-
ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଜଷ୍ଟିସ୍ ଫାତିମା ବିବିଙ୍କର ୯୬ ବର୍ଷ ବୟସରେ ଗୁରୁବାର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ଏପ୍ରିଲ୍ ୨୯, ୧୯୯୨ ରେ ଅବସର ନେବା ପର୍ଯ୍ୟନ୍ତ ସେ ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଭାବେ ରହିଥିଲେ।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ( ପନୌତି ବା ଅମଙ୍ଗଳିଆ) ଦେଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ନିର୍ବାଚନ ଆୟୋଗ (ଇସି) ପକ୍ଷରୁ ଝଟକା ଲାଗିଛି।
-
ସମଗ୍ର ବିଶ୍ଵରେ ଥିବା ହମାସ୍ ଆତଙ୍କବାଦୀଙ୍କ ସନ୍ଧାନ ନେଇ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦେଶର ଗୁଇନ୍ଦା ଏଜେନ୍ସି ‘ମୋସାଦ୍’କୁ ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆଦେଶ ଦେଇଛନ୍ତି।
-
ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ କତର ଗୁରୁବାର ଏକ ବଡ଼ ଘୋଷଣା କରିଛି। ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର (ନଭେମ୍ବର ୨୪) ଠାରୁ ଅସ୍ତ୍ରବିରତି ଆରମ୍ଭ ହେବ ଓ ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ବନ୍ଦୀମାନଙ୍କୁ ମୁକ୍ତ କରାଯିବ ବୋଲି କତର ପକ୍ଷରୁ କୁହାଯାଇଛି ।
-
ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ପକ୍ଷରୁ ଶିଳ୍ପପତି ଗୌତମ ଆଦାନିଙ୍କ ସଂସ୍ଥା ଆଦାନି ଗ୍ରିନ ଏନର୍ଜି ଉପରେ ୧୧.୨୨ ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯାଇଛି।
-
ଜାତୀୟ କାଜୁ ଦିବସ ଅବସରରେ ପ୍ରଥମ କରି ବାଂଲାଦେଶକୁ ଓଡ଼ିଶା କାଜୁ ରପ୍ତାନୀ କରିଛି ।
-
ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗର ନୂତନ କମିଶନର ତଥା ଶାସନ ସଚିବ ଭାବେ ସୁଜାତା ରାଉତ କାର୍ତ୍ତିକେୟନ୍ ଦାୟିତ୍ୱ ଗ୍ରହଣ କରିଛନ୍ତି ।
-
ଏଣିକି ଯୁକ୍ତ ଦୁଇ ବିଜ୍ଞାନରେ ବାୟୋଲୋଜି ରଖିନଥିବା ଛାତ୍ରଛାତ୍ରୀବି ମେଡିକାଲ ପଢିବା ପାଇଁ ପ୍ରବେଶିକା ପରୀକ୍ଷା ଦେଇ ପାରିବେ। ଏନେଇ ନୂଆ ନିୟମ ଆଣିବାକୁ ଯାଉଛି ଜାତୀୟ ମେଡିକାଲ କମିଶନ (NMC )। ନିୟମ ଅନୁସାରେ, ଯେଉଁ ବିଦ୍ୟାର୍ଥୀ ଦ୍ୱାଦଶ ଶ୍ରେଣୀରେ ଫିଜିକ୍ସ, କେମିଷ୍ଟ୍ରି ଏବଂ ମ୍ୟାଥ୍ ବିଷୟ ରଖି ଉତ୍ତୀର୍ଣ୍ଣ ହୋଇଥିବେ, ସେମାନେ ପରବର୍ତ୍ତୀ ସମୟରେ ବାୟୋଲୋଜି/ବାୟୋଟେକ୍ନୋଲୋଜି ପରୀକ୍ଷାରେ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଅତିରିକ୍ତ ବିଷୟ ଭାବରେ ଏଥିପାଇଁ ଯୋଗ୍ୟତା ହାସଲ କରିପାରିବେ।
-
ଗୁରୁବାର ବିଧାନସଭାର ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ଓଡ଼ିଶା ଭୂସଂସ୍କାର ଦ୍ଵିତୀୟ ସଂଶୋଧନ ବିଲ୍ ୨୦୨୩ ପାରିତ ହୋଇଛି। ବିଲ୍ ପାରିତ ହେବା ପରେ ଏଣିକି ସିକିମ ସତ୍ତା ଥିବା ଉପଚାଷୀ ଓ ଉପରୟତମାନଙ୍କୁ ମିଳିପାରିବ ଜମିର ମାଲିକାନା ।
-
ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତ ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଓଡିଶାରେ ଅଦ୍ୟାବଧି ୬୭୯୯ ଗ୍ରାମରେ ମୋବାଇଲ୍ ସେବା, ଟେଲିକମ୍ ସେବା ଓ ଇଣ୍ଟରନେଟ୍ ସେବା ଉପଲବ୍ଧ ନାହିଁ ।
-
ଆଠଗଡ଼ ଓ ଟାଙ୍ଗୀ ଚୌଦ୍ବାର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ଓଡ଼ିଶାର ପରିବହନ ନିଗମ ପୂର୍ବତନ ଅଧ୍ୟକ୍ଷ ରସାନନ୍ଦ ସାହୁଙ୍କ ପରଲୋକ ଘଟିଛି । ୮୯ ବର୍ଷ ବୟସରେ ନିଜର ବାସ ଭବନ ଗୁରୁଡ଼ିଝାଟିଆରେ ତାଙ୍କର ଦେହାନ୍ତ ଘଟିଛି ।
-
ରାଜ୍ୟରେ ବଢ଼ିଛି ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ। ପାଞ୍ଚ ବର୍ଷର ରେକର୍ଡ ଭାଙ୍ଗିଛି ଗତବର୍ଷର ଦୁର୍ଘଟଣା। ୨୦୨୨ରେ ଯାଇଛି ୫ ହଜାର ୪୬୭ ଜଣଙ୍କ ଜୀବନ। ସେହିପରି ଆହତ ଦୁର୍ଘଟଣାରେ ୧୦,୩୦୨ ଜଣ ଆହତ ହୋଇଛନ୍ତି ।
-
ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଦ୍ବାରା ନିକଟରେ ୧.୬ କୋଟି କିଲୋମିଟର ବା ଏକ କୋଟି ମାଇଲ୍ ଦୂର ଯାଏ ପରୀକ୍ଷାମୂଳକ ଭାବେ ବେତାର ଯୋଗାଯୋଗ ସମ୍ଭବ କରାଇ ଦୀର୍ଘତମ ଯୋଗାଯୋଗ ରେକର୍ଡ ସୃଷ୍ଟି ହୋଇଛି। ଏହି ଦୂରତା ପୃଥିବୀଠାରୁ ଚନ୍ଦ୍ର ଦୂରତାର ପ୍ରାୟ ୪୦ ଗୁଣ ହେବ।
-
ବର୍ତ୍ତମାନ ଗୁଗୁଲ ପେ ଏବଂ ପେଟିଏମ କେବଳ ମୋବାଇଲ ରିଚାର୍ଜରେ ପ୍ଲାଟଫର୍ମ ଫି ଚାର୍ଜ କରୁଛି। ଅନ୍ୟ ପ୍ରକାରର ବିଲ ଦେୟ ବର୍ତ୍ତମାନ ପାଇଁ ମାଗଣା ରହିବ। ଭବିଷ୍ୟତରେ କମ୍ପାନୀ ଏଗୁଡିକ ପାଇଁ କିଛି ଅତିରିକ୍ତ ଦେୟ ଆଦାୟ କରିପାରେ।
-
ଇସ୍ରୋ ପରେ ଏବେ ଚନ୍ଦ୍ରରେ ନୂଆ ଇତିହାସ ଆରମ୍ଭ କରିବାକୁ ଯାଉଛି ଚାଇନା। ଚଳିତ ବର୍ଷ ଭାରତର ମହାକାଶ ଏଜେନ୍ସି ଇସ୍ରୋ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରାୟାନ ୩କୁ ଅବତରଣ କରି ବିଶ୍ୱରେ ଦବଦବା ସୃଷ୍ଟି କରିଥିଲା।
-
ପୂର୍ବ ବର୍ଷ ଅପେକ୍ଷା ଡେଙ୍ଗୁ ବେଶୀ ଡରେଇବାରେ ଲାଗିଛି। ଡେଙ୍ଗୁର ପ୍ରାୟ ୬୦ପ୍ରତିଶତ ରୋଗୀଙ୍କ ମଧ୍ୟରେ ଡେନ-୨ର ଷ୍ଟ୍ରେନ ଦେଖିବାକୁ ମିଳିଛି। ବାକି ୪୦ପ୍ରତିଶତରେ ଡେନ ୧ ଓ ଡେନ-୩ ଷ୍ଟ୍ରେନ ମିଳିଛି।
-
ତାମିଲନାଡୁ ପ୍ରଣବ ଜୁଏଲରୀ ସ୍କାମ ମାମଲାରେ ଅଭିନେତା ପ୍ରକାଶ ରାଜଙ୍କୁ ଇଡି ପକ୍ଷରୁ ସମନ ଜାରି ହୋଇଛି। ପୁଞ୍ଜି ସ୍କିମ ଠକେଇ ମାମଲାରେ ପ୍ରକାଶ ରାଜଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସମନ ଜାରି କରାଯାଇଛି ।
-
ସିମ କାର୍ଡ ଉପଭୋକ୍ତାମାନଙ୍କ ପରିଚୟ ଦେଇଥାଏ। ତେବେ ଟେକ୍ନୋଲୋଜିର ଅଗ୍ରଗତି ଯୋଗୁ ଅନେକ ପରିବର୍ତ୍ତନ ଘଟୁଛ। ବର୍ତ୍ତମାନ ଇ-ସିମର ଟ୍ରେଣ୍ଡ ଦେଖିବାକୁ ମିଳୁଛି।
-
ସ୍ଥାନୀୟ ୱାଇଏସ୍ ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ଓ ଅଷ୍ଟ୍ରେଲିଆ ପ୍ରଥମ ଟି-୨୦ ମ୍ୟାଚରେ ବିଶାଳ ସ୍କୋର କରିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭ୍ରମଣକାରୀ ଅଷ୍ଟ୍ରେଲିଆ ବିସ୍ଫୋରକ ବ୍ୟାଟିଂ କରିଥିଲା।
-
ଦିନିକିଆ ବିଶ୍ବକପ ଫାଇନାଲରେ ପରାଜୟ ପରେ ଭାରତୀୟ ଦଳ ଖେଳିଥିବା ପ୍ରଥମ ଟି-୨୦ ମ୍ୟାଚରେ ବିଜୟୀ ହୋଇଛି । ଗୁରୁବାର ବିଶାଖାପାଟଣାରେ ଖେଳାଯାଇଥିବା ପ୍ରଥମ ଟି୨୦ରେ ଭାରତ ୨ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି।