-
ଗୋଆରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ରେ ଲୋକପ୍ରିୟ ହଲିଉଡ ଅଭିନେତା ମାଇକେଲ ଡଗଲାସଙ୍କୁ ସତ୍ୟଜିତ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯିବ।
-
ଚର୍ମ ରୋଗ ଥିବା ୪୨ ପ୍ରତିଶତ ରୋଗୀ ନିଦ୍ରାଜନିତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଚର୍ମ ରୋଗର ପ୍ରଭାବ ଆକଳନ କରିବା ଲାଗି ୧୦ ଦେଶର ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଉପରେ କରାଯାଇଥିବା ଅଧ୍ୟୟନରୁ ଏହା ଜଣାପଡ଼ିଛି।
-
ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱକୁ ଆତଙ୍କିତ କରି ରଖିଛି। ନର ପିଶାଚ ପାଲଟିଥିବା ହମାସ ଗୋଟିକ ପରେ ଗୋଟିଏ ବନ୍ଧକ ରଖିଥିବା ଇସ୍ରାଏଲୀଙ୍କୁ ହତ୍ୟା କରିବାରେ ଲାଗିଛି। ଏହାରି ଭିତରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ହୁ) ଲୋକମାନଙ୍କୁ ଟିଭି କିମ୍ବା ସୋସିଆଲ ମିଡିଆରେ ଅଧିକ ଖବର ନ ଦେଖିବାକୁ ପରାମର୍ଶ ଦେଇଛି।
-
ଶନିବାର ମହାଳୟା ପାଇଁ ରାଜ୍ୟର ସବୁ ସ୍କୁଲ ଛୁଟି ରହିବ। ଗଣଶିକ୍ଷା ବିଭାଗର ନୋଟିସ୍ ଅନୁସାରେ ୨୦ରୁ ୨୯ ତାରିଖ ପର୍ଯ୍ୟନ୍ତ ପୂଜା ଛୁଟି ରହିବ। ଦଶହରା ଛୁଟି ମଧ୍ୟରେ ଦୁଇଟି ରବିବାରକୁ ମିଶାଇ ଚଳିତ ବର୍ଷ ପୂଜା ଛୁଟି ମୋଟ ୧୦ଦିନ ରହିବ।
-
ଆଜି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ୱକପ୍ର ସବୁଠାରୁ ଚର୍ଚ୍ଚିତ ମ୍ୟାଚ୍ ଖେଳାଯିବ।
-
ଦକ୍ଷିଣ-ପୂର୍ବ ଏସିଆର ଲାଓସ୍ରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳ ୩୫ ଜଣ ଶ୍ରମିକ ଫସିରହିବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ତକ୍ଷେପ କରିଛନ୍ତି। ଫସିରହିଥିବା ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ଓଡ଼ିଶା ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
-
ରାଜ୍ୟ ସରକାରଙ୍କର ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ପୁରୀ ଜିଲ୍ଲାର ୬ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୩୪ କୋଟି ଟଙ୍କା ଏବଂ ଏଥିରେ ୪୧୩୦ଟି ପ୍ରକଳ୍ପ ହେବ। ସେହିପରି ନୟାଗଡ ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ ପାଇଁ ୯୭ କୋଟି ଟଙ୍କା ଏବଂ ଏଥିରେ ୨୯୨୪ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ।
-
ଆସନ୍ତା ନଭେମ୍ବର ୨୭ରୁ ଐତିହାସିକ କଟକ ବାଲିଯାତ୍ରା ଅନୁଷ୍ଠିତ ହେବ। ବାଲିଯାତ୍ରା ନେଇ ଅନୁଷ୍ଠିତ ପ୍ରଥମ ପ୍ରସ୍ତୁତି ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ନଭେମ୍ବର ୨୭ ତାରିଖ ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ୮ ଦିନ ଧରି ଚାଲିବ ଐତିହାସିକ ବାଲିଯାତ୍ରା।
-
ଅଣ୍ଡାଦିଆ କୁକୁଡ଼ା ପାଳନ ଗ୍ରାମାଞ୍ଚଳ ଲୋକଙ୍କର ଆୟ ବୃଦ୍ଧି ସହିତ ପୁଷ୍ଟିସାର ଖାଦ୍ୟର ଆବଶ୍ୟକତାକୁ ସହଜରେ ପୂରଣ କରିଥାଏ । ଅଣ୍ଡା ଉତ୍ପାଦନ ବୃଦ୍ଧି ପାଇଁ ରାଜ୍ୟର ଚାଷୀମାନଙ୍କୁ ଏକ ହଜାର ଅଣ୍ଡାଦିଆ କୁକୁଡ଼ା ପାଳନ ଫାର୍ମ ପ୍ରତିଷ୍ଠା ପାଇଁ ୩ ଲକ୍ଷ ୩ ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯାଉଛି ।
-
କଥା ଦେଇ କଥା ରଖିଲେ ୫ଟି ସଚିବ ଭିକେ ପାଣ୍ଡିଆନ। ବେଦବ୍ୟାସ ମନ୍ଦିରର ଉନ୍ନତି କରଣ ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ୧୪ କୋଟି ୫୦ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଛି।
-
ଇସ୍ରାଏଲ ପକ୍ଷରୁ ଗାଜା ଉପରେ ଘନ ଘନ ମିଜାଇଲ ମାଡ ହେଉଛି । ଏହାରି ମଧ୍ୟରେ ଇସ୍ରାଏଲ ସଂଲଗ୍ନ ଗାଜା ସୀମାନ୍ତରୁ ୧୧ ଲକ୍ଷ ପାଲେଷ୍ଟାଇନ ନାଗରିକଙ୍କୁ ସ୍ଥାନ ଛାଡିବାକୁ ଚେତାବନୀ ଦେଇଛି ଇସ୍ରାଏଲ ସେନା । ପାଲେଷ୍ଟାଇନ ନାଗରିକଙ୍କୁ ଗାଜାର ଦକ୍ଷିଣ ଅଂଚଳକୁ ଚାଲିଯିବାକୁ କୁହାଯାଇଛି ।
-
ନଭେମ୍ବରରୁ ଇଣ୍ଡିଗୋ ଝାରସୁଗୁଡାରୁ ଆରମ୍ଭ କରିବ ବିମାନ ସେବା । ନଭେମ୍ବର ୫ ତାରିଖରୁ କୋଲକାତା ଓ ଝାରସୁଗୁଡା ମଧ୍ୟରେ ଇଣ୍ଡିଗୋର ବିମାନ ସେବା ଆରମ୍ଭ ହେବ। ସେହିପରି ନଭେମ୍ବର ୧୫ ତାରିଖରୁ ଝାରସୁଗୁଡା ଓ ବେଙ୍ଗାଲୁରୁ ମଧ୍ୟରେ ଇଣ୍ଡିଗୋ ବମାନ ଚଳାଚଳ କରିବ ।
-
ଟେଲିକମ୍ କମ୍ପାନୀଗୁଡିକର ୫ଜି ସେବା ଆରମ୍ଭ ଯୋଜନା ବିଳମ୍ବିତ ହେବ। କାରଣ ଯଦି ଯୁଦ୍ଧ ଦୀର୍ଘ ସମୟ ଧରି ଜାରି ରୁହେ ଏବଂ ଯଦି ଅନ୍ୟ ରାଷ୍ଟ୍ରଗୁଡିକ ମଧ୍ୟ ଏଥିରେ ଜଡିତ ହୁଅନ୍ତି, ତେବେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଟଙ୍କାର ବିନିମୟ ମୂଲ୍ୟ ତିନିରୁ ଚାରି ପ୍ରତିଶତ ହ୍ରାସ ହୋଇପାରେ। ଏହା ଟେଲିକମ୍ କମ୍ପାନୀଗୁଡିକ ପାଇଁ ୫ଜି ନେଟୱାର୍କ ଗିଅର ଆମଦାନୀକୁ ଆହୁରି ମହଙ୍ଗା କରିଦେବ।
-
ଇସ୍ରାଏଲ ସେନା ହମାସ ଆତଙ୍କବାଦୀଙ୍କ କବଳରୁ ୨୫୦ ପଣବନ୍ଦୀଙ୍କୁ ଉଦ୍ଧାର କରିଛି ଏବଂ ଏହି ଅପରେସନ୍ରେ ୬୦ ହମାସ୍ ଆତଙ୍କବାଦୀଙ୍କୁ ନିପାତ କରିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ପକ୍ଷରୁ ଶୁକ୍ରବାର ଏନେଇ ଏକ ଭିଡିଓ ଫୁଟେଜ୍ ଜାରି ହୋଇଛି।
-
କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁ ବିଏସ୍ଆର୍ ଇନଫ୍ରାଟେକ୍ ଏବଂ ଷ୍ଟାର୍ ଇନ୍ଫ୍ରାଟେକ୍ ଠିକାଦାରୀ ସଂସ୍ଥାର ବିଭିନ୍ନ ଠିକଣାରେ ଆୟକର ବିଭାଗ ଚଢ଼ଉ କରି ବିପୁଳ ପରିମାଣର ନଗଦ ଅର୍ଥ ସମେତ ଅନ୍ୟାନ୍ୟ ସନ୍ଦିଗ୍ଧ କାଗଜପତ୍ର ଓ ଡିଜିଟାଲ ସାମଗ୍ରୀ ଜବତ କରିଛି।
-
ଏସ୍ରାଏଲ ଉପରେ ହମାସ ଯେଉଁଭଳି ଅତର୍କିତ ଆକ୍ରମଣ କଲା ତାହା କେବେ ଚିନ୍ତା କରାଯାଇ ନଥିଲା। ତେଣୁ ଇସ୍ରାଏଲ ଆକ୍ରମଣ ଘଟଣାରୁ ଆମକୁ ଶିକ୍ଷାଲାଭ କରିବାର ଆବଶ୍ୟକତା ରହିଛି ବୋଲି ଏନ୍ଏସ୍ଜି(ନ୍ୟାସନାଲ ସିକ୍ୟୁରିଟି ଗାର୍ଡ) ଡିଜି ଏମ୍ଏ ଗଣପତି କହିଛନ୍ତି।
-
ଆଫଗାନିସ୍ତାନର ବାଗଲାନ ପ୍ରଦେଶର ରାଜଧାନୀ ପୋଲ-ଇ-କୋମରିଠାରେ ଥିବା ଇମାନ ଜମାନ ମସଜିଦରେ ଶୁକ୍ରବାର ଏକ ଶକ୍ତିଶାଳୀ ବୋମା ବିସ୍ଫୋରଣ ଘଟି ୧୭ ଜଣଙ୍କ ମୃତ୍ୟୁ ଘଟିଛି ।
-
ଗାଜା ଉପରେ ଇସ୍ରାଏଲ୍ର ଭୀଷଣ ବୋମାବର୍ଷଣ ଶତ୍ରୁମାନଙ୍କ ପ୍ରତି ଦଣ୍ଡବିଧାନର ଆରମ୍ଭ ମାତ୍ର ବୋଲି ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି।
-
ଇ-କମର୍ସ ୱେବ୍ସାଇଟ୍ ଆମାଜନ୍ରେ କୋରାପୁଟ ହଳଦୀ-ସାବୁନ ଉପଲବ୍ଧ ହେବାପରେ ଗ୍ରାହକଙ୍କ ମଧ୍ୟରେ ଚାହିଦା ବଢ଼ିଛି।
-
ସରକାରଙ୍କ କମ୍ପ୍ୟୁଟର ଜରୁରୀକାଳୀନ ପ୍ରତିକ୍ରିୟା ଦଳ (ସିଇଆରଟି) ଇଣ୍ଟରନେଟର ସବୁଠାରୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ ଗୁଗଲ କ୍ରୋମକୁ ନେଇ ୟୁଜର୍ସଙ୍କୁ ସତର୍କ କରାଇଛି। ଗୁଗଲ କ୍ରୋମ ଦ୍ୱାରା ସାଇବର ଆଟାକ୍ ହୋଇପାରେ ବୋଲି ୟୁଜର୍ସଙ୍କୁ ସୂଚନା ଦେଇଛି ସିଇଆରଟି।