-
ବିଚାର କ୍ଷେତ୍ର ପରିସର ବାହାରେ ଦାଏର କୌଣସି ଏତଲା ଆଧାରରେ ଗିରଫ ବ୍ୟକ୍ତିଙ୍କୁ ହାଇକୋର୍ଟ କିମ୍ବା ସେସନ୍ସ କୋର୍ଟ ସୀମିତ ସମୟ ପାଇଁ ଅଗ୍ରିମ ଜାମିନ ପ୍ରଦାନ କରିପାରିବେ ବୋଲି ସୋମବାର ସୁପ୍ରିମକୋର୍ଟ କହିଛନ୍ତି।
-
ବିଶାଖାପାଟଣା ବନ୍ଦରରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୪୦ଟି ମାଛଧରା ଡଙ୍ଗା ପୋଡ଼ି ପାଉଁଶ ହୋଇଯାଇଛି।
-
ଦେଶରେ ବୃଦ୍ଧି ପାଉଥିବା ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ପାଇଁ ସେମାନଙ୍କ ପିତାମାତା ହେଉଛନ୍ତି ଅନ୍ୟତମ କାରଣ। ତୀବ୍ର ପ୍ରତିଯୋଗିତା ଏବଂ ବାପାମାଆଙ୍କ ଚାପ ଯୋଗୁଁ ଛାତ୍ରଛାତ୍ରୀମାନେ ଏଭଳି ଚରମ ପଦକ୍ଷେପ ନେଉଛନ୍ତି।
-
ବ୍ରିଟେନର ଏକ ମହିଳା ସମଲିଙ୍ଗୀ ଦମ୍ପତି ଏକ ଶିଶୁପୁତ୍ରର ପିତାମାତା ହୋଇଛନ୍ତି। ୩୦ ବର୍ଷୀୟା ଏଷ୍ଟେଫାନିଆ ଏବଂ ୨୭ ବର୍ଷୀୟା ଆଜାହାରା ଅକ୍ଟୋବରରେ ଶିଶୁପୁତ୍ର ଡେରେକ ଏଲୟକୁ ସ୍ୱାଗତ କରିଥିଲେ।
-
ଅକ୍ଟୋବର ୭ରେ ଦକ୍ଷିଣ ଇସ୍ରାଏଲ ଉପରେ ହମାସ୍ ଆକ୍ରମଣ କରି ୧୨୦୦ରୁ ଅଧିକ ସାଧାରଣ ଲୋକଙ୍କୁ ହତ୍ୟା କରିବା ସହ ପ୍ରାୟ ୨୪୦ ଜଣଙ୍କୁ ପଣବନ୍ଦୀ କରି ନେଇଥିଲା। ଏହି ପଣବନ୍ଦୀମାନଙ୍କୁ ଗାଜା ସିଟିର ଅଲ-ଶିଫା ହସ୍ପିଟାଲକୁ ଅଣାଯାଇଥିଲା। ରବିବାର ଇସ୍ରାଏଲ ସେନା ଏହାର ଏକ ସୁରକ୍ଷା କ୍ୟାମେରା ଫୁଟେଜ୍ ଜାରି କରିଛି।
-
ଆମେରିକାର ୩୯ତମ ରାଷ୍ଟ୍ରପତି ଜିମି କାର୍ଟରଙ୍କ ପତ୍ନୀ ରୋଜାଲିନ୍ କାର୍ଟରଙ୍କର ରବିବାର ୯୬ ବର୍ଷ ବୟସରେ ତାଙ୍କ ଗେଗୋରିଆ ସ୍ଥିତ ବାସଭବନରେ ପରଲୋକ ହୋଇଛି।
-
ରାଷ୍ଟ୍ରାୟତ୍ତ ଶକ୍ତି କଂପାନି ଏନ୍ଟିପିସିର ଭୁବନେଶ୍ବରସ୍ଥିତ ପୂର୍ବାଞ୍ଚଳ-୨ ମୁଖ୍ୟ କାର୍ଯ୍ୟାଳୟରେ ୫୫ କେଡବ୍ଲୁପି ରୁଫ୍ ଟପ୍ ସୋଲାର ପ୍ଲାଣ୍ଟକୁ କଂପାନିର ସିଏମ୍ଡି ଗୁରଦୀପ ସିଂହ ଉଦ୍ଘାଟନ କରିଛନ୍ତି।
-
କେନ୍ଦ୍ର ସୂଚନା ଓ ପ୍ରସାରଣ, ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି ଗୋଆର ମେରିୟଟ୍ ରିସୋର୍ଟଠାରେ ଦକ୍ଷିଣ ଏସିଆର ସର୍ବବୃହତ ଚଳଚ୍ଚିତ୍ର ବଜାରକୁ ଉଦ୍ଘାଟନ କରିଛନ୍ତି।
-
ନିର୍ବାଚନ ଆୟୋଗଙ୍କ ସତର୍କତା ସତ୍ଵେ ଏବେ ଚାଲିଥିବା ୫ଟି ରାଜ୍ୟ ବିଧାନସଭା ନିର୍ବାଚନରେ ଟଙ୍କା, ସୁନା, ମଦ ଆଦିର ବ୍ୟାପକ ଦିଆନିଆ ହେଉଛି । ନିର୍ବାଚନ ଆୟୋଗ ଏ ପର୍ଯ୍ୟନ୍ତ ୧୭୬୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ନଗଦ ଟଙ୍କା, ସୁନା, ମଦ ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଜବତ ହୋଇଛି।
-
ରବିବାର ଇମ୍ଫାଲ ବିମାନବନ୍ଦର ନିକଟରେ ଏକ ଅଚିହ୍ନା ଉଡ଼ନ୍ତା ବସ୍ତୁ (ୟୁଏଫଓ) ଦୃଷ୍ଟିଗୋଚର ହେବା ପରେ ଭାରତୀୟ ବାୟୁସେନା (ଆଇଏଏଫ୍) ଏହାର ଅତ୍ୟାଧୁନିକ ରାଫେଲ ଲଢୁଆ ବିମାନକୁ ଲଗାଇ ସଂପୃକ୍ତ ସନ୍ଦିଗ୍ଧ ୟୁଏଫଓକୁ ଖୋଜାଖୋଜି କରିଥିବା ଜାଣିବାକୁ ମିଳିଛି।
-
ଦୁଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜେଲଦଣ୍ଡ ଭୋଗୁଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମରହିମ ସିଂହ ପୁଣି ଥରେ ଜେଲରୁ ମୁକୁଳିବେ। ଏଥରକ ସେ ୨୧ ଦିନ ପାଇଁ ଜେଲ ବାହାରେ ରହିବେ।
-
ଉତ୍ତରକାଶୀ ଟନେଲ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦୁର୍ଘଟଣା ହେବାର ୯ ଦିନ ପରେ ଉଦ୍ଧାରକାରୀ ଦଳକୁ କିଛିଟା ଆଶ୍ବସ୍ତି ମିଳିଛି । ଫସିଥିବା ଶ୍ରମିକଙ୍କ ନିକଟକୁ ପହଞ୍ଚିଛି ଏକ ୬ ଇଞ୍ଚର ପାଇପ୍ ।
-
୩ ବର୍ଷ ହେବ ରାଜ୍ୟପାଳ କ’ଣ କରୁଥିଲେ ବୋଲି ‘ଚିଠା’ ଅନୁମୋଦନ ବିଳମ୍ବଜନିତ ତାମିଲନାଡୁ ସରକାରଙ୍କ ଆବେଦନର ଶୁଣାଣି ଜାରି ରଖିବା ବେଳେ ସୁପ୍ରିମ୍ କୋର୍ଟ କହିଛନ୍ତି।
-
ଭୁବନେଶ୍ବରରେ ପ୍ରସ୍ତାବିତ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଏହି ଚୁକ୍ତି ଭୁବନେଶ୍ବର ମେଟ୍ରୋ ରେଳ କର୍ପୋରେସନ ଲିଃ ଓ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ଲିଃ ମଧ୍ୟରେ ସ୍ବାକ୍ଷରିତ ହୋଇଛି ।
-
ରାଜ୍ୟରେ ଗେଲ୍ ଇଣ୍ଡିଆ ଆଉ ୭ଟି ନୂଆ ସିଏନ୍ଜି ଷ୍ଟେସନ୍ ଖୋଲିବ। ଏଥିରୁ ୪ଟି ଷ୍ଟେସନ୍ ଖୋର୍ଦ୍ଧା ଜିଲ୍ଲାରେ ଏବଂ ୩ଟି ଷ୍ଟେସନ୍ କଟକ ଜିଲ୍ଲାରେ ଖୋଲାଯିବ।
-
ଆଦାନି-ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟ ଧାର୍ଯ୍ୟ କରିଥିବା ସମୟ ସୀମା ଭିତରେ ତଦନ୍ତ ଶେଷ କରିପାରିନଥିବା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ବିରୋଧରେ ଏକ ଜନସ୍ଵାର୍ଥ ମାମଲା ରୁଜୁ ହୋଇଛି।
-
ରାଜଧାନୀକୁ ପୁଣି ଫେରିବ ରାହାଗିରି। ଡିସେମ୍ବର ୧୦ ରବିବାର ଏବଂ ଜାନୁଆରୀ ମାସର ଦୁଇଟି ରବିବାର ଏହି ରାହାଗିରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
-
ସାଲୁଗା ପ୍ରଧାନ ହେବେ ଓଡିଶା ବିଧାନସଭାର ପରବର୍ତ୍ତୀ ଉପ ବାଚସ୍ପତି । ଏନେଇ ଆଜି ସାଲୁଗା ବିଧାନସଭା ସଚିବଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆସନ୍ତାକାଲି ସକାଳ ୯ଟାରେ ଉପବାଚସ୍ପତି ନିର୍ବାଚନ ହେବ ।ଜି. ଉଦୟଗିରିର ବିଧାୟକ ହେଉଛିନ୍ତି ସାଲୁଗା ପ୍ରଧାନ।
-
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଆମୱେ ଇଣ୍ଡିଆ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି।ଲୋଭନୀୟ କମିସନ ଦେଇ ଲୋକଙ୍କୁ ପ୍ରଲୋଭିତ କରିଥିଲା ବୋଲି ଅଭିଯୋଗ ରହିଛି। ଏହା ଅପରାଧ ଜରିଆରେ କଂପାନି ଲୋକଙ୍କଠାରୁ ୪୦୫୦ କୋଟି ଟଙ୍କା ଠକେଇ କରିଥିବା ଇଡି ଦାବି କରିଛି। ଦେଶରେ ଆମ୍ୱେ ଇଣ୍ଡିଆର ୫.୫ ଲକ୍ଷ ପ୍ରତ୍ୟକ୍ଷ ବିକ୍ରେତା ରହିଛନ୍ତି।
-
ବିଶ୍ଵର ସବୁଠୁ ଚର୍ଚ୍ଚିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟୁଲ୍ ଚାଟ୍ଜିପିଟି ବିକାଶ କରିଥିବା ଆମେରିକୀୟ ସଂସ୍ଥା ଓପନ୍ଏଆଇ ଏହାର ସିଇଓ ସାମ୍ ଅଲ୍ଟମ୍ୟାନ୍ଙ୍କୁ ବିଦା କରିବା ପରେ କଂପାନିରେ କର୍ମଚାରୀମାନେ ବିଦ୍ରୋହ ଆରମ୍ଭ କରିଛନ୍ତି।