-
ଭାରତର ‘ମୁନ୍ ମିଶନ’ରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)କୁ ଆଜି ଏକ ସଫଳତା ମିଳିଛି। ଗତ ମାସ ଜୁଲାଇ ୧୩ରେ ଭାରତ ପକ୍ଷରୁ ପ୍ରେରଣ କରାଯାଇଥିବା ଚନ୍ଦ୍ରଯାନ-୩ ଆଜି ସଫଳତାର ସହ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି।
-
ଓଏସଏସସି ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଉ ୮ ଜଣଙ୍କୁ ଗିରଫ କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୮ ଜଣ ଦଲାଲଙ୍କୁ ବାଲେଶ୍ୱର ପୁଲିସ ଗିରଫ କରିଛି । ଏଥିସହ ଏହି ମାମଲାରେ ଏ ଯାଏଁ ୨୫ ଜଣଙ୍କୁ ଗିରଫ କରାଯାଇ ସାରିଲାଣି।
-
ତୋଷଖାନା ମାମଲାରେ ଇମ୍ରାନ ଖାଁଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଲେ ଇସଲାମାବାଦ ଟ୍ରାଏଲ କୋର୍ଟ । ଜେଲ ସହ ୧ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଯାଇଛି । ଏହା ସହ ୫ ବର୍ଷ ଯାଏ କୌଣସି ନିର୍ବାଚନ ଲଢ଼ି ପାରିବେନି।
-
ଲୋକସେବା ଭବନରେ ୨ଟି ଏନଏଚ ପ୍ରକଳ୍ପର ଉଦଘାଟନ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାମାକ୍ଷାନଗର-ଡୁବୁରୀ ୪ ଥାକିଆ NH ଏବଂ ମୋଟେର-ବାନେର NH ଭାୟା ଲଡୁଗାଁର ଶୁଭାରମ୍ଭ ହୋଇଛି ।
-
ଉତ୍ତରପ୍ରଦେଶ ଝାନ୍ସୀର ପିଛୋର ଗ୍ରାମରୁ ବିଚଳିତ କରିବା ଭଳି ଏକ ମାମଲା ସାମ୍ନାକୁ ଆସିଛି। ପବ୍ଜୀ ପାଇଁ ୨୬ ବର୍ଷୀୟ ପୁଅ ତାୱାରେ ଆକ୍ରମଣ କରି ବାପାମାଆଙ୍କୁ ହତ୍ୟା କରିଛି। ସୂଚନା ପାଇ ପୁଲିସ ଘରେ ପହଞ୍ଚିଥିଲା। ମାତ୍ର ପୁଲିସ କର୍ମଚାରୀଙ୍କୁ ଦେଖି ପୁଅ ଅଙ୍କିତ ହସିବାରେ ଲାଗିଥିଲା। ଇନ୍ସପେକ୍ଟର ପଚାରିବାରୁ କିଛି କହି ନ ଥିଲା। ପରେ ନିଜେ ମାରିଥିବା ସ୍ବୀକାର କରିଥିଲା।
-
ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଯୁକ୍ତ ତିନି ଓ ପିଜି ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପରିବର୍ତ୍ତିତ ସମୟ ସାରଣୀ ପ୍ରକାଶ ପାଇଛି। ପରିବର୍ତ୍ତିତ ସୂଚୀ ଅନୁଯାୟୀ +୩ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଅଗଷ୍ଟ ୧୨ ତାରିଖ ଓ ଦ୍ୱିତୀୟ ପର୍ଯ୍ୟାୟ ପିଜି ନାମଲେଖା ନେଇ ଅଗଷ୍ଟ ୯ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ।
-
ପୂର୍ବାଞ୍ଚଳର ବିକାଶ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଆସୁଛନ୍ତି । ୨୦୧୫ରୁ ୨୦୧୯ ମଧ୍ୟରେ ମାଓବାଦୀ ହିଂସା ୩୦ ପ୍ରତିଶତ ହ୍ରାସ ପାଇଛି । ନକ୍ସଲ ବିରୋଧୀ ଅଭିଯାନରେ ସଫଳତା ପାଇଁ ହ୍ରାସ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ।
-
