-
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନେତୃତ୍ୱରେ କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଏବଂ ବ୍ରିଟେନର ନେତାମାନେ ଏକ ମିଳିତ ବିବୃତି ଜାରି କରି ହମାସ ବିରୋଧରେ ଇସ୍ରାଏଲର ଆତ୍ମରକ୍ଷା ଅଧିକାରକୁ ସମର୍ଥନ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।
-
ବିଶ୍ୱର ଅନେକ ସ୍ଥାନରେ ଚାଲିଥିବା ଅଶାନ୍ତି ମଧ୍ୟରେ ଭାରତ ଏବଂ ଆମେରିକା ନଭେମ୍ବର ୯-୧୦ ମଧ୍ୟରେ ନୂଆଦିଲ୍ଲୀରେ ଟୁ ପ୍ଲସ ଟୁ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି।
-
ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ପ୍ରଥମ ଥର ପାଇଁ ଇସ୍ରାଏଲ୍ ପକ୍ଷରୁ ଏହାର ଅତ୍ୟାଧୁନିକ ତଥା ଅତ୍ୟନ୍ତ ମାରାତ୍ମକ 'ଆଇରନ୍ ଷ୍ଟିଙ୍ଗ୍' ମୋର୍ଟାର ବୋମାର ପ୍ରୟୋଗ କରି ହମାସର କେତେକ ରକେଟ୍ ଲଞ୍ଚ୍ ପ୍ୟାଡକୁ ଧ୍ବଂସ କରାଯାଇଛି।
-
ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ)ର ମୁଖପାତ୍ର ରିଅର୍ ଆଡମିରାଲ ଡାନିଏଲ ହାଗାରି କହିଛନ୍ତି ଯେ ଇସ୍ରାଏଲ-ହାମାସ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଦକ୍ଷିଣ ଲେବାନନରେ ସକ୍ରିୟ ଥିବା ୨୦ଟି ହିଜବୁଲ୍ଲା ସେଲ୍କୁ ନିପାତ କରିବା ପାଇଁ ସେନା ଆକ୍ରମଣ ଚଳାଇଛି।
-
ବାଂଲାଦେଶରେ ସୋମବାର ଦୁଇଟି ଟ୍ରେନ୍ ମୁହାଁମୁହିଁ ଧକ୍କା ହେବାଫଳରେ ଅତିକମରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ପୁଲିସ କହିଛି।
-
ଅଭିନେତ୍ରୀ ଗୌତମୀ ତାଡିମଲ୍ଲା ଦଳରୁ ସମର୍ଥନ ଅଭାବ ଦର୍ଶାଇ ବିଜେପି ଛାଡ଼ିବାର କିଛି ଘଣ୍ଟା ପରେ ଦଳର ତାମିଲନାଡୁ ୟୁନିଟ୍ ମୁଖ୍ୟ କେ ଆନ୍ନାମଲାଇ କହିଛନ୍ତି ଯେ ଗୌତମୀ ଭୁଲ ବୁଝାମଣା ଯୋଗୁ ଏପରି କହିଛନ୍ତି,ଦଳ ପ୍ରକୃତରେ ତାଙ୍କ ପକ୍ଷରେ ଅଛି।
-
ଜାତୀୟ ରାଜଧାନୀ ଦିଲ୍ଲୀର ବାୟୁଗୁଣବତ୍ତା ‘ଅତ୍ୟନ୍ତ ଖରାପ’କୁ ଖସି ଆସିଥିବା ବେଳେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ସୋମବାର ଘୋଷଣା କରିଛନ୍ତି ଯେ ଅକ୍ଟୋବର ୨୬ ତାରିଖ ଗୁରୁବାରଠାରୁ ‘ରେଡ୍ ଲାଇଟ୍ ଅନ୍, ଗାଡି ଅଫ୍’ ଅଭିଯାନ ଆରମ୍ଭ ହେବ।
-
ହରିୟାଣା ପୁଲିସର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଯୋଗୀନ୍ଦର ଦେଶୱାଲ ସୋମବାର ଏକ ଜିମ୍ରେ ବ୍ୟାୟାମ କରୁଥିବା ବେଳେ ମୃତ୍ୟୁ ବରଣ କରିଛନ୍ତି। ଜିମ୍ରେ ବ୍ୟାୟାମ କରୁଥିବା ବେଳେ ତାଙ୍କୁ ହୃଦ୍ଘାତ ହୋଇଥିଲା।
-
ମସ୍ତିଷ୍କରେ ରକ୍ତସ୍ରାବ ଯୋଗୁଁ ଅଳ୍ପ କିଛି ଦିନ ହେବ ଭେଣ୍ଟିଲେଟର୍ରେ ଥିବା ‘ବାଘ୍ ବକ୍ରି ଟି ଗ୍ରୁପ୍’ର (ବାଘଛେଳି ଚା କମ୍ପାନି) ମାଲିକ ତଥା କାର୍ଯ୍ୟନିର୍ବାହୀ ନିର୍ଦେଶକ ପରାଗ ଦେଶାଇଙ୍କର ରବିବାର ସନ୍ଧ୍ୟାରେ ମୃତ୍ୟୁ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ।
-
‘ଲିଭ୍-ଇନ୍’ ସମ୍ପର୍କ ବିପରୀତ ଲିଙ୍ଗ ପାଇଁ କ୍ଷଣିକ ଉଦ୍ବେଳନ ମାତ୍ର; ସେଥିରେ ନିଷ୍ଠା ନାହିଁ, କେବଳ ‘ଟାଇମ୍ପାସ୍’ (ସମୟ ବିତାଇବା) ଅଛି ବୋଲି ଦୁଇ ଭିନ୍ନ ଧର୍ମବିଶ୍ବାସୀ ‘ଲିଭ୍-ଇନ୍’ ସଙ୍ଗୀଙ୍କୁ ପୁଲିସ ସୁରକ୍ଷା ଯୋଗାଇ ଦେବାକୁ ଅଗ୍ରାହ୍ୟ କରି ନିକଟ ଅତୀତରେ ଆହ୍ଲାବାଦ ହାଇକୋର୍ଟ କହିଛନ୍ତି।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭିକେ ପାଣ୍ଡିଆନ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି। ଗତ ୨୦ତାରିଖରେ ସେ ସ୍ୱେଚ୍ଛାକୃତ ଅବସର ପାଇଁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟକୁ ଆବେଦନ କରିଥିଲେ । ତାଙ୍କର ଆବେଦନକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି।
-
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବାତ୍ୟାର ରୂପ ନେଇଛି। ସାମୁଦ୍ରିକ ଝଡ଼ ସୃଷ୍ଟି ହେବା ପରେ ଏହାର ନାମ ‘ହାମୁନ୍’ ରଖାଯାଇଛି। ଦକ୍ଷିଣପୂର୍ବ ଓ କେନ୍ଦ୍ରୀୟ ବଙ୍ଗୋପସାଗର ସମୁଦ୍ର ଭିତରେ ଆହୁରି ବଳ ଗୋଟାଇ ଧିରେ ଧିରେ ଉପକୂଳ ଆଡକୁ ଆଗଉଛି ।
-
ରାଜ୍ୟ ସରକାର ଓଏଏସ୍ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଶନିବାର ବିଳମ୍ୱିତ ସନ୍ଧ୍ୟାରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ୨୨୦ଜଣ ଓଏଏସ୍ ଅଫିସରଙ୍କୁ ନୂତନ ସ୍ଥାନରେ ଅବସ୍ଥାପିତ କରାଯାଇଛି । ଏହି ଅଧିକାରୀମାନଙ୍କୁ ୨୫ତାରିଖ ସୁଦ୍ଧା ନିଜର ନୂଆ ସ୍ଥାନରେ ଯୋଗ ଦେବାକୁ କୁହାଯାଇଛି ।
-
ବ୍ରିଟେନର ପଶ୍ଚିମ ସସେକ୍ସ ସ୍ଥିତ କଟ୍ସମୋର୍ ବୋଡିଂ ସ୍କୁଲ ଏବେ ନିଆରା ପ୍ରଧାନଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରିଛି। ‘ଅବିଗେଲ୍ ବେଲି’ ନାଁରେ ଜଣେ ଏଆଇ ରୋବଟ୍କୁ ଏହି ସ୍କୁଲ ପ୍ରଧାନଶିକ୍ଷକ ଭାବେ ନିଯୁକ୍ତ ଦେଇଛି। ଏହି ଏଆଇ ପ୍ରଧାନଶିକ୍ଷକ ସ୍କୁଲର ପ୍ରକୃତ ପ୍ରଧାନଶିକ୍ଷକ ଟମ୍ ରୋଗରସନ୍ଙ୍କୁ ତାଙ୍କ କାମରେ ସାହାଯ୍ୟ କରିବ। ଟମ୍ଙ୍କ କାମକୁ ହାଲୁକା କରିବା ପାଇଁ ତାଙ୍କୁ ଏହି ରୋବଟ୍ ଦିଆଯାଇଛି।
-
ଇଣ୍ଡିଆନ ପାନୋରାମା ୨୦୨୩, ୫୪ତମ ଭାରତୀୟ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ(ଆଇଏଫଏଫଆଇ) ପାଇଁ ଅଣ-ଫିଚର ବର୍ଗରେ ଓଡିଆ ଫିଲ୍ମ ‘ଦ ସି ଆଣ୍ଡ ସେଭେନ ଭିଲେଜ’କୁ ଚୟନ କରାଯାଇଛି।
-
ଅନେକ ଚର୍ଚ୍ଚା ମଧ୍ୟରେ ଡିଜନୀ ଭାରତରେ ଏହାର ବ୍ୟବସାୟକୁ ଏସିଆ ତଥା ଭାରତର ସବୁଠୁ ଧନୀ ବ୍ୟକ୍ତିଙ୍କ କମ୍ପାନୀ ରିଲାଏନ୍ସକୁ ବିକ୍ରି କରିବା ପାଇଁ ଚୁକ୍ତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି।
-
ବିହାରର ଶିକ୍ଷା ବିଭାଗ ଅନୁପସ୍ଥିତ ଥିବାରୁ ରାଜ୍ୟର ବିଭିନ୍ନ ସରକାରୀ ସ୍କୁଲରେ ପଢୁଥିବା ୨୦,୮୭,୦୬୩ ଛାତ୍ରୀଛାତ୍ରଙ୍କ ପଞ୍ଜୀକରଣକୁ ବାତିଲ କରିଦେଇଛି। ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।ସମ୍ପୃକ୍ତ ଅଧିକାରୀଙ୍କ ବିନା ଅନୁମତିରେ କ୍ରମାଗତ ୧୫ ଦିନ ପିଲାମାନେ ଅନୁପସ୍ଥିତ ରହିବା ପରେ ବିଭାଗ ଏହି କଠୋର ପଦକ୍ଷେପ ନେଇଛି। ସେଥିମଧ୍ୟରୁ ୨,୬୬,୫୬୪ ଛାତ୍ରୀଛାତ୍ର ନବମ ରୁ ଦ୍ୱାଦଶ ଶ୍ରେଣୀର।
-
ଆରବ ସାଗର ଏବଂ ବଙ୍ଗୋପସାଗରରେ ଦୁଇଟି ବିପଜ୍ଜନକ ଘୂର୍ଣ୍ଣିବଳୟ ଏକାସାଙ୍ଗରେ ସୃଷ୍ଟି ହେଉଛି। ଆରବ ସାଗରରେ ‘ତେଜ’ ଏକ ଭୟଙ୍କର ଘୂର୍ଣ୍ଣିବଳୟରେ ପରିଣତ ହୋଇଛି। ଏଥି ସହିତ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ‘ହାମୁନ’ ସୃଷ୍ଟି ହେଉଛି।
-
ଉତ୍ତରପ୍ରଦେଶର ସରକାରୀ ବିଦ୍ୟାଳୟରେ ଶିକ୍ଷାର ଗୁଣବତ୍ତା ଯାଞ୍ଚ କରିବା ପାଇଁ କରାଯାଇଥିବା ଏକ ସ୍ବତନ୍ତ୍ର ଯାଞ୍ଚ ଅଭିଯାନରେ ୯୦୦୦ ଶିକ୍ଷକ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା।
-
ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ ରେ ଆଫଗାନିସ୍ତାନ ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ବିଜୟକୁ ହାସଲ କରିଛି। ଲଗାତାର ପରାଜୟ ପରେ ପାକିସ୍ତାନର ବିଶ୍ୱକପ ଅଭିଯାନ ବର୍ମାନ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡିଛି।