-
‘ସେଲିବ୍ରେଟିଂ ୪୦ ଇୟର୍ସ ଅଫ୍ ଇଭିଏମ୍-ପ୍ରାଇଡ୍ ଅଫ୍ ଇଣ୍ଡିଆନ୍ ଇଲେକ୍ସନ୍ସ’ ଶୀର୍ଷକ ପୁସ୍ତକ ପ୍ରକାଶିତ ହୋଇଛି।୧୦୪ ପୃଷ୍ଠା ସମ୍ବଳିତ ଉକ୍ତ ପୁସ୍ତକର ଲେଖକ ହେଉଛନ୍ତି ଓଡ଼ିଆ ଅଧିକାରୀ ବି.ସି.ପାତ୍ର। ଦେଶରେ ପ୍ରଥମ ଇଭିଏମ୍ ପ୍ରଚଳନକୁ ୪୦ ବର୍ଷ ପୂର୍ତ୍ତି ଅବସରରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ବାରା ଏହି ପୁସ୍ତକ ପ୍ରକାଶ କରାଯାଇଛି।
-
ଆମେରିକାର ମେଇନ୍ ରାଜ୍ୟରେ ଏକ ଗୁଳିକାଣ୍ଡରେ ୧୮ ଜଣଙ୍କୁ ହତ୍ୟା କରାଯାଇଥିଲା। ୪୦ ବର୍ଷୀୟ ଆର୍ମି ରିଜର୍ଭିଷ୍ଟ ରବର୍ଟ କାର୍ଡ ଗଣହତ୍ୟା ଘଟାଇବା ପରେ ନିଜେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛି।
-
ଅବିଶ୍ବାସୀ ସର୍ବଦା ଅବିଶ୍ବାସୀ ହୋଇ ରହିବ ବୋଲି ଇସ୍ରାଏଲ୍-ହମାସ୍ ଯୁଦ୍ଧ ଉପରେ ତୁର୍କୀର ରାଷ୍ଟ୍ରପତି ତାୟିପ୍ ଏର୍ଡଗାନ୍ଙ୍କ ମନ୍ତବ୍ୟକୁ ନିନ୍ଦା କରି ଜାତିସଂଘସ୍ଥିତ ଇସ୍ରାଏଲୀ ରାଷ୍ଟ୍ରଦୂତ ଜିଲାଡ୍ ଏର୍ଡାନ୍ କହିଛନ୍ତି।
-
ଭାରତୀୟ ନୌବାହିନୀର ବିମାନବାହୀ ଯୁଦ୍ଧପୋତର ଦକ୍ଷତା ବୃଦ୍ଧି ପାଇଁ ଭାରତ ସରକାର ଫ୍ରାନ୍ସଠାରୁ ୨୬ଟି ରାଫେଲ ଯୁଦ୍ଧବିମାନ ମଗାଇବା ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିପାଇଁ ୬୦୦ କୋଟି ଆମେରିକୀୟ ଡଲାରର ଚୁକ୍ତିନାମା ସ୍ବାକ୍ଷରିତ ହେବ।
-
ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର ଆସନ୍ତା ନଭେମ୍ବର ୨ ତାରିଖରେ ଲୋକସଭା ଏଥିକ୍ସ (ସଦାଚାର) କମିଟିରେ ହାଜର ହେବେ। ମହୁଆ ମୈତ୍ରଙ୍କୁ ଆସନ୍ତା ୩୧ ତାରିଖରେ କମିଟିରେ ହାଜର ହେବା ପାଇଁ ନୋଟିସ୍ ହୋଇଥିଲା।
-
ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ (ଇଜିଆଇ)ର ସାଧାରଣ ସଂପାଦକ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ଆଉଟଲୁକ ଇଂରାଜୀ ସାପ୍ତାହିକ ପତ୍ରିକାର ପୂର୍ବତନ ଏଡିଟର-ଇନ-ଚିଫ୍ ରୁବେନ ବାନାର୍ଜୀ।
-
ଆହ୍ଲାବାଦ ହାଇକୋର୍ଟ ନିକଟରେ କହିଛନ୍ତି ଯେ ସୋସିଆଲ ମିଡ଼ିଆରେ କୌଣସି ଅଶ୍ଳୀଳ ପୋଷ୍ଟକୁ କେବଳ ଲାଇକ୍ କରିବା ଅପରାଧ ନୁହେଁ। କିନ୍ତୁ ଏହାକୁ ସେୟାର କରିବା କିମ୍ବା ପୁନର୍ବାର ପୋଷ୍ଟ କରିବା ହେଉଛି ଅପରାଧ, ଯେଉଁଥିପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବା ସହ ଦଣ୍ଡ ଭୋଗ କରିବାକୁ ପଡ଼ିପାରେ।
-
କର୍ମଚାରୀମାନଙ୍କ ବେତନରେ ୧୫ ପ୍ରତିଶତ ବୃଦ୍ଧି ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହିତ ବ୍ୟାଙ୍କ ସଂଘଗୁଡ଼ିକ ଆଲୋଚନା ଚଳାଇଛନ୍ତି। ଏଥିସହିତ ନିକଟ ଭବିଷ୍ୟତରେ ସପ୍ତାହକୁ ୫ ଦିନ ବ୍ୟାଙ୍କ ଖୋଲିବା ନେଇ ଯୋଜନା ମଧ୍ୟ ରହିଛି। ଗତ ଗୁରୁବାର ଇଣ୍ଡିଆନ୍ ବ୍ୟାଙ୍କ୍ସ ଆସୋସିଏସନ (ଆଇବିଏ) ୧୫ ପ୍ରତିଶତ ବେତନ ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଥିଲା।
-
ଭାରତର କୌଣସି ନୂଆ କୌଶଳ ଏବେ ଯଦି ସମଗ୍ର ବିଶ୍ୱରେ ଦୃଷ୍ଟି ଆକର୍ଷଣ କରିଥାଏ, ତାହା ନିଃସନ୍ଦେହରେ ୟୁପିଆଇ ବା ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ । ସମ୍ପ୍ରତି ଭାରତର ୪୦ %ରୁ ଅଧିକ ଆର୍ଥିକ ଦେଣନେଣ ଡିଜିଟାଲ ମାଧ୍ୟମରେ ହେଉଛି
-
ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କ ପୁଅ ଆକାଶ ଓ ଅନନ୍ତ ଏବଂ ଝିଅ ଇଶାଙ୍କୁ କମ୍ପାନି ବୋର୍ଡରେ ଅଣ-କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିବା ପ୍ରସ୍ତାବକୁ ଅଂଶଧନକାରୀଙ୍କ ଅନୁମୋଦନ ମିଳିଛି।
-
ପ୍ରଥମ ଭାରତୀୟ କଂପାନି ଭାବେ ଆପଲ୍ର ଆଇଫୋନ୍କୁ ତିଆରି କରିବ ଟାଟା। ଆଜି କେନ୍ଦ୍ର ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏହି ସୂଚନା ଦେଇଛନ୍ତି। ଆଇଫୋନ୍ ତିଆରି କରୁଥିବା ସଂସ୍ଥା ୱିଷ୍ଟ୍ରନର କାରଖାନାକୁ ଟାଟା ଅଧିଗ୍ରହଣ କରିବା ଚୂଡ଼ାନ୍ତ ହୋଇଛି।
-
କେନ୍ଦ୍ର ସରକାରଙ୍କ ରୋଜଗାର ମେଳା । ରୋଜଗାର ମେଳାରେ ୫୧ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
-
ନଭେମ୍ବର ୧ ତାରିଖରେ କଳାହାଣ୍ଡି ଗସ୍ତରେ ଆସି ଲକ୍ଷ୍ମୀ ବସ୍ ଚଳାଚଳ ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
-
ମଣିପୁର ହିଂସା ଘଟଣାର ତଦନ୍ତ ପାଇଁ ଦିଲ୍ଲୀ ସମେତ ୬ଟି ରାଜ୍ୟରୁ ୧୪ଟି ଆଇପିଏସ ଏବଂ ୬ ଜଣ ଇନ୍ସପେନ୍ସକ୍ଟରଙ୍କୁ ପଠାଯାଇଛି। ସେଠାରେ ୪୨ଟି ଏସଆଇସଟି ୩ ହଜାର ମାମଲାର ଅନୁସନ୍ଧାନ କରୁଛନ୍ତି।
-
ଚଳିତ ଶିକ୍ଷାବର୍ଷ ପାଇଁ ଶିକ୍ଷକ ବଦଳି ପୋର୍ଟାଲ ଅକ୍ଟୋବର ୨୯ ଅର୍ଥାତ୍ ରବିବାରଠାରୁ ଖୋଲିବ। ସମସ୍ତ ମାଧ୍ୟମିକ ଶିକ୍ଷକଙ୍କ ବଦଳି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି କରି ମାଧ୍ୟମିକ ଶିକ୍ଷକ ନିର୍ଦ୍ଦେଶାଳୟ ଅବଗତ କରିଛି।
-
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ତ୍ୱରାନ୍ୱିତ କରି ଡିସେମ୍ବର ୧୫ ତାରିଖ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
-
ଅକ୍ଟୋବର 28 ରେ, କେରଳର ଏର୍ନାକୁଲମ ଜିଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗ ଦକ୍ଷିଣ ରେଳବାଇକୁ ଟ୍ରେନ ବିଳମ୍ବ ହୋଇଥିବା ନେଇ ଜଣେ ଯାତ୍ରୀଙ୍କୁ ୬୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
-
ପ୍ରଥମେ ସହମତିରେ ଶାରୀରିକ ସମ୍ପର୍କ ସ୍ଥାପନ ଏବଂ ଯେତେବେଳେ ବ୍ରେକଅପ ହେଲା, ସମ୍ପୃକ୍ତ ଯୁବତୀ ଅଭିଯୋଗ କଲେ ମୋତେ ବଳାତ୍କାର କରାଯାଇଛି। ଖଣ୍ଡପୀଠ ଉଭୟ ପକ୍ଷର ଶୁଣାଣି ପରେ ରାୟ ଦେଇଛନ୍ତି। ଖଣ୍ଡପୀଠଙ୍କ ରାୟ ଅନୁସାରେ ସହମତିରେ ଶାରୀରିକ ସମ୍ପର୍କକୁ ଧାରା ୩୭୬ ଅନୁଯାୟୀ ବଳାତ୍କାର ବୋଲି ବିବେଚନା କରାଯାଇପାରିବ ନାହିଁ। ବମ୍ବେ ହାଇକୋର୍ଟର ଜଷ୍ଟିସ ନିତିନ ସାମ୍ବ୍ରେ ଏବଂ ଜଷ୍ଟିସ ଏନ.ଆର ବୋରକର ଏହି ରାୟ ଦେଇଛନ୍ତି ଏବଂ ଅପରାଧିକ ଆବେଦନକୁ ଖାରଜ କରିଛନ୍ତି।
-
ପାରା ଏସିଆନ୍ ଗେମରେ ଦୃଷ୍ଟିବାଧିତ ଚେସ୍ରେ ଓଡ଼ିଆ ପୁଅ ସୌନ୍ଦର୍ଯ୍ୟ ପ୍ରଧାନ ଜିତିଲେ ସ୍ୱର୍ଣ୍ଣ ସହ ଦୁଇଟି ପଦକ । ବ୍ୟକ୍ତିଗତ ବିଭାଗରେ ରୌପ୍ୟ ପଦକ ହାସଲ ପରେ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଛନ୍ତି ସୌନ୍ଦର୍ଯ୍ୟ ।
-
ଆଇସିସି କ୍ରିକେଟ ବିଶ୍ୱକପରେ ଆଜି ଧର୍ମଶାଳାଠାରେ ମୁହାଁମୁହିଁ ହୋଇଥିଲେ ଦୁଇ ପାୱାରଫୁଲ ଟିମ୍ ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ । ଆଜିର ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୫ ରନରେ ହରାଇଛି ଅଷ୍ଟ୍ରେଲିଆ ଦଳ ।