-
ବିଶ୍ୱକର୍ମା ଜୟନ୍ତୀ ଅବସରରେ ଆସନ୍ତା ୧୭ ତାରିଖରେ ପାରମ୍ପରିକ କାରିଗର ଏବଂ ଶିଳ୍ପୀ ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପିଏମ୍ ବିଶ୍ୱକର୍ମା’ ଯୋଜନାର ଶୁଭାରମ୍ଭ କରିବେ ।ପିଏମ୍ ବିଶ୍ୱକର୍ମା’ ଯୋଜନା ପାଇଁ କେନ୍ଦ୍ର ସରକାର ୧୩,୦୦୦ କୋଟି ଟଙ୍କାର ସମ୍ପୂର୍ଣ୍ଣ ପାଣ୍ଠି ଯୋଗାଇ ଦେବେ। ‘ପିଏମ୍ ବିଶ୍ୱକର୍ମା’ ର ପରିସର ବେଶ ବ୍ୟାପକ ଏବଂ ଏହା ୧୮ଟି କାରିଗରୀ ଶିଳ୍ପକୁ ଅନ୍ତର୍ଭୁକ୍ତ କରିବ ।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ବିଶ୍ବ ନେତାମାନଙ୍କ ମଧ୍ୟରେ ଗ୍ଲୋବାଲ୍ ରେଟିଂରେ ଶୀର୍ଷରେ ରହିଛନ୍ତି। ‘ମର୍ଣ୍ଣିଂ କନ୍ସଲ୍ଟ’ର ସର୍ଭେ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ୭୬ ପ୍ରତିଶତ ରେଟିଂ ସହ ସର୍ବାଧିକ ଲୋକପ୍ରିୟ ବିଶ୍ବନେତା ହୋଇଛନ୍ତି।
-
କେରଳ ନିପା ଭାଇରସର ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି।ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ କେରଳରେ ସତର୍କତା ବୃଦ୍ଧି କରାଯାଇଛି।
-
ମାଲି ଦେଶରେ ସୁଲତାନଙ୍କ ପାଖରେ ଅନେକ ସୁନା ଖଣି ଥିଲା । ପଶ୍ଚିମ ଆଫ୍ରିକାର ଏହି ଦେଶରେ ଏତେ ସୁନା ଥିଲା ଯେ ସାରା ବିଶ୍ୱରୁ ବ୍ୟବସାୟୀଙ୍କ ଭିଡ ଲାଗି ରହିଥିଲା । ଅନେକ ୟୁରୋପୀୟ ଦେଶର ଲୋକ ଏଠାର ପଡି ରହୁଥିଲେ । ମାତ୍ର ଏବେ ନାଁ କୁ ମାତ୍ର ସୁଲତାନ ରହିଛନ୍ତି । ଦେଶର ଅଧା ଲୋକ ଅତ୍ୟଧିକ ଗରିବ । ଖାଇବା ପାଇଁ ପାଉ ନାହାନ୍ତି ।
-
ଦୂରଦର୍ଶନ ୬୪ ବର୍ଷ ପୂରଣ କରି ୬୫ ବର୍ଷରେ ପଦାର୍ପଣ କରିଛି । ୧୯୫୯ ମସିହା ଆଜିର ଦିନରେ ଦୂରଦର୍ଶନ ପ୍ରଥମଥର ଲାଗି ତା’ର ପ୍ରସାରଣ ଆରମ୍ଭ କରିଥିଲା । ଦୂରଦର୍ଶନ ଲୋକମାନଙ୍କୁ ସଠିକ୍ ତଥ୍ୟ ଓ ସୂଚନା ଏବଂ ବିଶ୍ୱସନୀୟ ସମ୍ବାଦ ପରିବେଷଣ କରି ଆସୁଛି।
-
ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-୧କୁ ଆଉ ଏକ ସଫଳତା ମିଳିଛି । ଆଦିତ୍ୟ ଏଲ-୧, ୪ର୍ଥ କକ୍ଷପଥ ପରିବର୍ତ୍ତନ କରିଛି ।
-
ଚନ୍ଦ୍ରାୟାନ ୩ର ସଫଳ ଅବତରଣ ପରେ ସାରାବିଶ୍ୱର ନଜର ଭାରତ ଉପରେ ରହିଛି। ତେବେ ଚନ୍ଦ୍ରାୟାନର ପ୍ରଜ୍ଞାନ ନିଜ ଗବେଷଣାରେ ଚନ୍ଦ୍ରରେ ଅମ୍ଲଜାନ ଥିବା ନେଇ ସ୍ପଷ୍ଟ କରିଛି।
-
ଏକ ଐତିହାସିକ ଘଟଣାକ୍ରମରେ ତାମିଲନାଡୁର ୩ ମହିଳା ପୂଜାରୀ ହେବାକୁ ଯାଉଛନ୍ତି। ସେମାନେ ସଫଳତାର ସହ ପ୍ରଶିକ୍ଷଣ ସମାପ୍ତ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି।
-
ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ବିଆରଏସ ନେତା କବିତା ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ପାଇଛନ୍ତି। ସୁପ୍ରିମକୋର୍ଟ ଇଡିର ସମନ ବିରୋଧରେ କବିତାଙ୍କ ପିଟିଶନ ଉପରେ ଶୁଣାଣି ସେପ୍ଟେମ୍ବର ୨୬ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।
-
ମିଜୋରାମର ଚମ୍ପାଇ ଜିଲାର ଜୋଖୱାଥର୍ ଅଞ୍ଚଳରୁ ଆସାମ ରାଇଫଲ୍ସ ଅଧିକାରୀ ପ୍ରାୟ ୧.୬୫ କୋଟି ଟଙ୍କା ମୂଲ୍ୟର ୨୩୭ ଗ୍ରାମ ହେରୋଇନ୍ ଜବତ କରିଛନ୍ତି।
-
ଇଡି ମୁଖ୍ୟ ସଞ୍ଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳ ଶୁକ୍ରବାର ଅର୍ଥାତ୍ ୧୫ ସେପ୍ଟେମ୍ବରରେ ଶେଷ ହୋଇଛି। ବର୍ତ୍ତମାନ ଇଡିର ସ୍ବତନ୍ତ୍ର ନିର୍ଦ୍ଦେଶକ ରାହୁଲ ନବିନଙ୍କୁ ଇଡିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି।
-
ବିଧାନସଭାଗୁଡ଼ିକ ପେପରଲେସ୍ ହେବାରୁ ପ୍ରତିବର୍ଷ ୩୪୦କୋଟିରୁ ଅଧିକ ଟଙ୍କା ସଞ୍ଚୟ କରାଯାଉଛି।
-
ଏସ୍ବିଆଇ ଜେନେରାଲ ଇନ୍ସ୍ୟୁରାନ୍ସର ନୂତନ ଉତ୍ପାଦ ‘ସୁପର ହେଲ୍ଥ ଇନ୍ସ୍ୟୁରାନ୍ସ’କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି।
-
ଚଳିତ ବର୍ଷ ଡିସେମ୍ବରରେ ଉତ୍ତରାଖଣ୍ଡର ଡେରାଡୁନ୍ଠାରେ ହେବାକୁ ଥିବା ଡେଷ୍ଟିନେସନ୍ ଉତ୍ତରାଖଣ୍ଡ-ଗ୍ଲୋବାଲ୍ ଇନ୍ଭେଷ୍ଟର୍ସ ସମ୍ମିଳନୀ-୨୦୨୩ରେ ରାଜ୍ୟ ସରକାର ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗର ଲକ୍ଷ୍ୟ ରଖିଛନ୍ତି।
-
ଗତ ୪ ମାସ ଭିତରେ ମଣିପୁର ଜାତିଆଣ ହିଂସାରେ ୧୭୫ ଜଣଙ୍କ ଜୀବନ ଗଲାଣି ଏବଂ ୯୬ଟି ମୃତ ଶରୀର ପଡ଼ିରହିଛି, ଯାହାକୁ ଏପର୍ଯ୍ୟନ୍ତ କେହି ଦାବି କରିନାହାନ୍ତି। ଗୁରୁବାର ମଣିପୁର ପୁଲିସ ମୃତ ଓ ଆହତମାନଙ୍କ ତଥ୍ୟ ପ୍ରଦାନ କରିବା ବେଳେ ଏହା କହିଛି।
-
ବ୍ୟାଟେରି ଦାମ୍ କମିବା ପରେ ୨୦୨୪ ସୁଦ୍ଧା ୟୁରୋପ, ୨୦୨୬ ସୁଦ୍ଧା ଆମେରିକା ଏବଂ ୨୦୩୦ ସୁଦ୍ଧା ସାରା ବିଶ୍ବରେ ପେଟ୍ରୋଲ୍ କାର୍ ଦାମ୍ରେ ଇଲେକ୍ଟ୍ରିକ୍ କାର୍ ମିଳିବ।
-
ଏସିଆର ୮୨ ପ୍ରତିଶତ କର୍ମଚାରୀଙ୍କର ମଧ୍ୟମରୁ ଗୁରୁତର ମାନସିକ ସ୍ବାସ୍ଥ୍ୟ ସମସ୍ୟା ରହିଛି ବୋଲି ଗୁରୁବାର ପ୍ରକାଶିତ ଏକ ଅଧ୍ୟୟନ ରିପୋର୍ଟରୁ ଜଣାପଡିଛି।
-
ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ କେନ୍ଦ୍ର ‘ସଙ୍ଗୀତ ନାଟକ ଏକାଡେମି ଅମୃତ ପୁରସ୍କାର’ ପାଇଁ ଦେଶର ମୋଟ୍ ୮୪ ଜଣ ବର୍ଷୀୟାନ କଳାକାରଙ୍କୁ ମନୋନୀତ କରାଯାଇଛି। ଏଥିରେ ଓଡ଼ିଶାର ୪ ଜଣ କଳାକାର ସାମିଲ ଅଛନ୍ତି। ସେମାନେ ହେଲେ ୯୪ ବର୍ଷୀୟ ସିଦ୍ଧେଶ୍ବର ଦାଶ (ଛଉ ନୃତ୍ୟ), ୮୬ ବର୍ଷୀୟ ଅନନ୍ତ ମହାପାତ୍ର (ଥିଏଟର-ସାମଗ୍ରିକ ଅବଦାନ), ୮୨ ବର୍ଷୀୟ ଆନନ୍ଦ ବାଗ (ଲୋକସଙ୍ଗୀତ -ବ୍ରହ୍ମା ବୀଣା) ଓ ୭୬ ବର୍ଷୀୟ ଗୋବିନ୍ଦ ଚନ୍ଦ୍ର ପାଲ (ଗୋଟିପୁଅ)।
-
ଉଛୁଳା ନଦୀରେ ଫସିଲା ଭାରତରୁ ନେପାଳକୁ ଯାଉଥିବା ବସ | ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ସୀମାରେ ଥିବା କୋତୱାଲି ନଦୀରେ ବସଟି ଫସିଯାଇଥିଲା | ବସରେ ୫୩ ଜଣ ଯାତ୍ରୀ ଥିଲେ |
-
ଭାରତୀୟ ବାୟୁସେନାର ଘାତକ କ୍ଷମତା ଆହୁରି ବଢିବାକୁ ଯାଉଛି । ଦେଶର ଆକାଶମାର୍ଗକୁ ଅଧିକ ସୁରକ୍ଷିତ କରିବା ପାଇଁ ଭାରତୀୟ ବାୟୁସେନା ପାଇଁ ୧୨ଟି ସୁଖୋଇ ୩୦ ଏମକେଆଇ ଲଢୁଆ ବିମାନ କିଣିବାକୁ ମଞ୍ଜୁରୀ ଦେଇଛି ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