ଦିଲ୍ଲୀ ହାଇକୋର୍ଟରେ ଦାଖଲ ହେଲା ଇଣ୍ଡିଆ ମେଂଟ ବିରୋଧରେ ପିଟିସନ । ଇଣ୍ଡିଆ ନାଁର ବ୍ୟବହାର ରୋକ ଉପରେ ଦାୟର ଆବେଦନ ଉପରେ ଶୁଣାଶୀ କଲେ କୋର୍ଟ
-
ନୁହ ହିଂସା ଘଟାଇଥିବା ୨୫୦ ଅଭିଯୁକ୍ତଙ୍କ ଘରେ ବୁଲଡୋଜର ଚଲାଇଲେ ହରିୟାଣା ସରକାର ।
-
ଓଡ଼ିଶାର ୨୫ଟି ରେଳ ଷ୍ଟେସନ୍ ସମେତ ଦେଶର ୫୦୮ଟି ଷ୍ଟେସନ୍ର ପୁନଃନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l
-
ରାଜ୍ୟରେ ଚଳିତ ଶିକ୍ଷାବର୍ଷରେ ଯୁକ୍ତ ଦୁଇ ଶ୍ରେଣୀ(ଏକାଦଶ)ରେ ମୋଟ ୧ଲକ୍ଷ ୩୧ହଜାର ୬୦୩ଟି ସିଟ୍ ଖାଲି ପଡିଲା l
-
ପାସପୋର୍ଟ ଆବେଦନ ପାଇଁ ଆସିଲା ନୂଆ ନିୟମ l ଏଣିକି ନୂଆ ପାସପୋର୍ଟ ପାଇଁ ଆବେଦନ କରିବାକୁ ହେଲେ ଯାତ୍ରୀଙ୍କୁ ଡିଜିଲକର ବ୍ୟବହାର କରି ଆବଶ୍ୟକ ଡକ୍ୟୁମେଣ୍ଟ ଅପଲୋଡ କରିବାକୁ ପଡିବ ।
-
ରାଜ୍ୟରେ ୧୩୮ଜଣ ଇନ୍ସପେକ୍ଟରଙ୍କ ହେଲା ବଦଳି l ଏ ନେଇ ରାଜ୍ୟ ପୋଲିସ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି l
-
୮୩ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଲେ ଆମେରିକାର ଲୋକପ୍ରିୟ ଟେଲିଭିଜନ ସୋ’ ‘ବ୍ରେକିଙ୍ଗ ବ୍ୟାଡ’ ଏବଂ ‘ବେଟର୍ କଲ ଶାଉଲ’ରେ ଅଭିନୟ କରିଥିବା ଅଭିନେତା ମାର୍କ ମାଙ୍ଗୋଲିସଙ୍କ l
-
ଆସନ୍ତା ସେପ୍ଟେମ୍ବର ମାସରେ ଭାରତ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ସେପ୍ଟେମ୍ବର ୭ରେ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ l
-
ଜମ୍ମୁ ଓ କଶ୍ମୀରର ରଜୌରୀ ଜିଲ୍ଲାରେ ନିରାପତ୍ତା ବଳଙ୍କ ସହିତ ଗୁଳି ବିନିମୟ କରି ଶନିବାର ଦିନ ଜଣେ ଆତଙ୍କବାଦୀ ନିହତ ହୋଇଥିବା କଥା ପୁଲିସ କହିଛି।
-
ତାମିଲନାଡୁବାସୀ ହିନ୍ଦୀ ଭାଷାର ଦାସତ୍ବ ସ୍ବୀକାର କରିବେ ନାହିଁ ବୋଲି ଶନିବାର ଦିନ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ‘ଡିଏମ୍କେ’ ନେତା ଏମ୍. କେ. ଷ୍ଟାଲିନ୍ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମନ୍ତବ୍ୟକୁ ସମାଲୋଚନା କରି କହିଛନ୍ତି।
-
ଜ୍ଞାନବାପୀ ମସଜିଦରେ ଆଜି ଦ୍ବିତୀୟ ଦିନରେ ସର୍ଭେ କାର୍ଯ୍ୟ ଜାରି ରହିଛି। ତେବେ ସର୍ଭେ କାର୍ଯ୍ୟ ଶେଷ କରିବାପାଇଁ ବାରଣାସୀ ଜିଲ୍ଲା କୋର୍ଟ ଏଏସ୍ଆଇକୁ ୪ ସପ୍ତାହ ସମୟ ଦେଇଛନ୍ତି। ସେପ୍ଟେମ୍ବର ୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
-
ୱେଷ୍ଟଇଣ୍ଡିଜ୍ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ଆଜି ଖେଳାଯିବ।
-
ଭାରତର ଷ୍ଟାର ଶଟଲର ଏଚଏସ୍ ପ୍ରଣୟ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆ ଓପନ ଫାଇନାଲରେ କଲେ ପ୍ରବେଶ l ସେ ଫାଇନାଲରେ ବିଶ୍ୱର ୨୪ ନମ୍ବର ଖେଳାଳି ୱେଙ୍ଗ ହୋଙ୍ଗୟାଙ୍ଗଙ୍କୁ ଭେଟିବେ।