-
ଭାରତର ପ୍ରଥମ ସୌର ମିସନ ଆଦିତ୍ୟ ଏଲ୍-୧ ପୃଥିବୀଠାରୁ ୯.୨ ଲକ୍ଷ କିମି ଗତି କରିବା ସହ ପୃଥିବୀର ପ୍ରଭାବକ୍ଷେତ୍ରକୁ ଅତିକ୍ରମ କରିସାରିଛି ବୋଲି ଶନିବାର ଇସ୍ରୋ ପକ୍ଷରୁ କୁହାଯାଇଛି। ଏହା ବର୍ତ୍ତମାନ ପୃଥିବୀ ଓ ସୂର୍ଯ୍ୟ ମଝିରେ ଥିବା ଲାଗ୍ରାଞ୍ଜ ପଏଣ୍ଟ ୧ (ଏଲ୍୧) ଆଡ଼କୁ ଅଗ୍ରସର ହେଉଛି।
-
ରାଜ୍ୟରେ ୧୯ଟି ନୂଆ ପ୍ରକଳ୍ପରେ ୩୬୬୩ କୋଟି ଟଙ୍କା ନିବେଶ ହେବ। ଏ ନେଇ ଆସିଥିବା ନିବେଶ ପ୍ରସ୍ତାବଗୁଡ଼ିକୁ ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୨୨ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସଡବ୍ଲ୍ୟୁସିଏ) ବୈଠକରେ ଅନୁମତି ମିଳିଛି। ଉକ୍ତ ପ୍ରକଳ୍ପ ଜରିଆରେ ପ୍ରାୟ ୧୩,୬୬୩ ନିଯୁକ୍ତି ସୃଷ୍ଟି ହେବା ଲକ୍ଷ୍ୟ ରହିଛି।
-
ଗତ ଜାନୁଆରି ମାସରୁ ସେପ୍ଟେମ୍ବର ୨୮ ଭିତରେ ଭାରତରେ ୧୪୬ଟି ବାଘଙ୍କ ମୃତ୍ୟୁ ହୋଇଛି, ଯାହା ୨୦୧୨ ମସିହାରୁ ୧୧ ବର୍ଷ ଭିତରେ ସର୍ବାଧିକ। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍ଟିସିଏ)ର ପ୍ରକାଶିତ ତଥ୍ୟରୁ ଏହା ଜଣାପଡ଼ିଛି।
-
କାଲ୍କାଟା ହାଇକୋର୍ଟ ଶନିବାର ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାର ଶୁଣାଣି କରୁଥିବା ସ୍ବତନ୍ତ୍ର ସିବିଆଇ କୋର୍ଟ ଜଜ୍ ଅର୍ପଣ ଚଟ୍ଟୋପାଧ୍ୟାୟଙ୍କ ପ୍ରତି ନିଜର ଅସନ୍ତୋଷ ଝାଡ଼ିଛନ୍ତି। ସମ୍ପୃକ୍ତ ଜଜ୍ ଉକ୍ତ ଦୁର୍ନୀତି ମାମଲାରେ କେତେକ ରାୟ ଦେଇଥିବା ବେଳେ ତାଙ୍କ ବଦଳି ପାଇଁ ଦିଆଯାଇଥିବା ଆଦେଶକୁ କାହିଁକି ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇ ନାହିଁ ବୋଲି ପ୍ରଶ୍ନ କରିଥିଲେ।
-
ପଂଜାବ କୃଷକଙ୍କ ୩ ଦିନିଆ ରେଳ ରୋକୋ ଆନ୍ଦୋଳନ ଶନିବାର ସନ୍ଧ୍ୟାରେ ଶେଷ ହୋଇଛି। ଏହି ଆନ୍ଦୋଳନ ଯୋଗୁଁ ପଂଜାବ ଏବଂ ହରିୟାଣାରେ ପ୍ରାୟ ୬୦୦ ଟ୍ରେନ୍ ପ୍ରଭାବିତ ହୋଇଛି।
-
ଆମେରିକାର ଆନ୍ହାଇମ୍ରେ ଆୟୋଜିତ ‘କାଲିଫର୍ଣ୍ଣିଆ ଷ୍ଟେଟ୍ ରିପବ୍ଲିକାନ୍ ପାର୍ଟି କନ୍ଭେନ୍ସନ୍’ରେ ଡୋନାଲ୍ଡ୍ ଟ୍ରମ୍ପ୍ ରାଷ୍ଟ୍ରପତି ଜୋ ବାଇଡେନ୍ ବିଭିନ୍ନ ସମୟରେ ଝୁଣ୍ଟି ପଡୁଥିବା ଘଟଣାରେ ଉପହାସ କରି କହିଛନ୍ତି କି, ସେ (ବାଇଡେନ୍) ବାଟ ପାଉନାହାନ୍ତି।
-
ଚଳିତ ବର୍ଷ ଜାନୁଆରି ମାସରୁ ସେପ୍ଟେମ୍ବର ୨୮ ତାରିଖ ମଧ୍ୟରେ ଭାରତ ୧୪୬ଟି ବାଘମୃତ୍ୟୁ ପଞ୍ଜିକୃତ କରିଛି ବୋଲି ‘ନ୍ୟାସ୍ନାଲ୍ ଟାଇଗର୍ କଞ୍ଜର୍ଭେସନ୍ ଅଥରିଟି’ ତଥ୍ୟାବଳିରୁ ଜଣାପଡ଼ିଛି। ୨୦୧୨ ପରଠାରୁ ଚଳିତ ବର୍ଷର ବାଘ ମୃତ୍ୟୁସଂଖ୍ୟା ସର୍ବାଧିକ।
-
ଓଡିଶାରେ ମୋବାଇଲ୍ ଗ୍ରାହକ ସଂଖ୍ୟା ଦେଢ଼ ଲକ୍ଷ ବଢ଼ିଛି। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ଜୁଲାଇ ମାସ ଗ୍ରାହକ ତଥ୍ୟ ଅନୁସାରେ ଓଡ଼ିଶାରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୩୫ ଲକ୍ଷରୁ ଅଧିକ ହୋଇଛି।
-
ପଞ୍ଜାବର ମୋଗାଠାରେ ଡାକ୍ତରମାନେ ଜଣେ ୪୦ବର୍ଷୀୟ ବ୍ୟକ୍ତିଙ୍କ ପେଟରେ ଅେସ୍ତ୍ରାପଚାର କରି ବିପୁଳ ପରିମାଣର ଇୟର ଫୋନ୍, ଲକେଟ୍, ସେଫ୍ଟିପିନ୍, ପେଚ, କଣ୍ଟା, ବୋଲ୍ଟ, ବୋତାମ, ୱାସର, ତାର, ରାପର, ମୁଣ୍ଡ କଣ୍ଟା, ଚେନ୍ ଜିପ୍, ମାର୍ବଲ ଖଣ୍ଡ ଓ ରାକ୍ଷି ଆଦି ବାହାର କରିଛନ୍ତି। ଗୁରୁବାର ଏହି ଅେସ୍ତ୍ରାପଚାର ପ୍ରାୟ ତିନି ଘଣ୍ଟା ଧରି ଚାଲିଥିଲା।
-
ଡେକାନ୍ ହେରାଲ୍ଡର ପ୍ରକାଶନୀ ସଂସ୍ଥା ଦି ପ୍ରିଣ୍ଟର୍ସ (ମହୀଶୂର) ପ୍ରାଇଭେଟ୍ ଲିମିଟେଡ୍ର ଶାନ୍ତ କୁମାର ଶୁକ୍ରବାର ପ୍ରେସ୍ ଟ୍ରଷ୍ଟ୍ ଅଫ୍ ଇଣ୍ଡିଆ (ପିଟିଆଇ) ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି।
-
ଆଣ୍ଡାମାନ ସାଗରରେ ଏକ ସକ୍ରିୟ ଆଗ୍ନେୟଗିରି ପାଣିରେ ବୁଡ଼ି ରହିଛି। ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଓସନୋଗ୍ରାଫି (ଏନ୍ଆଇଓ)ର ଦୁଇଜଣ ଭାରତୀୟ ବୈଜ୍ଞାନିକ ଏହି ଆଗ୍ନେୟଗିରିକୁ ଆବିଷ୍କାର କରିଛନ୍ତି।
-
୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ସମୟକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଉ ୭ ଦିନ ବୃଦ୍ଧି କରିଛନ୍ତି। ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଲୋକମାନେ ଏହି ସୁବିଧା ପାଇବେ। ୨୦୨୩ ମେ’ ୧୯ ସୁଦ୍ଧା ପ୍ରଚଳନରେ ୩.୫୬ ଲକ୍ଷ କୋଟି ଟଙ୍କା ମୂଲ୍ୟର ୨୦୦୦ ଟଙ୍କିଆ ନୋଟ ଥିଲା।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମରେ ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି। ୩୪ଟି ସାଇବର ସୁରକ୍ଷା ରଥ ଆଜିଠାରୁ ସାରା ରାଜ୍ୟର ବିଭିନ୍ନ ସ୍କୁଲ, କଲେଜ ଓ ପଞ୍ଚାୟତ ଆଦି ଭ୍ରମଣ କରି ସାଇବର ସୁରକ୍ଷା ସଂପର୍କରେ ସଚେତନାର ବାର୍ତ୍ତା ପ୍ରଦାନ କରିବ।
-
ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି। ୟୁକ୍ରେନରେ ଯୁଦ୍ଧର ଆତଙ୍କ ଶେଷ ହୋଇନଥିବା ବେଳେ ଏବେ ୟୁରୋପରେ ଆଉ ଏକ ଯୁଦ୍ଧ ଆରମ୍ଭ ହେବା ପରିସ୍ଥିତି ଉପୁଜିଲାଣି। ବର୍ତ୍ତମାନ ୟୁରୋପର ଅନ୍ୟ ଦୁଇଟି ଦେଶ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
-
ବଙ୍ଗୋପସାଗରରେ ସକ୍ରିୟ ରହିଛି ସୁଦୃଶ ଲଘୁଚାପ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତିକରି ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ମୁହାଁଇବା ସମ୍ଭାବନା ରହିଛି । ପ୍ରଭାବରେ ଆଜି ଠାରୁ ଦୁଇ ଦିନ ପର୍ଯ୍ୟନ୍ତ ସାରା ଓଡିଶାରେ ପ୍ରବଳ ବର୍ଷା ହେବ।
-
ଏସିଆନ୍ସ ଗେମ୍ସରେ ଭାରତ ପୁଣି ଏକ ସ୍ବର୍ଣ୍ଣ ପଦକ ଜିତିଛି । ଟେନିସ ମିକ୍ସଡ୍ ଡବଲ୍ସରେ ଭାରତକୁ ମିଳିଛି ସ୍ବର୍ଣ୍ଣ ପଦକ । ମିକ୍ସଡ ଡବଲ୍ସ ଟେନିସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଭେଟେରାନ ରୋହନ ବୋପନ୍ନା ଓ ଋତୁଜା ଭୋସଲେଙ୍କ ଯୋଡ଼ି । ଏହାସହ ମୋଟ ପଦକ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି ।
-
ଅକ୍ଟୋବର ୧ ରେ, ତୈଳ କମ୍ପାନୀଗୁଡିକ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟକୁ ୨୦୯ ଟଙ୍କା ବୃଦ୍ଧି କରି ଲୋକଙ୍କୁ ମୁଦ୍ରାସ୍ଫୀତି ଝଟକା ଦେଇଥିଲେ। ବାଣିଜି୍ୟକ ସିଲିଣ୍ଡରର ନୂତନ ଦାମ ୧ ଅକ୍ଟୋବରରୁ ଲାଗୁ ହୋଇଛି।
-
ପଞ୍ଜାବର ଫାଜିଲ୍କା ଜିଲାର ଏକ କୋର୍ଟ ଶନିବାର ୨୦୧୫ ଡ୍ରଗ ମାମଲାରେ ଗିରଫ ହୋଇଥିବା କଂଗ୍ରେସ ବିଧାୟକ ସୁଖପାଲ ସିଂ ଖେରାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି।
-
ଜମ୍ମୁ-କଶ୍ମୀରର କୁପଓ୍ବାଡ଼ା ଜିଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ନିକଟରେ ଶନିବାର ଆତଙ୍କବାଦୀମାନଙ୍କ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷା ବଳ ପଣ୍ଡ କରିଦେଇଛନ୍ତି। ଯବାନଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ପୋଲିସ କହିଛି।
-
ରାଜସ୍ଥାନର କୋଟାର ଏଜୁକେଶନ ହବରେ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟାରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାର ନୂଆ ନିୟମ ପ୍ରଣୟନ କରିଛନ୍ତି। ନୂଆ ନିୟମ ଅନୁଯାୟୀ ଏବେ କୋଚିଂ ସେଣ୍ଟରରେ ନାମ ଲେଖା ନବମ ଶ୍ରେଣୀ ପରେ ହିଁ ହେବ।