-
କ୍ଲାଉଡ଼ିଆ ଗୋଲ୍ଡିନ୍ଙ୍କୁ ଅର୍ଥନୀତିରେ ମିଳିଛି ନୋବେଲ ପ୍ରାଇଜ। ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଥିବା କ୍ଲାଉଡ଼ିଆ ଗୋଲ୍ଡିନ୍ଙ୍କୁ ମହିଳା ଶ୍ରମଶକ୍ତି ଗବେଷଣା କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ନୋବେଲ ପ୍ରଦାନ କରାଯିବ। ଅର୍ଥନୀତିରେ ନୋବେଲ ପାଇବାରେ କ୍ଲାଉଡିଆ ହେଉଛନ୍ତି ତୃତୀୟ ମହିଳା।୭୭ ବର୍ଷୀୟ ଆମେରିକୀୟ ଅର୍ଥନୀତିଜ୍ଞ କ୍ଲାଉଡିଆ ଗୋଲ୍ଡିନ୍ ମହିଳାଙ୍କ ରୋଜଗାର ପ୍ରସଙ୍ଗରେ ଗବେଷଣା କରିଛନ୍ତି ।
-
ଇସ୍ରାଏଲ ସେନା ଓ ହମାସ ମଧ୍ୟରେ ଚାଲିଥିବା ରକ୍ତାକ୍ତ ସଂଘର୍ଷ ଓ ଯୁଦ୍ଧ ୩ ଦିନ ହେଲା ଚାଲିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୨୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି। କେବଳ ସେତିକି ନୁହେଁ ଗାଜାରେ ୧ ଲକ୍ଷରୁ ଅଧିକ ଲୋକଙ୍କୁ ବିସ୍ଥାପିତ କରାଗଲାଣି।
-
ଇସ୍ରାଏଲ-ହମାସ ଯୁଦ୍ଧ ଜାରି ରହିଥିବାବେଳେ ଇସ୍ରାଏଲରେ ଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ପ୍ରସଙ୍ଗ ଏବେ ସରକାରଙ୍କ ଚିନ୍ତା ବଢ଼ାଇଛି। ଇସ୍ରାଏଲରେ ଏବେ ପ୍ରାୟ ୧୮ ହଜାର ଭାରତୀୟ ରହୁଛନ୍ତି। ତେବେ ସେମାନେ ସମସ୍ତେ ସୁରକ୍ଷିତ ଅଛନ୍ତି ।
-
ଭାରତରେ ଅଲମ୍ପିକ୍ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ (ଓଭିଏଲ୍ପି)ର ସଫଳତା ପାଇଁ ଆନ୍ତର୍ଜାତିକ ଅଲମ୍ପିକ୍ କମିଟି (ଆଇଓସି) ପକ୍ଷରୁ ଅଲମ୍ପିକ୍ ମ୍ୟୁଜିୟମ୍ ସହ ମିଶି ରିଲାଏନ୍ସ ଫାଉଣ୍ଡେସନ ସହିତ ଏକ ସହଯୋଗିତାଭିତ୍ତିକ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି ।
-
୫ ରାଜ୍ୟରେ ନିର୍ବାଚନ ନେଇ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ତାରିଖ ଘୋଷଣା କରିଛନ୍ତି। ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ନଭେମ୍ବର ୭ରୁ ୩୦ ମଧ୍ୟରେ ଉପରୋକ୍ତ ୫ ରାଜ୍ୟରେ ଭୋଟ୍ ଗ୍ରହଣ ହେବ।
-
ମହାରାଷ୍ଟ୍ର ନବନିର୍ମାଣ ସେନା ସଭାପତି ରାଜ ଠାକରେ ଟୋଲ ଟ୍ୟାକ୍ସକୁ ରାଜ୍ୟର ସବୁଠୁ ବଡ 'ସ୍କାମ' ବୋଲି କହିଛନ୍ତି ଏବଂ ସୋମବାର ଟୋଲ ଟ୍ୟାକ୍ସ ବ୍ୟବସ୍ଥାକୁ ରଦ୍ଦ କରିବାକୁ ଦାବି କରିଛନ୍ତି |
-
ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନର ୩ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓଡିଶାର ୫ଟି ସହର ସମେତ ଅନ୍ୟ ୧୩ଟି ସହରର ୧୪୯ଟି ୱାର୍ଡରେ ୨୪ ଘଣ୍ଟିଆ ଜଳ ଯୋଗାଣ ସୁବିଧାର ଶୁଭାରମ୍ଭ କରିଛନ୍ତି।
-
କେନ୍ଦ୍ର ସରକାର ଜାରି କରିଥିବା ନୟମିତ ଶ୍ରମ ଶକ୍ତି ସର୍ଭେ (ପିଏଲ୍ଏଫ୍ଏସ୍) ଅନୁସାରେ ୨୦୨୩ ଏପ୍ରିଲ୍-ଜୁନ୍ରେ ଓଡ଼ିଶାର ବେକାରି ହାର ସବୁ ବୟସ ବର୍ଗରେ ୬.୭ ପ୍ରତିଶତକୁ ହ୍ରାସ ପାଇଛି ଯାହା ଗତବର୍ଷ ସେହି ସମୟରେ ୧୧.୫ ପ୍ରତିଶତ ଥିଲା।
-
ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି.କେ. ପାଣ୍ଡିଆନ ଆଜି ଲକ୍ଷ୍ମୀ ଯୋଜନାର ବସ୍ କର୍ମଚାରୀ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ନିଃସ୍ବାର୍ଥପର ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଛନ୍ତି । ଏହି ଆଲୋଚନାରେ ବସ୍ ଡ୍ରାଇଭର, କଣ୍ଡକ୍ଟର ଓ ମ୍ୟାନେଜର ମାନଙ୍କୁ ମିଶାଇ ୬୫୦ ଜଣ କର୍ମଚାରୀ ଯୋଗ ଦେଇଥିଲେ ।
-
ଖୋର୍ଦ୍ଧା ଜିଲ୍ଲାର ବେଗୁନିଆରେ ୧୦୦ ଶଯ୍ୟା ବିଶିଷ୍ଟ ଏକ ଉପଖଣ୍ଡସ୍ତରୀୟ ହସ୍ପିଟାଲ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
-
ବିଶିଷ୍ଟ ଶ୍ରମିକ ନେତା ଘନଶ୍ୟାମ ଜେନାଙ୍କ ପରଲୋକ। ୯୩ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି। ଗତକାଲି ଘନଶ୍ୟାମଙ୍କ ପତ୍ନୀ ହୃଦଘାତରେ ପ୍ରାଣ ହରାଇଥିଲେ।
-
ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍ର ସେନ୍ସେକ୍ସ ଆଜି ୪୮୩ ପଏଣ୍ଟ୍ ହ୍ରାସ ପାଇ ୬୫,୫୧୨ ପଏଣ୍ଟ୍ରେ ବନ୍ଦ ହୋଇଛି। ଆଦାନି ପାୱାର ଓ ଆଦାନି ପୋର୍ଟସ୍ର ସେୟାର ମୂଲ୍ୟ ହ୍ରାସ ପାଇଛି।
-
ସେପ୍ଟେମ୍ବରରେ ଗାଡ଼ି ବିକ୍ରି ୨୦% ବଢ଼ିଲା: ଟ୍ରାକ୍ଟର ବିକ୍ରି କମିଲା ।
-
ସ୍ବୟଂକ୍ରିୟ ବ୍ୟାଙ୍କ ତଥ୍ୟ ଆଦାନପ୍ରଦାନ ବ୍ୟବସ୍ଥାରେ ସ୍ବିଜରଲ୍ୟାଣ୍ଡ୍ କର୍ତ୍ତୃପକ୍ଷ ବିଶ୍ବର ୧୦୪ଟି ଦେଶକୁ ୩୬ ଲକ୍ଷ ସ୍ବିସ୍ ବ୍ୟାଙ୍କ ଖାତାର ତଥ୍ୟ ଜାରି କରିଛନ୍ତି। ସେଥିରେ ଭାରତୀୟ ନାଗରିକ ଓ ସଂସ୍ଥାଗୁଡ଼ିକର ସ୍ବିସ୍ ବ୍ୟାଙ୍କ ତଥ୍ୟ ମଧ୍ୟ ସାମିଲ ରହିଛି।
-
ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ଭାରତ ଆସିଥିବା ପାକିସ୍ତାନର କ୍ରୀଡ଼ା ଆଙ୍କର୍ ଜେନାବ ଅବ୍ବାସଙ୍କୁ ଭାରତରୁ ବହିଷ୍କାର କରାଯାଇଛି। ଅନେକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜେନାଵଙ୍କୁ ଭାରତ ଛାଡିବାକୁ କୁହାଯାଇଛି