-
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଦେଶର ସର୍ବୋଚ୍ଚ ବୈଜ୍ଞାନିକ ପୁରସ୍କାରରେ ସମ୍ମାନିତ କରିଛନ୍ତି। ହ୍ବାଇଟ୍ ହାଉସ୍ରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ ଭାରତୀୟ-ଆମେରିକୀୟ ଡ. ଅଶୋକ ଗାଡ଼ଗିଲ ଏବଂ ଏସ୍. ସୁରେଶଙ୍କୁ ରାଷ୍ଟ୍ରୀୟ ବିଜ୍ଞାନ ପଦକରେ ସମ୍ମାନିତ କରାଯାଇଛି। ଜୀବନରକ୍ଷକ ଚିକିତ୍ସା ଉପଚାରକୁ ଅଧିକ ପାରଦର୍ଶୀ କରବା, ମହାମାରୀ ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ, ଖାଦ୍ୟ ସୁରକ୍ଷାରେ ସୁଧାର ଆଦି ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି।
-
ଇସ୍ରାଏଲ-ହମାସ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେଉଥିବାବେଳେ ଇସ୍ରାଏଲ ବିଦେଶ ମନ୍ତ୍ରୀ ଏଲି ହମାସ ଆତଙ୍କବାଦୀଙ୍କୁ ଶେଷ କରିଦେବାପାଇଁ ପ୍ରତିଜ୍ଞା କରିଛନ୍ତି। ଅନ୍ୟପକ୍ଷେ ପାଲେଷ୍ଟିନୀୟ ବିଦେଶ ମନ୍ତ୍ରୀ କହିଛନ୍ତି, ରକ୍ତପାତ ବନ୍ଦ କରିବା ଏକ ମିଳିତ ଦାୟିତ୍ବ। ଏକ ରିପୋର୍ଟ ଅନୁଯାୟୀ ଜାତିସଂଘରେ ଏକ ଉଚ୍ଚସ୍ତରୀୟ ବୈଠକରେ ଜାତିସଂଘ ମୁଖ୍ୟ ଗାଜାରେ ଅସ୍ତ୍ରବିରତି କଥା କହିଥିବାବେଳେ ଇସ୍ରାଏଲ ଏହାକୁ ପ୍ରତ୍ୟାଖ୍ୟାନ କରିଛି।
-
ବୁଧବାର ରାତିରେ ଆମେରିକାର ମେନେ ଅନ୍ତର୍ଗତ ଲିୱିଷ୍ଟନ୍ରେ ଭୟାବହ ଗୁଳିକାଣ୍ଡ ଘଟଣାରେ ଅନ୍ୟୂନ ୨୨ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୬୦ଜଣ ଆହତ ହୋଇଛନ୍ତି ବୋଲି ‘ଫକ୍ସ୍ ନିଉଜ୍’ ରିପୋର୍ଟ କରିଛି।
-
ଫୋନ୍ ବ୍ୟବସାୟରୁ ମାଇକ୍ରୋସଫ୍ଟ ଓହରିବା ଏକ ଭୁଲ ଥିଲା। ଆମେ ଆହୁରି ଭଲ ପ୍ରଦର୍ଶନ କରିପାରିଥାନ୍ତୁ ବୋଲି ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି।
-
ଏନ୍ସିଇଆର୍ଟି (ଜାତୀୟ ଶୈକ୍ଷିକ ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ) କମିଟିର ଏକ ପ୍ରସ୍ତାବ ଅନୁଯାୟୀ ଆଗକୁ ଏନ୍ସିଇଆରଟି ପାଠ୍ୟପୁସ୍ତକରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ଲେଖାଯିବ। ଏନ୍ସିଇଆରଟି କମିଟି ସଦସ୍ୟଙ୍କ ଦ୍ବାରା ଏହି ପ୍ରସ୍ତାବକୁ ମଂଜୁରି ମିଳିଛି।
-
ରାଜସ୍ଥାନର ଭରତପୁରରେ ଏକ ବର୍ବର ହତ୍ୟାକାଣ୍ଡ ଆଲୋଡ଼ନ ସୃଷ୍ଟି କରିଛି। ଜମି ବିବାଦକୁ ନେଇ ଜଣେ ବ୍ୟକ୍ତି ନିଜ ଭାଇକୁ ସର୍ବସମ୍ମୁଖରେ ୮ ଥର ଟ୍ରାକ୍ଟର ଚଢ଼ାଇ ହତ୍ୟା କରିଛି। ଏହି ଘଟଣାରେ ଅନ୍ୟ ୧୨ ଜଣ ମଧ୍ୟ ଆହତ ହୋଇଛନ୍ତି।
-
କଂଗ୍ରେସ ନେତା ରାହୁଲ ଗାନ୍ଧି ନିକଟରେ ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ସାକ୍ଷାତକାର ନେଇଛନ୍ତି ଏବଂ ଏହାର ଭିଡିଓ ଆଜି ଜାରି କରିଛନ୍ତି।
-
୨୨ ଜାନୁଆରି ୨୦୨୪ରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ।
-
ଇରାନରେ ୧୨ ଜଣ ମହିଳା କଳାକାରଙ୍କୁ ଫିଲ୍ମ ଓ ଟିଭି ଧାରାବାହିକରେ କାମ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଜଣେ ଅଧିକାରୀ କହିଛନ୍ତି ଯେ ମହିଳା କଳାକାରମାନେ ଇସ୍ଲାମିକ ରିପବ୍ଲିକର କଠୋର ଡ୍ରେସ୍ କୋଡ୍ ପାଳନ କରିବାରେ ବିଫଳ ହୋଇଛନ୍ତି।
-
ଚାଷୀମାନଙ୍କ ଲାଗି ବଡ଼ ଖୁସି ଖବର। ରବି ଋତୁରେ ସାର ଦାମ୍ ବଢ଼ିବନି। ଚାଷୀମାନଙ୍କୁ ସୁଲଭ ଓ ଉଚିତ ମୂଲ୍ୟରେ ସାର ଯୋଗାଇ ଦେବା ଲାଗି କେନ୍ଦ୍ର ସରକାର ୨୨,୩୦୩ କୋଟି ଟଙ୍କାର ସବ୍ସିଡି ଘୋଷଣା କରିଛନ୍ତି।
-
ଅର୍ଥନୀତି ଓ ଭୂରାଜନୈତିକ ସ୍ଥିତିକୁ ଦୃଷ୍ଟିରେ ରଖି ନିବେଶକମାନେ ସେୟାର ବିକ୍ରି କରିବାରୁ ବମ୍ବେ ଷ୍ଟକ ବଜାରର ସେନ୍ସେକ୍ସ ଆଜି ୫୨୩ ପଏଣ୍ଟ ହ୍ରାସ ପାଇ ୬୪,୦୪୯ ପଏଣ୍ଟ୍ରେ ବନ୍ଦ ହୋଇଥିବା ବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ୍ର ନିଫ୍ଟି ୧୬୦ ପଏଣ୍ଟ୍ ହ୍ରାସ ପାଇ ୧୯,୧୨୨ ପଏଣ୍ଟ୍ରେ ବନ୍ଦ ହୋଇଛି। ସେନ୍ସେକ୍ସରେ ଆଜି ଘଟିଥିବା ହ୍ରାସ ପ୍ରଭାବରେ ନିବେଶକମାନଙ୍କ ସମ୍ପତ୍ତିରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ହ୍ରାସ ଘଟିଛି।
-
ନେଦରଲାଣ୍ଡ୍ସର ଯୁଟ୍ରେକ୍ଟ ୟୁନିଭର୍ସିଟିର ଏକ ଟିମ୍କୁ ଆଗ୍ରୋଲାଣ୍ଡ ନାମକ ଏକ ମହାଦ୍ୱୀପ ବାବଦରେ ତଥ୍ୟ ମିଳିଛି। ଏହା ପ୍ରାୟ ୩ହଜାର ଶହେ ମାଇଲର ଏକ ଅଂଶବିଶେଷ।
-
ଭାରତୀୟ ଡାକ ବିଭାଗରେ ଚାକିରି ପାଇଁ ୧୯୯୫ ମସିହାରେ ଆବେଦନ କରିଥିଲେ। ହେଲେ ବିଭାଗୀୟ ତ୍ରୁଟି ଯୋଗୁ ତାଙ୍କୁ ଚାକିରି ମିଳି ପାରି ନ ଥିଲା। ଏବେ ସୁପ୍ରିମକୋର୍ଟ ଉକ୍ତ ବ୍ୟକ୍ତିଙ୍କୁ ଚାକିରି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି
-
ପରିବାରର ୧୦୦ କୋଟି ଟଙ୍କାର ଜମି ବିକ୍ରି ଅଭିଯୋଗରେ ମୁମ୍ବାଇ ପୋଲିସ ଜଣେ ୫୮ ବର୍ଷୀୟ ମହିଳାଙ୍କୁ ଗିରଫ କରିଛି।
-
ଦେଶର ଘରୋଇ ବ୍ୟାଙ୍କ ଏବଂ ବିଦେଶୀ ବ୍ୟାଙ୍କ ଗୁଡିକର ଭାରତୀୟ ଶାଖା ଗୁଡିକରେ ଦୁଇ ଜଣ ଲେଖାଏଁ ପୂର୍ଣ୍ଣକାଳୀନ ନିର୍ଦେଶକ ରଖିବାକୁ ପରାମର୍ଶ ଦେଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ।
-
ରାଜସ୍ଥାନରେ କଂଗ୍ରେସ ସରକାର ଆସିଲେ ପରିବାରର ମହିଳା ମୁଖ୍ୟଙ୍କୁ ପ୍ରତିବର୍ଷ ୧୦,୦୦୦ ଟଙ୍କା ସମ୍ମାନ ପ୍ରଦାନ କରାଯିବ। ଜୁଞ୍ଜୁନୁରେ ଏକ ସାଧାରଣ ସଭାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହା ଘୋଷଣା କରିଛନ୍ତି।
-
ଭାରତର ନିର୍ବାଚନ ଆୟୋଗ ଏଥର ଅଭିନେତା ରାଜକୁମାର ରାଓଙ୍କୁ ନିଜର ନ୍ୟାଶନାଲ ଆଇକନ କରିବାକୁ ନିଷ୍ପତ୍ତି ନେଇଛି। ଆୟୋଗ ଗୁରୁବାର (୨୬ ଅକ୍ଟୋବର)ରେ ରାଜକୁମାର ରାଓଙ୍କୁ ଆଇକନ ଭାବରେ ନିଯୁକ୍ତ କରିବ।
-
ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାରାଷ୍ଟ୍ର କଂଗ୍ରେସର ଜଣେ ବରିଷ୍ଠ ନେତା ସୁଶୀଲ କୁମାର ଶିନ୍ଦେ ବର୍ତ୍ତମାନ ସକ୍ରିୟ ରାଜନୀତିରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି।
-
ଉତ୍ତରପ୍ରଦେଶର ଆଗ୍ରା ଷ୍ଟେସନ ନିକଟରେ ପାତାଲକୋଟ୍ ଏକ୍ସପ୍ରେସ୍ ଟ୍ରେନ୍ରେ ନିଆଁ ଲାଗିଯିବାରୁ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ତେବେ ତୁରନ୍ତ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ସଫଳ ପଦକ୍ଷେପ ନିଆଯିବାରୁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି।
-
ଚାଇନାର ବୈଜ୍ଞାନିକମାନେ ୮ଟି ନୂଆ ଭାଇରସ ଆବିଷ୍କାର କରିଛନ୍ତି। କରୋନା ଭଳି ଏହି ନୂଆ ଭାଇରସ ମଣିଷଙ୍କ ମଧ୍ୟରେ ଦ୍ରୁତ ଗତିରେ ବ୍ୟାପିପାରେ, ଯେଉଁଥିପାଇଁ ବିଶ୍ୱରେ ଆଉ ଏକ ମହାମାରୀର ସମ୍ଭାବନା ଦେଖାଯାଇପାରେ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି।