-
‘ଭାରତ ୨୦୩୫ ସୁଦ୍ଧା ସ୍ପେଶ୍ ଷ୍ଟେସନ୍ ଓ ୨୦୪୦ ସୁଦ୍ଧା ଚନ୍ଦ୍ରମାକୁ ମାନବ ପଠାଇବ । ଏହା ବ୍ୟତୀତ ଶୁକ୍ର ଓ ମଙ୍ଗଳ ଗ୍ରହ ମିଶନ ମଧ୍ୟ ଆରମ୍ଭ କରିବ ଇସ୍ରୋ । ତେଣୁ ଏବେଠାରୁ ତତ୍ପର ହୋଇଛନ୍ତି ଇସ୍ରୋ ବୈଜ୍ଞାନିକ ।
-
ୟେମେନରୁ ଇସ୍ରାଏଲ ଉପରକୁ ଛଡ଼ାଯାଇଥିବା ୩ଟି କ୍ଷେପଣାସ୍ତ୍ର ଏବଂ ଅନେକ ଡ୍ରୋନ୍କୁ ଆମେରିକା ନୌସେନାର ଯୁଦ୍ଧ ଜାହାଜ ଖସାଇ ଦେଇଛି। ଉତ୍ତର ଲୋହିତ ସାଗରରେ ଆମେରିକା ନୌସେନାର ଏକ ଯୁଦ୍ଧଜାହାଜ ୟେମେନର ହାଉଥି ବାହିନୀ ଦ୍ବାରା ଛଡ଼ାଯାଇଥିବା ୩ଟି କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ଅନେକ ଡ୍ରୋନ୍କୁ ସଫଳତାର ସହ ନଷ୍ଟ କରିଛି।
-
ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ମିଜୋରାମ ଆଦିରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ପ୍ରଚାର ଲାଗି ନେତାମାନେ ବିଭିନ୍ନ ସ୍ଥାନ ଯିବା ପାଇଁ ଘରୋଇ ଚାର୍ଟର୍ଡ ହେଲିକପ୍ଟର ବୁକିଂ କରୁଛନ୍ତି।
-
ବନ୍ଦେ ଭାରତ ପରେ ଦେଶରେ ଆଜି ନମୋ ଭାରତ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି। ନମୋ ଭାରତ ଟ୍ରେନ ଦେଶର ପ୍ରଥମ ରିଜିଓନାଲ ରାପିଡ୍ ଟ୍ରେନ୍ ସର୍ଭିସ (ଆର୍ଆର୍ଟିଏସ୍)। ଉତ୍ତର ପ୍ରଦେଶରେ ପ୍ରଧାନମନ୍ତ୍ରୀ ଉକ୍ତ ରେଳ ସେବାକୁ ପତାକା ଦେଖାଇ ଉଦ୍ଘାଟନ କରିଛନ୍ତି।
-
ଘରୋଇ ବସ୍ ମାଲିକ ସଂଘ ଦେଇଥିବା ବସ୍ ଧର୍ମଘଟ ସ୍ଥଗିତ ରହିଛି। ସରକାରଙ୍କ ସହ ଅଲୋଚନା ପରେ ବସ୍ ମାଲିକ ସଂଘ ବସ୍ ଧର୍ମଘଟକୁ ୩୧ ତାରିଖ ଯାଏଁ ସ୍ଥଗିତ ରଖିବା ନେଇ ଘୋଷଣା କରିଛି।
-
ବଜ୍ରପାତର ସର୍ତକତା ସଂକ୍ରାନ୍ତରେ ଲୋକଙ୍କୁ ପ୍ରଶିକ୍ଷଣ ଦିଆଯିବ । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଓସଡମା)ର ୩୬ତମ ପରିଚାଳନା କମିଟି ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି ।
-
୧୨ଶହ ବର୍ଷ ଏହି ପୂରାତନ ଖିଚିଂ ମନ୍ଦିରକୁ ଦେଶ ବିଦେଶରୁ ପର୍ଯ୍ୟଟକ ଓ ଭକ୍ତ ଆସିଥାନ୍ତି । ଖିଚିଂ ମନ୍ଦିରରଟି ବିଶ୍ୱରେ ଏକ ମାତ୍ର ମନ୍ଦିର ଯାହାକି ସମ୍ପୂର୍ଣ୍ଣ କଳା ମୁଗୁନି ପଥରେ ନିମାର୍ଣ କରାଯାଇଛି । ଏହି ମନ୍ଦିର ଟି ୯୨୦ରୁ ୯୨୬ ଖ୍ରୀଷ୍ଟାଦ୍ଦ ସ୍ଥାପନ କରାଯାଇଥିବାର ସରକାରୀ ଭାବେ ଘୋଷଣା କରାଯାଇଛି ।ଓଟିଡିସି ତରଫରୁ ୧୨ ଲକ୍ଷ ବ୍ୟୟରେ ରଙ୍ଗିନ ଆଲୋକ ଲଗା ଯାଇଛି । ପ୍ରତି ଦୁଇ ମିନିଟରେ ଥରେ ତାର ରଙ୍ଗ ବଦଳୁଛି ।
-
୧୯୯୬ ମସିହା ଜୁଲାଇ ୧୧ ତାରିଖରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୁବନେଶ୍ୱରର ବରମୁଣ୍ଡାରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟିଥିଲା । ଯେଉଁଥିରେ ୩ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ଅଭିଯୁକ୍ତ । ଏହି ମାମଲାରେ ରାୟ ଆସିବା ସହ ୩ ଅଭିଯୁକ୍ତଙ୍କୁ ଦଣ୍ଡ ମିଳିଛି । ମାନ୍ୟବର କୋର୍ଟ ୩ ଅଭିଯୁକ୍ତ ରୁଦ୍ର, ଜିତୁ ଓ ଚିତ୍ତକୁ ଆଜୀବନ ସଜା ଦେଇଛନ୍ତି ।
-
ଏସିଆନ ପାରା ଗେମ୍ସରେ ଭାଗ ନେଇଥିବା ଓଡ଼ିଶାର ଆଥଲେଟ୍ସଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୭ ଜଣ ଓଡ଼ିଆ ଆଥଲେଟଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଁଏ ସହାୟତା ଘୋଷଣା କରିଛନ୍ତି।
-
ଖଲିସ୍ତାନୀ ସମର୍ଥକ ନିଜ୍ଜର ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି । ଭାରତରୁ ୪୧ କୁଟନୀତିଜ୍ଞଙ୍କୁ ଫେରାଇନେଇଛି କାନାଡ଼ା । ନିଜ୍ଜର ହତ୍ୟାକାଣ୍ଡ ପରେ ଦୁଇ ଦେଶ ମଧ୍ୟରେ ଚାଲିଥିବା କୂଟନୀତିଜ୍ଞ ବିବାଦ କାରଣରୁ ନିଜ ଦେଶକୁ ୪୧ ଜଣ କୂଟନୀତିଜ୍ଞଙ୍କୁ ଫେରାଇ ନେଇଛି।
-
ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ତାଙ୍କ ପତ୍ରକାର ସାଥୀ ଆଣ୍ଡ୍ରେଆ ଜିଆମବ୍ରୁନୋଙ୍କ ଠାରୁ ବିଧିବଦ୍ଧ ଭାବେ ଅଲଗା ହୋଇଛନ୍ତି । ଫଳରେ ୧୦ ବର୍ଷର ସମ୍ପର୍କ ଏବେ ଚ୍ଛିନ୍ନ ହୋଇଛି । ୪୬ ବର୍ଷୀୟର ମେଲାନୀ କିଛି ଦିନ ତଳେ ଅବଶ୍ୟ ଏ ସମ୍ପର୍କରେ ସୂଚନା ଦେଇଥିଲେ ।
-
ହମାସ୍ ଆତଙ୍କବାଦୀଙ୍କୁ ନିର୍ମୂଳ କରିବା ଲକ୍ଷ୍ୟରେ ଇସ୍ରାଏଲୀ ସେନା ଗାଜା ଅଞ୍ଚଳରେ ଆକ୍ରମଣ ଆହୁରି ତୀବ୍ର କରିଛି। ଇସ୍ରାଏଲ ସୀମାକୁ ଲାଗି ରହିଥିବା ଗାଜାର ବିଭିନ୍ନ ସହରରେ ଇସ୍ରାଏଲର ଲକ୍ଷାଧିକ ସେନା ଆକ୍ରମଣ ଜାରି ରଖିବା ସହ ହମାସ୍ ଆତଙ୍କବାଦୀଙ୍କୁ ନିପାତ କରିବାରେ ଲାଗିଛନ୍ତି।
-
୨୦୧୬ ମେ’ ୧ରେ ମୋଦୀ ସରକାରଙ୍କ ଦ୍ବାରା ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ଆରମ୍ଭ କରାଯାଇଥିଲା। ଗତ ମାସରେ କେନ୍ଦ୍ର କ୍ୟାବିନେଟ ଏହି ଯୋଜନାକୁ ୨୦୨୫ -୨୬ ପର୍ଯ୍ୟନ୍ତ ସଂପ୍ରସାରଣ କରିଛି। ଏହା ଅନ୍ତର୍ଗତ ଆଗାମୀ ୩ ବର୍ଷରେ କେନ୍ଦ୍ର ସରକାର ଆଉ ୭୫ ଲକ୍ଷ ମାଗଣା ଏଲ୍ପିଜି ସଂଯୋଗ ଯୋଗାଇଦେବେ।
-
ବିଶ୍ବର ଏକ ନମ୍ବର ଧନୀ ଏଲନ୍ ମସ୍କ ଗୋଟିଏ ଦିନରେ ୧,୩୩,୮୦୦ କୋଟି ଟଙ୍କା (୧୬.୧ ବିଲିଅନ ଡଲାର) ହରାଇଛନ୍ତି। ଟେସ୍ଲାର ତୃତୀୟ ତ୍ରୈମାସିକ ଫଳାଫଳ ନିରୁତ୍ସାହଜନକ ରହିବା ପରେ କଂପାନିର ସେୟାର ମୂଲ୍ୟ ହ୍ରାସ ପାଇଥିଲା।
-
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର ଦିନ କହିଛନ୍ତି ଯେ ୨୦୦୦ ଟଙ୍କିଆ ନୋଟ୍ ଫେରିବାରେ ଲାଗିଛି ଏବଂ ବର୍ତ୍ତମାନ କେବଳ ୧୦୦୦୦ କୋଟି ଟଙ୍କା ମୂଲ୍ୟର ନୋଟ୍ ଲୋକଙ୍କ ପାଖରେ ଅଛି ।
-
ରାଜ୍ୟର ଜଣେ ମହିଳା ଡାକ୍ତର ଏକ ଅଭିନବ ନିଦାନ ଉତ୍ପାଦ ବିକାଶ କରିଛନ୍ତି ଯାହା ମୁଖଗହ୍ବର କ୍ୟାନସର ନିଦାନରେ ବୈପ୍ଳବିକ ପରିବର୍ତ୍ତନ ଆଣିବ। ସେ ହେଉଛନ୍ତି ଡାକ୍ତର ସ୍ବାଗତିକା ପଣ୍ଡା। ଇନଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍ ସାଇନ୍ସେସ୍ରେ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ସ୍ବାଗତିକାଙ୍କ ସେହି ଉତ୍ପାଦକୁ ଦେଶର ଅଗ୍ରଣୀ ଔଷଧ କଂପାନି ସୁପ୍ରିୟା ଲାଇଫ୍ ସାଇନ୍ସେସ୍ କିଣିଛି।
-
ବିଶ୍ବ ଅର୍ଥନୀତି ପ୍ରତି ଭାରତର ଯୋଗଦାନ ବଢ଼ିବ। ଏବେ ବିଶ୍ବ ଅର୍ଥନୀତିରେ ଭାରତର ଭାଗ ୧୬ ପ୍ରତିଶତ ରହିଛି। ଆସନ୍ତା ୫ ବର୍ଷରେ, ଅର୍ଥାତ ୨୦୨୮ ସୁଦ୍ଧା ତାହା ୧୮ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ପକ୍ଷରୁ ଆକଳନ କରାଯାଇଛି। ଆଇଏମ୍ଏଫ୍ର ଏସିଆ ଓ ପ୍ରଶାନ୍ତ ମହାସାଗରୀୟ ବିଭାଗର ନିର୍ଦ୍ଦେଶକ କ୍ରିଷ୍ଣା ଶ୍ରୀନିବାସନ ଏହି ସୂଚନା ଦେଇଛନ୍ତି।
-
ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ତ୍ରୟୋଦଶତମ ସଂସ୍କରଣରେ ଅଷ୍ଟ୍ରେଲିଆ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି। ଶୁକ୍ରବାର ଏମ୍ ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ଖେଳାଯାଇଥିବା ୧୮ତମ ମ୍ୟାଚରେ ଅଷ୍ଟ୍ରେଲିଆ ୬୨ ରନରେ ପାକିସ୍ତାନକୁ ପରାସ୍ତ କରିଛି।
-
ରାଷ୍ଟ୍ରୀୟ ସଂୟ ସେବକ ସଂଗଠନ (ଆରଏସଏସ)କୁ ମସଜିଦ-ଚର୍ଚ୍ଚ ଥିବା ରାସ୍ତାରେ ରାଲି କିମ୍ବା ପଦଯାତ୍ରା କରିବାକୁ ଅନୁମତି ମଳିଛି। ୨୨ରୁ ୨୯ଅକ୍ଟୋବର ତାମିଲନାଡୁର ୩୫ଟି ସ୍ଥାନରେ ପଦଯାତ୍ରା ଆୟୋଜନ କରିବାକୁ ମାଡ୍ରାସ ହାଇକୋର୍ଟ ଆରଏସଏସକୁ ଅନୁମତି ଦେଇଛନ୍ତି।
-
ମାମଲାର ଶୁଣାଣିରେ ବିଳମ୍ବକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ। କୋର୍ଟ ଶୁକ୍ରବାର କହିଛନ୍ତ, ଯଦି ନ୍ୟାୟିକ ବ୍ୟବସ୍ଥାରେ ଆଇନଗତ ପ୍ରକ୍ରିୟା ଏପରି ମନ୍ଥର ହୁଏ ତେବେ ଆବେଦନକାରୀମାନେ ନିରାଶ ହୋଇପାରନ୍ତି।