-
ସାହିତ୍ୟ କ୍ଷେତ୍ରରେ ଚଳିତ ବର୍ଷ ନୋବେଲ ପୁରସ୍କାର ପାଇବେ ନରୱେର ଲେଖକ ତଥା ନାଟ୍ୟକାର ୟୁନ ଫସା। ଏ ନେଇ ନୋବେଲ କମିଟି ପକ୍ଷରୁ ବିଧିବଦ୍ଧ ଭାବେ ଆଜି ଘୋଷଣା କରାଯାଇଛି। ନୋବେଲ କମିଟି କହିଛି ଯେ ଯାହା ସାଧାରଣ ମଣିଷଟିଏ ପ୍ରକାଶ କରିପାରେ ନାହିଁ, ତାହା ୟୁନ ଫସାଙ୍କ ନାଟକ ଓ ପ୍ରବନ୍ଧରେ ଶବ୍ଦର ରୂପ ପାଇଛି।
-
ସିକ୍କିମରେ ପ୍ରବଳ ବର୍ଷା ପରେ ଗ୍ଲାସିୟାଲ ହ୍ରଦ ଫାଟି ତିସ୍ତା ନଦୀରେ ଆସିଥିବା ପ୍ରଳୟଙ୍କରୀ ବ୍ୟାନ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏହି ବନ୍ୟାରେ ୨୩ ଯବାନଙ୍କ ସମେତ ପାଖାପାଖି ୧୨୦ ଜଣ ନିଖୋଜ ହୋଇଯାଇଥିଲେ।
-
ଆମ ଆଦମୀ ପାର୍ଟି(ଏଏପି)ନେତା ସଞ୍ଜୟ ସିଂଙ୍କୁ ଗୁରୁବାର ରୌଜ୍ ଏଭେନ୍ୟୁ କୋର୍ଟ ୫ ଦିନିଆ ରିମାଣ୍ଡରେ ପଠାଇଛନ୍ତି।
-
ମଣିପୁରରେ ପୁଣି ହିଂସା ଆରମ୍ଭ ହୋଇଛି। ରାଜ୍ୟର ଇମ୍ଫାଲ ପଶ୍ଚିମ ଜିଲାରେ ଦୁଇଟି ଘରେ ନିଆଁ ଲଗାଇ ଦିଆଯାଇଥିବା ଗୁରୁବାର ପୋଲିସ କହିଛି।
-
ପାଞ୍ଚଟି ରାଜ୍ୟରେ ଯେକୌଣସି ସମୟରେ ନିର୍ବାଚନ ବିଗୁଲ ବାଜିପାରେ। ବିଧାନସଭା ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିବା ପୂର୍ବରୁ ନିର୍ବାଚନ ଆୟୋଗର ସୁନିଶ୍ଚିତତା ପାଇଁ ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ପର୍ଯ୍ୟବେକ୍ଷକମାନଙ୍କର ଏକ ବୈଠକ ଡାକିଛନ୍ତି।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଜସ୍ଥାନ ଯୋଧପୁର ସହରରେ ଆୟୋଜିତ ସମାରୋହରେ ପ୍ରାୟ ୫୦୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି।
-
ଚାହିଦା ବୃଦ୍ଧି ମଧ୍ୟରେ ନୂତନ ବ୍ୟବସାୟରେ ଦୃଢ଼ ଅଭିବୃଦ୍ଧି ଯୋଗୁ ସେପ୍ଟେମ୍ବରରେ ଭାରତର ସେବା କ୍ଷେତ୍ରର ଅଭିବୃଦ୍ଧି ୧୩ ବର୍ଷ ମଧ୍ୟରେ ଉଚ୍ଚତମ ସ୍ତରରେ ପହଞ୍ଚିଛି।
-
ଅଭିନେତା ତଥା ନେତା ପୱନ କଲ୍ୟାଣ ଗୁରୁବାର ଭାଜପା ନେତୃତ୍ୱାଧୀନ ଏନଡିଏ ହାତ ଛାଡି ଟିଡିପିକୁ ସମର୍ଥନ କରିଛନ୍ତି।
-
ବିହାରରେ ଜାତିଗତ ଜନଗଣନା ରିପୋର୍ଟ ପ୍ରକାଶ ପାଇବା ପରେ ରାଜନୀତି ଏବେ ଜୋର ଧରିଛି। ଉନ୍ନାଓରେ ପହଞ୍ଚିଥିବା ଭାଜପା ଏମପି ମୁକେଶ ରାଜପୁତ ଜାତିଗତ ଜନଗଣନାକୁ ସମର୍ଥନ କରିଛନ୍ତି।
-
ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ମହମ୍ମଦ ଫୈଜଲଙ୍କ ଲୋକସଭାର ଏମପି ପଦ ରଦ୍ଦ ହୋଇଛି।
-
ଡେଙ୍ଗୁ ମହାରାଷ୍ଟ୍ରର ପୁଣେ ସହରରେ ଆତଙ୍କ ସୃଷ୍ଟି କରିଛି। ତେବେ ସେରୋ ସର୍ଭେରୁ ଜଣାପଡ଼ିଛି ୮୮ ପ୍ରତିଶତ ଲୋକଙ୍କ ମଧ୍ୟରେ ଡେଙ୍ଗୁ ଆଣ୍ଟିବଡି ଚିହ୍ନଟ କରାଯାଇଛି।
-
ସୁପ୍ରିମକୋର୍ଟର ଏକ ୭ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ପି ଭି ନରସିଂହ ରାଓ ମାମଲାରେ ଏହାର ୧୯୯୮ର ରାୟର ପୁନଃ ଯାଞ୍ଚ ଏବଂ ଜଣେ ସାଂସଦ ବା ବିଧାୟକ ଭୋଟ୍ ପାଇଁ ଲାଞ୍ଚ ମାମଲାରେ ସୁରକ୍ଷା ପାଇପାରିବେ କି ନାହିଁ ସେ ସମ୍ବନ୍ଧରେ ଆଦେଶ ସଂରକ୍ଷିତ ରଖିଛନ୍ତି।
-
ପ୍ରତିରକ୍ଷା ସରଞ୍ଜାମ ନିର୍ମାଣରେ ଆତ୍ମନିର୍ଭରତା ହାସଲ ଲକ୍ଷ୍ୟରେ ଭାରତ ବିଦେଶରୁ ୯୮ ପ୍ରକାର ଅସ୍ତ୍ରଶସ୍ତ୍ର ଆମଦାନିକୁ ନିଷିଦ୍ଧ କରିଛି ଏବଂ ଏହାର ଏକ ସ୍ବଦେଶୀ ତାଲିକା ଜାରି କରିଛି।
-
ବାର୍ଷିକ ପାଞ୍ଚ ଲକ୍ଷ ଟଙ୍କାରୁ ଅଧିକ ଆୟ କରୁଥିବା ଲୋକଙ୍କ ସଂଖ୍ୟା ବହୁତ ବଢ଼ିଯାଇଛି। ୨୦୧୧-୧୨ ଆର୍ଥିକ ବର୍ଷରେ ସେଭଳି ଲୋକଙ୍କ ସଂଖ୍ୟା ୩୮ ଲକ୍ଷ ଥିଲା। ୨୦୨୦-୨୧ ସୁଦ୍ଧା ସେମାନଙ୍କ ସଂଖ୍ୟା ୫ ଗୁଣା ବୃଦ୍ଧି ପାଇ ୧.୮ କୋଟି ହୋଇଛି।
-
ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଅଧ୍ୟକ୍ଷ ଦୀନେଶ ଖାରାଙ୍କ କାର୍ଯ୍ୟକାଳକୁ କେନ୍ଦ୍ର ସରକାର ୨୦୨୪ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ଚର୍ଚ୍ଚା ହେଉଛି। ତାଙ୍କୁ ୬୩ ବର୍ଷ ହେବା ପର୍ଯ୍ୟନ୍ତ ସେ ଏହି ପଦରେ କାମ କରିବେ। ୨୦୨୦ ଅକ୍ଟୋବର ୭ରେ ଶ୍ରୀ ଖାରା ଷ୍ଟେଟ୍ ବ୍ୟାଙ୍କର ମଙ୍ଗ ସମ୍ଭାଳିଥିଲେ।
-
ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଚଳିତବର୍ଷ ଅଗଷ୍ଟ ୧୭ ତାରିଖରେ ଲୋକଙ୍କୁ ଦାବିବିହୀନ ବ୍ୟାଙ୍କ ଜମା ସଂପର୍କିତ ସୂଚନା ଦେବାଲାଗି ଉଦ୍ଗମ ନାମରେ ଏକ କେନ୍ଦ୍ରୀକୃତ ୱେବ ପୋର୍ଟାଲ ଖୋଲାଯାଇଥିଲା। ବିଭିନ୍ନ ବ୍ୟାଙ୍କରେ ଜମା ରହିଥିବା ଟଙ୍କା ସଂପର୍କରେ ଗୋଟିଏ ସ୍ଥାନରେ ସୂଚନା ପ୍ରଦାନ ଲାଗି ଏହା କରାଯାଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ୭ଟି ବ୍ୟାଙ୍କ ଏଥିରେ ଯୋଡ଼ି ହୋଇଥିଲେ। ଅକ୍ଟୋବର ୧୫ ସୁଦ୍ଧା ପର୍ଯ୍ୟାୟକ୍ରମେ ଅନ୍ୟ ବ୍ୟାଙ୍କଗୁଡ଼ିକକୁ ମଧ୍ୟ ଏହାର ପରିସରକୁ ଅଣାଯିବ ବୋଲି କୁହାଯାଇଥିଲା।
-
କଟକ ବଡ଼ ଡାକ୍ତରଖାନା ICUରେ ବାଜିବ ଭଜନ . ‘ଇନ୍ଷ୍ଟ୍ରୋମେଣ୍ଟାଲ୍ ମ୍ୟୁଜିକ୍ ରୋଗୀ ସୁସ୍ଥ ହେବାରେ ସହାୟକ ହୋଇଥାଏ ବୋଲି ମତପ୍ରକାଶ ପାଇଥିଲା। ଏହା ଉପରେ ତର୍ଜମା କରାଯିବା ପରେ ପ୍ରତ୍ୟକ ବିଭାଗରେ ଥିବା ଆଇସିୟୁରେ ଇନ୍ଷ୍ଟ୍ରୋମେଣ୍ଟାଲ୍ ମ୍ୟୁଜିକ୍ ବଜାଇବା ପାଇଁ ନିଷ୍ପତ୍ତି ହୋଇଛି।’
-
ରାଜ୍ୟରେ ନିଷିଦ୍ଧ ହୋଇଛି ପାରାକ୍ୱେଟ୍ କେମିକାଲ। ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି।
-
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ। ଦେବରିଆ ହତ୍ୟାକାଣ୍ଡ ମାମଲାରେ ଅବହେଳା ପାଇଁ ୧୫ ସରକାରୀ ଅଧିକାରୀ କଲେ ନିଲମ୍ବିତ। ଏହି ଅଧିକାରୀମାନେ ଉଭୟ ପକ୍ଷଙ୍କ ଜମି ବିବାଦର ସମାଧାନ କରିବାରେ ଅବହେଳା କରିଥିଲେ।
-
ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ମେଗା ଇଭେଣ୍ଟର ଉଦଘାଟନୀ ମ୍ୟାଚରେ ପ୍ରତିଯୋଗୀ ଇଂଲଣ୍ଡକୁ ୯ ୱିକେଟରେ ପରାସ୍ତ କରି ନ୍ୟୁଜିଲ୍ୟାଣ୍ଡ ଏହାର ଅଭିଯାନ ଆରମ୍ଭ କରିଛି।