-
୨୦୨୩ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ରୟାଲ୍ ସୁଇଡିସ ଏକାଡେମୀ ଅଫ୍ ସାଇନ୍ସେସ୍ ପକ୍ଷରୁ ମୋଙ୍ଗି ଜି. ବାଭେଣ୍ଡି, ଲୁଇସ୍ ଇ. ବ୍ରୁସ୍ ଏବଂ ଆଲେକ୍ସି ଆଇ. ଆକିମୋଭଙ୍କୁ ୨୦୨୩ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।
-
ପାର୍ବଣ ଋତୁରେ ମୋଦି ସରକାର ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ଏକ ବଡ ଉପହାର ଦେଇଛନ୍ତି । ସେମାନଙ୍କୁ ଏଲପିଜି ସିଲିଣ୍ଡର ପିଛା ୨୦୦ ବଦଳରେ ୩୦୦ ଟଙ୍କାର ସବସିଡି ମିଳିବ ।
-
ଗୁଗଲ ପକ୍ଷରୁ ଭାରତୀୟ ବଜାରରେ ଲଞ୍ଚ କରାଯାଇଛି ନିଜର ପ୍ରଥମ ସ୍ମାର୍ଟଓ୍ବାଚ୍ ପିକ୍ସେଲ ୱାଚ୍-୨ । ଏହି ସ୍ମାର୍ଟୱାଚ୍ ରେ ମିଳିବ ୨୪ ଘଣ୍ଟାର ବ୍ୟାଟେରୀ ବ୍ୟାକଅପ୍ । ପିକ୍ସେଲ ୱାଚ୍ ୨ରେ ଏକ ଷ୍ଟ୍ରେସ୍ କାଉଣ୍ଟ ଫିଚର ରହିଛି, ଯାହା ଏହି ସ୍ମାର୍ଟୱାଚ୍କୁ ବଜାରର ଅନ୍ୟ ସ୍ମାର୍ଟୱାଚ୍ ଠାରୁ ଭିନ୍ନ କରିଥାଏ। ଏହା ସହ ଆପଣ ପିକ୍ସେଲ ୱାଚ୍ ୨ ଜରିଆରେ ନିଜର ଫିଜିକାଲ ଫିଟନେସ କୁ ଟ୍ରାକ୍ କରିପାରିବେ ।
-
ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି (ବିଜେପି) ସହ ତାଙ୍କ ଦଳ ହାତ ମିଳାଇବାର ପ୍ରଶ୍ନ ଉଠୁନାହିଁ ବୋଲି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଅଧ୍ୟକ୍ଷ ଶରଦ ପାୱାର କହିଛନ୍ତି।
-
ମଧ୍ୟପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାୟ ୧୦୦ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିଛି। ପ୍ରିୟଙ୍କା ଗାନ୍ଧିଙ୍କ ରାଲି ସହିତ ଶେଷ ହେଉଥିବା ଜନ ଆକ୍ରୋଶ ଯାତ୍ରା ପରେ ଅକ୍ଟୋବର ୮ରୁ ୧୦ ତାରିଖ ମଧ୍ୟରେ ଏହା ଘୋଷଣା କରାଯିବ।
-
ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀପତ୍ର ଉପସ୍ଥାପନ କରିଥିବା ଶିଳ୍ପପତି ବିବେକ ରାମାସ୍ବାମୀ ନିଜ ୨ପୁଅଙ୍କୁ ସମ୍ଭାଳିବା ପାଇଁ ଆୟା ଖୋଜୁଛନ୍ତି । ମାସକୁ ସେ ୮୩ଲକ୍ଷ ଟଙ୍କା ଦେବେ ବୋଲି ଜଣାପଡ଼ିଛି।
-
ଧ୍ୟପ୍ରଦେଶର ଉଜ୍ଜୟିନୀରେ ଜନୈକା ୧୨ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଗିରଫ ହୋଇଥିବା ଅଟୋ ଚାଳକ ଭରତ ସୋନିର ଘରକୁ ବୁଧବାର ବୁଲଡୋଜର ସାହାଯ୍ୟରେ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି।
-
ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ବଡ଼ ପଦକ୍ଷେପ ନେଇଛି। ଦୀର୍ଘ ଦିନ ଧରି ପଚରାଉଚରା ପରେ ଇଡି ଆଜି ଆପ୍ ସାଂସଦ ସଞ୍ଜୟ ସିଂଙ୍କୁ ଗିରଫ କରିଛି।
-
ସିକ୍କିମରେ ଗ୍ଲାସିୟାଲ ହ୍ରଦ ଫାଟି ଉଚ୍ଛୁଳି ଆସିବାରୁ ତିସ୍ତା ନଦୀରେ ଅଚାନକ ଭୀଷଣ ବନ୍ୟା ଆସି ୨୩ ଯବାନଙ୍କ ସମେତ ୧୨୦ ଜଣ ନିଖୋଜ ହୋଇଯାଇଛନ୍ତି।
-
ଭାରତର ଅଭିବୃଦ୍ଧିକୁ ଦେଖି ସମଗ୍ର ବିଶ୍ୱ ବର୍ତ୍ତମାନ ଚକିତ। ବିଶ୍ୱ ବ୍ୟାଙ୍କ ହେଉ କିମ୍ବା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍ଏଫ୍) ଭଳି ସମସ୍ତ ଆର୍ଥିକ ଏଜେନ୍ସି, ଭାରତର ଅଭିବୃଦ୍ଧିକୁ ନେଇ ଆଶ୍ବସ୍ତ। ସମ୍ପ୍ରତି ଅଭିବୃଦ୍ଧି କ୍ଷେତ୍ରରେ ଚୀନ୍କୁ ଝଟ୍କା ଦେଇଛି ବିଶ୍ୱ ବ୍ୟାଙ୍କ। ଧୀରେଧୀରେ ବିଶ୍ବର ଅନ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟ ଅଭିବୃଦ୍ଧି କ୍ଷେତ୍ରରେ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛନ୍ତି।
-
୧୨୬ ବର୍ଷ ପୁରୁଣା ବୟସ୍କ ଗୋଦ୍ରେଜ୍ ଗ୍ରୁପର ବିଭାଜନ ହୋଇପାରେ। ଗ୍ରୁପର ବଜାର ପୁଞ୍ଜି ୧.୭୬ ଲକ୍ଷ କୋଟି ଟଙ୍କା ହେବ। ଏହାର ବଣ୍ଟାକୁଣ୍ଟା ଏବେ ଆରମ୍ଭ ହୋଇଯାଇଥିବା କୁହାଯାଉଛି।
-
ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଜାଭେଲିନ ଥ୍ରୋରେ ଆଜି ଏକ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ମିଳିଛି।ଓଡ଼ିଆ ଜାଭେଲିନ ଷ୍ଟାର କିଶୋର ଜେନାଙ୍କ ପାଇଁ ଦେଢ଼ କୋଟି ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
-
ଆଇଟି କ୍ଷେତ୍ରରେ ଅନ୍ୟତମ ଅଗ୍ରଣୀ ବହୁ-ରାଷ୍ଟ୍ରୀୟ କମ୍ପାନି ଆକ୍ସେଞ୍ଚର ପକ୍ଷରୁ ଭୁବନେଶ୍ବରରେ ବୈଶ୍ୱିକ ସେବା ପ୍ରଦାନ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ୨୬ଟି ନୂତନ ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି।
-
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ସିଏଜି ପ୍ରଶ୍ନ ଉଠାଇବା ପରେ ପ୍ରତିକ୍ରିୟା ରଖିଛି ବିଜେଡି। ଦାବି ମୁତାବକ କେନ୍ଦ୍ର ଘର ଦେଇ ନଥିବା ବିଜେଡି ପୂର୍ବରୁ କହିଛି। ୧୫ରୁ ୨୦ ଲକ୍ଷ ଘର ପାଇଁ ଦାବି କରାଯାଇଥିଲା। ୧୫ଲକ୍ଷ ପରିବାର ଘର ପାଇବାରୁ ବଞ୍ଚିତ ବୋଲି କେନ୍ଦ୍ରକୁ ଜଣାଇ ଦିଆଯାଇଛି।
-
ବିଏସପି ଏମ୍ପି ଦାନିଶ ଅଲୀଙ୍କ ବିରୋଧରେ ସଂସଦରେ ଆପତ୍ତିଜନକ ମନ୍ତବ୍ୟ ଦେବା ମାମଲାରେ ଭାଜପା ଏମ୍ପି ରମେଶ ବିଧୁରୀ ଅକ୍ଟୋବର ୧୦ରେ ଲୋକସଭାର ବିଶେଷାଧିକାର କମିଟି ସମ୍ମୁଖରେ ହାଜର ହେବେ।
-
ହିମାଚଳ ପ୍ରଦେଶର ଧର୍ମଶାଳାରେ ଦିନିକିଆ ବିଶ୍ୱକପ୍ ଖେଳାଯିବ। ଏହାପୂର୍ବରୁ ଏଠାରେ ଘଟିଥିବା ଏକ ଘଟଣା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଧର୍ମଶାଳାରେ ଥିବା ଜଳଶକ୍ତି ବିଭାଗ କାର୍ଯ୍ୟାଳୟ କାନ୍ଥରେ ‘ଖଲିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଲେଖାଯାଇଛି।
-
ଉତ୍ତରପ୍ରଦେଶର ଆମେଠି ଜିଲାରେ ଅବସ୍ଥିତ ସଞ୍ଜୟ ଗାନ୍ଧୀ ହସ୍ପିଟାଲ ବନ୍ଦ କରିବାକୁ ଉତ୍ତରପ୍ରଦେଶ ସରକାରଙ୍କ ଆଦେଶ ଉପରେ ଆହ୍ଲାବାଦ ହାଇକୋର୍ଟ ରୋକ ଲଗାଇଛନ୍ତି।
-
ସତଲେଜ-ଯମୁନା କେନାଲ ଲିଙ୍କ ଯୋଜନା ବିବାଦ ଉପରେ ଶୁଣାଣି ସମୟରେ ବୁଧବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ପଞ୍ଜାବ ଏବଂ ହରିୟାଣା ମଧ୍ୟରେ ମଧ୍ୟସ୍ଥତା କରିବା ଉଚିତ।
-
ଅକ୍ଟୋବର ୪ ତାରିଖ ସକାଳେ ଉତ୍ତର ସିକ୍କିମର ଦକ୍ଷିଣ ଲୋନାକ ଗ୍ଲାସିୟାଲ (ହିମବାହ-ନିର୍ଭର) ହ୍ରଦ ଉଛୁଳିବା ଦ୍ବାରା ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ପ୍ରମୁଖ ରାଜପଥ ଏବଂ ବସତିଗୁଡିକ ଧୋଇ ଯାଇଥିଲା।