-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ଜଳସମ୍ପଦ ବିଭାଗରେ ଓଡିଶା ଜଳବିଜ୍ଞାନ ତଥ୍ୟ କେନ୍ଦ୍ରର ଶୁଭ ଉଦ୍ଘାଟନ କରିଛନ୍ତି । ଏହି କେନ୍ଦ୍ରରେ ଜଳସଂପଦର ସୁପରିଚାଳନା ପାଇଁ ପାଣିପାଗଜନିତ ତଥ୍ୟର ବୈଜ୍ଞାନିକ ବିଶ୍ଳେଷଣ କରାଯିବ।
-
ତାମିଲନାଡୁ ରାଜ୍ୟପାଳ ଆର୍ଏନ୍ ରବି ଫେରାଇ ଦେଇଥିବା ୧୦ଟି ବିଲ୍କୁ ଶନିବାର ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନରେ ପୁନଃ ଆଗତ କରାଯାଇଛି। ସ୍ବତନ୍ତ୍ର ବୈଠକରେ ଆଇନ, କୃଷି ଓ ଉଚ୍ଚଶିକ୍ଷା ସମେତ ବିଭିନ୍ନ ବିଭାଗ ସମ୍ବନ୍ଧିତ ଏହି ବିଲ୍ଗୁଡ଼ିକ ଗୃହରେ ପୁନଃଗୃହୀତ ହୋଇଥିଲା।
-
ହ୍ୱାଇଟ୍ ହାଉସ୍ ଶୁକ୍ରବାର କୋଟିପତି ଏଲନ୍ ମସ୍କଙ୍କୁ ଆଣ୍ଟିସେମିଟିକ୍ (ଇହୁଦୀ ବିରୋଧୀ) ଷଡ଼ଯନ୍ତ୍ର ଥିଓରି ଉପରେ ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ସମର୍ଥନ କରିଥିବାରୁ ଏହାକୁ ନିନ୍ଦା କରିବା ସହ ଏହା‘ଅଗ୍ରହଣୀୟ’ ଓ ‘ଜଘନ୍ୟ ମିଛ’ ବୋଲି କହିଛି।
-
ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହେବ ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚ୍। ଏହି ମ୍ୟାଚରେ ଭାରତ ଏବଂ ଅଷ୍ଟ୍ରେଲିଆର ଦଳ ମୁହାଁମୁହିଁ ହେବେ। ଏହି ଟାଇଟଲ୍ ମ୍ୟାଚ୍ ପୂର୍ବରୁ ଉଭୟ ଦଳକୁ ଏକ ସ୍ୱତନ୍ତ୍ର ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରାଯାଇଥିଲା ।
-
ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଏସ୍ ଭେଙ୍କିଟରମଣନ୍ଙ୍କର ଚେନ୍ନାଇଠାରେ ଶନିବାର ପରଲୋକ ହୋଇଯାଇଛି। ତାଙ୍କୁ ୯୨ ବର୍ଷ ହୋଇଥିଲା। କିଛିଦିନ ହେଲା ସେ ଶଯ୍ୟାଶାୟୀ ଥିଲେ। ଭେଙ୍କିଟରମଣନ୍ ୧୯୯୦ ଦଶକରେ ରିଜର୍ଭ ବ୍ୟାଙ୍କର ଅଷ୍ଟାଦଶ ଗଭର୍ଣ୍ଣର ହୋଇଥିଲେ।
-
ତ୍ଵରିତ ସ୍ୱାସ୍ଥ୍ୟ ସେବା ଦିଗରେ ଅନ୍ୟ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୩୪୯ଟି ନୂଆ ଆମ୍ବୁଲାନ୍ସ ଓଡିଶାବାସୀଙ୍କ ନିମନ୍ତେ ଲୋକାର୍ପଣ କରିଛନ୍ତି ।
-
ରାଜ୍ୟରେ ପ୍ରଥମ ହସ୍ପିଟାଲ ଭାବେ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ନୂଆ ଅପରେସନର ଟେକ୍ନୋଲଜି ( ମଡ୍ୟୁଲାର ଓଟି )।
-
ଓଡ଼ିଶାର ସମସ୍ତ ନବୋଦୟ ଏବଂ କେନ୍ଦ୍ରୀୟ ବିଦ୍ୟାଳୟରେ ‘ପିଏମ୍ଶ୍ରୀ’ ଯୋଜନାର ହେବ ଶୁଭାରମ୍ଭ l
-
ପୁଲିସ ଡିଜି ସୁନୀଲ ବଂଶଲଙ୍କୁ ଅବସର ଅନୁମତି ମିଳିଛି। ୧୯୮୭ ବ୍ୟାଚର ଆଇପିଏସ ଅଫିସର ସୁନୀଲ କୁମାର ବଂଶଲଙ୍କୁ ଅବସର ଅନୁମତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଡିସେମ୍ବର ୩୧ ସୁନୀଲ ବଂଶଲ ଅବସର ନେବାକୁ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି।
-
ଉତ୍ତରକାଶୀରେ ଏକ ନିର୍ମାଣାଧୀନ ସୁଡ଼ଙ୍ଗରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି। ଶୁକ୍ରବାର ଅପରାହ୍ଣରେ ଡ୍ରିଲିଂ ମେସିନ ଖରାପ ହେବାରୁ ଖନନ କାର୍ଯ୍ୟ ବନ୍ଦ ରହିଥିଲା। ବାୟୁସେନା ବିମାନ ଯୋଗେ ଇନ୍ଦୋରରୁ ନୂଆ ମେସିନ ଆସିବା ପରେ ଶନିବାର ସକାଳେ ପୁଣି କାର୍ଯ୍ୟ ଆରମ୍ଭ ହୋଇଛି।
-
ଇସ୍ରାଏଲ-ହମାସ୍ ଯୁଦ୍ଧ ଦିନକୁ ଦିନ ତୀବ୍ର ହେଉଥିବା ବେଳେ ଯୁଦ୍ଧବିରତି ପାଇଁ ବିଭିନ୍ନ ରାଷ୍ଟ୍ର ଓ ଜାତିସଂଘର ପ୍ରସ୍ତାବକୁ ଇସ୍ରାଏଲ ପ୍ରତ୍ୟାଖ୍ୟାନ କରିଚାଲିଛି। ଇସ୍ରାଏଲ ପୁଣି ଉତ୍ତରା ଗାଜାରେ ଜାତିସଂଘ ପରିଚାଳିତ ଜାବାଲିଆ ରିଲିଫ୍ ଶିବିର ଉପରେ ବୋମାମାଡ଼ କରିବାରୁ ଅତିକମ୍ରେ ୫୦ ଜଣଙ୍କ ମୃତ୍ୟୁ ହୋଇଛି।
-
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରର ପ୍ରମୁଖ କମ୍ପାନି ଓପନ୍ଏଆଇର ସିଇଓ ସାମୁଏଲ ହାରିସ ଅଲ୍ଟମ୍ୟାନ୍ (ସାମ୍ ଅଲ୍ଟମ୍ୟାନ୍)ଙ୍କୁ ତାଙ୍କ ପଦରୁ ବିଦା କରାଯାଇଛି। କମ୍ପାନିର ବୋର୍ଡ ଏହି ନିଷ୍ପତ୍ତି ନେବା ପରେ ବିଶ୍ବର ପ୍ରଯୁକ୍ତି ଜଗତ ଚକିତ ହୋଇଯାଇଛି।
-
ଅନ୍ତର୍ଜାତୀୟ ସ୍ତରର ଡାକ୍ତର ଅପେକ୍ଷାକୃତ କମ୍ ମୂଲ୍ୟରେ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇ ଦେଉଛନ୍ତି। ଏବେ ଭାରତକୁ ବିଦେଶରୁ ଅଧିକ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ୨୦୧୮ରେ ଭାରତକୁ ଚିକିତ୍ସା ପାଇଁ ବିଦେଶରୁ ୬,୪୦,୭୯୮ ଜଣ ଆସିଥିଲେ।
