-
ଶାନ୍ତି, ନିରସ୍ତ୍ରୀକରଣ ଏବଂ ବିକାଶ ପାଇଁ ୨୦୨୨ର ଇନ୍ଦିରା ଗାନ୍ଧୀ ପୁରସ୍କାର ରବିବାର ମିଳିତ ଭାବେ ଇଣ୍ଡିଆନ୍ ମେଡିକାଲ ଆସୋସିଏଶନ ଏବଂ ଭାରତର ତାଲିମ୍ପ୍ରାପ୍ତ ନର୍ସ ସଂଘକୁ ପ୍ରଦାନ କରାଯାଇଛି।
-
ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ମଜବୁତ କରିବା ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଛି। ଭାରତରେ ହାଲୁକା ଲଢୁଆ ବିମାନର ଇଞ୍ଜିନ ପ୍ରସ୍ତୁତ ହେବାକୁ ଯାଉଛି। ଏଲ୍ସିଏ ମାର୍କ ୨ (ତେଜସ ଏମକେ ୨) ଏବଂ ସ୍ବଦେଶୀ ଆଡଭାନ୍ସଡ ମିଡିୟମ କମ୍ବାଟ ଏୟାରକ୍ରାଫ୍ଟ (ଏଏମ୍ସିଏ)ର ପ୍ରଥମ ଦୁଇଟି ସ୍କ୍ବାଡ୍ରନର ଇଞ୍ଜିନ ନିର୍ମାଣ କରାଯିବ।
-
ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ୟେମେନର ହୁତି ବିଦ୍ରୋହୀ ତୁର୍କୀରୁ ଭାରତ ଆସୁଥିବା ଏକ କାର୍ଗୋ ଜାହାଜକୁ ରବିବାର ଅପହରଣ କରି ନେଇଛନ୍ତି।
-
ଉତ୍ତରକାଶୀରେ ଟନେଲ୍ ଦୁର୍ଘଟଣାକୁ ଇତିମଧ୍ୟରେ ୮ ଦିନ ପୂରି ୯ ଦିନ ହେଲାଣି ହେଲେ ଟନେଲ ତଳେ ଫସି ରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର କରାଯିବା ନେଇ ଏବେ ସୁଦ୍ଧା କୌଣସି ସଫଳତା ମିଳିପାରି ନାହିଁ।
-
ଅସ୍ତ୍ରୋପଚାର ସମୟରେ ଡାକ୍ତରଙ୍କ ଅବହେଳା ଯୋଗୁ ଜଣେ ମହିଳାଙ୍କ ପେଟରେ ନଟ୍ ଓ ବୋଲ୍ଟ ରହିଯାଇଥିଲା। ଏହାର ୩୨ ବର୍ଷ ପରେ ଜାତୀୟ ଖାଉଟି ବିବାଦ ସମାଧାନ ଆୟୋଗ (ଏନ୍ସିଆର୍ସି) ସମ୍ପୃକ୍ତ ଘରୋଇ କ୍ଲିନିକ୍କୁ ଏହାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୁଡୁଚେରୀରେ ଥିବା କ୍ଲିନିକ୍କୁ କ୍ଷତିପୂରଣ ବାବଦରେ ମହିଳାଙ୍କୁ ୧୩.୭ ଲକ୍ଷ ଟଙ୍କା ଦେବାକୁ ପଡ଼ିବ।
-
ରେଡ଼ିଓ ଜକି ସାଜିବେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ | ବାସ୍ତବରେ ସ୍ମୃତି ଇରାନୀ 'ନୂଆ ଭାବନା ନୂଆ କାହାଣୀ' ନାମରେ ଏକ ସାପ୍ତାହିକ ରେଡିଓ ସୋ ଆରମ୍ଭ କରିଛନ୍ତି । ବିଭିନ୍ନ ବର୍ଗର ଲୋକଙ୍କ ସହ ଯୋଡିହେବାକୁ ଲକ୍ଷ୍ୟ ରଖି ଏହି ସୋ ସେ ଆରମ୍ଭ କରିଛନ୍ତି |
-
ଲୋକପ୍ରିୟ ମାଲାୟାଲମ୍ ଅଭିନେତା ବିନୋଦ ଥୋମାସଙ୍କ ମୃତଦେହ କୋଟ୍ଟାୟମର ପମ୍ପାଡି ନିକଟ ଏକ ହୋଟେଲରେ ପାର୍କିଂ ହୋଇଥିବା ଗୋଟିଏ କାର୍ ଭିତରୁ ମିଳିଛି
-
ଓଡ଼ିଶାକୁ ମିଳିଲା ଆଉ ଏକ ଅନ୍ତର୍ଜାତୀୟ ସ୍ୱୀକୃତି : ୨ ଜଳସେଚନ ପ୍ରକଳ୍ପକୁ ମିଳିଲା ବିଶ୍ୱ ଐତିହ୍ୟ ଜଳସେଚନ ପ୍ରକଳ୍ପ ସମ୍ମାନ
-
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ l ମୟୂରଭଞ୍ଜ କୁଳିଅଣାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଉଦଘାଟନ କରିବେ l
-
ବିଶିଷ୍ଟ ହୃଦ୍ ରୋଗ ବିଶେଷଜ୍ଞ ଜେ.ପି. ଦାସଙ୍କ ୯୦ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି ।
-
ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଗଡଭୀଙ୍କ 56 ବର୍ଷ ବୟସରେ ପରଲୋକ l 'ଧୁମ୍' ଏବଂ 'ଧୁମ୍ ୨'ର ନିର୍ଦ୍ଦେଶନା ପାଇଁ ବେଶ୍ ଜଣାଶୁଣା ଥିଲେ ।
-
୨୦୨୩ ବ୍ରହ୍ମାଣ୍ଡ ସୁନ୍ଦରୀ ଭାବେ ଟାଇଟଲ ହାସଲ କଲେ ନିକାରାଗୁଆର ଶେନିସ l ବ୍ରହ୍ମାଣ୍ଡ ସୁନ୍ଦରୀ ଆଖ୍ୟା ଅର୍ଜନ କରିବାରେ ଶେନିସ ହେଲେ ପ୍ରଥମ ନିକାରାଗୁଆ ମହିଳା ।
-
ଉତ୍ତରକାଶୀରେ ଟନେଲ ଭିତରେ ଶ୍ରମିକ ଫସିବା ଘଟଣା, ପାହାଡ଼ ଉପରୁ ହେଲା ଡ୍ରିଲିଂ ଆରମ୍ଭ l ଶ୍ରମିକଙ୍କୁ ଉଦ୍ଧାର ଲାଗି ୪ଟି ସ୍ଥାନରେ ଖୋଳାଯିବ । ଉପର ପଟୁ ୧୨୦ ମିଟର ଉଚ୍ଚରୁ ଚାଲିଛି ରେସକ୍ୟୁ ଅପରେସନ ।
-
ପାକିସ୍ତାନକୁ ଦିଆଯାଉଥିବା ସହାୟତା ବନ୍ଦ କରିବା ଲାଗି ଆମେରିକା କଂଗ୍ରେସର ୧୧ଜଣ ସଦସ୍ୟ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିକେନଙ୍କ ନିକଟକୁ ଚିଠି ଲେଖିଛନ୍ତି।
-
ଓଡ଼ିଶାରେ ଥିବା ୯୭ଟି କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ମଧ୍ୟରୁ ପ୍ରାୟ ୩୭ କେନ୍ଦ୍ରୀୟ ବିଦ୍ୟାଳୟ ଓ ୨୬ଟି ନବୋଦୟ ବିଦ୍ୟାଳୟକୁ ପିଏମ- ଶ୍ରୀ ସ୍କୁଲ ଭାବେ ଅନ୍ତର୍ଭୁକ୍ତ କରାଯାଇଛି। ଓଡ଼ିଶାରେ ପ୍ରାୟ ୮୦୦ଟି ସରକାରୀ ସ୍କୁଲ ପିଏମ ଶ୍ରୀ ସ୍କୁଲରେ ବିକଶିତ ହେବା ସହ ୫ ବର୍ଷରେ ୧୬୦୦ କୋଟିରୁ ଅଧିକ ଟଙ୍କା ଆସିବ।
-
ସୋମବାର ଭାରତ ଓ ଅଷ୍ଟ୍ରେଲିଆ ମନ୍ତ୍ରୀସ୍ତରୀୟ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଏହି ବୈଠକରେ ପ୍ରତିରକ୍ଷା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ।
-
ଶ୍ରୀଲଙ୍କା ୨୨ ଜଣ ଭାରତୀୟ ଧୀବରଙ୍କୁ ମୁକ୍ତ କରିଛି, ଯେଉଁମାନେ ରବିବାର ପମ୍ବାନ ଦେଇ ନିଜ ଦେଶକୁ ଫେରିଛନ୍ତି।
-
୧୪୦ କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗି ବିଶ୍ୱକପ୍ ଜିତିଲା ଅଷ୍ଟ୍ରେଲିଆ, ରୋହିତ କହିଲେ- ବାହାନା କରିବୁନି, ଆମେ ଭଲ ଖେଳି ନାହୁଁ l ସେପଟେ ଷଷ୍ଠ ଥର ପାଇଁ ବିଶ୍ବ ଚାମ୍ପିୟନ୍ ହେଲା ଅଷ୍ଟ୍ରେଲିଆ ଟିମ୍ l
-
ବିଶ୍ଵକପ ୨୦୨୩ରେ ତୃତୀୟ ଥର ପାଇଁ ପ୍ଲେୟାର ଅଫ୍ ଦି ସିରିଜ ଭାବରେ ବିବେଚିତ ହେଲେ ବିରାଟ କୋହଲି l
-
ଓଟିଟିରେ ସବୁ ରେକର୍ଡ ଭାଙ୍ଗିଲା ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ l ମ୍ୟାଚ ଆରମ୍ଭ ହେବାର ମାତ୍ର ୧୫ ମିନିଟ ମଧ୍ୟରେ ୫.୩ କୋଟି ଦର୍ଶକ ଲାଇଭରେ ଯୋଗ ଦେଇଥିଲେ।