-
ଭାରତରେ ଔଷଧ ଏବଂ ମେଡିକାଲ ମୁଦ୍ରାସ୍ଫୀତି ସାରା ଏସିଆ ମହାଦେଶରେ ସର୍ବାଧିକ। ଏହାର ଅର୍ଥ ହେଉଛି ଏସିଆ ମହାଦେଶରେ ଭାରତର ସ୍ୱାସ୍ଥ୍ୟ ସେବା ସବୁଠୁ ମହଙ୍ଗା। ଇନସ୍ୟୋର ଟେକ୍ କମ୍ପାନୀ ପ୍ଲମ୍ର ‘ କର୍ପୋରେଟ ଇଣ୍ଡିଆ ହେଲଥ୍ ରିପୋର୍ଟ-୨୦୨୩’ରେ ଏହା କୁହାଯାଇଛି।
-
ରାଜ୍ୟରେ ୧୨ଟି ଶିଳ୍ପ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ହାଇ ଲେବୁଲ୍ କ୍ଲିୟରାନ୍ସ ଅଥରିଟି(HLC) ଅନୁମୋଦନ ପ୍ରଦାନ କରିଛି। ଏହି ୧୨୧ଟି ପ୍ରକଳ୍ପଗୁଡ଼ିକ ପ୍ରତିଷ୍ଠା ହେବା ପାଇଁ ୮୪,୯୧୮.୭୫ କୋଟିର ପୁଞ୍ଜି ବିନିଯୋଗ ହେବ। ଏତି ସହିତ ବିଭିନ୍ନ କ୍ଷେତ୍ରରେ ୪୨,୨୮୧ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।
-
୨୦୧୯ରେ ଏକ ଲାଞ୍ଚ ମାମଲାରେ ଗିରଫ ହୋଇଥିବା କନ୍ଧମାଳ ଜିଲ୍ଲାର ତତ୍କାଳୀନ ଶ୍ରମ ଅଧିକାରୀ ରଞ୍ଜନ କିଶୋର ବେହେରାଙ୍କୁ ତିନି ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦିଆଯାଇଛି। ଏଥିସହ ୫ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ଅଧିକ ୩ ମାସ ଜେଲ ଦଣ୍ଡ ଭୋଗିବାକୁ ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ବିଚାରପତି ସମର ବିଳାଶ ବେହେରା ଆଦେଶ ଦେଇଛନ୍ତି ।
-
ନଭେମ୍ବର ୨୧ ତାରିଖଠାରୁ ଆରମ୍ଭ ହୋଇଥିବା ଷୋଡ଼ଶ ବିଧାନସଭାର ଚତୁର୍ଦ୍ଦଶ ଅଧିବେଶନ ଅର୍ଥାତ୍ ଶୀତ ଅଧିବେଶନ ଶେଷ ହୋଇଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ଚଳିତ ବିଧାନସଭାର ଶୀତକାଳୀନ ଅଧିବେଶନକୁ ଶେଷ କରାଯାଇଛି।
-
‘ଡିପ୍ଫେକ୍’ ଭିଡିଓକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା ଜୋର ଧରିଛି। କୃତ୍ରିମ ବୁଦ୍ଧିମତା ବା ଏଆଇ ଜରିଆରେ ବିଭିନ୍ନ ସେଲିବ୍ରେଟିଙ୍କ ଡିପ୍ଫେକ୍ ଫଟୋ ଏବଂ ଭିଡିଓ ପ୍ରସ୍ତୁତ କରାଯାଉଛି। ଯାହାକୁ ନେଇ ସରକାର ଖୁବ୍ଶୀଘ୍ର କଡା ଆଇନ ଆଣିବାକୁ ଯାଉଛନ୍ତି।
-
ପ୍ରାଣଘାତୀ ରୋଗର ପ୍ରତିକାର ନେଇ ବଡ଼ ସଫଳତା ପାଇଛି ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ଅନୁଷ୍ଠାନ (ଆଇଏଲ୍ଏସ୍)। ଯକ୍ଷ୍ମା, ଭାଇରାଲ ଇନଫେକ୍ସନ୍, ବାର୍ଦ୍ଧକ୍ୟ ଜନିତ ବ୍ୟାଧି ପରି ଦୁରାରୋଗ୍ୟ ରୋଗର ଉପଶମ କରିପାରୁଥିବା ଏକ ନୂଆ ପ୍ରୋଟିନକୁ ଆଇଏଲ୍ଏସ୍ର ବୈଜ୍ଞାନିକମାନେ ବିକଶିତ କରିପାରିଛନ୍ତି। ଏହି ନୂଆ ପ୍ରୋଟିନ୍କୁ ‘ଏନ୍ସିଆର-୧’ (ନ୍ୟୁକ୍ଲିଅର ରିସେପ୍ଟୋର କୋ-ରିପ୍ରେସର-୧)ନାମରେ ନାମିତ କରିଛନ୍ତି।
-
ଆଦାନି-ହିଣ୍ଡେନବର୍ଗ ମାମଲାର ରାୟକୁ ସୁପ୍ରିମକୋର୍ଟ ଆଜି ସଂରକ୍ଷିତ ରଖିଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ପେଜି ପାଦ୍ରିୱାଲା ଓ ମନୋଜ ମିଶ୍ରଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା।
-
ରାଜସ୍ଥାନ ବିଧାନସଭା ପାଇଁ ଆଜି ( ଶନିବାର) ମତଦାନ ଆରମ୍ଭ ହୋଇଛି । ୨୦୦ ଆସନ ବିଶିଷ୍ଟ ବିଧାନସଭାରେ ୧୯୯ଟି ଆସନରେ ଭୋଟଗ୍ରହଣ ହେବ।
-
ଉତ୍ତରାଖଣ୍ଡର ଉତ୍ତରକାଶୀରେ ଟନେଲ ମଧ୍ୟରେ ଫସିଥିବା ୪୧ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି। ଖୋଳିବା କାର୍ଯ୍ୟରେ ନିୟୋଜିତ ଅଗର ମେସିନ ଗତକାଲି ବିଳମ୍ବିତ ରାତିରେ ଖରାପ ହୋଇଥିଲା।
-
ଚୀନ୍ରେ ଏଭିୟନ ଇନ୍ଫ୍ଲୁଏଞ୍ଜା ଓ ନିମୋନିଆକୁ ନେଇ ଯେଉଁ ଅସ୍ବାଭାବିକ ସ୍ଥିତି ଦେଖାଦେଇଛି ତାହା ଉପରେ ଏବେ ପୂରା ବିଶ୍ବର ନଜର ରହିଛି।
-
କତରରେ ୮ ଜଣ ଭାରତୀୟଙ୍କୁ ଗୁଇନ୍ଦାଗିରି ଅଭିଯୋଗରେ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିବା ବେଳେ ଏହାକୁ ବିରୋଧ କରି ଭାରତ ସରକାରଙ୍କ ପକ୍ଷରୁ କରାଯାଇଥିବା ଆବେଦନକୁ କତର ଅଦାଲତ ଗ୍ରହଣ କରିଛନ୍ତି।
-
ଯୁଦ୍ଧବିରତି ଚୁକ୍ତି ମୁତାବକ ହମାସ୍ ଆଜି ୨୫ ପଣବନ୍ଦୀଙ୍କୁ ଖଲାସ କରିଛି। ସେମାନଙ୍କ ମଧ୍ୟରେ ଇସ୍ରାଏଲର ୧୩ ଜଣ ଏବଂ ଥାଇଲାଣ୍ଡର ୧୨ ଜଣ ନାଗରିକ
-
ସଦ୍ୟ ସମାପ୍ତ ଦିନିକିଆ କ୍ରିକେଟ ବିଶ୍ବକପ୍ର ଫାଇନାଲ୍ରେ ଯଦିଓ ଅଷ୍ଟ୍ରେଲିଆଠାରୁ ଭାରତ ହାରିଯାଇଥିଲା, କିନ୍ତୁ ଅର୍ଥନୀତି ପାଇଁ ଏହି ବିଶ୍ବକପ୍ ବେଶ ଲାଭଦାୟକ ହୋଇଛି। ଏହାର ପ୍ରଭାବରେ ଭାରତୀୟ ଅର୍ଥନୀତିକୁ ୨୨ ହଜାର କୋଟି ଟଙ୍କା ଲାଭ ମିଳିଥିବା ଆକଳନ କରାଯାଇଛି।
-
ଗୁଜୁରାଟର ମୋର୍ବି ସହରରୁ ଗତ ନଭେମ୍ବର ୨୩ ତାରିଖରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଦଳିତ କର୍ମଚାରୀ ମହିଳା ବ୍ୟବସାୟୀଙ୍କୁ ଦରମା ମାଗିବାରୁ ସେ ତାଙ୍କ ମୁଖରେ ଜୋତା ଲଗାଇ କ୍ଷମା ମାଗିବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି।
-
କେନ୍ଦ୍ର, ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି ମୁନିସିପାଲିଟି ଓ ଗ୍ରାମ ପଞ୍ଚାୟତ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଉନ୍ନୟନ ପ୍ରକଳ୍ପ ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ତାହାର ସଠିକ ହିସାବ ରଖିବା ଏବଂ ହିସାବରେ ସ୍ବଚ୍ଛତାର ଅଭାବ ଦେଖାଦେଉଛି।
-
ନିୟମ ପାଳନରେ ଅବହେଳା କରିଥିବା ତିନିଟି ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୧୦.୩୪ କୋଟି ଟଙ୍କାର ଜରିମାନା ଲାଗୁ କରିଛନ୍ତି। ସିଟି ବ୍ୟାଙ୍କ ଉପରେ ୫ କୋଟି ଟଙ୍କା, ବ୍ୟାଙ୍କ ଅଫ ବରୋଦା ଉପରେ ୪.୩୪ କୋଟି ଟଙ୍କା ଓ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଉପରେ ୧ କୋଟି ଟଙ୍କା
-
ଐତିହାସିକ ବାଲିଯାତ୍ରାରେ ଚଳିତବର୍ଷ ୪ଦିନ ବଲିଉଡ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ.. ପ୍ରସିଦ୍ଧ ସଙ୍ଗୀତ ନିର୍ଦେଶକ ତଥା କଣ୍ଠଶିଳ୍ପୀ ଅନୁ ମଲ୍ଲିକ ଓ ସଚିନ ଦୁବେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ
-
ରାଜ୍ୟପାଳମାନେ ବିଲ୍ ଉପରେ କୌଣସି ପଦକ୍ଷେପ ନ ନେଇ ତାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପକାଇ ରଖିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ଚେତାଇ ଦେଇଛନ୍ତି।
-
ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ପାଇଁ ଲୋକପ୍ରିୟ ଅଭିନେତା ମନସୁର ଅଲି ଖାନ୍ ସର୍ବସାଧାରଣରେ କ୍ଷମା ମାଗିଛନ୍ତି।
-
ଦିନିକିଆ ବିଶ୍ବକପ ଫାଇନାଲରେ ପରାଜୟ ପରେ ଭାରତୀୟ ଦଳ ଖେଳିଥିବା ପ୍ରଥମ ଟି-୨୦ ମ୍ୟାଚରେ ବିଜୟୀ ହୋଇଛି । ଗୁରୁବାର ବିଶାଖାପାଟଣାରେ ଖେଳାଯାଇଥିବା ପ୍ରଥମ ଟି୨୦ରେ ଭାରତ ୨ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି।