ଅବମାନନା ମାମଲାରେ ଓପିଏସସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
-
ଆଇ ଆମ୍ ସରି(ମୁଁ ଦୁଃଖିତ)। ମୁଁ ଆତ୍ମସମ୍ମାନକୁ ଜଳାଞ୍ଜଳି ଦେଇପାରିବିନାହିଁ। ମୁଁ ଇସ୍ତଫା ଦେଇସାରିଛି। କୋର୍ଟରେ ଏଭଳି କିଛି କଥା କହିଛନ୍ତି ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ ରୋହିତ ଦେଓ।
-
ଲାପ୍ଟପ୍, ଟାବଲେଟ୍, ପର୍ସନାଲ୍ କମ୍ପ୍ୟୁଟର ଆମଦାନି ଉପରେ କଟକଣା ଜାରି କରାଯାଇଛି। ବୈଦଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ତତ୍କାଳ ଏହି କଟକଣା ଲାଗୁ କରାଯାଇଛି। ଏହି ସାମଗ୍ରୀଗୁଡ଼ିକୁ କେବଳ ବୈଧ ଲାଇସେନ୍ସ ଜରିଆରେ ଆମଦାନି କରାଯାଇପାରିବ।
-
ଆସନ୍ତା ୭ ବର୍ଷରେ ଭାରତୀୟ ଅର୍ଥନୀତି ଦ୍ବିଗୁଣିତ ହେବ। ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ୨୦୩୧ ସୁଦ୍ଧା ୬.୭ ଟ୍ରିଲିଅନ (ଲକ୍ଷ କୋଟି) ଡଲାର ହୋଇଯିବ ବୋଲି ଏସ୍ଆଣ୍ଡ୍ପି ଗ୍ଲୋବାଲ୍ ଆକଳନ କରିଛି।
-
ଦେଶର ୧୮ଟି କୋଇଲା ଖଣିର ବାଣିଜ୍ୟିକ ନିଲାମରୁ ମିଳିଥିବା ରାଶିରୁ କେନ୍ଦ୍ର ସରକାର ୭୦୪ କୋଟି ଟଙ୍କା ଓଡ଼ିଶା ସମେତ ଛଅଟି ରାଜ୍ୟକୁ ପ୍ରଦାନ କରିଛନ୍ତି। ଓଡ଼ିଶାକୁ ୧୯୯.୮୧ କୋଟି ଟଙ୍କା ଦିଆଯାଇଛି।
-
ଗତ ତିନି ଆର୍ଥିକ ବର୍ଷ ଓ ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଓଡ଼ିଶାରେ ୫୬୬ କିମିର ୪-ଲେନ୍ ରାଜପଥ ନିର୍ମାଣ କରାଯାଇଛି। ଆଜି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ ଲୋକସଭାରେ ଏହି ସୂଚନା ଦେଇଛନ୍ତି।
-
ମାରୁତି ସୁଜୁକିର ଛୋଟ କାର୍ ଅଲ୍ଟୋ ହେଉଛି ଦେଶର ସର୍ବାଧିକ ବିକ୍ରି ହୋଇଥିବା କାର୍। ନିକଟରେ କଂପାନି ୪୫ ଲକ୍ଷ ଅଲ୍ଟୋ ବିକ୍ରି ମାଇଲଖୁଣ୍ଟ ହାସଲ କରିଛି।
-
ଶୁକ୍ରବାର ଦିନ ଜମ୍ମୁ ଓ କଶ୍ମୀରର କୁଲ୍ଗାମ୍ ଜିଲ୍ଲାରେ ଆତଙ୍କବାଦୀମାନଙ୍କ ସହିତ ଗୁଳି ବିନିମୟ କରି ସେନାର ୩ଜଣ ଯବାନ ସହିଦ ହୋଇଥିବା କଥା ପୁଲିସ କହିଛି।
-
ମଣିପୁରରେ ପୁଣିଥରେ ଅସ୍ତ୍ରଶସ୍ତ୍ର ଲୁଟ୍ ହୋଇଛି। ସଂଖ୍ୟାଗରିଷ୍ଠ ବର୍ଗର ଲୋକଙ୍କ ସହିତ ମିଶି ଦୁର୍ବୃତ୍ତମାନେ ଅସ୍ତ୍ରାଗାରରେ ପଶି ଏକେ ଓ ଘଟକ ସିରିଜ୍ ଆସଲ୍ଟ ରାଇଫଲ ସମେତ ୧୯ ହଜାରରୁ ଅଧିକ ଗୁଳି ଲୁଟି ନେଇଛନ୍ତି।
-
ହରିୟାଣର ନୁହରେ ବଡ଼ ଧରଣର ସାଂପ୍ରଦାୟିକ ହିଂସା ଘଟଣାରେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୨୦୨ ଜଣ ଗିରଫ ହୋଇଛନ୍ତି। ହିଂସା ନେଇ ୧୦୨ଟି ଏତଲା ରୁଜୁ ହୋଇଥିବା ବେଳେ ଏବେ ବି ଦୁଇ ସଂପ୍ରଦାୟ ମଧ୍ୟରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି।
-
ଚେସ୍ ବିଶ୍ବକପ୍ ମ୍ୟାଚ୍ର ଦ୍ବିତୀୟ ପର୍ଯ୍ୟାୟରେ ଆଜର୍ବୈଜାନ୍ର ମିସ୍ରାତ୍ଦିନ୍ ଇସ୍କାନଦାରୋଭ୍ଙ୍କ ଉପରେ ବିଜୟ ହାସଲ୍ କରି ଗୁରୁବାର ଦିନ ଭାରତର ୧୭ ବର୍ଷିୟ ଗ୍ରାଣ୍ଡ୍ମାଷ୍ଟର୍ ଡି. କୁକେଶ ଶ୍ରେଷ୍ଠ ଭାରତୀୟ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି।