-
ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩କୁ ସହଜରେ ଅବତରଣ କରି ଭାରତ ଇତିହାସ ସୃଷ୍ଟି କରିଛି। ଭାରତର ଏହି ସଫଳତାକୁ ବିଶ୍ବର ଅନେକ ମହାକାଶ ଏଜେନ୍ସି ସହିତ ଆମେରିକାର ନାସା ମଧ୍ୟ ଭୂୟସୀ ପ୍ରଶଂସା କରିଛି।
-
ଚନ୍ଦ୍ରଯାନ-୩ ମିଶନର ବିକ୍ରମ ଲ୍ୟାଣ୍ଡର ନିଜର କାମ ବହୁତ ଭଲ ଭାବେ କରିବା ପରେ ଏବେ ଖୁସିରେ ଚନ୍ଦ୍ରରେ ଶୋଇଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ମୁଖ୍ୟ ଏସ୍ ସୋମନାଥ ସୋମବାର କହିଛନ୍ତି।
-
ଆସନ୍ତା ୨୮ ତାରିଖ କୁମାର ପୂର୍ଣ୍ଣିମାରେ ପଡୁଛି ରାହୁଗ୍ରସ୍ତ ଖଣ୍ଡ ଗ୍ରାସ ଚନ୍ଦ୍ର ଗ୍ରହଣ । ଏଥିପାଇଁ ଶ୍ରୀମନ୍ଦିର ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ ।ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଦିବା ୪ଟା ୪ ମିନିଟ୍ ୫୫ ସେକେଣ୍ଡଠାରୁ ରାତି ୨ଟା ୨୪ ମିନିଟି ୨ ସେକେଣ୍ଡ ପର୍ଯ୍ୟନ୍ତ ପାକତ୍ୟାଗ, ଅନ୍ନ ଭୋଜନ ଓ ଦେବନୀତି ନିଷିଦ୍ଧ ରହିବ ।
-
ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ାଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ସୋମବାର ଶୁଣାଣି ପାଇଁ ରାଜି ହୋଇଛନ୍ତି। ଆପ୍ ସାଂସଦ ରାଘବ ଚଢ଼ା ରାଜ୍ୟସଭାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବିତ ହେବା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। କୋର୍ଟ ଏହି ମାମଲାରେ ଆଟର୍ଣ୍ଣି ଜେନେରାଲଙ୍କ ସହାୟତା ଲୋଡିଛନ୍ତି।
-
ରାଜ୍ୟର ସମସ୍ତ ୭୫୭୯ଟି ମିନି ଅଙ୍ଗନବାଡି କେନ୍ଦ୍ର ନିୟମିତ ଅଙ୍ଗନବାଡି କେନ୍ଦ୍ର ଭାବେ ଉନ୍ନୀତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଛନ୍ତି । ଏହାଦ୍ବାରା ରାଜ୍ୟରେ ଶିଶୁ ଯତ୍ନ କାର୍ଯ୍ୟକ୍ରମ ଆହୁରି ବ୍ୟାପକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦେବଗଡ ଜିଲ୍ଲା ବାରକୋଟ ଠାରେ ଗୋଟିଏ ଅତିରିକ୍ତ ସିଭିଲ୍ ଜଜ୍ (କନିଷ୍ଠ ଡିଭିଜନ୍) ତଥା ଜେଏମଏଫସି କୋର୍ଟ ପ୍ରତିଷ୍ଠାକୁ ଅନୁମୋଦନ ଦେଇଛନ୍ତି
-
ଜଣେ ବିବାହିତା ମହିଳାଙ୍କୁ ତାଙ୍କ ୨୬ ସପ୍ତାହର ଗର୍ଭ ନଷ୍ଟ କରିବାକୁ ଅନୁମତି ଦେବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ।ସୋମବାର କୋର୍ଟ କହିଛନ୍ତି ଯେ ଏମ୍ସ ରିପୋର୍ଟ ଅନୁଯାୟୀ ଗର୍ଭସ୍ଥ ଶିଶୁର କୌଣସି ଅସ୍ୱାଭାବିକତା ନାହିଁ ଏବଂ ଏମ୍ସରେ ଠିକ୍ ସମୟରେ ପ୍ରସବ କରାଯାଇପାରିବ।
-
ଗୀତିକାର ବିନୋଦିନୀ ଦେବୀଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଥମ ମହିଳା ଗୀତିକାର ଥିଲେ ବିନୋଦିନୀ । ୧୯୬୫ର ମଲାଜହ୍ନ ଚଳଚ୍ଚିତ୍ର ପାଇଁ ଗୀତ ପ୍ରତମକରି ଲେଖିଥିଲେ ଗୀତ ।
-
ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ । ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ ଘଟିଛି । ପୂର୍ବତନ ବିଧାୟକଙ୍କ ବିୟୋଗରେ ପିପିଲିରେ ଶୋକର ଛାୟା ଖେଳିଯାଇଛି ।
-
ଇସ୍ରାଏଲ-ହମାସ୍ ମଧ୍ୟରେ ଲାଗି ରହିଥିବା ମହାସଂଗ୍ରାମ ଏବେ ନିର୍ଣ୍ଣାୟକ ମୋଡ଼ ନେବାକୁ ଯାଉଛି। ହମାସ୍ ଆତଙ୍କବାଦୀଙ୍କୁ ନିର୍ମୂଳ କରିବା ପ୍ରତିଜ୍ଞାରେ ଅଟଳ ରହିଥିବା ଇସ୍ରାଏଲ ଗାଜାପଟିରେ ସର୍ଜିକାଲ ଷ୍ଟ୍ରାଇକ୍ ସହ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିବାକୁ ଯାଉଥିବା ବେଳେ ଗାଜାପଟି ପାଇଁ ପ୍ରଳୟର ଘଣ୍ଟି ବାଜିଛି।
-
ଯଦି ଇସ୍ରାଏଲ ଏୟାର ଷ୍ଟ୍ରାଇକ୍ ବନ୍ଦ କରେ ତେବେ ହମାସ ଇସ୍ରାଏଲୀ ପଣବନ୍ଦୀମାନଙ୍କୁ ମୁକ୍ତ କରିବାକୁ ପ୍ରସ୍ତୁତ ବୋଲି ଇରାନ କହିଛି।
-
ଗାଜାରେ ଏକ ବିଶାଳ ସ୍ଥଳ ଅଭିଯାନ ଆରମ୍ଭ କରିବାପାଇଁ ଇସ୍ରାଏଲ ପ୍ରସ୍ତୁତ ହେଉଥିବାବେଳେ ଇରାନ୍ ଇସ୍ରାଏଲକୁ ଏନେଇ ଘନ ଘନ ଚେତାବନୀ ଦେଉଛି। ପାଲେସ୍ତିନୀୟଙ୍କ ବିରୋଧରେ ତୁରନ୍ତ ଆକ୍ରମଣ ବନ୍ଦ କରିବାପାଇଁ ଇରାନ ଇସ୍ରାଏଲକୁ କହିଛି।
-
ବେଙ୍ଗାଲୁରୁ ରେ ହୃତ୍ପିଣ୍ଡ ପ୍ରତିରୋପଣର ଆବଶ୍ୟକତା ଥିବା ଜଣେ ୭ ବର୍ଷୀୟା ବାଳିକାର ଜୀବନ ବଞ୍ଚାଇବା ପାଇଁ ତାଙ୍କ ଦାତାଙ୍କ ହୃତ୍ପିଣ୍ଡକୁ ଶେଷାଦ୍ରିପୁରମରୁ ୧୪ କିମି ଦୂର ଆର୍ଆର୍ ନଗରର ସ୍ପର୍ଶ ହସ୍ପିଟାଲରେ ମାତ୍ର ୧୩ ମିନିଟ୍ ୧୭ ସେକେଣ୍ଡରେ ପହଞ୍ଚା ଯାଇଛି।
-
ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ ବାଗ୍ଚିଙ୍କୁ କେନ୍ଦ୍ର ସରକାର ଆଜି ଜାତିସଂଘର ସ୍ଥାୟୀ ପ୍ରତିନିଧି ଭାବେ ନିଯୁକ୍ତ କରିଛନ୍ତି। ଏଥିସହିତ ଜେନେଭାଠାରେ ଅବସ୍ଥିତ ଅନ୍ୟ ଅନ୍ତର୍ଜାତୀୟ ସଂଗଠନର ସ୍ଥାୟୀ ପ୍ରତିନିଧି ମଧ୍ୟ ତାଙ୍କୁ କରାଯାଇଛି।
-
ଯେପରି ସାରା ଦେଶର ଲୋକମାନଙ୍କର ୟୁନିକ୍ ଆଇଡି ( ଆଧାର ନମ୍ବର) ରହିଛି , ଠିକ ସେହିପରି ସ୍କୁଲ ପିଲାଙ୍କ ପାଇଁ ଏକ ୟୁନିକ୍ ଆଇଡି ବା ସ୍ବତନ୍ତ୍ର ପରିଚୟ ସଂଖ୍ୟା ଆରମ୍ଭ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଯୋଜନା କରୁଛି ।
-
ଗୁଗୁଲପେ, ଫୋନ୍ପେ, ପେଟିଏମ୍ ଆଦି ଆପ୍ ଜରିଆରେ ଡିଜିଟାଲ୍ ପେମେଣ୍ଟ୍ରେ ଅଭ୍ୟସ୍ତ ହୋଇପଡ଼ିଥିବା ଲୋକମାନେ ଗତ କିଛିଦିନ ହେଲାଣି ସମସ୍ୟା ଦେଇ ଗତି କରୁଛନ୍ତି। କୌଣସି ଜିନିଷ କିଣି ମୋବାଇଲ୍ ଜରିଆରେ ପେମେଣ୍ଟ୍ କରିବା ବେଳେ ତାହା ସଫଳ ହେଉନଥିବାରୁ ନିରାଶ ହୋଇ ଫେରୁଛନ୍ତି।
-
ଜମି ବଦଳରେ ଚାକିରି ଦେବା ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ସୋମବାର କୋର୍ଟରୁ ଆଉ ଏକ ଆଶ୍ୱସ୍ତି ପାଇଛନ୍ତି। କୋର୍ଟ ତେଜସ୍ବୀଙ୍କୁ ବିଦେଶ ଯିବାକୁ ଅନୁମତି ଦେଇଛନ୍ତି।
-
ବର୍ତ୍ତମାନ ସୁପ୍ରିମକୋର୍ଟର ପାଞ୍ଚ ଜଣ ବିଚାରପତିଙ୍କ ଏକ ବେଞ୍ଚ ରାଜନୈତିକ ଦଳର ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ଚାନ୍ଦା ଗ୍ରହଣ କରିବାର ମାମଲାର ଶୁଣାଣି କରିବ।
-
ନୋଏଡାର ବହୁ ଚର୍ଚ୍ଚିତ ନିଠାରୀ ମାମଲାରେ ଅଭିଯୁକ୍ତ ସୁରେନ୍ଦ୍ର କୋଲିଙ୍କୁ ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅନେକ ଦିନର ବିତର୍କ ପରେ କୋର୍ଟ ଏହାର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ।
-
୨୦୨୮ରେ ଆମେରିକାର ଲସ୍ ଆଞ୍ଜେଲସରେ ହେବାକୁ ଥିବା ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇଛି । ଅଲିମ୍ପିକ୍ସ ପାଇଁ ଟି-୨୦ ଫର୍ମାଟକୁ ଅନୁମୋଦନ ମିଳିଛି । କ୍ରିକେଟ୍ ବ୍ୟତୀତ ସ୍କ୍ୱାସ୍, ବେସବଲ୍ / ସଫ୍ଟବଲ୍, ଲାକ୍ରୋସ୍ ଏବଂ ଫ୍ଲାଗ୍ ଫୁଟବଲକୁ ମଧ୍ୟ ୨୦୨୮ ଅଲିମ୍ପିକ୍ସରେ ସାମିଲ କରିବାକୁ ଆଇଓସିର ୧୪୧ ତମ ଅଧିବେଶନରେ ନିଷ୍ପତ୍ତି ହୋଇଛି ।