-
ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ ଲଢ଼ିଥିବା ନର୍ଗିସ ମହମ୍ମଦୀଙ୍କୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର। ଇରାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରର ବିରୋଧ ତଥା ସମସ୍ତଙ୍କ ପାଇଁ ମାନବିକ ଅଧିକାର ଓ ସ୍ୱାଧୀନତାର ପ୍ରଚାର ପାଇଁ କାମ କରିଥିବାରୁ ନର୍ଗିସ ମହମ୍ମଦୀଙ୍କୁ ୨୦୨୩ମସିହାରେ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରିବାକୁ ନରୱେ ନୋବେଲ କମିଟି ନିଷ୍ପତ୍ତି ନେଇଛି।
-
ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାରର ସହବିଜେତା ମୌଙ୍ଗି ବାୱେଣ୍ଡି। ‘କ୍ବାଣ୍ଟମ ଡଟ୍ସ’ର ବିକାଶ ପାଇଁ ମାସାଚ୍ୟୁସେଟ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏମ୍ଆଇଟି)ର ରସାୟନ ବିଜ୍ଞାନ ବିଭାଗ ପ୍ରାଧ୍ୟାପକ ମୌଙ୍ଗିଙ୍କୁ ଏହି ସମ୍ମାନ ମିଳିଛି।
-
ନୋବେଲ ପୁରସ୍କାର କମିଟି ଅନୁଯାୟୀ, ନର୍ଗିସ ମହମ୍ମଦୀ ବ୍ୟକ୍ତିଗତ ସ୍ତରରେ ବହୁ ଭାବରେ ସଂଗ୍ରାମ କରିଛନ୍ତି। ଅନ୍ୟ ମହିଳାଙ୍କୁ ସାହାଯ୍ୟ କରିବାକୁ ଯାଇ ସେ ୧୩ଥର ଗିରଫ ହୋଇଛନ୍ତି, ପାଞ୍ଚ ଥର ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଏବଂ ତାଙ୍କୁ ମୋଟ ୩୧ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।
-
ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା, ମିଜୋରାମ ଏବଂ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ କାର୍ଯ୍ୟସୂଚୀ ଆସନ୍ତା ୮ରୁ ୧୦ ତାରିଖ ଭିତରେ ଘୋଷଣା ହୋଇପାରେ। ନିର୍ବାଚନ କମିସନ ସୂତ୍ରକୁ ଆଧାର କରି ଏକ ଟିଭି ଚ୍ୟାନେଲରେ ଏହା କୁହାଯାଇଛି।
-
ନକ୍ସଲ ପ୍ରଭାବିତ ରାଜ୍ୟଗୁଡିକର ସୁରକ୍ଷା ସ୍ଥିତିକୁ ସମୀକ୍ଷା ପାଇଁ ଆଜି ନୂଆଦିଲ୍ଲୀରେ ଆୟୋଜିତ ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ। ଏହି ବୈଠକରେ ଓଡିଶାର ମାଓଦମନ ନିତିକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା।
-