-
ଅଟୋମୋବାଇଲ ଶିଳ୍ପ ଅନୁଯାୟୀ, ଏହି ପାର୍ବଣରେ ଗୋଟାଏ ମିନିଟ୍ରେ ପ୍ରାୟ ୯ଟି କାର୍ ବିକ୍ରି ହୋଇଥିବା ସୂଚନା ରହିଛି। ତେବେ ଏହି ୯୦ ଦିନ ମଧ୍ୟରେ ଦେଶରେ ସମୁଦାୟ ୧୧.୪ ଲକ୍ଷ କାର୍ ବିକ୍ରି ହୋଇଥିବା ସୂଚନା ରହିଛି।
-
ଶୀତ ଋତୁ ପାଇଁ ବଦ୍ରିନାଥ ଧାମ ବନ୍ଦ ହେବା ସହ ଚାର୍ଧାମ ଯାତ୍ରା ଶେଷ ହୋଇଛି । ଉତ୍ତରାଖଣ୍ଡରେ ବଦ୍ରିନାଥ ପୀଠର ଦ୍ବାର ଶନିବାର ଅପରାହ୍ନରେ ବନ୍ଦ ହୋଇଛି ।
-
ଦ୍ୱିତୀୟ ଥର ଏଲନ ମସ୍କଙ୍କ ସବୁଠାରୁ ଶକ୍ତିଶାଳୀ ରକେଟ୍ ଷ୍ଟାରଶିପ୍ ଲଞ୍ଚ୍ ହେଉହେଉ ନଷ୍ଟ ହେଲା ରକେଟ୍ l
-
ଉତ୍ତର ପ୍ରଦେଶରେ ହଲାଲ ସାର୍ଟିଫିକେଟ୍ ଥିବା ଉତ୍ପାଦ ଔଷଧ, ଚିକିତ୍ସା ଓ ଅନ୍ୟ ସାମଗ୍ରୀ ବିକ୍ରି ଉପରେ ହେଲା ବ୍ୟାନ l
-
ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ନିଜ ଦେଶରୁ ଭାରତୀୟ ସେନା ହଟାଇବାକୁ ପୁଣିଥରେ ଭାରତକୁ ଅନୁରୋଧ କଲେ ।
-
ଆଜି ବିଶ୍ୱକପ୍ ଫାଇନାଲ । ଲକ୍ଷେ ୩୦ ହଜାର ଦର୍ଶକଙ୍କ ଆଗରେ ହେବ ଫାଇନାଲ୍ ଫାଇଟ୍ । ମ୍ୟାଚ୍ ପୂର୍ବରୁ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ,ସାମିଲ ହେବେ ୫ ଶହରୁ ଅଧିକ ନୃତ୍ୟଶିଳ୍ପୀ । ମ୍ୟାଚ୍ ଦେଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅଷ୍ଟ୍ରେଲିଆର ଉପ-ପ୍ରଧାନମନ୍ତ୍ରୀ ରିଚାର୍ଡ ମାଲର୍ସ ।
-
ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ମଧ୍ୟ ଆଇସିସି ପୁରସ୍କାର ରାଶି ଘୋଷଣା କରିଥିଲା। ଆଇସିସି ଟୁର୍ନାମେଣ୍ଟ ପାଇଁ ମୋଟ୍ ୧୦ ମିଲିୟନ ଆମେରିକୀୟ ଡଲାର ପୁରସ୍କାର ରାଶି ଘୋଷଣା କରିଥିଲା। ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୮୨.୯୩ କୋଟି ଟଙ୍କା। ପୁରସ୍କାର ରାଶିରେ ଚାମ୍ପିୟନ୍ ଟିମ୍କୁ ଚାରି ମିଲିୟନ ଆମେରିକୀୟ ଡଲାର ଅର୍ଥାତ ୩୩.୧୭ କୋଟି ମିଳିବ। ଏଥି ସହିତ ରନର୍ସ ଅପ୍ ଟିମ୍କୁ ଦୁଇ ନିୟୁତ ଆମେରିକୀୟ ଡଲାର ଅର୍ଥାତ ୧୬.୫୯ କୋଟି ଟଙ୍କା ମିଳିବ।