-
ବିଶ୍ବକପ୍ ପୂର୍ବରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ପ୍ରଥମ ମୁକାବିଲା ବିଜୟ ସହ ସିରିଜ୍ରେ ୧-୦ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ। ଆଜି ମୋହାଲିରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ୫ ୱିକେଟ୍ରେ ହରାଇଛି ଭାରତ।
-
ଏସିଆନ ଗେମ୍ସ ପୂର୍ବରୁ ଭାରତର ପ୍ରତିନିଧିତ୍ୱ କରିବାକୁ ଅରୁଣାଚଳ ପ୍ରଦେଶର ୩ ଜଣ ଖେଳାଳି ଚାଇନା ଯିବାର ଥିଲା। ତେବେ ଚାଇନା ସେମାନଙ୍କୁ ଭିସା ଦେବାକୁ ବାରଣ କରିବା ସହ ପ୍ରବେଶ ଉପରେ କଟକଣା ଲଗାଇ ଦେଇଛି।
-
ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ବଢୁଛି ହୀରାକୁଦ ଜଳ ଭଣ୍ଡାର‘ର ଜଳସ୍ତର। ଯାହାକୁ ନଜରରେ ରଖି ଦିନକ ପୂର୍ବର ବନ୍ଦ କରାଯାଇଥିବା ହୀରାକୁଦ ଜଳ ଭଣ୍ଡାର‘ର ଗେଟ୍ ଗୁଡିକୁ ପୁଣିଥରେ ଖୋଲାଯାଉଛି।
-
ସେପ୍ଟେମ୍ବର ମାସର ଶେଷ ଆଡ଼କୁ ଗୋଟିଏ ଘୂର୍ଣ୍ଣିବଳୟ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ। ଏହା କ୍ରମଶଃ ଘନୀଭୂତ ହୋଇ ଅକ୍ଟୋବର-୧ ରେ ଗୋଟିଏ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ। ଏହା ଧିରେଧିରେ ପଶ୍ଚିମରୁ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭବନା ରହିଛି।
-
ଦେଶର ମେଡିକାଲ ଛାତ୍ରଛାତ୍ରୀ ଏବେ ବିଦେଶରେ ଡାକ୍ତରୀ ପ୍ରାକ୍ଟିସ କରିପାରିବେ। ୱାର୍ଲ୍ଡ ଫେଡେରେସନ ଫର ମେଡିକାଲ ଏଜୁକେଶନ (ଡବ୍ଲ୍ୟୁଏଫ୍ଏମଇ) ପକ୍ଷରୁ ନ୍ୟାସନାଲ ମେଡିକାଲ କମିଶନ (ଏନ୍ଏମ୍ସି)କୁ ଏହି ମାନ୍ୟତା ମିଳିଛି। ପ୍ରଥମେ ୧୦ ବର୍ଷ ପାଇଁ ଏହି ମାନ୍ୟତା ମିଳିଛି। ଏଥିରେ ଭାରତର ୭୦୬ ମେଡିକାଲ କଲେଜର ଛାତ୍ରଛାତ୍ରୀ ସାମିଲ ଅଛନ୍ତି।
-
ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ଏମିତି କିଛି କଟକଣା ଜାରି କରିବାକୁ ବିଚାର କରୁଛନ୍ତି ଯଦ୍ଦ୍ବାରା ଇଂଲଣ୍ଡ୍ର ଆଗାମୀ ପିଢ଼ି ଆଉ ସିଗାରେଟ୍ କିଣିବା ପାଇଁ ସମର୍ଥ ହେବେନାହିଁ ବୋଲି ସରକାରୀ ସୂତ୍ରରୁ ସୂଚନା ସଂଗ୍ରହ କରି ଶୁକ୍ରବାର ଦିନ ‘ଦି ଗାର୍ଡିଆନ୍’ ରିପୋର୍ଟ କରିଛି।
-
କାନାଡ଼ା ଛାଡ଼ିବା ପାଇଁ ସେଠାରେ ବସବାସ କରୁଥିବା ହିନ୍ଦୁମାନଙ୍କୁ ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁନ୍ କହିବା ପରେ କାନାଡ଼ାର ସାଂସଦମାନେ ତାଙ୍କର ଏଭଳି ବିବୃତି ଏବଂ ହିନ୍ଦୁ ସଂପ୍ରଦାୟ ବିରୋଧରେ କୌଣସି ପ୍ରକାର ଘୃଣାକୁ ନିନ୍ଦା କରିଛନ୍ତି।
-
ସବୁଜ ବାଣ ବିକ୍ରି କରିବାପାଇଁ ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିନାହାନ୍ତି। ବାରିୟମ ସଲ୍ଟ ବ୍ୟବହାର ହେଉଥିବା ସବୁଜ ବାଣ ବିକ୍ରି କରିବାକୁ ଅନୁମତି ଦେବାପାଇଁ ବାଣ ପ୍ରସ୍ତୁତକାରୀ ସଂଗଠନ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା।
-
ୟୁକ୍ରେନର ଜଣେ ଦୃଢ଼ ସମର୍ଥକ ହେଉଛି କାନାଡ଼ା। ୟୁକ୍ରେନରେ ରୁଷ୍ ଚଳାଇଥିବା ସାମରିକ ଆକ୍ରମଣକୁ କାନାଡ଼ା ନିନ୍ଦା କରିଆସୁଛି। ଏଭଳି ସ୍ଥିତିରେ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ୟୁକ୍ରେନକୁ ପ୍ରଥମ ଥର ପାଇଁ ଗସ୍ତ କରିଛନ୍ତି।
-
ଭାରତୀୟ ମହକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଆଜି ଚନ୍ଦ୍ରଯାନ ୩ର ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞା ରୋଭର ସହ ଯୋଗାଯୋଗ ପୁନଃସ୍ଥାପନ କରିବାକୁ ପ୍ରୟାସ କରିଛି। ତେବେ ଆଜି ରାତିସୁଦ୍ଧା ଏନେଇ କୌଣସି ସଫଳତା ମିଳିନଥିବା ଇସ୍ରୋ କହିଛି।
-
ବିଧାନସଭାରେ ଚଳିତ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ବିପର୍ଯ୍ୟୟ ପରିଚାଳନା ପାଇଁ ସର୍ବାଧିକ ୪୬୯୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ପଞ୍ଚାୟତି ରାଜ ବିଭାଗ ପାଇଁ ୪୦୯୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
-
ହେନ୍ଲି ଆଣ୍ଡ୍ ପାର୍ଟନର୍ସ ଏହାର ରିପୋର୍ଟରେ ଆକଳନ କରିଛି ଯେ ୨୦୨୩ରେ ଭାରତ ଦ୍ବିତୀୟ ସର୍ବାଧିକ ଧନୀଙ୍କୁ ହରାଇବ। ଗତବର୍ଷ ଏହା ୭୫୦୦ ଧନୀଙ୍କୁ ହରାଇଥିଲା। ଚଳିତ ବର୍ଷ ସର୍ବାଧିକ ୧୩,୫୦୦ ଧନୀଙ୍କୁ ହରାଇବ ଚୀନ୍। ଗତବର୍ଷ ସେହି ଦେଶରୁ ୧୦,୮୦୦ ଧନୀ ବିଦେଶରେ ବସବାସ କରିବାକୁ ଯାଇଥିଲେ।
-
ଜେପି ମୋର୍ଗାନ ଚେଜ୍ ଆଣ୍ଡ୍ କମ୍ପାନି ଏହାର ବେଞ୍ଚମାର୍କ ଉଦୀୟମାନ ବଜାର ସୂଚକାଙ୍କରେ ଭାରତର ସରକାରୀ ବଣ୍ଡ୍କୁ ଅନ୍ତର୍ଭୁକ୍ତ କରିବ। ୨୦୨୪ ଜୁନ୍ ୨୮ରୁ ଭାରତକୁ ଜିବିଆଇ-ଇଏମ୍ ଇଣ୍ଡେକ୍ସରେ ଅନ୍ତର୍ଭୁକ୍ତ କରାଯିବ।
-
ଆମେରିକାର ବିଶିଷ୍ଟ ଉଦ୍ୟୋଗୀ ଏଲନ ମସ୍କଙ୍କ ନ୍ୟୁରାଲିଙ୍କ୍ କମ୍ପାନି ଶୀଘ୍ର ମାନବ ମସ୍ତିଷ୍କରେ ଚିପ୍ ପ୍ରତିରୋପଣ କରିବ। ପକ୍ଷାଘାତ ରୋଗୀର ମସ୍ତିଷ୍କରେ ଏହି ପ୍ରତିରୋପଣ ପାଇଁ ନ୍ୟୁରାଲିଙ୍କଙ୍କୁ ଆମେରିକାର ଏକ ସ୍ବାଧୀନ ସମୀକ୍ଷା ବୋର୍ଡ ଅନୁମତି ଦେଇଛି।
-
ଆଇନ ବ୍ୟବସ୍ଥା ପ୍ରତି ଧ୍ୟାନ ନ ଦେଇ ତୁରନ୍ତ ନ୍ୟାୟ ଦେଉଥିବା ‘ହିରୋ ପୁଲିସ’ ଚରିତ୍ର ପ୍ରଦର୍ଶନ କରୁଥିବା ‘ସିଂଘମ୍’ ପରି ସିନେମା ସବୁ ଅତ୍ୟନ୍ତ କ୍ଷତିକାରକ ବାର୍ତ୍ତା ପ୍ରସାରଣ କରୁଛନ୍ତି ବୋଲି ଶୁକ୍ରବାର ଦିନ ବମ୍ବେ ହାଇକୋର୍ଟର ବିଚାରପତି ଗୌତମ ପଟେଲ୍ କହିଛନ୍ତି।
-
ସନାତନ ଧର୍ମ ଟିପ୍ପଣୀ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆଜି ତାମିଲନାଡ଼ୁ ସରକାର, ମନ୍ତ୍ରୀ ଉଦୟନିଧି ଷ୍ଟାଲିନ, ଡିଏମ୍କେ ସାଂସଦ ଏ ରାଜା ଏବଂ ଅନ୍ୟ ୧୨ ଜଣଙ୍କୁ ନୋଟିସ୍ କରିଛନ୍ତି। ଉଦୟନିଧି ସନାତନ ଧର୍ମକୁ ନେଇ ଅତ୍ୟନ୍ତ ଉତ୍ତେଜକ ଓ ଘୃଣା ସୃଷ୍ଟିକାରୀ ଟିପ୍ପଣୀ ଦେଇଥିବାରୁ ତାଙ୍କ ବିରୋଧରେ ଏତଲା ରୁଜୁ କରିବାକୁ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିବାବେଳେ କୋର୍ଟ ଆଜି ଏହି ଆବେଦନ ଉପରେ ୧୪ ଜଣଙ୍କୁ ନୋଟିସ୍ କରିଛନ୍ତି।
-
ରାଜ୍ୟରେ ଗରିବ ଲୋକମାନଙ୍କୁ ମିଳୁଥିବା ମାସିକ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତାର ପରିମାଣ ଏବେ ବଢ଼ିବାର ସମ୍ଭାବନା ନାହିଁ । ପଡ଼ୋଶୀ ରାଜ୍ୟଗୁଡ଼ିକରେ ଏହି ସାମାଜିକ ସୁରକ୍ଷା ଭତ୍ତା ପରିମାଣ ଅପେକ୍ଷାକୃତ ଅଧିକ ଥିଲେ ମଧ୍ୟ ଓଡ଼ିଶା ସରକାରଙ୍କର ଏହି ମାସିକ ଭତ୍ତା ବଢ଼ାଇବାର ଏବେ କୌଣସି ଯୋଜନା ନାହିଁ ବୋଲି ରୋକଠୋକ୍ ମନା କରିଦେଇଛନ୍ତି ।
-
ବାରିପଦା ସ୍ଥିତ ପିଆରଏମ ମେଡିକାଲ କଲେଜର ହଷ୍ଟେଲ ରୁମ୍ରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି ଜଣେ ଡାକ୍ତରଙ୍କ ମୃତଦେହ। ମୃତ ଡାକ୍ତରଙ୍କ ନାଁ ସଚିନ ସାହୁ। ଘର କେନ୍ଦୁଝରର.
-
ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ ଗୁରୁତର ଅସୁସ୍ଥ ଅଛନ୍ତି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶାନ୍ତିଲତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ନେଇ ତାଙ୍କର ସଂପର୍କୀୟ।
-
ଲୋକସଭାରେ ବିଏସ୍ପି ସାଂସଦ ଦାନିଶ ଅଲୀଙ୍କ ପ୍ରତି ଅଣସଂସଦୀୟ ଶବ୍ଦ ପ୍ରୟୋଗ କରିଥିବା ବିଜେପି ସାଂସଦ ରମେଶ ବିଧୁରୀଙ୍କୁ ଆଜି ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି