-
ଭାରତ ଆୟୋଜନ କରୁଥିବା ଜି୨୦ ସମ୍ମିଳନୀକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଥିବା ଏକ ଦସ୍ତାବିଜରେ ବିଶ୍ବବ୍ୟାଙ୍କ ଜଣାଇଛି ଯେ ୟୁପିଆଇ, ଜନଧନ, ଆଧାର, ଓଏନ୍ଡିସି ଓ କୋୱିନ୍ ଜରିଆରେ ଭାରତ ଏକ ଦୃଢ଼ ସାର୍ବଜନୀନ ଡିଜିଟାଲ୍ ଭିତିଭୂମି ବିକାଶ କରିପାରିଛି।
-
‘ଇଣ୍ଡିଆ’ର ନାମ ପରିବର୍ତ୍ତନ କରି ‘ଭାରତ’ କରିବାପାଇଁ ଯଦି ସମସ୍ତ ଔପଚାରିକତା ପୂର୍ଣ୍ଣ ହେବ ଏବଂ ଆନୁଷ୍ଠାନିକ ବ୍ୟବସ୍ଥା ଅନୁଯାୟୀ ସମସ୍ତ କାର୍ଯ୍ୟ ଶେଷ ହେବ ତେବେ ଆମେ ‘ଇଣ୍ଡିଆ’କୁ ‘ଭାରତ’ ଭାବେ ଗ୍ରହଣ କରିବୁ।
-
ଶନିବାରଠାରୁ ନୂଆଦିଲ୍ଲୀରେ ବହୁ ପ୍ରତୀକ୍ଷିତ ଦୁଇ ଦିନିଆ ଜି-୨୦ ଶିଖର ସମ୍ମିଳନୀ ଆରମ୍ଭ ହେବ। ଏଥିପାଇଁ ଜି-୨୦ ସଦସ୍ୟ ରାଷ୍ଟ୍ର ସମେତ ବିଶ୍ବ ବ୍ୟାଙ୍କ ଓ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଭଳି ସଂସ୍ଥାର ମୁଖ୍ୟମାନେ ଭାରତ ପହଞ୍ଚିଛନ୍ତି।
-
ଜି-୨୦ ଶିଖର ସମ୍ମିଳନୀ ଅବ୍ୟବହିତ ପୂର୍ବରୁ ରୁଷ୍କୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ୟୁରୋପୀୟ ରାଷ୍ଟ୍ରସଂଘ ଅଧ୍ୟକ୍ଷ ଚାର୍ଲ୍ସ ମିସେଲ ଦିଲ୍ଲୀରେ ପହଞ୍ଚିବା ପରେ ରୁଷ୍କୁ କଡ଼ା ସମାଲୋଚନା କରିବା ସହ ପୂରା ବିଶ୍ବକୁ ରୁଷ୍ ଅସ୍ଥିର କରିବାକୁ ଯୋଜନା କରୁଥିବା କହିଛନ୍ତି।
-
ଜି-୨୦ ପ୍ରତିନିଧିଙ୍କ ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ଆୟୋଜିତ ନୈଶ ଭୋଜନ କାର୍ଯ୍ୟକ୍ରମକୁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ନିମନ୍ତ୍ରିତ ହୋଇଛନ୍ତି।
-
ଛତ୍ରପତି ଶିବାଜୀ ମହାରାଜ ବ୍ୟବହାର କରିଥିବା ବାଘର ପଂଝା ପରି ସ୍ବତନ୍ତ୍ର ଅସ୍ତ୍ର ‘ବାଘ ନଖ’ ଭାରତ ଫେରିବ। ବ୍ରିଟେନରେ ଥିବା ଏହି ବାଘ ନଖ ଭାରତ ଫେରିବ ବୋଲି ଆଜି ସ୍ପଷ୍ଟ ହୋଇଛି ।
-
ଉପନିର୍ବାଚନରେ ଇଣ୍ଡିଆ ମେଣ୍ଟକୁ ସଫଳତା ମିଳିଛି। ୭ଟି ଆସନରୁ ଇଣ୍ଡିଆ ମେଣ୍ଟ ୪ଟି ଆସନରେ ଜିତିଥିବା ବେଳେ ବିଜେପି ୩ଟି ଆସନରେ ଜିତିଛି।
-
ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ‘ସିଆଇଡି’ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ତେଲୁଗୁ ଦେଶମ୍ ପାର୍ଟି’ର ମୁଖ୍ୟ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରିଥିବା କଥା ଦଳର ଜଣେ ମୁଖପାତ୍ର କହିଛନ୍ତି।
-
ଖୋର୍ଦ୍ଧା ଜିଲ୍ଲାରେ ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ। ଏହାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ରାଜ୍ୟର ଗୌରବମୟ ପାଇକ ପରମ୍ପରାର ସାମୁହିକ ବିକାଶ ନିମନ୍ତେ ଏହି କେନ୍ଦ୍ର ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଢାଞ୍ଚାରେ ପ୍ରତିଷ୍ଠା ହେବ ।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୮୧ଟି ଭେଟେରିନାରି ମୋବାଇଲ ୟୁନିଟ୍ ଗାଡ଼ିର ଶୁଭାରମ୍ଭ କରିଛନ୍ତି। ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଗାଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।
-
୫ଟି ସଚିବ ଭିକେ ପାଣ୍ଡିଆନ ୩୦ଟି ଜିଲ୍ଲା ଗସ୍ତ କରିଛନ୍ତି।୩୦ଟି ଜିଲ୍ଲାରୁ ମୋଟ ୫୬ ହଜାର ୪୨୪ଟି ଅଭିଯୋଗପତ୍ର ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୩୪ ହଜରା ୨୬୦ଟି ଅଭିଯୋଗର ସମଧାନ କରାଯାଇଥିବା ବେଳେ ୨୨ ହଜାର ୧୬୪ଟି ଅଭିଯୋଗର ସମାଧାନ ପାଇଁ କାର୍ଯ୍ୟ ଚାଲିଛି। ଏଥିସହ ମୋଟ ଅଭିଯୋଗର ୬୦ ପ୍ରତିଶତରୁ ଉର୍ଦ୍ଧ୍ବ ସମାଧାନ ହୋଇସାରିଛି।
-
ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ମିଶ୍ରଣ କରାଯାଇ ଗୋଟିଏ ବିଭାଗ ଗଠନ କରାଯିବ। ଏହି ବିଭାଗ ଅଧୀନରେ ଥିବା ଛାପାଖାନା ନିର୍ଦ୍ଦେଶାଳୟକୁ ଅଲଗା କରାଯିବ। ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିସାରିଛି। ଆସନ୍ତା ବର୍ଷରୁ ଉଭୟ ବିଭାଗ ପାଇଁ ଗୋଟିଏ ବଜେଟ୍ ବ୍ୟୟବରାଦ କରାଯିବ।
-
ଏୟାରପୋର୍ଟ ପରି ଅନୁଭୂତି ପାଇବେ ଯାତ୍ରୀ ଓ କର୍ମଚାରୀ। କଟକବାସୀଙ୍କ ଅପେକ୍ଷାର ହେବ ଅନ୍ତ। ସେପ୍ଟେମ୍ବର ୧୬ରୁ କାର୍ଯ୍ୟକ୍ଷମ ହେବ କଟକ ନେତାଜୀ ବସ ଟର୍ମିନାଲ। ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
-
ଜି ୨୦ ସମ୍ମିଳନୀରେ ସାମିଲ୍ ହେବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଭିକେ ସିଂ ବିମାବନ୍ଦରରେ ପହଞ୍ଚି ବାଇଡେନଙ୍କୁ ସ୍ବାଗତ କରିଥିଲେ।
-
ଗୋପାଳପୁର ଶିଳ୍ପ ପାର୍କରେ ଏକ ଗ୍ରୀନ୍ ହାଇଡ୍ରୋଜେନ୍ ଓ ଗ୍ରୀ୍ ଆମୋନିଆ ପ୍ରକଳ୍ପ ସ୍ଥାପନ କରିବା ଲାଗି ଟାଟା ଷ୍ଟିଲ୍ ସ୍ପେସିଆଲ ଇକୋନମିକ୍ ଜୋନ୍ ଲିମିଟେଡ୍ (ଟିଏସ୍ଏସ୍ଇଜେଡ୍ଏଲ୍)ଏବଂ ସମନ୍ବିତ ଶକ୍ତି ସଂସ୍ଥା ଆଭାଡା ଗ୍ରୁପ୍ର ଗ୍ରୀନହାଇଡ୍ରୋଜେନ୍ ଶାଖା-ଆଭାଡା ଗ୍ରିନ୍ଏଚ୍୨ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର ହୋଇଛି।
-
ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢ଼େଇ (୫୨) ଦୃଦ୍ଘାତରେ ପ୍ରାଣ ହରାଇଛନ୍ତି। ଗୁରୁବାର ପ୍ରାୟ ରାତି ୧୦ଟା ବେଳେ ଭୁବନେଶ୍ବରସ୍ଥିତ ଏକ ଘରୋଇ ମେଡିକାଲରେ ତାଙ୍କର ପରଲୋକ ଘଟିଛି।
-
ମୁମ୍ବାଇ ଦେଇ ଯାଉଥିବା ମସ୍କାଟ୍-ଢାକା ବିମାନରେ ଜଣେ ଏୟାର୍ ହୋସ୍ଟେସ୍ଙ୍କୁ ଯୌନଉତ୍ପୀଡ଼ନ ଦେଇଥିବା ଅଭିଯୋଗରେ ଜଣେ ୩୦ ବର୍ଷିୟ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରାଯାଇଥିବା କଥା ଆଜି ଜଣେ ପୁଲିସ ଅଧିକାରୀ କହିଛନ୍ତି।
-
ଲଗାତାର ୪ ଦିନ ଧରି ଟଙ୍କା ମୂଲ୍ୟ ହ୍ରାସ ପାଉଛି। ଗତକାଲି ତୁଳନାରେ ଆଜି ଟଙ୍କା ମୂଲ୍ୟ ୧୫ ପଇସା ଦୁର୍ବଳ ହୋଇଛି। ଫଳରେ ୧ ଡଲାର ମୂଲ୍ୟ ୮୩ ଟଙ୍କା ୨୨ ପଇସା ରହିଛି, ଯାହାକି ସର୍ବକାଳୀନ ନିମ୍ନ ବୋଲି କୁହାଯାଇଛି।
-
ଇଂଲଣ୍ଡରେ କମାଲ ଦେଖାଇଲେ ୪ ଓଡ଼ିଆ ଝିଅ । ଓଡ଼ିଶାକୁ ଗର୍ବିତ କରିଥିବା ଏହି ୪ ଦୃଷ୍ଟିବାଧିତ ମହିଳା ଓ ୩ ଜଣ ପୁରୁଷ କ୍ରିକେଟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଏତେ ବଡ଼ ସଫଳତା ପାଇଁ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଭଲ କ୍ୟାରିଅର ଗଢ଼ିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
-
ଚଳିତ ଏସିଆ କପ୍ର ଶନିବାର ସୁପର-୪ର ଦ୍ବିତୀୟ ମ୍ୟାଚ କଲମ୍ବୋରେ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ।