-
ଆସନ୍ତା ୨୭ ତାରିଖରେ କେନ୍ଦ୍ର କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ମହଙ୍ଗା ଭତ୍ତା ଏବଂ ମହଙ୍ଗା ଆଶ୍ବସ୍ତିରେ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ନୂଆ ସୂଚନା ଦେଇପାରନ୍ତି। ଯଦି ଏହା ହୁଏ ତେବେ ନବରାତ୍ରୀ ପୂର୍ବରୁ ହିଁ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏହା ଏକ ବଡ଼ ଉପହାର ହେବ।
-
ଆମେରିକାର ମେରିଲାଣ୍ଡରେ ସର୍ଜନମାନେ ଜଣେ ମୁମୂର୍ଷୁ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କଠାରେ ଏକ ଘୁଷୁରିର ହୃଦୟ ପ୍ରତିରୋପଣ କରିଛନ୍ତି। ଏହା ହେଉଛି ଆମେରିକାରେ ଦ୍ବିତୀୟ ଘୁଷୁରି ହୃଦୟ ପ୍ରତିରୋପଣ ଘଟଣା, ଯାହା ପରୀକ୍ଷାମୂଳକ ଭାବେ କରାଯାଇଛି। ଦୁଇ ଦିନ ପରେ ଉକ୍ତ ବ୍ୟକ୍ତି ଏକ ଚେୟାରରେ ବସିବାକୁ ସକ୍ଷମ ହୋଇଥିଲେ ବୋଲି ମେରିଲ୍ୟାଣ୍ଡ ଡାକ୍ତରମାନେ ଶୁକ୍ରବାର କହିଛନ୍ତି।
-
ଚଳିତ ବର୍ଷ ଜୁନ୍ ୧୯ରେ କାନାଡୀୟ ଶିଖ୍ ଆତଙ୍କବାଦୀ ହରଦୀପ ସିଂହ ନିଜାରକୁ ହତ୍ୟା କରାଯିବା ପରେ ଆମେରିକାର ଗୁଇନ୍ଦା ସଂସ୍ଥା ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ଏଫ୍ବିଆଇ)ର ଅଧିକାରୀମାନେ ଆମେରିକାର ଶିଖ୍ କାର୍ଯ୍ୟକର୍ତ୍ତାଙ୍କୁ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ବିଷୟରେ ଚେତାବନୀ ଦେଇଥିଲେ।
-
ଭାରତ ବାହାରେ ବିଶ୍ବର ଏ ଯୁଗର ବୃହତ୍ତମ ହିନ୍ଦୁ ମନ୍ଦିର ଆମେରିକାର ନ୍ୟୁଜର୍ସିରେ ଆସନ୍ତା ଅକ୍ଟୋବର ୮ ତାରିଖରେ ଉଦ୍ଘାଟିତ ହେବାକୁ ଯାଉଛି।
-
୯ ବର୍ଷ ପୂର୍ବେ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛତା ପାଇଁ ଆହ୍ୱାନ ଦେଇଥିଲେ। ସ୍ୱଚ୍ଛ ଭାରତର ବାର୍ତ୍ତା ନେଇ ସବୁ ବର୍ଗର ନାଗରିକମାନେ ଅତ୍ୟନ୍ତ ଉତ୍ସାହର ସହ ପ୍ରତିକ୍ରିୟା ପ୍ରକାଶ କରିଥିଲେ।
-
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ମାନବ ସମାଜକୁ ଗୁରୁତର ଭାବେ ପ୍ରଭାବିତ କରିବା ଆଶଙ୍କା ଥିବା ବେଳେ ପୋଲାଣ୍ଡର ଏକ କଂପାନି ସିଇଓ ଭାବେ ଏକ ଏଆଇ ରୋବଟ୍କୁ ନିଯୁକ୍ତ କରିଛି।
-
ସ୍ଥାନୀୟ ଇନ୍ଦିରା ଗାନ୍ଧି ନ୍ୟାସନାଲ ସେଣ୍ଟର ଫର ଆର୍ଟ (ଆଇଜିଏନସିଏ)ରେ ଆୟୋଜିତ ଚତୁର୍ଥ ନଦୀ ଉତ୍ସବରେ ଓଡ଼ିଆ ବୃତ୍ତଚିତ୍ର ‘ମହାନଦୀ-କବିଙ୍କ କଳ୍ପନାରେ ନଦୀ’ ପୁରସ୍କୃତ ହୋଇଛି। ପୁରସ୍କାର ସ୍ବରୂପ ବୃତ୍ତଚିତ୍ରର ପ୍ରଯୋଜକ ଡ.ଅଶୋକ କୁମାର ପଣ୍ଡାଙ୍କୁ ୨୫ ହଜାର ଟଙ୍କାର ନଗଦ ଅର୍ଥରାଶି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଛି।
-
ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ଏକ ଗୁରୁତର ସମସ୍ୟା ହୋଇଥିବାବେଳେ ଏହି ପ୍ରସଙ୍ଗରେ କେନ୍ଦ୍ର ଏବଂ ଏନସିଟି ଦିଲ୍ଲୀ ସରକାର ମଧ୍ୟ ଚିନ୍ତିତ ଅଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏହି ପ୍ରୟାସରେ ଖୁବ ଶୀଘ୍ର ଆମେରିକାରେ ନିର୍ମିତ ୧୦ ହଜାର ଇଲେକ୍ଟ୍ରିକ୍ ବସ୍ (ଇ-ବସ୍) ଦିଲ୍ଲୀ ରାସ୍ତାରେ ଚାଲୁଥିବା ଦେଖିବାକୁ ମିଳିବ |
-
ଦିଲ୍ଲୀପୁଲିସ ବ୍ରିଜ ଭୂଷଣଙ୍କ ବିରୋଧରେ ଏକ ଅଭିଯୋଗ ଆଣିଛି। ଦିଲ୍ଲୀ ପୁଲିସର କହିବାନୁସାରେ, ‘ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ପୂର୍ବତନ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କୁ ଯେତେବେଳେ ବି ସୁଯୋଗ ମିଳିଥାଏ ସେ ମହିଳା କୁସ୍ତିଯୋଦ୍ଧଙ୍କୁ ଯୌନ ନିର୍ଯାତନା ଦେଇଥାଆନ୍ତି।
-
ପୂର୍ବତନ ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ତତ୍କାଳୀନ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କୁ 'ଟଙ୍କା ଗଦା ଉପରେ ବସିଥିବା ସାପ' ସହିତ ତୁଳନା କରିଥିଲେ ।
-
ୟୁକ୍ରେନ୍କୁ ସହଯୋଗ କରି ପାଶ୍ଚାତ୍ୟ ଶକ୍ତିମାନେ ମସ୍କୋ ସହିତ ପ୍ରତ୍ୟକ୍ଷ ଯୁଦ୍ଧରେ ଅବତୀର୍ଣ୍ଣ ହୋଇଛନ୍ତି ବୋଲି ଶନିବାର ଦିନ ରୁଷୀୟ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ୍ କହିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏଫ୍ପି’ ରିପୋର୍ଟ କରିଛି।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ୱର ରେଳ ଷ୍ଟେସନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଓଡ଼ିଶାବାସୀଙ୍କ ପାଇଁ ପୁରୀ-ରାଉରକେଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।
-
ଭାରତ ଓ କାନାଡ଼ା ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ମଧ୍ୟରେ ଏକ ଚମକାଇବା ଭଳି ତଥ୍ୟ ସାମ୍ନାକୁ ଆସିଛି। କାନାଡ଼ା ଅର୍ଥନୀତିରେ ଭାରତୀୟମାନଙ୍କ ବଡ଼ ଯୋଗଦାନ ରହିଛି। ସେଠାରେ ବାସ କରୁଥିବା ପ୍ରାୟ ୨୦ ଲକ୍ଷ ଭାରତୀୟଙ୍କ କାନାଡ଼ା ଜିଡିପି ପ୍ରତି ୩ ଲକ୍ଷ କୋଟି ଟଙ୍କାର ଅବଦାନ ରହିଛି। କାନାଡ଼ାରେ ୩ ଲକ୍ଷ ୪୦ ହଜାର ପଞ୍ଜାବୀ ଛାତ୍ରଛାତ୍ରୀ ପାଠପଢ଼ୁଛନ୍ତି।
-
ଆମେରିକୀୟ କଂପାନି ଆପଲ୍ ଭାରତରେ ଏହାର ଆଇଫୋନ୍ ଉତ୍ପାଦନ ବଢ଼ାଇବା ଉପରେ ବିଚାର କରୁଛି। ଆସନ୍ତା ୪-୫ ବର୍ଷ ଭିତରେ ଆଇଫୋନ୍ ଉତ୍ପାଦନ ୫ ଗୁଣା ବଢ଼ାଇବାକୁ କଂପାନି ଚାହୁଛି। ଭାରତରୁ ସର୍ବାଧିକ ଫୋନ୍ ରପ୍ତାନି କରୁଥିବା ସଂସ୍ଥା ଭାବେ ଆପଲ୍ ପ୍ରଥମ ସ୍ଥାନ ଅଧିକାର କରିଛି।
-
ଚୀନ୍ର ପରିସଂଖ୍ୟାନ ବ୍ୟୁରୋର ପୂର୍ବତନ ଉପ ମୁଖ୍ୟ ହେ କେଙ୍ଗ୍ କହିଛନ୍ତି ଯେ ଚୀନ୍ରେ ୩୦୦ କୋଟିରୁ ଅଧିକ ଘର ଖାଲିପଡ଼ିଛି। ଦେଶର ଜନସଂଖ୍ୟା ହେଉଛି ୧୪୦ କୋଟି। ପ୍ରକୃତରେ ଚୀନ୍ରେ ଖାଲି ଘର ସଂଖ୍ୟା କେତେ ତାହାକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସୁଛି।
-
ଦେଶରେ ଏକକାଳୀନ ନିର୍ବାଚନ କରାଇବା ଓ ଏହା ଉପରେ ସୁପାରିସ କରିବା ପାଇଁ ୨୦୨୩ ସେପ୍ଟେମ୍ବର ୨ ତାରିଖର ବିଜ୍ଞପ୍ତି ମାଧ୍ୟମରେ ଗଠିତ ଉଚ୍ଚସ୍ତରୀୟ କମିଟିର ପ୍ରାଥମିକ ବୈଠକ ଆଜି ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି ।
-
ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ହାଇକୋର୍ଟ ଆଦେଶ ବିରୋଧରେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି (ଟିଡିଏସ୍) ମୁଖ୍ୟ ଏନ୍ ଚନ୍ଦ୍ରବାବୁ ନାଇଡୁ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି ।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀ ଗସ୍ତରେ ଯାଇ ସେଠାରେ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ କରିଛନ୍ତି ।ଷ୍ଟାଡିୟମ ପାଇଁ ୩୦ ଏକର ଜମି ଉତ୍ତର ପ୍ରଦେଶ ସରକାର ପ୍ରାୟ ୧୨୧ କୋଟି ଟଙ୍କାରେ ଯୋଗାଇ ଦେଇଛନ୍ତି। ଷ୍ଟାଡିୟମ ନିର୍ମାଣ ପାଇଁ ୩୩୦ କୋଟି ଟଙ୍କା ବିସିସିଆଇ ଦେବ। ଗଞ୍ଜାରୀ ଠାରେ ନିର୍ମାଣ ହେବାକୁ ଥିବା ଷ୍ଟାଡିୟମର ସୁନ୍ଦରତା ବୃଦ୍ଧି କରିବା ପାଇଁ ଡମ୍ବୁରୁ ଆକାରର କାଚ ଲାଗିବ।
-
ଦୀର୍ଘ ୧୪ ଦିନର ରାତି ପରେ ଚନ୍ଦ୍ରପୃଷ୍ଠରେ ସୂର୍ଯ୍ୟ ଉଦୟ ହୋଇଛି। ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଏବଂ ରୋଭର ଉପରେ ସୂର୍ଯ୍ୟକିରଣ ପଡ଼ିବାରେ ଲାଗିଛି। ନୂଆ କିରଣ ସହିତ ନିଦରୁ ଉଠାଇବା ପାଇଁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ଶୁକ୍ରବାର ବିକ୍ରମ ଏବଂ ପ୍ରଜ୍ଞାନ ସହ ଯୋଗାଯୋଗ କରିବାକୁ ପ୍ରୟାସ କରାଯାଇଛି।
-
ଚଳିତ ଏସିଆନ ଗେମ୍ସରେ ଦମ୍ଦାର ପ୍ରଦର୍ଶନ ସହ ଭାରତ ଅଭିଯାନ ଆରମ୍ଭ କରିଛି। ରବିବାର ଇଭେଣ୍ଟ ଆରମ୍ଭର ପ୍ରଥମ ଦିବସରେ ଭାରତ ୩ ରୌପ୍ୟ ଓ ୨ ବ୍ରୋଞ୍ଜ ପଦକ ହାସଲ କରିଛି।