-
ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହୋଇଛି । ନାରୀ ଶକ୍ତି ବନ୍ଦନ ଅଧିନିୟମ ନାଁରେ ଏହି ବିଲ୍ ( ୧୨୮ ତମ ସମ୍ବିଧାନ ସଂଶୋଧନ ବିଲ୍) ଦୀର୍ଘ ୭ ଘଣ୍ଟାର ବିତର୍କ ପରେ ଗୃହୀତ ହୋଇଛି। ବିଲ ସପକ୍ଷରେ ୪୫୪ ଓ ବିପକ୍ଷରେ ମାତ୍ର ୨ଟି ବିଲ୍ ପଡିଥିଲା । ବିଲ୍ରେ ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଛି।
-
ଓଡିଆ ବୈଜ୍ଞାନିକ ସ୍ବାତୀ ନାୟକଙ୍କୁ ମିଳିଛି ସମ୍ମାନଜନକ ନରମାନ ବୋରଲଗ ଫିଲ୍ଡ ଆୱାର୍ଡ ୨୦୨୩। କୃଷି ଏବଂ ଖାଦ୍ୟ ଉତ୍ପାଦନରେ ଅବଦାନ ପାଇଁ ସ୍ବାତୀଙ୍କୁ ମିଳିଛି ଏହି ସମ୍ମାନ। ତୃତୀୟ ଭାରତୀୟ ଏବଂ ପ୍ରଥମ ଓଡିଆ ଭାବେ ସ୍ବାତୀ ନାୟକଙ୍କୁ ଏହି ଆୱାର୍ଡ ମିଳିବା ପରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
-
ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ ବର୍ଷା ହେବ ବୋଲି ସୂଚନା ଦେଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ନେଇ ୧୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଆସନ୍ତା ଦୁଇ ଦିନ ପରେ ରାଜ୍ୟରେ ବର୍ଷାର ପରିମାଣ କମିବ ।
-
ପ୍ରତ୍ୟେକ ଚାଷୀ ପରିବାରଙ୍କ ବ୍ୟାଙ୍କ୍ ଆକାଉଣ୍ଟ କୁ ୨୦୦୦ ଟଙ୍କା ଦିଆ ଯାଇଛି। ଏଥିରେ ୪୩ ଲକ୍ଷ ୮୮ ହଜାର କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଥିବା ବେଳେ ୬୮ ହଜାର ୭୫୦ ଜଣ ଭୂମି ହୀନ ଚାଷୀ ପରିବାର ଅଛନ୍ତି।
-
ବାଚସ୍ପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରମିଳା ମଲ୍ଲିକ। ୨୨ ତାରିଖ ସକାଳ ସାଢ଼େ ୯ଟାରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ପ୍ରମିଳା ମଲ୍ଲିକ ବାଚସ୍ପତି ଭାବେ ନିର୍ବାଚିତ ହେବା ଏକ ପ୍ରକାର ନିଶ୍ଚିତ ହୋଇଥିବା ବେଳେ ସେ ରାଜ୍ୟର ପ୍ରଥମ ମହିଳା ବାଚସ୍ପତି ହେବେ।
-
କର୍ଣ୍ଣାଟକ ହାଇକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ବଡ଼ ପରାମର୍ଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ବ୍ୟବହାର ନିମନ୍ତେ ସର୍ବନିମ୍ନ ବୟସ ଧାର୍ଯ୍ୟ କରିବାକୁ କହିଛନ୍ତି। ଏହା ସହିତ ଇଣ୍ଟରନେଟରୁ ମୁଣ୍ଡ ଖରାପ କରୁଥିବା କଣ୍ଟେଣ୍ଟ (ବିଷୟବସ୍ତୁ) ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଟ୍ବିଟରର ଏକ ମାମଲାର ଶୁଣାଣି କରି ଜଷ୍ଟିସ ଜି ନରେନ୍ଦ୍ର ଏବଂ ଜଷ୍ଟିସ ବିଜୟକୁମାର ଏ ପାଟିଲଙ୍କ ଖଣ୍ଡପୀଠ କହିଛନ୍ତି ଯେ ସାମାଜିକ ଗଣମାଧ୍ୟମକୁ ବନ୍ଦ କରିଦେଲେ ଭଲ ହେବ।
-
ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଉପରେ ଆଲୋଚନା ସମୟରେ ଶାହ କହିଛନ୍ତି, ପରବର୍ତ୍ତୀ ସରକାର ୨୦୨୪ ଲୋକସଭା ନିର୍ବାଚନ ପରେ ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ କରିବେ। ଶାହ କହିଛନ୍ତି, ମହିଳା ସାଂସଦଙ୍କ ପାଇଁ ୧ ତୃତୀୟାଂଶ ଆସନ ସଂରକ୍ଷଣ ହେବ। ୨୦୨୯ ପରେ ମହିଳା ସଂରକ୍ଷଣ ବିଲ କାର୍ଯ୍ୟକାରୀ ହେବ।
-
୨୦୧୯ରେ ଭାରତରେ ନିଷିଦ୍ଧ ହୋଇଥିବା ଖଲିସ୍ତାନୀ ସଂଗଠନ ଶିଖ୍ ଫର୍ ଜଷ୍ଟିସ୍ (ଏସ୍ଏଫ୍ଜେ) କାନାଡ଼ାରେ ରହୁଥିବା ହିନ୍ଦୁମାନଙ୍କୁ ଦେଶ ଛାଡ଼ି ଚାଲିଯିବାକୁ ଧମକ ଦେଇଛି।
-
ମେକ୍ସିକୋର ଡାକ୍ତରମାନେ ଦାବି କରିଛନ୍ତି ଯେ କିଛି ୟୁଏଫ୍ଓ ଗବେଷକ ଏଲିୟନ ବୋଲି କହୁଥିବା ଦୁଇଟି ମମିଫାଏଡ୍ (ମମୀକୃତ) ନମୁନା ଭିନ୍ନ ଭିନ୍ନ ହାଡ଼ରେ ନିର୍ମିତ ନୁହେଁ, ବରଂ ପ୍ରତ୍ୟେକ ଗୋଟିଏ କଙ୍କାଳର ଅଟେ।
-
ଆସନ୍ତା ଜାନୁଆରି ୨୬ ତାରିଖରେ ନୂଆଦିଲ୍ଲୀରେ ହେବାକୁ ଥିବା ଭାରତର ସାଧାରଣତନ୍ତ୍ର ଦିବସ ସମାରୋହରେ ଅତିଥି ହେବାପାଇଁ ଆମେରିକା ରାଷ୍ଟ୍ରପତି ଜୋ’ ବାଇଡେନଙ୍କୁ ନିମନ୍ତ୍ରଣ କରାଯାଇଛି।
-
୧୯୮୪ ଶିଖ୍ ବିରୋଧୀ ଦଙ୍ଗା ସମୟରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା ମାମଲାରେ ଦିଲ୍ଲୀର ଏକ ଅଦାଲତ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଦୋଷମୁକ୍ତ କରିଛନ୍ତି।
-
ଏବେ କିଷାନ କ୍ରେଡିଟ୍ କାର୍ଡ ତିଆରି ପ୍ରକ୍ରିୟାକୁ କେନ୍ଦ୍ର ସରକାର ସରଳ କରିଛନ୍ତି। ଏଣିକି ଆବେଦନ କରିବାର ୧୪ ଦିନ ମଧ୍ୟରେ ବ୍ୟାଙ୍କ ଚାଷୀଙ୍କୁ କାର୍ଡ ପ୍ରଦାନ କରିବ। କେନ୍ଦ୍ର କୃଷି ମନ୍ତ୍ରାଳୟ ପକ୍ଷରୁ ବୁଧବାର ଏ ସଂପର୍କରେ ଘୋଷଣା କରାଯାଇଛି ।
-
ବଲିଉଡ୍ ଅଭିନେତା ଅନିଲ କପୁର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସେ ଅଦାଲତରେ ନିଜର ବ୍ୟକ୍ତିଗତ ଅଧିକାରର ସୁରକ୍ଷା ପାଇଁ ନିବେଦନ କରିଛନ୍ତି।
-
ବୁଧବାର ଷ୍ଟକ ମାର୍କେଟରେ ବଡ ବିକ୍ରି ଦେଖିବାକୁ ମିଳିଥିଲା। ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସେନସେକ୍ସ ପ୍ରାୟ ୮୦୦ ପଏଣ୍ଟ ବା ଏକ ପ୍ରତିଶତ ହ୍ରାସ ପାଇ ୬୭,୦୦୦ ସ୍ତର ତଳକୁ ଆସିଥିଲା।
-
କ୍ରମାଗତ ୨ୟ ବର୍ଷ ଲାଗି ବ୍ୟାଙ୍କ ଅଫ ବରୋଦା (ବିଓବି) କୁ ରାଜଭାଷା କୀର୍ତ୍ତି ପୁରସ୍କାର ପ୍ରଦାନ କରାଯାଇଛି।
-
ଟୁଇଟର, ଫେସବୁକ ଏବଂ ଇନଷ୍ଟାଗ୍ରାମ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ହ୍ବାଟସ ଆପକୁ ମଧ୍ୟ ଆସିଛନ୍ତି। ବର୍ତ୍ତମାନ ସେ ସିଧାସଳଖ ନିଜ ପ୍ରଶଂସକଙ୍କୁ ବାର୍ତ୍ତା ପଠାଇବେ।
-
ଆସନ୍ତା ବର୍ଷ ଆମେରିକା ଏବଂ ୱେଷ୍ଟଇଣ୍ଡିଜ ମିଳିତ ଭାବେ ଟି୨୦ ବିଶ୍ବକପ୍ ଆୟୋଜନ କରିବେ। ଏହି ବିଶ୍ବକପ୍ର କେତେକ ମ୍ୟାଚ୍ ଆମେରିକାର ଡଲାସ, ଫ୍ଲୋରିଡ଼ା ଓ ନ୍ୟୁୟର୍କ ସହରରେ ଖେଳାଯିବ ବୋଲି ବୁଧବାର ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ତରଫରୁ ଘୋଷଣା କରାଯାଇଛି।
-
ଇସ୍ରୋ ପ୍ରେରିତ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର (ବିକ୍ରମ) ଓ ରୋଭର (ପ୍ରଜ୍ଞାନ) ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହୋଇଛି। ବିକ୍ରମ ଓ ପ୍ରଜ୍ଞାନର ଯନ୍ତ୍ରାଂଶଗୁଡିକ ପୁନଃ କାର୍ଯ୍ୟକ୍ଷମ କରିବା ପୂର୍ବକ ନିଦ୍ରାରୁ ଉଠାଇବା ଲାଗି ଗୁରୁବାର କିମ୍ବା ଶୁକ୍ରବାର ଇସ୍ରୋ ପକ୍ଷରୁ ଉଦ୍ୟମ କରାଯିବ। ଇସ୍ରୋର ଅଧିକାରୀ କହିଛନ୍ତି ଯେ ଗ୍ରାଉଣ୍ଡ ଷ୍ଟେସନ ଏହି ଦୁଇ ଯନ୍ତ୍ରାଂଶକୁ ଅତ୍ୟନ୍ତ ଥଣ୍ଡା ପରିବେଶରୁ ପୁନଃ କାର୍ଯ୍ୟକ୍ଷମ ଲାଗି ଉଦ୍ୟମ କରିବ।
-
ତ୍ରୟୋଦଶ ପ୍ରଶାନ୍ତ ମହାସାଗରୀୟ ସେନା ମୁଖ୍ୟ ସମ୍ମିଳନୀ (IPACC) ଚଳିତ ମାସ ୨୬ ଓ ୨୭ରେ ନୂଆଦିଲ୍ଲୀର ମାନେକଶା କେନ୍ଦ୍ରରେ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଂଚଳର ତିରିଶରୁ ଅଧିକ ସେନା ମୁଖ୍ୟ ଅଂଶଗ୍ରହଣ କରିବେ।
-
ଚୀନ୍ର ହ୍ୟାଙ୍ଗ୍ଝାଓରେ ଆସନ୍ତା ୨୩ରୁ ଆରମ୍ଭ ହେବାକୁ ଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହରେ ଭାରତୀୟ ଜାତୀୟ ପତାକା ଧରିବେ(ଧ୍ବଜାବହାକ) ପୁରୁଷ ହକି ଦଳର ଅଧିନାୟକ ହରମନପ୍ରୀତ ସିଂହ ଓ ମହିଳା ବକ୍ସର ଲଭଲିନା ବୋରଗୋହେନ।