-
ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ରେ କାର୍ଯ୍ୟ କରୁଥିବା ରାଜ୍ୟର ନଅ ଜଣ ବୈଜ୍ଞାନିକଙ୍କୁ ସମ୍ମାନିତ କରିଛନ୍ତି ଏବଂ ପ୍ରତ୍ୟେକଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି।
-
ଚଳିତ ମୌସୁମୀ ଅଧିବେଶନରେ ମଙ୍ଗଳବାର ଗୃହରେ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଧେୟକ ଆଗତ ହେବ। ୨୮ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ବିଧେୟକ ଉପରେ ଗୃହରେ ସଦସ୍ୟମାନେ ଆଲୋଚନା କରିବାକୁ ଥିବାବେଳେ ଆଜି ହିଁ ବିଧେୟକଟି ଗୃହୀତ ହେବ।
-
ଜାତିଗତ ସର୍ଭେ ପରେ ତଥ୍ୟ ପ୍ରକାଶ କରିବାରେ ବିହାର ହେଉଛି ଦେଶର ପ୍ରଥମ ରାଜ୍ୟ। ଏହି ସର୍ଭେର ଫଳାଫଳରୁ ଜଣାପଡ଼ିଛି ଯେ, ରାଜ୍ୟର ୩୬ ପ୍ରତିଶତ ଲୋକ ହେଉଛନ୍ତି ଅତିଶୟ ପଛୁଆ, ୨୭.୧ ପ୍ରତିଶତ ହେଉଛନ୍ତି ପଛୁଆ, ୧୯.୭ ପ୍ରତିଶତ ଅନୁସୂଚିତ ଜାତି ଏବଂ ୧.୭ ପ୍ରତିଶତ ହେଉଛନ୍ତି ଅନୁସୂଚିତ ଜନଜାତି ବର୍ଗର। ବାକି ୧୫.୫ ପ୍ରତିଶତ ହେଉଛନ୍ତି ସାଧାରଣ ବର୍ଗର। ରାଜ୍ୟର ମୋଟ ଜନସଂଖ୍ୟା ହେଉଛି ୧୩.୧ କୋଟି।
-
କାଟାଲିନ କାରିକୋ ଓ ଡ୍ରିଉ ୱିସମ୍ୟାନଙ୍କୁ ୨୦୨୩ ପାଇଁ ଭେଷଜରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ସେମାନଙ୍କ ଗବେଷଣା କୋଭିଡ୍-୧୯ରୁ ସୁରକ୍ଷା ନିମନ୍ତେ ପ୍ରଭାବଶାଳୀ ଏମ୍ଆର୍ଏନ୍ଏ (mRNA) ପ୍ରତିଷେଧକ ଟିକା ପ୍ରସ୍ତୁତିରେ ସାହାଯ୍ୟ କରିଥିବାରୁ ସେମାନଙ୍କୁ ଏହି ପୁରସ୍କାର ନିମନ୍ତେ ମନୋନୀତ କରାଯାଇଛି।
-
ଦିନ ଆସିବ ଦେଶରେ ପେଟ୍ରୋଲ ପମ୍ପ ରହିବ ନାହିଁ, ସେସବୁ ବଦଳରେ ଇଲେକ୍ଟ୍ରିକ ଯାନ ଚାର୍ଜିଂ ଷ୍ଟେସନ, ଇଥାନଲ ପମ୍ପ ଇତ୍ୟାଦି ରହିବ ବୋଲି କହିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ।
-
ବି.ଟେକ୍ କରିବା ପରେ ଭାରତରେ ବିସ୍ଫୋରଣ କରିବାର ଯୋଜନା କରୁଥିଲେ ୩ଆତଙ୍କବାଦୀ। ଗିରଫ କଲା ପୁଲିସ।
-
ମହାରାଷ୍ଟ୍ରର ନାନ୍ଦେଡ଼ର ଏକ ସରକାରୀ ହସ୍ପିଟାଲରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨ ଜଣ ନବଜାତ ଶିଶୁ ଓ ୧୨ ବୟସ୍କଙ୍କ ମୃତ୍ୟୁ ଘଟିଛି। ନାନ୍ଦେଡର ଶଙ୍କରରାଓ ଚୌହାନ ସରକାରୀ ଡାକ୍ତରଖାନାର ଡିନ୍ କହିଛନ୍ତି
-
ଏକ ଇ-କମର୍ସ କଂପାନିର ବିଜ୍ଞାପନ ବିଗ୍ ବି ଅମିତାଭ ବଚ୍ଚନଙ୍କୁ ଅଡ଼ୁଆରେ ପକାଇପାରେ। ସେହି ବିଜ୍ଞାପନ ଉପରେ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ଆପତ୍ତି ଉଠାଇବା ସହ ବିଜ୍ଞାପନକୁ ବିଭ୍ରାନ୍ତୀକର ବୋଲି କହିଛି।
