Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
1061 14-03-2024 Odia
  1. ୨୦୧୯ ଏପ୍ରିଲରୁ ୨୦୨୪ ଫେବ୍ରୁଆରି ୧୫ (ସୁପ୍ରିମକୋର୍ଟ ବେଆଇନ ଘୋଷଣା କରିବା ଦିନ) ପର୍ଯ୍ୟନ୍ତ ମୋଟ ୨୨,୨୧୭ଟି ନିର୍ବାଚନୀ ବଣ୍ଡ୍‌ ଜାରି ହୋଇଛି। ଏଥିରୁ ୨୨,୦୩୦ଟି ନିର୍ବାଚନୀ ବଣ୍ଡ୍‌କୁ ରାଜନୈତିକ ଦଳଗୁଡ଼ିକ ରିଡିମ୍‌ (ବ୍ୟବହାର କରି ଚାନ୍ଦା ଗ୍ରହଣ) କରିଛନ୍ତି।

  2. ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପାଶ୍ଚାତ୍ୟ ଦେଶକୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ଆମେରିକା ତା’ର ରେଡ୍ ଲାଇନ୍ ଅତିକ୍ରମ କରି ୟୁକ୍ରେନକୁ ସୈନ୍ୟ ପଠାଇବ ତେବେ ରୁଷ୍ ପରମାଣୁ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛି।

  3. ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ସୁପ୍ରିମ୍‌କୋର୍ଟରେ କାର୍ଯ୍ୟରତ ଓଡ଼ିଆ ରାନ୍ଧୁଣିଆଙ୍କ ଝିଅ ପ୍ରଜ୍ଞା ସାମଲଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ନିକଟରେ ପ୍ରଜ୍ଞା ଆମେରିକାର ଦୁଇଟି ବିଶ୍ବବିଦ୍ୟାଳୟରେ ଆଇନରେ ସ୍ନାତକୋତ୍ତର ଶିକ୍ଷା ପାଇଁ ସ୍କଲାର୍‌ସିପ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

  4. ରାଷ୍ଟ୍ରପତିଙ୍କ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ୟୁନିଫର୍ମ ସିଭିଲ କୋଡ୍ (ୟୁସିସି) ବିଲ୍‌କୁ ଅନୁମୋଦନ ମିଳିଛି। ରାଷ୍ଟ୍ରପତି ଭବନରୁ ଏହି ସୂଚନା ମିଳିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି।

  5. ଦେଶରେ ଲୋକସଭା ୨୦୨୪ ନିର୍ବାଚନ ତାରିଖ ଯେକୌଣସି ସମୟରେ ଘୋଷଣା ହୋଇପାରେ। ତେବେ ମିଳୁଥିବା ସଙ୍କେତ ଅନୁସାରେ ମାର୍ଚ୍ଚ ୧୬ ଅବା ୧୭ରେ ତାରିଖ ଘୋଷଣା ହୋଇପାରେ।

  6. ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ଭାଇ ବୁବୁନ ବାନାର୍ଜୀଙ୍କ ସହ ସମସ୍ତ ସମ୍ପର୍କ ତୁଟା‌ଇ ଦେଇଛନ୍ତି। ବୁବୁନ ହାୱଡ଼ାରୁ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଅଣ୍ଟା ଭିଡ଼ିବା ପରେ ମମତା ଏଭଳି ଘୋଷଣା କରିଛନ୍ତି।

  7. ବିପୁଳ ପରିମାଣର ସେୟାର ବିକ୍ରି ହେବାରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍‌ର ସେନ୍‌ସେକ୍ସ ଆଜି ୯୦୬ ପଏଣ୍ଟ ହ୍ରାସ ପାଇ ୭୨,୭୬୧ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଏହାର ପ୍ରଭାବରେ ଆଜି ଗୋଟିଏ ଦିନରେ ନିବେଶକଙ୍କ ସମ୍ପତ୍ତିରେ ୧୪ ଲକ୍ଷ କୋଟି ଟଙ୍କାର ହ୍ରାସ ଘଟିଛି।

  8. ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଆଇଆର୍‌ଡିଏଆଇ) ତଥ୍ୟ ଅନୁସାରେ ଦେଶରେ ଜୀବନ ବୀମା ସାନ୍ଦ୍ରତା ୩ ପ୍ରତିଶତ ରହିଛି। ଦେଶରେ ବିକ୍ରି ହେଉଥିବା ମୋଟ ବୀମା ପଲିସି ମଧ୍ୟରୁ ୪.୭୧ ପ୍ରତିଶତ ପଲିସି ଓଡ଼ିଶାରେ ବିକ୍ରି ହେଉଛି।

  9. ବୁଧବାର ସେୟାର ବଜାରରେ ବଡ଼ ଧରଣର ହ୍ରାସ ଯୋଗୁଁ ଆଦାନି ଗ୍ରୁପର ସମସ୍ତ ୧୦ଟି ତାଲିକାଭୁକ୍ତ କମ୍ପାନୀର ସେୟାର ହ୍ରାସ ପାଇଛି।

  10. ରାଜ୍ୟରେ ଥିବା ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ନିୟୋଜିତ ହୋଇଥିବା କନିଷ୍ଠ ଶିକ୍ଷକ  (ଯେଉଁମାନେ ଯୋଜନା ଭିତ୍ତିକ ପଦବୀରେ ୩ ବର୍ଷ କାର୍ଯ୍ୟ କରିସାରିଛନ୍ତି) ସେମାନଙ୍କର ବିଭିନ୍ନ ଦାବୀକୁ ବିଚାରକୁ ନେଇ ସରକାର ତାଙ୍କ ମାସିକ ପାରିଶ୍ରମିକ ୧୩,୮୦୦ ପରିବର୍ତ୍ତେ ୨୦,୦୦୦ ଟଙ୍କା କରିବା ପାଇଁ ସ୍ଥିର କରିଛନ୍ତି।

  11. ପଞ୍ଚମ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିଶ ତଥା ଓଡିଶା ମ୍ୟୁନିସିପାଲ କର୍ପୋରେସନ ରୁଲ୍ସ- ୨୦୦୪ ଓ ଓଡିଶା ମ୍ୟୁନିସିପାଲିଟି ରୁଲ୍ସ-୧୯୫୩ ରେ ସଂଶୋଧନ ଆଣି ରାଜ୍ୟର ୫ଟି ମହାନଗର ନିଗମ, ୪୮ଟି ପୌର ପରିଷଦ ଓ ୬୮ଟି ବିଜ୍ଞପିତ ଅଞ୍ଚଳ ପରିଷଦର ମେୟର, ଡେପୁଟି ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲରଙ୍କ ପାରିତୋଷିକ ଓ ଭତ୍ତାରେ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

  12. ପଦ୍ମ ପୁରସ୍କାରପ୍ରାପ୍ତ କୃତୀ ସନ୍ତାନ ମାନେ ସେମାନଙ୍କ ପ୍ରତିଭା ଓ ସେବା କାର୍ଯ୍ୟ ଦ୍ୱାରା ଓଡିଶାର ଗୌରବ ବୃଦ୍ଧି କରିଛନ୍ତି । ସମାଜକୁ ସେମାନଙ୍କ ବଳିଷ୍ଠ ଅବଦାନର ସ୍ବୀକୃତି ସ୍ବରୂପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ସମ୍ମାନାର୍ଥେ ମାସକୁ ୨୫ ହଜାର ଟଙ୍କା ଲେଖାଏ ଅର୍ଥ ସମ୍ମାନ ରାଶି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । 

  13. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୩ଟି ଜିଲ୍ଲାରେ ୨୨ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଏବଂ ଗଞ୍ଜାମର ଭଞ୍ଜନଗର ଏନଏସିକୁ ମ୍ୟୁନିସିପାଲିଟିକୁ ଉନ୍ନୀତ କରାଯିବା ନେଇ ଘୋଷଣା କରିଛନ୍ତି।

  14. ଆସନ୍ତା ମାର୍ଚ୍ଚ ୧୪ ତାରିଖ ପର୍ଯ୍ୟନ୍ତ ଉପଭୋକ୍ତାମାନେ ମାଗଣାରେ ଆଧାର କାର୍ଡ ଅପଡେଟ୍ କରିପାରିବେ ବୋଲି ସମୟସୀମା ଥିଲା । ଏହି ଅବଧି ଶେଷ ହେବା ପୂର୍ବରୁ ବର୍ତ୍ତମାନ ଆଉ ତିନି ମାସ ଅର୍ଥାତ୍ ଜୁନ୍ ୧୪ ପର୍ଯ୍ୟନ୍ତ ମାଗଣାରେ ଆଧାର ଅପଡେଟ୍ କରାଯାଇପାରିବ।

  15. ବିଶ୍ଵସ୍ତରୀୟ ସବୁଜ ବଳୟ ମଡେଲ କାରାଗାର ଜାମୁଝରୀରେ ହେବ । ରାଜ୍ୟର ସବୁଠାରୁ ବଡ ଓ ପ୍ରଥମ ସବୁଜବଳୟ ମଡେଲ କାରାଗାର ହେବ । ୫୦ ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି କାରାଗାର ବିଶ୍ବସ୍ତରୀୟ ଭିତ୍ତିଭୂମୀ ରହିବ ।

  16. କେନ୍ଦ୍ର ସରକାର ବରିଷ୍ଠ ଅମଲାତନ୍ତ୍ରୀ ରାହୁଲ ସିଂଙ୍କୁ ସେଣ୍ଟ୍ରାଲ ବୋର୍ଡ୍‌ ଅଫ୍‌ ସେକେଣ୍ଡାରି ଏଜୁକେଶନ୍‌ (ସିବିଏସ୍‌ଇ) ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି।

  17. ମହାରାଷ୍ଟ୍ରରେ ସମୁଦାୟ ୪୮ଟି ଆସନ ମଧ୍ୟରୁ ଭାଜପା ୩୧ଟି ଆସନରେ ଲଢ଼ିବା ନେଇ ନିଷ୍ପତ୍ତି ହୋଇଛି। ସେହିପରି ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ୧୩ଟି ଓ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ନେତୃତ୍ୱାଧୀନ ଜାତୀୟତାବାଦି କଂଗ୍ରେସ ପାର୍ଟି(ଏନ୍‌ସିପି) ୪ଟି ଆସନରେ ଲଢ଼ିବା ନେଇ ସହମତି ପ୍ରକାଶ ପାଇଛି। ବାରାମତୀ, ରାଇଗଡ଼, ଶିରୁର୍‌ ଓ ପାରଭାନି ଆସନ ଏନ୍‌ସିପିକୁ ମିଳିଛି।

  18. ଏପ୍ରିଲ ୨୦୧୯ ରୁ ଫେବୃଆରୀ ୧୫, ୨୦୨୪ ମଧ୍ୟରେ ମୋଟ ୨୨,୨୧୭ ନିର୍ବାଚନ ବଣ୍ଡ ଜାରି କରାଯାଇଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଏହାର ଆଫିଡେଭିଟରେ କହିଛି। ଏଥିରୁ ରାରାଜନୈତିକ ଦଳ ଗୁଡ଼ିକ ୨୨,୦୩୦ ବଣ୍ଡ ବ୍ୟବହାର କରିଛନ୍ତି। ଅବଶିଷ୍ଟ ୧୮୭ ଟି ନିୟମ ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରେ ଜମା ହୋଇଥିବା ବ୍ୟାଙ୍କ କହିଛି।

  19. ମାଫିଆ ମୁଖତାର୍‌ ଅନସାରୀଙ୍କୁ ୩୩ ବର୍ଷ ୩ ମାସ ୯ ଦିନ ପୁରୁଣା ଗାଜିପୁର ନକଲି ଅସ୍ତ୍ର ଲାଇସେନ୍ସ ମାମଲାରେ ବୁଧବାର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

  20. ଗ୍ୟାଙ୍ଗଷ୍ଟରଙ୍କ ସହ ଲେଡି ଡନଙ୍କ ବିବାହ। ବହୁଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର କାଲା ଜାଠେଡ଼ି ଓରଫ ସନ୍ଦୀପ ନିଜ ଦୀର୍ଘଦିନର ବାନ୍ଧବୀ ଅନୁରାଧା ଚୌଧୁରୀଙ୍କୁ ମଙ୍ଗଳବାର ଦିଲ୍ଲୀର ଦ୍ୱାରକା ସେକ୍ଟର-୩ ନିକଟସ୍ଥ ସନ୍ତୋଷ ଗାର୍ଡେନଠାରେ ବିବାହ କରିଛନ୍ତି।

383 Y
1062 14-03-2024 English
  1.  The State Bank of India (SBI) Wednesday informed the Supreme Court that a total of 22,217 electoral bonds were purchased by political parties between April 1, 2019 and February 15 this year, out of which 22,030 were redeemed.

  2. With elections round the corner, the state government Wednesday announced remuneration hike for junior teachers and functionaries of Urban Local Bodies (ULBs) in the state. While the salary of junior teachers has been hiked from `13,800 to `20,000 per month, the Mayors of Municipal Corporations will now get `50,000 instead of `8,000 and the Deputy Mayors `20,000 instead of `5,000 earlier, an official at the CMO said

  3. The state government Wednesday announced the formation of 22 new Notified Area Councils (NAC) in 13 districts and upgradation of Bhanjanagar NAC in Ganjam to a Municipality.

  4. In recognition to the significant contribution of Padma awardees to the society, Chief Minister Naveen Patnaik has decided to pay an honorarium of `25,000 to the awardees from April this year.

  5. The Forest department Wednesday said the mass nesting sites of Olive Ridley sea turtles in the state will remain out of bounds for visitors till the hatchlings are born.

  6. Mercury Wednesday touched the 39 degrees Celsius-mark in many parts of Odisha, recording the highest temperature so far this month, weather officials said.

  7. The Election Commission (EC) has decided to set up 10 per cent all-women polling booths in every Assembly constituency in Odisha for the upcoming Lok Sabha and Assembly polls in the state, an official said Wednesday.

  8. Chief Minister Naveen Patnaik Wednesday inaugurated an integrated sports complex at Jeypore in Koraput district and 26 multipurpose indoor stadiums spread over 12 districts of the state.

  9. CSIRInstitute of Minerals and Materials Technology (IMMT) signed an MoU with the Geological Society of India (GSI), Kolkata to work on developing technologies for the recovery of critical minerals from the Indian deposits.

  10. A local court Wednesday sentenced a man to ten years of rigorous imprisonment (RI) for sexually assaulting a differently-abled woman. The man is identified as Krushna Chandra Das, a neighbour from the victim’s village under Balipatna police station limits.

  11. Gahirmatha Marine Sanctuary personnel have arrested 14 fishermen and seized a fishing vessel on charges of entering the ‘No Fishing Zone’, an official informed here Wednesday

  12. Prime Minister Narendra Modi virtually laid the foundation stone for a Rs 27,000-crore semiconductor assembly and test facility in Assam's Morigaon district Wednesday.

  13. As many as 1,000 workers of ruling BJD here deserted the party and joined the saffron party at a merger meeting held at the BJP office in Kherang Bazaar under this Assembly segment in Bhadark district, Wednesday

  14. Nayab Singh Saini-led BJP government in Haryana Wednesday won the confidence motion by voice vote in the state assembly here, a day after he took oath as the new Chief Minister.

  15. The defence ministry Wednesday signed two contracts with a combined value of Rs 8,073 crore with the Hindustan Aeronautics Ltd for acquisition of 34 advanced light helicopters and associated equipment for the Indian Army and the Coast Guard.

412 Y
1063 13-03-2024 Odia
  1. ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ କାଲି ଅପରାହ୍‌ଣ ୫ଟା ବେଳେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ନିର୍ବାଚନ କମିସନଙ୍କ ନିକଟରେ ନିର୍ବାଚନୀ ବଣ୍ଡ୍‌ର ତଥ୍ୟ ଦାଖଲ କରିଛି।

  2. ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି ଯେ ଯଦି ରାଜ୍ୟରେ ଜାତୀୟ ନାଗରିକ ପଞ୍ଜିକା (ଏନ୍ଆର୍‌ସି) ପାଇଁ ଆବେଦନ କରି ନ ଥିବା ଜଣେ ବି ବ୍ୟକ୍ତି ନାଗରିକତା ସଂଶୋଧନ ଆଇନ, ୨୦୧୯ (ସିଏଏ) ଅଧୀନରେ ନାଗରିକତା ପାଇବେ ତେବେ ସେ ପ୍ରଥମେ ଇସ୍ତଫା ଦେବେ।

  3. ଖଲିସ୍ତାନ ଆତଙ୍କବାଦୀ ଓ ଗ୍ୟାଙ୍ଗ୍‌ଷ୍ଟର ମଧ୍ୟରେ ସମ୍ପର୍କକୁ କେନ୍ଦ୍ର କରି ଆଜି କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡୀଗଡ଼ ‌ସମେତ ପଞ୍ଜାବ, ମଧ୍ୟପ୍ରଦେଶ, ହରିୟାଣା ଓ ରାଜସ୍ଥାନର ୩୦ଟି ସ୍ଥାନରେ ନ୍ୟାସନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି (ଏନ୍‌ଆଇଏ) ଏକକାଳୀନ ଚଢ଼ଉ କରିଛି।

  4. ହରିୟାଣାର ମୁଖ୍ୟମନ୍ତ୍ରୀ ପଦରୁ ଖଟ୍ଟର ହଟିବା ପରେ କୁରୁକ୍ଷେତ୍ରର ବିଜେପି ସାଂସଦ ନାୟବ ସିଂହ ‌ସୈନୀ ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।  

  5. କେନ୍ଦ୍ର ଗୃହ ମନ୍ତ୍ରାଳୟ ନାଗରିକତା ସଂ‌ଶୋଧନ ଆଇନ(ସିଏଏ) ୨୦୧୯ର ବିଜ୍ଞପ୍ତି ସୋମବାର ପ୍ରକାଶ କରିବା ପରେ ମଙ୍ଗଳବାର ଏହାକୁ ସୁପ୍ରି‌ମ୍‌ କୋର୍ଟରେ ଚାଲେଞ୍ଜ କରାଯାଇଛି।

  6. ଗୁଜରାଟର ସମୁଦ୍ର ଉପକୂଳରୁ ୪୦୦ କୋଟି ଟଙ୍କାର ଡ୍ରଗ୍ସ ସହିତ ୬ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି।

  7. ହରିୟାଣାର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ଗୃହମନ୍ତ୍ରୀ ଅନୀଲ ବିଜ୍ ପୁଣି ଥରେ ଝୁଣ୍ଟିଛନ୍ତି। ତାଙ୍କର ମୁଖ୍ୟମନ୍ତ୍ରୀ ହେବା ସ୍ବପ୍ନ ଏଥରକ ମଧ୍ୟ ଅଧୁରା ରହି ଯାଇଛି।

  8. ଇଲେକ୍ଟୋରାଲବଣ୍ଡ ରାୟକୁ କାର୍ଯ୍ୟକାରୀ ନ କରିବାକୁ ସୁପ୍ରିମକୋର୍ଟ ବାର ଆସୋସିଏସନ ସଭାପତି ଆଦିଶ ଅଗ୍ରୱାଲ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି।

  9. ପୁଣିଥରେ ସରକାରୀ ଯୋଜନା ଏବଂ ଦେଶରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବ୍ୟବହୃତ ଆଧାର କାର୍ଡ ବିଷୟରେ ଏକ ବଡ଼ ଅପଡେଟ୍ ଆସିଛି। ପୂର୍ବରୁ, ଲୋକମାନେ କେବଳ ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ଆଧାର କାର୍ଡ ମାଗଣାରେ ଅପଡେଟ୍ କରିପାରିବେ।

  10. ଚଳିତ ବର୍ଷ ଫେବ୍ରୁଆରିରେ ଦେଶ ଭିତରେ ଯାତ୍ରୀବାହୀ ଯାନ ବିକ୍ରି ୧୦.୮% ବୃଦ୍ଧି ପାଇଛି। ଏହି ମାସରେ ମୋଟ ୨୩,୦୩,୩୨୨ ଗାଡ଼ି ବିକ୍ରି ହୋଇଛି।

  11. ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ (ଓଏସଡିଏ) ସହଯୋଗିତାରେ ଓୟୋ ରୁମ୍ସ (ଓୱାଇଓ) ପକ୍ଷରୁ ରାଜ୍ୟରେ ପ୍ରଥମ ‘ହୋମ୍ ଷ୍ଟେ’ ହୋଟେଲ ସେବା ଆରମ୍ଭ ହୋଇଛି।

  12. ଜମ୍ମୁ-କଶ୍ମୀର ନ୍ୟାଶନାଲ ଫ୍ରଣ୍ଟ (ଜେକେଏନ୍‌ଏଫ୍‌)କୁ କେନ୍ଦ୍ର ସରକାର ୫ ବର୍ଷ ପାଇଁ ବ୍ୟାନ୍‌ କରିଛନ୍ତି।

  13. ପୋସ୍କୋ  ସହ ଜଡିତ ଏକ ମାମଲାର ଶୁଣାଣି ସମୟରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। କୋର୍ଟ କହିଛନ୍ତି, କିଶୋରଙ୍କ ପ୍ରେମକୁ କୋର୍ଟ ନିୟନ୍ତ୍ରଣ କରି ପାରିବ ନାହିଁ।

  14. ଲଣ୍ଡନର ଡାଉନିଂ ଷ୍ଟ୍ରିଟରେ ଆୟୋଜିତ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କାର୍ଯ୍ୟକ୍ରମରେ ବ୍ରିଟେନର ପ୍ରଥମ ମହିଳା ଅକ୍ଷତା ମୂର୍ତ୍ତି ତାଙ୍କ ମା’ ସୁଧା ମୂର୍ତ୍ତିଙ୍କୁ ମହିଳାଙ୍କ ପାଇଁ ଆଦର୍ଶ ବୋଲି ପ୍ରଶଂସା କରିଛନ୍ତି।

  15. ରାଜସ୍ଥାନର ଜୈସଲମେର ନିକଟରେ ଭାରତୀୟ ବାୟୁସେନାର ହାଲୁକା ଲଢୁଆ ବିମାନ ତେଜସ କାଲି ଏକ ପ୍ରଶିକ୍ଷଣ ଉଡ଼ାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି।

367 Y
1064 13-03-2024 English
  1. Th State Bank of India (SBI) submitted data Tuesday evening about electoral bonds to the ECI, in line with a stern order from the Supreme Court. The data will be collated and released by the poll panel - which has confirmed receipt of the data - by 5.00pm Friday .

  2. Dissent against the implementation of the Citizenship (Amendment) Act or CAA was widespread across the country Tuesday with many opposition parties demanding its withdrawal. Some opposition-led states including Tamil Nadu and West Bengal stated categorically that it will not implement CAA.

  3. Chief Minister Naveen Patnaik announced Tuesday an increase in annual casual leaves of women government employees by 10 days. A release from the CMO’s office said that women working in various departments of the government shall now be entitled to 25 days of casual leave annually as against 15 days of temporary leave earlier.

  4. The Orissa High Court scrapped Tuesday the merit list prepared by Odisha School Education Programme Authority (OSEPA) for appointment of junior teachers (JTs) in primary and upper primary schools across the state.

  5. A Tejas light combat aircraft (LCA) of the IAF crashed here Tuesday during an operational training sortie, the first such incident in 23 years involving the indigenously-built jet. It was scheduled to take part in the ‘Bharat Shakti’ show which was attended by PM Narendra Modi.

  6.  Haryana BJP chief Nayab Singh Saini was Tuesday sworn in as state’s new Chief Minister.

  7. The Special Development Council (SDC) in Kandhamal district distributed sports kit to the players of scheduled tribe at a function held in Daringbadi panchayat office in Kandhamal district, Tuesday.

  8. The BCCI Tuesday declared Rishabh Pant fit to play as a wicketkeeperbatter in the upcoming IPL, brightening his prospects of a national comeback in the T20 World Cup after suffering multiple injuries in a harrowing car crash 14 months ago.

  9. Prime Minister Narendra Modi spoke to his British counterpart Rishi Sunak Tuesday when they welcomed the “thriving” bilateral partnership and progress made in the ongoing negotiations towards securing a “historic and comprehensive" India-UK Free Trade Agreement that benefits both countries.

  10. In a sea-air coordinated operation, narcotics worth `480 crore were seized from a Pakistani boat with six crew in the Arabian Sea near Porbandar by a multi-agency team led by the Indian Coast Guard, the defence ministry said Tuesday.

  11.  Prime Minister Narendra Modi Tuesday virtually unveiled over 270 railway projects in Odisha and flagged off the state's third Vande Bharat Express train.

  12. The National Investigation Agency (NIA) Tuesday carried out searches in four states and a Union Territory as part of its probe into the terrorist-gangster nexus case, an official said.

  13. The government Tuesday imposed a five-year ban on the Jammu Kashmir National Front (JKNF).  

  14.  Alphabet Inc-owned Google has joined hands with Election Commission of India (ECI) to elevate authoritative information and enable people to easily discover critical voting information on Google Search and YouTube.

  15. The railway authority has extended the Bhubaneswar-Bolangir Express train up to Sonepur in Odisha.

371 Y
1065 12-03-2024 Odia
  1. ‘ସେପିଆନ୍ ଲ୍ୟାବ୍ସ – ମେଣ୍ଟାଲ ଷ୍ଟେଟ୍ ଅଫ୍ ଦି ୱାର୍ଲ୍ଡ ୨୦୨୩’ ଅନୁଯାୟୀ  ବ୍ରିଟିସ ଲୋକଙ୍କ ମାନସିକ ସ୍ବାସ୍ଥ୍ୟ ଦ୍ରୁତ ଗତିରେ ହ୍ରାସ ପାଉଛି ଏବଂ ବ୍ରିଟେନ ଦ୍ୱିତୀୟ ସବୁଠାରୁ ଦୁଃଖୀ ଦେଶ ଭାବରେ ସ୍ଥାନ ପାଇଛି।ମାନସିକ ସ୍ବାସ୍ଥ୍ୟ କ୍ଷେତ୍ରରେ ସର୍ବାଧିକ ଖରାପ ରାଷ୍ଟ୍ର ଭାବେ ଉଜ୍‌ବେକିସ୍ତାନକୁ ଦର୍ଶାଯାଇଛି।

  2. ଜୁନ୍ ୩୦ ପର୍ଯ୍ୟନ୍ତ ମହଲତ ଦେବାପାଇଁ ଷ୍ଟେଟ୍ ବ୍ୟାଙ୍କର ପିଟିସନକୁ ଖାରଜ କରିଦେଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ୨୪ ଘଣ୍ଟା ଭିତରେ ଏହି ତଥ୍ୟ ଦେବାକୁ ପଡ଼ିବ। ଏଥିରେ ବିଫଳ ହେଲେ ଷ୍ଟେଟ୍ ବ୍ୟାଙ୍କ ବିରୋଧରେ ଅଦାଲତ ଅବମାନନା କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିଭଳି ଏହି ତଥ୍ୟକୁ ନିର୍ବାଚନ କମିସନ ଆସନ୍ତା ଶୁକ୍ରବାର ବା ୧୫ ତାରିଖ ଅପରାହ୍ଣ ୫ଟା ସୁଦ୍ଧା ୱେବସାଇଟ୍‌ରେ ସାର୍ବଜନୀନ କରିବା ପାଇଁ କମିସନଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

  3. ସାଧାରଣ ନିର୍ବାଚନର ଅଳ୍ପ କିଛିଦିନ ପୂର୍ବରୁ କେନ୍ଦ୍ର ସରକାର ନାଗରିକତା ସଂଶୋଧନ ଆଇନ (ସିଏଏ) ବିଜ୍ଞପ୍ତି ଜାରି କରିଛନ୍ତି।

  4. ସନ୍ଦେଶଖାଲିରୁ ଆଉ ୩ ଜଣଙ୍କୁ ଗିରଫ କରିଛି ସିବିଆଇ ।  ଗତ ଫେବ୍ରୁଆରି ମାସରେ ହୋଇଥିବା ଇଡି ଅଧିକାରୀଙ୍କ ଉପରେ ଆକ୍ରମଣରେ ଏମାନେ ସଂପୃକ୍ତ ଥିଲେ ।

  5. ମାଓବାଦୀ ଲିଙ୍କ୍ ଅଭିଯୋଗରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ୧୯୬୭ ଅନୁଯାୟୀ ଗିରଫ ପ୍ରଫେସର ଜିଏନ୍ ସାଇବାବା ଓ ଅନ୍ୟ ୫ ଜଣଙ୍କୁ ଦୋଷମୁକ୍ତ କରି ବମ୍ବେ ହାଇକୋର୍ଟ ଦେଇଥିବା ରାୟ ଉପରେ ରୋକ୍ ଲଗାଇବାକୁ ସୁପ୍ରିମ୍‌କୋର୍ଟ ସୋମବାର ମନା କରିଦେଇଛନ୍ତି।

  6. ଏବେ ଦୁଇଜଣ ବିଜେପି ସାଂସଦ ଦଳ ଛାଡ଼ି କଂଗ୍ରେସରେ ମିଶିଛନ୍ତି। ହରିୟାଣା ହିସାର ଲୋକସଭା ସାଂସଦ ବ୍ରଜେନ୍ଦ୍ର ସିଂହଙ୍କ ପରେ ଏବେ ରାଜସ୍ଥାନ ଚୁରୁର ସାଂସଦ ରାହୁଲ କସ୍ବାଂ ବିଜେପି ଛାଡ଼ିଛନ୍ତି।

  7. ଲୋକ ସଭା ଏବଂ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାଜପା ସହ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁଦେଶମ୍‌ ପାର୍ଟି (ଟିଡିପି) ଏବଂ ଜନସେନା ପାର୍ଟି (ଜେଏସ୍‌ପି)ର ମେଣ୍ଟ ହୋଇଛି

  8. ଡିଆର୍‌ଡିଓର ‘ମିଶନ ଦିବ୍ୟାସ୍ତ୍ର’ର ସଫଳ ପରୀକ୍ଷଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

  9. ଦିଲ୍ଲୀ ହାଇକୋର୍ଟ ଜଣେ ଆଇନ ଛାତ୍ରଙ୍କ ଶୁଣାଣି ସମୟରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି। କୋର୍ଟ କହିଛନ୍ତି, ଶିକ୍ଷାଗତ ପ୍ରମାଣପତ୍ର ଏବଂ ଡିଗ୍ରୀରେ ଯେଉଁଠାରେ ଅଭିଭାବକଙ୍କ ନାମ ଉଲ୍ଲେଖ କରାଯାଇଥାଏ, ସେଠାରେ ଉଭୟ ମା ଏବଂ ବାପାଙ୍କ ନାମ ସେଠାରେ ରହିବା ଉଚିତ୍‌।

  10. ଅଷ୍ଟ୍ରେଲିଆରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଘଟଣା ହେଲା ଅଷ୍ଟ୍ରେଲିଆରେ ଭାରତୀୟ ମୂଳ ବାସିନ୍ଦା ମହିଳାଙ୍କୁ ହତ୍ୟା ମାମଲା ସାମ୍ନାକୁ ଆସିଛି। ଅଷ୍ଟ୍ରେଲିଆରେ ହାଇଦ୍ରାବାଦର ୩୬ ବର୍ଷୀୟା ମହିଳା ଚୈତନ୍ୟା ମଧାଗାନୀଙ୍କୁ ହତ୍ୟା କରାଯାଇଛି।

  11. ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଏକ ନୂତନ ଯୋଜନା ଘୋଷଣା କରିଛନ୍ତି। ଯାହା ଅଧୀନରେ ସରକାର ନବଜାତ ଶିଶୁଙ୍କ ନାମରେ ୧୦,୮୦୦ ଟଙ୍କା ଜମା କରିବେ।

  12. ଓଡିଶାର ମିଶନ ଶକ୍ତି କାର୍ଯ୍ୟକ୍ରମରେ ଗ୍ରାମପଞ୍ଚାୟତ ଓ ବ୍ଲକସ୍ତରୀୟ ଫେଡେରେସନର ସଭାପତି , ସଂପାଦକ ତଥା ଅନ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କ ବୈଠକ ଦେୟ ପରିମାଣରେ ୫୦୦ ଟଙ୍କା ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ଦେୟ ପରିମାଣ ୨୦୨୩ ଅକ୍ଟୋବର ମାସରୁ ପିଛିଲା ଭାବେ ଲାଗୁ ହେବ।

  13. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୪୬ ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ ୯୩୩.୦୭ କୋଟି ଟଙ୍କାର କାଳିଆ ସହାୟତା-୨୦୨୪ ପ୍ରଦାନ କରିଛନ୍ତି।

  14. ବିଜେଡିରୁ ଇସ୍ତଫା ଦେଇଥିବା ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା କଂଗ୍ରେସରେ ମିଶିଛନ୍ତି।

  15. ଶିଶୁଙ୍କ ସହ ଜଡ଼ିତ ଅଶ୍ଳୀଳ ଫଟୋ ବା ଭିଡିଓ ଡାଉନଲୋଡ କରିବା ଅପରାଧ ନୁହେଁ ବୋଲି ମାଡ୍ରାସ ହାଇକୋର୍ଟ ଦେଇଥିବା ରାୟ ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ। ଚାଇଲ୍ଡ ପର୍ଣ୍ଣୋଗ୍ରାଫିକୁ ନେଇ ହାଇକୋର୍ଟ ଦେଇଥିବା ରାୟରେ ସର୍ବୋଚ୍ଚ ଅଦାଲତନ ଅସନ୍ତୋଷ ପ୍ରକାଶ କରିଛନ୍ତି ।

 

366 Y
1066 12-03-2024 English
  1. A five-judge Constitution Bench headed by Chief Justice DY Chandrachud, while dismissing the State Bank of India’s plea seeking extension of time till June 30 to disclose the details, also directed the EC to publish the information shared by the bank on its official website by 5pm March 15.

  2. PM Modi will flag off the third Vande Bharat Express, set to run between Visakhapatnam and Bhubaneswar, for the people of Odisha .

  3. India remains the world’s top arms importer and its imports increased by 4.7 per cent between 2014–2018 and 2019–2023

  4. The Centre Monday announced the implementation of the Citizenship (Amendment) Act, 2019, a move that comes four years after the contentious law was passed and paves the way for citizenship to undocumented non-Muslim migrants from Pakistan, Bangladesh and Afghanistan.

  5. Chief Minister Naveen Patnaik Monday disbursed `1,293 crore to 46 lakh farmers under its flagship Krushak Assistance for Livelihood and Income Augmentation (KALIA) scheme.

  6. Prime Minister Narendra Modi Monday congratulated DRDO scientists over the first flight test of indigenously developed Agni-5 missile, capable of deploying multiple warheads.

  7. China Monday said it lodged a diplomatic protest with India over Prime Minister Narendra Modi’s visit to Arunachal Pradesh last week, reiterating its claim over the area by saying India’s moves will only complicate the boundary question.

  8. The Election Commission (EC) Monday asked its observers to ensure polls free of coercion and intimidation and pushed for judicious use of central and state forces keeping in mind that their deployment should not favour any particular party.

  9. Security has been beefed up in northeast Delhi, Shaheen Bagh, Jamia and other sensitive areas across the national capital following the notification of Citizenship (Amendment) Act, 2019 (CAA) Monday, officials said.

  10.  Security has been tightened across Assam with additional deployment of police personnel following the announcement of the implementation of the contentious Citizenship (Amendment) Act, 2019 (CAA) Monday.

  11. Senior Congress leader and former law minister M Veerappa Moily Monday hailed the Supreme Court's dismissal of SBI's plea seeking an extension of time to disclose the details of electoral bonds, and claimed the present disclosure will alter the political dynamics of the 2024 Lok Sabha elections.

  12. French President Emmanuel Macron has announced new legislation to legalise “aid in dying” that will allow adults facing end-oflife illness to take lethal medication, a first in the country.

  13.  India remains the world’s top arms importer and its imports increased by 4.7 per cent between 2014–2018 and 2019–2023, Swedish think tank SIPRI said in a new report Monday.

  14.  Sebi Monday announced expanding the Qualified Stock Broker (QSB) framework that will bring more brokers under enhanced obligations, a move aimed at bolstering the trust of investors in the securities market.

  15. India’s premier pacer Mohammed Shami, who is recuperating from an ankle surgery, is expected to make his comeback with the home Test series against Bangladesh later this year, BCCI secretary Jay Shah told PTI.

403 Y
1067 11-03-2024 Odia

 

  1. ୭୧ତମ ବିଶ୍ବ ସୁନ୍ଦରୀ ପ୍ରତିଯୋଗିତାରେ ଚେକ୍‌ ରିପବ୍ଲିକର କ୍ରିଷ୍ଟିନା ପେଜ୍‌କୋଭା ବିଶ୍ବ ସୁନ୍ଦରୀ ହୋଇଛନ୍ତି। ପୂର୍ବତନ ବିଶ୍ବ ସୁନ୍ଦରୀ କାରୋଲିନା ବିଲାସ୍କା (ପୋଲାଣ୍ଡ) ତାଙ୍କୁ ମୁକୁଟ ପିନ୍ଧାଇଛନ୍ତି। ମିସ୍‌ ଲେବନାନ ୟାସମିନା ଜେତୁନ ଏହି ପ୍ରତିଯୋଗିତାର ପ୍ରଥମ ରନର୍ସ-ଅପ୍‌ ହୋଇଛନ୍ତି।

  2. ୨୦୨୩ରେ ଲଗାତାର ଦ୍ବିତୀୟ ଥର ପାଇଁ ଚୀନ୍‌ର ଜନସଂଖ୍ୟା ହ୍ରାସ ପାଇଛି। ଗତବର୍ଷ ଚୀନର ଜାତୀୟ ଜନ୍ମ ହାର ହ୍ରାସ ରେକର୍ଡ ସ୍ତରରେ ପହଞ୍ଚିଥିଲା। ଚୀନ୍‌ରେ ୨୦୨୩ରେ ୯ ନିୟୁତ ଶିଶୁ ଜନ୍ମ ହୋଇଥିବା ବେଳେ ୨୦୨୨ରେ ୯୫ ଲକ୍ଷ ଶିଶୁ ଜନ୍ମ ହୋଇଥିଲେ। ଏବେ ଲୋକଙ୍କୁ ୩ଟି ସନ୍ତାନ ଜନ୍ମ କରିବାକୁ କୁହାଯାଉଛି।

  3. ସମସ୍ତ ଫସଲ ପାଇଁ ଏମ୍‌ଏସ୍‌ପି ଆଇନ ପ୍ରଣୟନ କରିବା ଦାବିରେ ପଂଜାବରେ ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ମିଳିତ ଚାଷୀ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ରେଳ ରୋକ କରାଯାଇଥିଲା।

  4. ଇଣ୍ଡିଆନ୍ ସେଲ୍ୟୁଲାର ଆଣ୍ଡ୍ ଇଲେକ୍ଟ୍ରୋନିକ୍ସ ଆସୋସିଏସନ୍‌ (ଆଇସିଇଏ) ଅନୁସାରେ ଗତ ୧୦ ବର୍ଷ ଭିତରେ ଫୋନ୍ ଉତ୍ପାଦନ ୨୧ ଗୁଣା ବୃଦ୍ଧି ପାଇ ୪.୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଭାରତ ଏବେ ବିଶ୍ବର ଦ୍ବିତୀୟ ବଡ଼ ସ୍ମାର୍ଟଫୋନ୍ ଉତ୍ପାଦନକାରୀ।

  5. ଦକ୍ଷିଣ ଆଫ୍ରିକାରୁ ଆସିଥିବା ଚିତାବାଘ ଗାମିନି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୫ଟି ଛୁଆ ଜନ୍ମ ଦେଇଛି। ଫଳରେ ଏହି ଉଦ୍ୟାନରେ ମୋଟ ବାଘ ସଂଖ୍ୟା ୨୬ରେ ପହଞ୍ଚିଛି।

  6.   ଅଷ୍ଟାଦଶ ଲୋକସଭା ନିର୍ବାଚନ ତାରିଖ ଓ କାର୍ଯ୍ୟସୂଚୀ ଆସନ୍ତା ୧୪ରେ ଘୋଷଣା ହେବାର ବିଶେଷ ସମ୍ଭାବନା ରହିଛି।

  7. ନାଇଜେରିଆର କୁରିଗାରେ ଥିବା ଏକ ସ୍କୁଲ ଉପରେ ବନ୍ଧୁକଧାରୀମାନେ ଆକ୍ରମଣ କରିବା ପରେ ସ୍କୁଲରେ ପଢୁଥିବା ପ୍ରାୟ ୩୦୦ ଛାତ୍ରଛାତ୍ରୀଙ୍କୁ ଅପହରଣ କରିନେଇଛନ୍ତି।

  8. ସାଧ୍ୱୀ ଯୌନ ନିର୍ଯାତନା ଓ ସାମ୍ବାଦିକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ରାମ ରହିମଙ୍କୁ ୫୦ ଦିନ ପାଇଁ ପାରୋଲରୁ ଜେଲ ପଠାଇ ଦିଆଯାଇଛି।

  9. ଭାରତ ଏବଂ ଇଏଫ୍‌ଟିଏ(ୟୁରୋପିଆନ୍‌ ଫ୍ରି ଟ୍ରେଡ୍‌ ଆସୋସିଏଶନ) ମଧ୍ୟରେ ରବିବାର ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ବାକ୍ଷର ହୋଇଛି।

  10. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଠିତ କମିଟି ମାର୍ଚ୍ଚ ୧୪ରେ ନିର୍ବାଚନ କମିଶନରଙ୍କ ନିଯୁକ୍ତି ସମ୍ପର୍କରେ ବୈଠକ କରିପାରନ୍ତି।

  11. ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପାକୁ ବଡ ଝଟ୍‌କା ଲାଗିଛି। ହରିୟାଣାର ଭାଜପା ଲୋକ ସଭା ଏମ୍‌ପି ବ୍ରିଜେନ୍ଦ୍ର ସିଂ ଦଳରୁ ଇସ୍ତଫା ଦେଇଛନ୍ତି।

  12. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଆଜମଗଡ଼ରୁ ଉତ୍ତରପ୍ରଦେଶକୁ ୪୨,୦୦୦ କୋଟିରୁ ଅଧିକ ଟଙ୍କା ଉପହାର ଦେଇଛନ୍ତି। ସେ ଅନେକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦ୍‌ଘାଟନ କରଛନ୍ତି।

  13. ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପତ୍ନୀ ତଥା ସମାଜସେବୀ ନୀତା ଅମ୍ବାନୀଙ୍କୁ ୭୧ ତମ ବିଶ୍ବ ସୁନ୍ଦରୀ ପ୍ରତିଯୋଗିତାରେ ତାଙ୍କ ପ୍ରଭାବଶାଳୀ ଯୋଗଦାନ ପାଇଁ ମାନବବାଦୀ ପୁରସ୍କାରରେ ସମ୍ମାନିତ କରାଯାଇଛି ।

  14. ନନ୍ଦନକାନନ ପକ୍ଷରୁ ଆରମ୍ଭ ହୋଇଛି ନୂଆ ବନ୍ୟପ୍ରାଣୀ ଶିକ୍ଷା କାର୍ଯ୍ୟକ୍ରମ ‘ନାଇଟ୍‌ ଆଉଟ ଆଟ୍‌ ଜୁ’। ଏହି କାର୍ଯ୍ୟକ୍ରମରେ ସଂଧ୍ୟା ୬ଟା ୩୦ରୁ ରାତି ୮ଟା ଯାଏ ନନ୍ଦନକାନରେ ବୁଲିବାକୁ ଅନୁମତି ମିଳିବ । ୨୫୦ ଟଙ୍କା ଦେଇ ପ୍ରଥମେ ଅନଲାଇନ୍ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ।

  15. ଓଡିଶା ବ୍ଲକ ଗ୍ରାଣ୍ଟ କର୍ମଚାରୀମାନେ ବାର୍ଷିକ ୧୫ ଦିନର ସାମୟିକ ଛୁଟି ପାଇବେ। ଏଥିସହିତ ମହିଳା ବ୍ଲକ ଗ୍ରାଣ୍ଟ କର୍ମଚାରୀମାନଙ୍କୁ ୧୮୦ଦିନର ମାତୃତ୍ଵ ଛୁଟି ମିଳିବ। ବ୍ଲକ ଗ୍ରାଣ୍ଟ ପାଇବା ଦିନଠାରୁ ୧୬ ବର୍ଷ ପରେ, ଅନୁଦାନ ପ୍ରାପ୍ତ ଶିକ୍ଷକଙ୍କୁ ଉଚ୍ଚତର ବେତନ ହାର ସ୍ତରରେ ଏକ ପ୍ଲେସମେଣ୍ଟ ସ୍କେଲ ସୁବିଧା ପ୍ରଦାନ କରାଯିବ ।

362 Y
1068 11-03-2024 English

 

  1. Odisha Chief Minister Naveen Patnaik Sunday announced various service-related benefits for teaching and non-teaching employees working in various non-government-aided higher educational institutions in the state.

  2. A day after BJD president and Chief Minister Naveen Patnaik issued a one line statement saying that "rumour" and "lies" are worst aspect of politics.

  3. The Prime Ministerchaired high-powered committee will meet March 15 to finalise the names of new Election Commissioners, top sources said.

  4. Acting on the direction of Chief Minister Naveen Patnaik, 5T and Nabin Odisha Chairman Kartik Pandian visited the Millennium City to review the ongoing development works at SCB Medical College and Hospital (SCBMCH), which is being transformed into an AIIMSplus institution.

  5. Cheetah ‘Gamini’ Sunday gave birth to five cubs in Kuno National Park in Madhya Pradesh’s Sheopur district, taking the total number of the big cats in the country to 26.

  6. Former Supreme Court judge Ajay Manikrao Khanwilkar was administered the oath of office as the chairperson of the anti-corruption ombudsman Lokpal by President Droupadi Murmu here Sunday.

  7. The Himachal Pradesh Police Sunday registered a case against an independent MLA and the father of a Congress rebel and others over “electoral offences” related to the recent Rajya Sabha polls in which six party MLAs voted for the BJP candidate from the state.

  8. Movement of several trains was affected in Punjab Sunday after agitating farmers squatted on tracks at many places in the state as part of a nationwide ‘rail roko’ protest.

  9. Foreign Portfolio Investors (FPIs) are turning steady buyers as they bought Indian equities worth Rs 6,139 crore so far this month driven by strong economic growth, market resilience and decline in US bond yields.

  10. The Supreme Court will hear a petition by six rebel Congress MLAs of Himachal Pradesh on Tuesday.

  11. Nigeria shocker Nigerian security forces are searching for more than 200 children abducted from their school by gunmen, in the latest mass kidnapping incident.

  12. India and EFTA sign a free trade agreement under which New Delhi receives an investment commitment of $100 billion in 15 years

  13.  The Economic Offences Wing (EOW) of Odisha police crime branch arrests two more persons in connection with a `3.7cr fraud case

  14. An application from the State Bank of India, seeking more time to file information on electoral bonds, will be heard by the Supreme Court today. The court had given time till March 6 to file the details. The bank wants time till June 30.

  15.  Rahul Dravid underlined the importance of staying together and functioning as a unit to be triumphant in the tough world of Test cricket while delivering a motivational dressing room speech after India registered a memorable 4-1 series win over England.

370 Y
1069 10-03-2024 Odia
  1. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଅରୁଣାଚଳ ପ୍ରଦେଶରେ ବିଶ୍ୱର ସବୁଠାରୁ ଲମ୍ବା ଦୁଇ ଲେନ୍-ବିଶିଷ୍ଟ ‘ସେଲା ଟନେଲ’କୁ ଉଦ୍‌ଘାଟନ କରିଛନ୍ତି। ୧୩,୦୦୦ ଫୁଟ ଉଚ୍ଚତାରେ ଅବସ୍ଥିତ ତଥା ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଏହି ସେଲା ଟନେଲ ଅରୁଣାଚଳ ପ୍ରଦେଶର ତୱାଙ୍ଗକୁ ସର୍ବକାଳୀନ ଯୋଗାଯୋଗକୁ ସୁନିଶ୍ଚିତ କରିବ।

  2. ଗାଜା ଓ ଇସ୍ରାଏଲ ମଧ୍ୟରେ ପାଞ୍ଚ ମାସର ଯୁଦ୍ଧରେ ୧୦୩ ଜଣ ସାମ୍ବାଦିକଙ୍କ ମୃତ୍ୟୁ ଅତ୍ୟନ୍ତ ବିରଳ ଓ ହୃଦୟ ବିଦାରକ ଘଟଣା ବୋଲି ଅନେକ ମାନବାଧିକାର ସଂଗଠନ ମତ ଦେଇଛନ୍ତି।

  3. ଲୋକ ସଭା ନିର୍ବାଚନର ଘୋଷଣା ହେବାର ସପ୍ତାହେ ପୂର୍ବରୁ ଏକ ଆଶ୍ଚର୍ଯ୍ୟଜନକ ପଦକ୍ଷେପ ନେଇ ନିର୍ବାଚନ କମିଶନର ଅରୁଣ ଗୋଏଲ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି।

  4. ୨୦୦୦ କୋଟି ଟଙ୍କାର ଡ୍ରଗ୍ସ କାରବାରରେ ସଂପୃକ୍ତ ତାମିଲ ଚଳଚ୍ଚିତ୍ର ପ୍ରଯୋଜକ ଜାଫର ସାଦିକଙ୍କୁ ଶନିବାର ଦିଲ୍ଲୀ ପୁଲିସର ସ୍ପେସାଲ ସେଲ୍ ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ (ଏନ୍‌ସିବି) ଗିରଫ କରିଛି।

  5. ରୁଷିଆର ଆଉ ଜଣେ ପୁରୁଣା ସାଥୀ ୟୁକ୍ରେନର ପଥକୁ ଅନୁସରଣ କରୁଛି। ଏହି ଦେଶ ରୁଷିଆର ପାରମ୍ପରିକ ବିରୋଧୀ ୟୁରୋପିଆନ ୟୁନିଅନ(ଇୟୁ)ରେ ଯୋଗଦେବା ପାଇଁ ଉଦ୍ୟମ କରୁଛି। ଏହି ଦେଶ ହେଉଛି ଆର୍ମେନିଆ। ଇୟୁର ସଦସ୍ୟତା ଗ୍ରହଣ କରିବା ପାଇଁ ଆର୍ମେନିଆ ପ୍ରସ୍ତୁତି ଆରମ୍ଭ କରିଛି।

  6. ସ୍ୱେଚ୍ଛାକୃତ ଅବସର ପାଇଁ ପଶ୍ଚିମବଙ୍ଗ ପୁଲିସର ଆଇଜି ପ୍ରସୁନ ବାନାର୍ଜୀ ରାଜ୍ୟ ସରକାରଙ୍କୁ ଆବେଦନ କରିଛନ୍ତି। ସୂଚନାନୁସାରେ, ଶାସକ ତୃଣମୂଳ କଂଗ୍ରେସ ଲୋକସଭା ନିର୍ବାଚନରେ ​​ପ୍ରସୁନ ବାନାର୍ଜୀଙ୍କୁ ପ୍ରାର୍ଥୀ କରିପାରେ |

  7. ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ହିଟଲରଙ୍କ ଶାସନ ମଧ୍ୟ ୧୦ ବର୍ଷରୁ ଅଧିକ ରହିପାରିନଥିଲା

  8. ଆସନ୍ତା ଲୋକସଭା ନିର୍ବାଚନରେ କଂଗ୍ରେସ ଓ ଡ଼ିଏମକେ ମିଳିତ ଭାବେ ନିର୍ବାଚନ ଲଢ଼ିବେ | ​​ତାମିଲନାଡୁର ୪୦ଟି ଆସନରେ ସିଟ୍ ଭାଗବଣ୍ଟାକୁ ନେଇ କଂଗ୍ରେସ ଏବଂ ଦ୍ରାବିଡା ମୁନ୍ନେଟ୍ରା କାଡ଼ଗାମ (ଡିଏମକେ) ମଧ୍ୟରେ ସହମତି ପ୍ରକାଶ ପାଇଛି।

  9. ଭାରତ ସହିତ ବିବାଦ ମାଳଦ୍ବୀପକୁ ମହଙ୍ଗା ପଡ଼ିଛି। ବିବାଦ ପରେ ମାଳଦ୍ବୀପର ସ୍ଥିତି ସଙ୍କଟଜନକ ହୋଇଛି। ପର୍ଯ୍ୟଟକଙ୍କ ସଂଖ୍ୟା ଆଶାତୀତ କମିବାରୁ ମାଳଦ୍ବୀପର ପର୍ଯ୍ୟଟନ ଶିଳ୍ନ ଭୁଶିଡ଼ିବା ସ୍ଥିତିକୁ ଆସିଛି।

  10. ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ନୂତନ ଅବକାରୀ ନୀତିକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଏହି ନୂଆ ନୀତିର ଉଦେଶ୍ୟ ହେଉଛି ମଦ ବିକ୍ରୟରୁ ୧୦,୦୦୦ କୋଟିରୁ ଅଧିକ ରାଜସ୍ୱ ସଂଗ୍ରହ କରିବା।

  11. କଂଗ୍ରେସ ସହ ମେଣ୍ଟ ନେଇ ସମସ୍ତ ଆଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ବହୁଜନ ସମାଜ ପାର୍ଟି(ବିଏସ୍‌ପି) ସୁପ୍ରିମୋ ମାୟାବତୀ। ଏହି ଖବର ଗୁଜବ। ତାଙ୍କ ଦଳ ଏକାକୀ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛି।

  12. ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବଲ୍ଲଭ ଭବନର ପ୍ରଥମ, ଚତୁର୍ଥ, ପଞ୍ଚମ ଏବଂ ଷଷ୍ଠ ମହଲାରେ ନିଆଁ ଲାଗିଛି।

  13. ଆନ୍ଧ୍ରପ୍ରଦେଶ, ଓଡ଼ିଶା, ସିକ୍କିମ ଏବଂ ଅରୁଣାଚଳ ପ୍ରଦେଶ ତଥା ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇପାରେ।

  14. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକ ଶେଷ ହୋଇଛି। ଏଥିରେ ୧୭ଟି ପ୍ରସ୍ତାବ ଉପରେ ମୋହର ବାଜିଥିବା ଜଣାପଡିଛି। ସ୍ୱାସ୍ଥ୍ୟ, ଶିକ୍ଷା, ଲୋକସମ୍ପର୍କ , ରାଜସ୍ୱ ଓ ସାଧାରଣ ପ୍ରଶାସନ ପରି ବିଭାଗର ବିଭିନ୍ନ ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଛି।

  15. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଭିନ୍ନ ବିଭାଗରେ ୧୨୯୪ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି। ଏହାସହ ନବ ନିଯୁକ୍ତ କର୍ମଚାରୀଙ୍କୁ ଦିଗଦର୍ଶନ ଦେଇଛନ୍ତି ।

384 Y
1070 09-03-2024 Odia
  1. ଭାରତକୁ ସମ୍ମାନଜନକ ମିଜଲ୍ସ ଏବଂ ରୁବେଲା ଚାମ୍ପିୟନ ପୁରସ୍କାର ପ୍ରଦାନ କରାଯାଇଛି। ମିଜଲ୍ସ ଓ ରୁବେଲା ସଂକ୍ରମଣକୁ ନିୟନ୍ତ୍ରଣ ଓ ରୋକିବା ଦିଗରେ ଭାରତ ଉଲ୍ଲେଖନୀୟ ଅଗ୍ରଗତି କରିଛି।

  2. ଦିଲ୍ଲୀରୁ ଫେରି ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇ କହିଛନ୍ତି ଯେ ଉଭୟ ଲୋକସଭା ଓ ବିଧାନସଭାରେ ବିଜେପି ଏକାକୀ ଲଢ଼ିବ।

  3. ସମାଜସେବୀ ତଥା ଲେଖିକା ସୁଧା ମୂର୍ତ୍ତିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଜ୍ୟସଭାକୁ ମନୋନୀତ କରିଛନ୍ତି।

  4. ଗ୍ଲୋବାଲ ଫାୟାର ପାୱାର (ଜିଏଫ୍‌ପି)ର ସଦ୍ୟତମ ବାର୍ଷିକ ରିପୋର୍ଟରୁ ଜଣାପଡିଛି ଯେ ୨୦୨୩ରେ ସାମରିକ ମାନ୍ୟତାରେ ପଞ୍ଚମ ସ୍ଥାନ ଦଖଲ କରିଥିବା ବ୍ରିଟେନକୁ ପଛରେ ପକାଇ ଦକ୍ଷିଣ କୋରିଆ ସେହି ସ୍ଥାନକୁ ଉଠିଛି।

  5. ନୂଆଦିଲ୍ଲୀର ଆଜି ଭାରତ ମଣ୍ଡପମ୍‌ରେ ପ୍ରଥମ ଥର ପାଇଁ ରାଷ୍ଟ୍ରୀୟ ରଚନାକାର ପୁରସ୍କାର (ନ୍ୟାସନାଲ କ୍ରିଏଟର୍ସ ଆୱାର୍ଡ) ‘କର୍ଲି ଟେଲ୍ସ’ର ପ୍ରତିଷ୍ଠାତା କାମିୟା ଜାନିଙ୍କୁ ଶ୍ରେଷ୍ଠ ଟ୍ରାଭେଲ୍ କ୍ରିଏଟର ପୁରସ୍କାର ପ୍ରଦାନ କରଛନ୍ତି।

  6. ଆସନ୍ତା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଶୁକ୍ରବାର ୩୯ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ପ୍ରାର୍ଥୀ ତାଲିକା ଅନୁଯାୟୀ, ତିରୁବନନ୍ତପୁରମରୁ ଶଶି ଥରୁରଙ୍କ ଉପରେ କଂଗ୍ରେସ ପୁଣିଥରେ ଭରସା କରିଛି।

  7. ବ୍ୟାଙ୍କ ଅଫିସର ଓ କର୍ମଚାରୀମାନଙ୍କର ବାର୍ଷିକ ବେତନରେ ୧୭ ପ୍ରତିଶତ ବୃଦ୍ଧି ହେବ।

  8. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚ ସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ (ଏଚ୍‌ଏଲ୍‌ସିଏ) ‌ବୈଠକରେ ୭ଟି ବୃହତ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି ପ୍ରକଳ୍ପ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକରେ ୮୦,୧୨୫ କୋଟି ଟଙ୍କା ନିବେଶ ହେବ।

  9. ବରିଷ୍ଠ ନାଗରିକମାନଙ୍କୁ ପୂର୍ବାପେକ୍ଷା ଅଧିକ ସୁବିଧା ସୁଯୋଗ ମିଳିବ। ସେଥିପାଇଁ ରାଜ୍ୟ ସରକାର ଓଡ଼ିଶା ବରିଷ୍ଠ ନାଗରିକ ନୀତି-୨୦୧୬ରେ ସଂଶୋଧନ କରିବାକୁ ଯାଉଛନ୍ତି। ଏଥିପାଇଁ ଏକ ପରାମର୍ଶଦାତା ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି।

  10. ଏବେ ଟ୍ରେନ୍‌ ବିମାନବନ୍ଦର ଭଳି ହାଇଟେକ୍‌ ହେବାକୁ ଯାଉଛି। ରେଳବାଇ ୪୪ ହଜାର ବଗିରେ ମୁହଁ ଚିହ୍ନଟ କରିପାରୁଥିବା ସିସିଟିଭି କ୍ୟାମେରା ଲଗାଇବା ପାଇଁ ନିଷ୍ପତ୍ତି ନେଇଛି।

  11. ପ୍ରେସ୍ ଆଣ୍ଡ ରେଜିଷ୍ଟ୍ରେସନ୍ ଅଫ୍ ପିରିୟଡିକାଲ୍ ଆକ୍ଟ (ପିଆରପି ନିୟମ), ୨୦୨୩ କାର୍ଯ୍ୟକାରୀ କରିଛନ୍ତି। ସରକାର ଗେଜେଟ ବିଜ୍ଞପ୍ତି ଜାରି କରି ଏହାର ନିୟମାବଳୀ ପ୍ରକାଶ କରିଛନ୍ତି। ଏହା ସହିତ ଆଇନ ୨୦୨୪ ମାର୍ଚ୍ଚ ପହିଲାରୁ ଲାଗୁ ହୋଇଛି ।

  12. ଫାସ୍‌ଟ୍ୟାଗ୍ କେୱାଇସି ଅପଡେଟ୍ କରିବାର ସମୟ ସୀମା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଛି।

  13. ରୁଷ-ୟୁକ୍ରେନ ଯୁଦ୍ଧକୁ ଇତିମଧ୍ୟରେ ଦୁଇ ବର୍ଷ ପୂରିଛି। ୨୦୨୨ ଫେବୃଆରୀ ୨୪ରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିବା ପରେ ଉଭୟ ପକ୍ଷ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଏବେ ମଧ୍ୟ ଜାରି ରହିଛି।

  14. ଲୋକପ୍ରିୟ ମୋବାଇଲ୍ ପେମେଣ୍ଟ ସିଷ୍ଟମ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ବା ୟୁପିଆଇ ସେବା ଉପରେ କାରବାର ଶୁଳ୍କ ଲାଗୁ କରାଯାଏ, ତେବେ ଅଧିକାଂଶ ଉପଭୋକ୍ତା ପ୍ରାୟ ୭୩% ଉପଭୋକ୍ତା ୟୁପିଆଇ କାରବାର ବନ୍ଦ କରିଦେବେ।

  15. ଆଠଟି ପ୍ରମୁଖ ଶିଳ୍ପ ସୂଚକାଙ୍କ ଅନୁଯାୟୀ, ୨୦୨୪ ଜାନୁଆରୀ ମାସରେ ୮ଟି ପ୍ରମୁଖ ଶିଳ୍ପ ମଧ୍ୟରେ କୋଇଲା କ୍ଷେତ୍ର ସର୍ବୋଚ୍ଚ ୧୦.୨ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି।

  16. ଜଳବାୟୁ ପରିବର୍ତ୍ତନ ଉପରେ ଲେଖୁଥିବା ଖ୍ୟାତନାମା ଲେଖକ ଅମିତାଭ ଘୋଷଙ୍କୁ ଚଳିତ ବର୍ଷ ନିମନ୍ତେ ସମ୍ମାନଜନକ ଇରାସ୍ମସ୍‌ ପୁରସ୍କାର ପ୍ରଦାନ କରାଯାଇଛି।

  17. ଦେଶର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ବେଦାନ୍ତ ଗ୍ରୁପ୍‌ର ବାଲ୍‌କୋ ମେଡିକାଲ ସେଣ୍ଟର (ବିଏମ୍‌ସି)କୁ ନିକଟରେ ଆଉ ଏକ ଅନ୍ତର୍ଜାତୀୟ ସମ୍ମାନ ‘କ୍ୟାନ୍‌ସର ଗ୍ରାଣ୍ଡ ଚ୍ୟାଲେଞ୍ଜେସ୍‌ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି।

  18. ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ନିଜ ୱେବସାଇଟରୁ ନିର୍ବାଚନ ବଣ୍ଡ ସହ ଜଡିତ ସୂଚନାଗୁଡ଼ିକୁ ହଟାଇ ଦେଇଛି। ବ୍ୟାଙ୍କ ଏସବୁ ଏପରି ସମୟରେ କରିଛିି ଯେତେବେଳେ ନିର୍ବାଚନ ବଣ୍ଡର ତଥ୍ୟ ଦାଖଲ କରିବାକୁ କୋର୍ଟକୁ ଜୁନ ୩୦ ପର୍ଯ୍ୟନ୍ତ ସମୟ ମାଗିଛି।

  19. ଆସନ୍ତା ଲୋକ ସଭା ନିର୍ବାଚନରେ ଭାଜପା କ୍ରିକେଟର ମହମ୍ମଦ ଶାମିଙ୍କୁ ପ୍ରାର୍ଥୀ କରିପାରେ। ରଣଜୀ ଟ୍ରଫିରେ ଶାମି ପଶ୍ଚିମବଙ୍ଗରୁ ଖେଳୁଥିଲେ।

  20. ମୁମ୍ବାଇ ଇଣ୍ଡିଆନ୍ସ ୪୨ ରନରେ ୟୁପି ୱାରିଅର୍ଶକୁ ପରାସ୍ତ କରିଛି। ୧୬୧ ରନର ଟାର୍ଗେଟର ଜବାବରେ ୟୁପି ୱାରିଅର୍ଶ ଦଳ ମାତ୍ର ୧୧୮ ରନ୍ କରିପାରିଥିଲା।

326 Y