-
ଖୁବ୍ ଶୀଘ୍ର ସମସ୍ତ ସରକାରୀ ଦସ୍ତାବିଜ୍ରେ ଦେଶର ନାମ ‘ଭାରତ’ ସ୍ଥାନ ପାଇବ। କୌଣସିଥିରେ ‘ଇଣ୍ଡିଆ’ ଲେଖାଯିବ ନାହିଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ ସମସ୍ତ ବିଭାଗକୁ ଅଲିଖିତ ନିର୍ଦେଶ ଦିଆଯାଇଥିବା ସରକାରୀ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି।
-
ଗୁରୁବାର ଜାପାନ ଏକ ସ୍ବଦେଶନିର୍ମିତ ମହାକାଶଯାନ ‘ସ୍ଲିମ୍’କୁ ଚନ୍ଦ୍ର ଉଦ୍ଦେଶ୍ୟରେ ପ୍ରେରଣ କରିଛି। ସ୍ବଦେଶୀ ଏଚ୍-ଆଇଆଇଏ ରକେଟ୍ରୁ ଉତ୍କ୍ଷେପିତ ଏହି ଯାନ ୨୦୨୪ ଫେବ୍ରୁଆରି ମାସରେ ଚନ୍ଦ୍ରରେ ପଦାର୍ପଣ କରିବା ଆଶା କରାଯାଉଛି।
-
ଶନିବାର ନୂଆଦିଲ୍ଲୀରେ ହେବାକୁ ଥିବା ‘ଜି୨୦’ ଶିଖର ସମ୍ମିଳନୀର ନୈଶ୍ୟଭୋଜିକୁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ଏଚ୍. ଡି. ଦେବେଗୌଡ଼ାଙ୍କୁ ନିମନ୍ତ୍ରଣ କରାଯାଇଛି।
-
ଆସନ୍ତା ସେପ୍ଟେମ୍ବର ୨୦ରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପର୍ବ ପାଳନ କରାଯିବ। ସକାଳ ୧୦.୨୭ ରୁ ୧୦.୪୨ ମଧ୍ୟରେ ମାଁ ସମଲେଶ୍ବରୀଙ୍କ ନିକଟରେ ଲାଗିହେବ ନବାନ୍ନ। ଏହି ଲଗ୍ନ ଅନୁସାର ପଶ୍ଚିମ ଓଡିଶା ବାସୀ ନୂଆ ଖାଇବେ ।
-
ବ୍ୟାଙ୍କଗୁଡ଼ିକ ସ୍ଥାପନ କରିଥିବା ଏଟିଏମ୍ରୁ ଟଙ୍କା ଉଠାଇବାକୁ ହେଲେ ଡେବିଟ୍ କାର୍ଡ ବ୍ୟବହାର କରିବାକୁ ପଡ଼ୁଛି। ମାତ୍ର ଦେଶରେ ପ୍ରଥମ ଥର ପାଇଁ ୟୁପିଆଇ ଏଟିଏମ୍କୁ ଉନ୍ମୋଚନ କରାଯାଇଛି ଯେଉଁଥିରେ ବିନା କାର୍ଡରେ ଟଙ୍କା ଉଠାଇହେବ।
-
ରହସ୍ୟମୟ ବିଦେଶୀ ଫଣ୍ଡ୍ ଜରିଆରେ ଆଦାନି ଗ୍ରୁପ୍ ନିଜେ ନିଜ କଂପାନିର ସେୟାର କିଣିଥିବା ଅଭିଯୋଗ ରହିଛି। ପ୍ରାୟ ଆଠଟି ଫଣ୍ଡ୍କୁ ଏଥିପାଇଁ ବ୍ୟବହାର କରାଯାଇଥିବା କୁହାଯାଇଥିବା ବେଳେ ସେଥିରୁ ୬ଟି ଫଣ୍ଡ୍ ବନ୍ଦ ହୋଇଯାଇଛି।
-
ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ମହଙ୍ଗା ହେବା ପରେ ଆମେରିକୀୟ ଡଲାର ଦାମ୍ ବି ବଢ଼ିଛି। ଡଲାର ତୁଳନାରେ ଭାରତୀୟ ଟଙ୍କା ଦୁର୍ବଳ ହୋଇପଡ଼ିଛି। ଡଲାର ଦାମ୍ ୮୩ ଟଙ୍କା ୧୫ ପଇସା ହୋଇଯାଇଛି। ଶେଷ ଥର ପାଇଁ ଚଳିତ ବର୍ଷ ଅଗଷ୍ଟ ୨୧ରେ ଟଙ୍କା ଏଭଳି ଦୁର୍ବଳ ସ୍ଥିତିରେ ଥିଲା।
-
ଟାଟା ଗ୍ରୁପ୍ ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ୮.୨ ଲକ୍ଷ କୋଟି ଟଙ୍କାର ରିଲାଏନ୍ସ ରିଟେଲ ସହ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା କରିପାରେ! କାରଣ ଏହା ଲୋକପ୍ରିୟ ଭାରତୀୟ ନମକିନ୍ ଖାଦ୍ୟ ନିର୍ମାତା ହଲଦୀରାମସ୍’ର ୫୧% ଅଂଶଧନ ଅଧିଗ୍ରହଣ କରିବାକୁ କଥାବାର୍ତ୍ତା ଆରମ୍ଭ କରିଛି।
-
ଚନ୍ଦ୍ରରେ ‘ଚନ୍ଦ୍ରଯାନ-୩’ର ସଫଳ ନରମ ଅବତରଣ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସେପ୍ଟେମ୍ବର ୨ରେ ଏହାର ପ୍ରଥମ ସୌର ମିସନ ଆରମ୍ଭ କରିଛି। ଦେଶର ପ୍ରଥମ ସୌରଯାନ ଅଦିତ୍ୟ-ଏଲ୍୧ ଏବେ ପୃଥିବୀର ୧.୫ ଲକ୍ଷ କିଲୋମିଟର ଦୂରରେ ରହିଛି।
-
ଭାରତ ଚନ୍ଦ୍ରରେ ସଫଳତାର ସହ ‘ଚନ୍ଦ୍ରଯାନ-୩’ର ବିକ୍ରମ ଲ୍ୟାଣ୍ଡର୍କୁ ଅବତରଣ କରାଇବା ପରେ ଏବେ ଜାପାନ ମଧ୍ୟ ଚନ୍ଦ୍ରକୁ ଏକ ଲ୍ୟାଣ୍ଡର୍ ପଠାଇଛି। ପୂର୍ବରୁ ୩ ଥର ଚିନ୍ତା କରିଥିବା ଜାପାନ ଶେଷରେ ଏକ୍ସ-ରେ ଟେଲିସ୍ପୋପ୍ ଥିବା ଏକ ରକେଟ୍ ଲଞ୍ଚ୍ କରିଛି।
-
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ (ଏସ୍ଏସ୍ଇପିଡି) ବିଭାଗ ପକ୍ଷରୁ ସମ୍ପୃକ୍ତ ସଂଘକୁ ଏକକାଳୀନ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ।
-
ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଅକ୍ଟୋବର ପହିଲାରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ରନୱେ ମରାମତି କାମ ପାଇଁ ଦିନକୁ ୮ ଘଣ୍ଟା ବନ୍ଦ ରହିବ ବିମାନ ସେବା। ରନୱେ ରିକାର୍ପେଟିଂ ପାଇଁ ୭୨ କୋଟି ଓ କ୍ୟାଟ୍ ୨ ଲାଇଟ ପାଇଁ ୧୯ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମାନବନ୍ଦରର ନିର୍ଦ୍ଦେଶକ ପ୍ରଶାନ୍ତ ପ୍ରଧାନ କହିଛନ୍ତି।
-
ଅବକାରୀ ସବଇନ୍ସପେକ୍ଟରମାନଙ୍କ ଦକ୍ଷତା ବୃଦ୍ଧି ଲାଗି ବିଭାଗ ଇତିହାସରେ ପ୍ରଥମଥର ପାଇଁ ସେମାନଙ୍କୁ ଅବକାରୀ ଆଇନ୍, ଏଥିରେ ଥିବା ବିଭିନ୍ନ ଧାରା, ଏନ୍ଡିପିଏସ୍ ଆଇନ୍ ସହିତ ଅବକାରୀ ମାନୁଆଲ ସଂକ୍ରାନ୍ତରେ ତାଲିମ ଦିଆଯାଉଛି । ପ୍ରଥମ ଦଫାରେ ୪୮ ଜଣ ଅବକାରୀ ସବ୍-ଇନ୍ସପେକ୍ଟରଙ୍କୁ ତାଲିମ ପ୍ରଦାନ ଆରମ୍ଭ ହୋଇଛି ।
-
ଅକ୍ଟୋବର ୪ ତାରିଖରୁ ଆରମ୍ଭ ହେବ ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ଷାଣ୍ମାସିକ ପରୀକ୍ଷା ସୂଚୀ ଜାରି କରିଛି । ସୂଚୀ ଅନୁସାରେ ଦିନ ୧୦ଟାରୁ ୧୨ଟା ୩୦ ପ୍ରଥମ ସିଟିଂ, ସାଢ଼େ ୧ଟାରୁ ୪ଟା ଯାଏଁ ୨ୟ ସିଟିଂ ପରୀକ୍ଷା ହେବ ।
-
ଭୁବନେଶ୍ୱର ରେ ଚାଲୁଛି ୫୦ ଇ-ବସ୍ ଓ ୫୦ ଟି ଇ-ରିକ୍ସା ୧୦ ଟି ରୁଟରେ ଚାଲିଛି ଇଲେକ୍ଟ୍ରି ଭେଇକିଲ୍ । ରାଜଧାନୀରେ ପ୍ରଦୂଷଣ କମାଇବାକୁ ଯୋଜନା କରାଯାଇଛି ।
-
ଭାରତ ଇଣ୍ଡୋନେସିଆକୁ ସୁପ୍ରସୋନିକ ମିସାଇଲ ଦେବାକୁ ପ୍ରସ୍ତୁତ ଅଛି। ଫିଲିପାଇନ୍ସକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ଦେବା ପାଇଁ ୩୧ ହଜାର କୋଟିର ଚୁକ୍ତି କରିଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏହାର ଯୋଗାଣ ଆରମ୍ଭ ହେବ। ଏହି ସବୁ କ୍ଷେପଣାସ୍ତ୍ର ଏବଂ ଅସ୍ତ୍ରଶସ୍ତ୍ରକୁ ଦକ୍ଷିଣ ଚୀନ୍ ସାଗର ନିକଟରେ ମୁତୟନ କରାଯିବ।
-
୨୦୨୪ ସାଧାରଣ ନିର୍ବାଚନକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଦେଖାଯାଇଥିବା ଉଷ୍ମତା ଏବେ ଆହୁରି ବଢିଛି। ବିଶେଷତଃ ଅପ୍ରତ୍ୟାଶିତ ଭାବେ କେନ୍ଦ୍ର ସରକାରଙ୍କ ଦ୍ବାରା ଆସନ୍ତା ୧୮ ତାରିଖରୁ ଡକାଯାଇଥିବା ସ୍ବତନ୍ତ୍ର ଅଧିବେଶନକୁ ନେଇ ଉଭୟ ଶାସକ ଏବଂ ବିରୋଧୀ ଦଳଙ୍କ ମଧ୍ୟରେ ଏହି ଉଷ୍ମତା ଦେଖାଯାଇଛି।
-
ଦେଶର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ୍୧ ଧୀରେ ଧୀରେ ଏହାର ଗନ୍ତବ୍ୟ ସ୍ଥଳକୁ ଗତି କରୁଛି। ସୂର୍ଯ୍ୟ-ପୃଥିବୀ ଏଲ୍୧ ପଏଣ୍ଟକୁ ଯାଉଥିବା ଆଦିତ୍ୟ ଏଲ୍୧ ପୃଥିବୀ ଏବଂ ଚନ୍ଦ୍ରର ସେଲଫି ନେଇଛି।
-
ଭାରତ ଓ ପାକିସ୍ତାନ ମଧ୍ୟରେ ରବିବାର କଲମ୍ବୋର ଆର୍ ପ୍ରେମାଦାସା ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ଏସିଆ କପ୍ ସୁପର-୪ ମ୍ୟାଚ୍ ପୂର୍ବରୁ ଭାରତୀୟ ଖେଳାଳିମାନେ ଗୁରୁବାର ଇନ୍ଡୋରରେ ଅଭ୍ୟାସ କରିଛନ୍ତି।
-
ନିୟମିତ ଅଧିନାୟକ ସୁନିଲ ଛେତ୍ରୀଙ୍କ ବିନା କିଙ୍ଗ୍ସ କପ୍ରେ ଭାଗ ନେଇଥିବା ଭାରତୀୟ ଦଳ ପ୍ରଥମରୁ ପରାଜୟର ସାମ୍ନା କରିଛି। ଇରାକ ବିପକ୍ଷ ଏହି ମ୍ୟାଚ୍ରେ ଭାରତ ୪-୫ ପେନାଲ୍ଟି ସୁଟଆଉଟ୍ରେ ପରାସ୍ତ ହୋଇଛି। ନିର୍ଦ୍ଧାରିତ ସମୟରେ ମ୍ୟାଚ୍ ୨-୨ ଗୋଲ୍ରେ ଶେଷ ହୋଇଥିଲା।