-
ବିଶ୍ବର ମାନୁଫାକଚରିଂ ହବ୍ରେ ପରିଣତ ହେବାକୁ ଅଭିଳାଷ ରଖିଥିବା ଭାରତ ଲାଗି ଏକ ବହୁତ ବଡ଼ ଖୁସି ଖବର। ଇଣ୍ଟରନେଟ୍ ଜଗତର ସର୍ବବୃହତ କଂପାନି ଗୁଗୁଲ୍ ଭାରତରେ ଏହାର କ୍ରୋମ୍ବୁକ୍ ଲାପ୍ଟପ୍ ତିଆରି କରିବ। ଏବିଷୟରେ କଂପାନିର ସିଇଓ ସୁନ୍ଦର ପିଚାଇ ସୂଚନା ଦେଇଛନ୍ତି।
-
ଦେଶର ତିନିଟି ବନ୍ଦରକୁ ଗ୍ରିନ୍ ହାଇଡ୍ରୋଜେନ୍ ରପ୍ତାନି ହବ୍ ଭାବେ ବିକାଶ କରିବାକୁ କେନ୍ଦ୍ର ସରକାର ଯୋଜନା ରଖିଛନ୍ତି। ସେହି ତାଲିକାରେ ଓଡ଼ିଶାର ପାରାଦୀପ, ଗୁଜରାଟର କାଣ୍ଡ୍ଲା ଓ ତାମିଲନାଡ଼ୁର ଟୁଟିକୋରିନ ବନ୍ଦରର ନାମ ରହିଛି। ଏହି ତିନି ବନ୍ଦରକୁ ଗ୍ରିନ୍ ହାଇଡ୍ରୋଜେନ୍, ଗ୍ରିନ୍ ଆମୋନିଆ ଓ ଗ୍ରିନ୍ ମିଥାନଲ୍ ପାଇଁ ରପ୍ତାନି ହବ୍ ଭାବେ ବିକାଶ କରାଯିବ।
-
ମେସେଜିଂ ଆପ୍ ହ୍ବାଟସ୍ଆପ୍ ପକ୍ଷରୁ ଅଗଷ୍ଟରେ ୭୪.୨ ଲକ୍ଷ ଆକାଉଣ୍ଟ୍ ନିଷିଦ୍ଧ କରାଯାଇଛି। ଜୁଲାଇ ତୁଳନାରେ ନିଷିଦ୍ଧ ଆକାଉଣ୍ଟ୍ ସଂଖ୍ୟା ୨ ଲକ୍ଷ ବଢ଼ିଛି। ହ୍ବାଟସ୍ଆପ୍ ପକ୍ଷରୁ ୩,୫୦୬,୯୦୫ ଆକାଉଣ୍ଟ୍କୁ କେହି ଅଭିଯୋଗ କରିବା ପୂର୍ବରୁ ନିଷିଦ୍ଧ କରାଯାଇଛି। ସେହିପରି, ସେପ୍ଟେମ୍ବରରେ ହ୍ବାଟସ୍ଆପ୍ ପକ୍ଷରୁ ୭୨.୨୮ ଲକ୍ଷ ଆକାଉଣ୍ଟ୍ ନିଷିଦ୍ଧ କରାଯାଇଛି।
-
ଦେଶରେ ବେକାରି ସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ହୋଇଛି। ମୌସୁମୀ ବର୍ଷା ଦୁର୍ବଳ ରହିବା ସତ୍ତ୍ବେ ଗ୍ରାମାଞ୍ଚଳରେ ସ୍ଥିତି ବେଶ ଉତ୍ସାହଜନକ ରହିଛି। ଚଳିତ ବର୍ଷ ସେପ୍ଟେମ୍ବରରେ ବେକାରି ହାର ୭.୦୯ ପ୍ରତିଶତକୁ ହାସ ପାଇଛି। ଗତ ଅଗଷ୍ଟରେ ଏହି ହାର ୮.୧୦ ପ୍ରତିଶତ ଥିଲା।
-
ଦକ୍ଷିଣ-ପଶ୍ଚିମ ଜିମ୍ବାେଓ୍ଵର ଏକ ହୀରା ଖଣି ନିକଟରେ ଏକ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଦୁର୍ଘଟଣା ଘଟି ଜଣେ ଭାରତୀୟ କୋଟିପତି ଖଣି ବ୍ୟବସାୟୀ ଏବଂ ତାଙ୍କ ପୁଅଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି।
-
ଜନ୍ମରୁ ହୃଦ୍ରୋଗରେ ଆକ୍ରାନ୍ତ ହୋଇଥିବା ଜଣେ ୬ ମାସର ପିଲା ଶନିବାର ଦିନ ରାଞ୍ଚି-ଦିଲ୍ଲୀ ବିମାନରେ ଯିବା ବେଳେ ଅଣନିଶ୍ବାସୀ ହୋଇଯିବାରୁ ଯାତ୍ରୀମାନଙ୍କ ଭିତରେ ଥିବା ୨ଜଣ ଡାକ୍ତର ତା’ର ଜୀବନ ରକ୍ଷା କରିଛନ୍ତି।
-
ଟାଇପ୍-୨ ମଧୁମେହ ଚିକିତ୍ସା ଓ ପ୍ରତିକାରରେ ପ୍ରାକୃତିକ ସୂର୍ଯ୍ୟାଲୋକ ସହାୟକ ହୋଇପାରିବ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି।ପ୍ରାକୃତିକ ଦିବାଲୋକ ଉକ୍ତ ସିର୍କାଡିଆନ୍ କ୍ଲକ୍ର ଏକ ବଳିଷ୍ଠ ପ୍ରକ୍ରିୟା ବା ପରିବେଶୀୟ ସଂକେତ।
-
ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ସୋମବାର ବାମପନ୍ଥୀ ଉଗ୍ରବାଦ ବା ନକ୍ସଲ ମାମଲାରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏଜେନ୍ସି ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ୬୦ ରୁ ଅଧିକ ସ୍ଥାନରେ ଚଢାଉ କରିଥିଲା।
-
ହାୱାଇ ଦ୍ବୀପରେ ଦୁଇ ପର୍ଯ୍ୟଟକ ଗୁଗୁଲ୍ ମ୍ୟାପ୍ ଦେଖି ଗାଡ଼ି ଚଳାଉଥିବାବେଳେ ସିଧା ଯାଇ ସମୁଦ୍ରରେ ପଡ଼ିଥିଲେ। ଅବଶ୍ୟ ସେମାନେ ପହଁରି ପହଁରି ନିଜ ଜୀବନ ରକ୍ଷା କରିପାରିଥିଲେ।ଏଥିରେ ଥିବା ଦୁଇ ଯୁବ ଡାକ୍ତରଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। କେରଳର କୋଚି ନିକଟ ଗୋତୁରୁତ୍ଠାରେ ରବିବାର ରାତିରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା।
-
କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସୁଛନ୍ତି । ପୂର୍ବାହ୍ନରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ନେହରୁ ଯୁବ କେନ୍ଦ୍ର ସଂଗଠନ ପକ୍ଷରୁ ଆୟୋଜିତ ‘‘ମୋ ମାଟି ମୋ ଦେଶ’’ କାର୍ଯ୍ୟକ୍ରମରେ ଯୋଗ ଦେବେ।
-
ତୀର୍ଥଯାତ୍ରୀ ବେଶରେ ସାଉଦି ଆରବ ଯିବାକୁ ଉଦ୍ୟମ କରୁଥିବା ୧୬ଜଣ ପାକିସ୍ତାନୀ ଭିକାରିଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଛି। ଭିକାରିମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯିବା ପରେ ସେମାନଙ୍କୁ ଗିରଫ କରାଯାଇଛି।
-
ଏସୀୟ କ୍ରୀଡ଼ା ମହିଳା ଷ୍ଟିପଲଚେଜ୍ରେ ଭାରତକୁ ୨ ପଦକ ମିଳିଛି। ଏସୀୟ କ୍ରୀଡ଼ା ମହିଳା ୩ ହଜାର ମିଟର ଷ୍ଟିପଲଚେଜ୍ରେ ଭାରତକୁ ୨ଟି ପଦକ ମିିଳିଛି। ଏଥିରେ ପାରୁଲ ଚୌଧୁରୀ ରୌପ୍ୟ ପଦକ ଜିତିଥିବା ବେଳେ ପ୍ରୀତି ଜିତିଛନ୍ତି ବ୍ରୋଞ୍ଜ ପଦକ। ପାରୁଲ ଧାର୍ଯ୍ୟ ଦୂରତାକୁ ୯:୨୭.୬୩ ମିନିଟ୍ରେ ଅତିକ୍ରମ କରିଥିବା ବେଳେ ପ୍ରୀତିଙ୍କୁ ଲାଗିଥିଲା ୯:୪୩.୩୨ ମିନିଟ୍। ଅନ୍ୟପକ୍ଷରେ ବ୍ରୁନେଇର ୱିନଫ୍ରେଡ୍ ମୁଟିଲେ ୟାବି ୯:୧୮.୨୮ ମିନିଟ୍ ସମୟ ନେଇ ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ପଦକ ଜିତିଥିଲେ।