ଜାତୀୟସ୍ତରୀୟ ପଦବୀରେ ଆଉ ଜଣେ ଓଡ଼ିଆ । ‘ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା’ର ନିର୍ଦ୍ଦେଶକ ହେଲେ ଓଡ଼ିଆ ପୁଅ ଚିତ୍ତରଞ୍ଜନ ତ୍ରିପାଠୀ । ଅଭିନେତା, ନିର୍ଦ୍ଦେଶକ ଚିତ୍ତରଞ୍ଜନ ତ୍ରିପାଠୀଙ୍କୁ ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା (ଏନଏସଡି)ର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଏହି ସମ୍ମାନଜନକ ପଦବୀ ପାଇବାରେ ଚିତ୍ତରଞ୍ଜନ ହେଉଛନ୍ତି ପ୍ରଥମ ଓଡ଼ିଆ।
-
ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ପୁଣି ଏକ ସୁନା ଜିତିଛି ଭାରତ। ପୁରୁଷ ହକି ଫାଇନାଲରେ ଭାରତ ଜାପାନ ୫-୧ ଗୋଲରେ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଛି।
-
ଆବଣ୍ଟନ ବାତିଲ ହେବା ପରେ ମଧ୍ୟ ଆପ୍ ସାଂସଦ ରାଘବ ଚଡ୍ଡା ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସରକାରୀ ବାସଭବନରେ ରହିବାର ସମ୍ପୂର୍ଣ୍ଣ ଅଧିକାର ଅଛି ବୋଲି ଦାବି କରିପାରିବେ ନାହିଁ ବୋଲି ଦିଲ୍ଲୀର ଏକ ଅଦାଲତ ଶୁକ୍ରବାର କହିଛନ୍ତି।
-
ଭର୍ଚୁଆଲ୍ ଶୁଣାଣି ଜାରି ରଖିବାକୁ ଦେଶର ସମସ୍ତ ହାଇକୋର୍ଟକୁ ଅନୁରୋଧ କରି ସୁପ୍ରିମ୍ କୋର୍ଟ ଶୁକ୍ରବାର କହିଛନ୍ତି ଯେ ଭାରତର ପ୍ରତ୍ୟେକ ବିଚାରପତି ବୈଷୟିକ ଜ୍ଞାନକୌଶଳରେ ଦକ୍ଷ ହେବା ଆବଶ୍ୟକ।
-
ଇଣ୍ଡିଆ ମେଣ୍ଟର ତିନି ପ୍ରମୁଖ ନେତା ଆଜି ପୁଣି ଥରେ ଏକାଠି ନଜର ଆସିଛନ୍ତି। ଏନସିପି ମୁଖ୍ୟ ଶରଦ ପାୱାର ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି
-
ରାଜ୍ୟ ସରକାରଙ୍କ ଯୋଜନା-ପ୍ରସ୍ତୁତି ନିଷ୍ପତ୍ତିରେ ହସ୍ତକ୍ଷେପ କରିପାରିବେ ନାହିଁ କହିବା ସହିତ ଜାତିଭିତ୍ତିକ ଜନଗଣନା ଉପରେ ସବିଶେଷ ତଥ୍ୟାବଳି ପ୍ରକାଶନରୁ ବିହାର ସରକାରଙ୍କୁ ନିବୃତ କରାଯାଇ ପାରିବ ନାହିଁ ବୋଲି ଆଜି ସୁପ୍ରିମ୍ କୋର୍ଟ କହିଛନ୍ତି।
-
କ୍ରମାଗତ ୪ର୍ଥ ଥର ପାଇଁ ‘ରେପୋ’ ରେଟ୍ ୬.୫%ରେ ଅପରିବର୍ତ୍ତିତ ରଖିଥିବା କଥା ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଘୋଷଣା କରିଛି।
-
ନିଜ ଆବଶ୍ୟକତାର ୮୦ ପ୍ରତିଶତରୁ ଅଧିକ ତେଲ ଆମଦାନି କରୁଥିବା ଭାରତ ଭଳି ଦେଶ ପାଇଁ ଖୁସି ଖବର। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦାମ୍ରେ ହେଉଥିବା ବୃଦ୍ଧିରେ ବ୍ରେକ୍ ଲାଗିଛି। ତେଲ ଦାମ୍ ହ୍ରାସ ପାଇ ଏବେ ବ୍ୟାରେଲ ପିଛା ୮୫ ଡଲାର ତଳକୁ ଖସିଆସିଛି।
-
ତାଞ୍ଜାନିଆର ରାଷ୍ଟ୍ରପତି ସାମିଆ ସୁଲୁହୁ ହାସନ ଅକ୍ଟୋବର ୮ରୁ ତିନି ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ନିମନ୍ତ୍ରଣ କ୍ରମେ ହାସନ ନୂଆଦିଲ୍ଲୀ ଗସ୍ତ କରିବାକୁ ଯାଉଛନ୍ତି।
-
ଗୁରୁବାର ସିରିଆର ଏକ ସାମରିକ ଏକାଡେମୀ ଉପରେ ହୋଇଥିବା ଆକ୍ରମଣରେ ଅତି କମ୍ରେ ୧୦୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨୫ରୁ ଅଧିକ ଆହତ ହୋଇଛନ୍ତି ବୋଲି ଜଣେ ଯୁଦ୍ଧ ନିରୀକ୍ଷକ ତଥା ଅଧିକାରୀ କହିଛନ୍ତି।
-
ଶିଶୁ ଯୌନ ଶୋଷଣ ବିଷୟବସ୍ତୁକୁ ନେଇ ଏକ୍ସ, ୟୁଟ୍ୟୁବ୍ ଓ ଟେଲିଗ୍ରାମକୁ ନୋଟିସ୍ ପଠାଇଲା ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରାଳୟ।
-
ଦେଶର ଅର୍ଥନୈତିକ ପ୍ରଗତି ଲୋକମାନଙ୍କୁ ଷ୍ଟକ ବଜାର ଜରିଆରେ ନିଜ ଆୟ ବଢ଼ାଇବା ଓ ସମ୍ପତ୍ତି ସୃଷ୍ଟି କରିବାର ସୁଯୋଗ ପ୍ରଦାନ କରିଛି।ୟେସ୍ ସିକ୍ୟୁରିଟିଜ୍ ନାମକ ପ୍ରମୁଖ ବ୍ରୋକରେଜ୍ ସଂସ୍ଥାର ସୂଚନା ଅନୁସାରେ ଓଡ଼ିଶାରେ ଷ୍ଟକ ବଜାରରେ ନିବେଶ କରିବାରେ ଯୁବପିଢ଼ି ଆଗରେ ରହିଛନ୍ତି। କଂପାନିର ଓଡ଼ିଶାରେ ଥିବା ନିବେଶକମାନଙ୍କ ମଧ୍ୟରୁ ୯୦ ପ୍ରତିଶତଙ୍କ ବୟସ ୧୮-୩୦ ବର୍ଷ ଭିତରେ ରହିଛି।
-
ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଏବେବି ୧୨ ହଜାର କୋଟି ଟଙ୍କାର ଦୁଇ ହଜାର ଟଙ୍କିଆ ନୋଟ୍ ବ୍ୟାଙ୍କଗୁଡ଼ିକ ପାଖକୁ ଫେରିନାହିଁ। ଶକ୍ତିକାନ୍ତ କହିଛନ୍ତି ଯେ ଅକ୍ଟୋବର ୮ ପରେ ମଧ୍ୟ ଲୋକମାନେ ନୋଟ୍ ଫେରାଇପାରିବେ।
-
ମଣିପୁରରେ ହିଂସା ଘଟଣାକୁ ଦୃଷ୍ଟିରେ ରଖି ପୋଲିସ ରାଜ୍ୟରେ ଇଣ୍ଟରନେଟ୍ ଉପରେ ଥିବା ପ୍ରତିବନ୍ଧକକୁ ଆହୁରି ୫ ଦିନ ବୃଦ୍ଧି କରିଛି।
-
ଭାରତର ସବୁଠାରୁ ବଡ଼ ବିମାନ କମ୍ପାନୀ ‘ଇଣ୍ଡିଗୋ’ ଏହାର ଟିକେଟ ଦାମ ବୃଦ୍ଧି କରିଛି। ବିମାନ କମ୍ପାନୀ ଏବେ ଘରୋଇ ଏବଂ ଅନ୍ତର୍ଜାତୀୟ ଉଭୟ ରୁଟ୍ ଲାଗି ଫ୍ଳାଇଟ୍ର ଟିକେଟ୍ ଦାମକୁ ୩୦୦ରୁ ୧୦୦୦ ଟଙ୍କା ଯାଏ ବଢ଼ାଇଛି।