-
ଜାତିସଂଘରେ ଜୋର୍ଡାନ୍ ଆଗତ କରିଥିବା ଏହି ଚିଠା-ପ୍ରସ୍ତାବନାରେ ମାନବୀୟ ଦୃଷ୍ଟିକୋଣ ପ୍ରତି ଦୃଷ୍ଟି ଦେଇ ଇସ୍ରାଏଲ୍-ହମାସ୍ ଯୁଦ୍ଧରେ ତୁରନ୍ତ ଅସ୍ତ୍ରବିରତି ପାଇଁ ଉଦ୍ୟମ କରାଯିବା ପାଇଁ ଆହ୍ବାନ ଦିଆଯାଇଛି।‘ସାଧାରଣ ନାଗରିକମାନଙ୍କର ସୁରକ୍ଷା ଏବଂ ଆଇନଗତ ଓ ମାନବୀୟ ପ୍ରତିବଦ୍ଧତା ସୁଦୃଢ଼ ରଖିବା’ ଶୀର୍ଷକ ଏହି ପ୍ରସ୍ତାବନା ସପକ୍ଷରେ ୧୨୦ଟି ରାଷ୍ଟ୍ର ଭୋଟ୍ ଦେଇଥିବା ବେଳେ ୧୪ଟି ରାଷ୍ଟ୍ର ବିପକ୍ଷରେ ଭୋଟ୍ ଦେଇଥିଲେ। ସେହିପରି, ୪୫ଟି ରାଷ୍ଟ୍ର ଭୋଟ୍ ଦେବାରୁ ବିରତ ଥିଲେ।
-
ଜାତିସଂଘରେ ଆରବ ପ୍ରସ୍ତୁତ କରିଥିବା ଚିଠା-ପ୍ରସ୍ତାବନା ଉପରେ ଭୋଟ୍ ଦେବାରୁ ଭାରତ ବିରତ ରହିଛି।
-
ଗାଜାରେ ସ୍ଥଳ ଆକ୍ରମଣ ଆରମ୍ଭ କରିବା ପୂର୍ବରୁ ଇସ୍ରାଏଲର ସେନାକୁ ଯାହା ଚିନ୍ତାରେ ପକାଇ ଦେଉଛି; ତାହା ହେଉଛି ଗାଜାରେ ଥିବା ଶହ ଶହ କିଲୋମିଟର ଲମ୍ବ ଏବଂ ୮୦ ମିଟର ଗଭୀର ଭୂ-ତଳ ହମାସ ଟନେଲ ନେଟୱାର୍କ।
-
ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ସିରିଆ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍ କରିଛି । ଆମେରିକା ସେନା ଇରାନୀ ସମର୍ଥିତ ଆତଙ୍କୀ ସଂଗଠନ ଠିକଣାକୁ ଟାର୍ଗେଟ୍ କରିଛି ।
-
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ପଶ୍ଚିମବଙ୍ଗ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲ୍ଲିକଙ୍କୁ ଗିରଫ କରିଛି। ରାଜ୍ୟର ଗଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ହୋଇଥିବା ଦୁର୍ନୀତି ମାମଲାରେ ମନ୍ତ୍ରୀ ଜ୍ୟୋତିପ୍ରିୟଙ୍କୁ ଇଡି ଗିରଫ କରିଛି।
-
ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ହାଜର ହେବା ପାଇଁ ଲୋକସଭାର ଏଥିକ୍ସ (ସଦାଚାର) କମିଟି ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କୁ ଆସନ୍ତା ୩୧ ତାରିଖରେ ହାଜର ହେବା ପାଇଁ ନୋଟିସ୍ କରିଥିଲା। କିନ୍ତୁ ସାଂସଦ ମହୁଆ ଏଥିପାଇଁ ଅଧିକ ସମୟ ମାଗିଛନ୍ତି।
-
ଉତ୍ତରପ୍ରଦେଶର ଗ୍ୟାଙ୍ଗଷ୍ଟର-ରାଜନେତା ମୁଖତାର ଅନ୍ସାରୀଙ୍କୁ ଏକ ହତ୍ୟା ମାମଲାରେ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୨୮ ଅକ୍ଟୋବରରେ ପ୍ରାୟ ୫୧୦୦୦ ନବନିଯୁକ୍ତ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏହି ନବ ନିଯୁକ୍ତ କର୍ମଚାରୀମାନଙ୍କୁ ସମ୍ବୋଧିତ କରିବେ।
-
ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ଦେହାନ୍ତ । ଦୀର୍ଘଦିନ ଧରି କ୍ୟାନସରରେ ପୀଡିତ ଥିଲେ ସ୍ବରୂପ । ଗତ କିଛି ଦିନ ତଳେ ଅସୁସ୍ଥତା କାରଣରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଥ୍ରୋଟ୍ କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଥିଲା
-
ଜିଓ ସ୍ପେସ୍ ଫାଇବର ହେଉଛି ଉପଗ୍ରହ (ସାଟେଲାଇଟ୍) ଭିତ୍ତିକ ଗିଗା ଫାଇବର ପ୍ରଯୁକ୍ତି ଯାହା ଫାଇବର କେବୁଲ ଓ ବ୍ରଡବ୍ୟାଣ୍ଡ୍ ସଂଯୋଗ ପହଞ୍ଚାଇବା କଷ୍ଟକର ଥିବା ଅଞ୍ଚଳଗୁଡ଼ିକରେ ହାଇସ୍ପିଡ୍ ଇଣ୍ଟରନେଟ ସଂଯୋଗ ପହଞ୍ଚାଇବ । ଏହି ସେବା ସାରା ଦେଶରେ ବେଶ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ ।
-
ପାରା ଏସିଆନ୍ ଗେମ୍ସରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡିଶାର ପ୍ରମୋଦ ଭାଗବତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ଚୀନ୍ର ହାଙ୍ଗଝୋଉରେ ଚାଲିଥିବା ଏସୀୟ ପାରା ଗେମ୍ସରେ ପାରା ବ୍ୟାଡମିଣ୍ଟନ୍ ପୁରୁଷ ସିଙ୍ଗଲ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ପ୍ରମୋଦ ଭଗତ।
-
ଆମେରିକାରେ ଦୁଇ ଭାରତୀୟଙ୍କୁ ସମ୍ମାନିତ କରାଯାଇଛି। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ଦୁଇ ବୈଜ୍ଞାନିକ ହେଲେ ଅଶୋକ ଗଡଗିଲ ଏବଂ ସୁବ୍ରା ସୁରେଶ। ଦେଶର ଉନ୍ନତି ପାଇଁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଅନେକ ଆମେରିକୀୟଙ୍କୁ ନ୍ୟାଶନାଲ ମେଡାଲ ଅଫ ସାଇନ୍ସ ଏବଂ ନ୍ୟାସନାଲ ମେଡାଲ ଅଫ ଟେକ୍ନୋଲୋଜି ଆଣ୍ଡ ଇନୋଭେସନ ସମ୍ମାନିତ କରିଛି ବୋଲି ହ୍ବାଇଟ ହାଉସ କହିଛି।
-
ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ: ଡିସେମ୍ବର ୯ ଯାଏ ଆବେଦନ କରି ପାରିବେ ଭୋଟର ।
-
ଏଲାଏନ୍ସ ଏୟାର୍ ପକ୍ଷରୁ ଟିକଟ୍ ବୁକିଂ ଆରମ୍ଭ: ରାଉରକେଲା-କୋଲକାତା ଉଡ଼ାଣ ୧ରୁ।
-
ରୋମାନ କ୍ୟାଥୋଲିକ୍ ଚର୍ଚ୍ଚରେ ୨ ଲକ୍ଷରୁ ଅଧିକ ପିଲା ଯୌନ ଶୋଷଣର ଶିକାର, ପୀଡ଼ିତଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ।
-
ଲାଲୁଙ୍କୁ ସୁନା ମୁକୁଟ ପିନ୍ଧାଇଥିଲେ ବେଗୁସରାୟର ବାହୁବଳୀ ନେତା ରତନ ସିଂହ, ଏବେ ସରଗରମ ହେଉଛି ରାଜନୀତି ।
-
ନବ ନିର୍ବାଚିତ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ ଭାରତୀୟୂ ସେନାଙ୍କୁ ଦ୍ୱୀପ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ଜାରି କରି ସେ କହିଛନ୍ତି, ମାଳଦ୍ୱୀପ ଏବେ ସ୍ବାଧୀନ।
-
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଏଏପି ନେତା ସଞ୍ଜୟ ସିଂଙ୍କ ଅଡୁଆ କମିବାରେ ନାଁ ନେଉନାହିଁ। ଶୁକ୍ରବାର କୋର୍ଟ ସଞ୍ଜୟ ସିଂଙ୍କ ନ୍ୟାୟିକ ହେପାଜତକୁ ୧୦ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
-
ଆସାମ ସରକାର ୫୮ ବର୍ଷ ପୂର୍ବେ ଏକ ନିୟମକୁ ତତ୍କାଳୀନ ପ୍ରଭାବ ପକାଇ ସରକାରୀ କର୍ମଚାରୀଙ୍କ ଦ୍ୱିତୀୟ ବିବାହ ଉପରେ ରୋକ ଲଗାଇଛନ୍ତି।
-
ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ୧୩ତମ ସଂସ୍କରଣର ଶନିବାର ଦୁଇଟି ମ୍ୟାଚ ଖେଳାଯିବ। ଧର୍ମଶାଳାରେ ନ୍ୟୁଜିଲାଣ୍ଡ-ଅଷ୍ଟ୍ରେଲିଆକୁ ଓ ଇଡେନଗାର୍ଡେନରେ ବାଂଲାଦେଶ-ନେଦରଲ୍ୟାଣ୍ଡ୍ସକୁ ଭେଟିବ।